News ଖବର ଆଜିର
February 12, 2025 at 01:26 AM
*ଖବର ଆଜିର, ୧୨ ଫେବ୍ରୁଆରୀ, ବୁଧବାର* ======================= ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମାଗଣା ମଧ୍ୟାହ୍ନ ଭୋଜନ ମିଳିବ ବୋଲି ରାଜ୍ୟ ସରକାରଙ୍କ ଘୋଷଣା ଜେଇଇ ପ୍ରଥମ ଅଧିବେଶନ ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ୧୪ ପରୀକ୍ଷାର୍ଥୀ ରଖିଲେ ଶତ ପ୍ରତିଶତ ମାର୍କ। ରାଜ୍ୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ରାଜପଥରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଚ ମ୍ୟାନେଜମେଣ୍ଟ ସିଷ୍ଟମ ଲଗାଯିବ ଛୁଆ ଜନ୍ମକଲେ ରାଜ୍ୟ ସରକାର ଟଙ୍କା ଦେବେ। ପୁଅ ଜନ୍ମ ହେଲେ ୧୦ ହଜାର, ଝିଅ ଜନ୍ମ ହେଲେ ୧୨ ହଜାର, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପୁରୀରେ ପଞ୍ଜିକା ସମନ୍ବୟ ବୈଠକ ଶେଷ, ନିର୍ଭୁଲ ପଞ୍ଜିକା ଉପରେ ଗୁରୁତ୍ୱ। ୫ଟି ପଞ୍ଜିକା ପ୍ରକାଶକ ଯୋଗ ଦେଇଥିଲେ ଦିନକ ପରେ ବିଧାନସଭା ଅଧିବେଶନ,ଆଜି ସୁରକ୍ଷା ତଦାରଖ କରିବେ ଡିଜିପି ବିବାହ ବିଛେଦ ଟ୍ରେଣ୍ଡ ପାଲଟିଲାଣି। 'ମାଆର ଛାଟ' ନାଁରେ ପ୍ରତିଷ୍ଠା ହେବ ମଦର୍ସ କୋର୍ଟ। ସୁବର୍ଣ୍ଣପୁରରେ ଭୀମଭୋଇଙ୍କ ସମାଧି ପୀଠରେ ଆରମ୍ଭ ମାଘ ମେଳା, ପାଦୁକା ଦର୍ଶନ କରୁଛନ୍ତି ଭକ୍ତ ଭୁବନେଶ୍ୱରରେ ଶୀଘ୍ର ଜୟଦେବ ବିହାର- ନନ୍ଦନକାନନ ଫ୍ଲାଏଓଭର ରାସ୍ତା ତିଆରି ହେବ ବୋଲି କହିଲେ ମନ୍ତ୍ରୀ ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତ ହେଲେ। ମୋକିମ ଓ ତାରା ନିରାଶ ଅସଲି ଖଡ଼ି ରତ୍ନ ପଞ୍ଜିକାକୁ ଅନୁସାରେ ଶିବରାତ୍ରିରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ। ଢେଙ୍କାନାଳ ଯୋରନ୍ଦା ଗାଦି ମନ୍ଦିର ଚାରି ଦ୍ଵାରରେ ଜଳିଲା ଝାଡ,ଅଲେଖ ମହିମା ଧ୍ବନିରେ କମ୍ପିଲା ମହିମା ଗାଦି କମିଶନରେଟ ଟ୍ରାଫିକ ପୁଲିସର ଭୁବନେଶ୍ୱର ଓ କଟକ ସହରରେ ଗାଡ଼ି ଯାଞ୍ଚ, ବିକଟାଳ ହର୍ଣ୍ଣ ଓ କଳା କାଚ ଉପରେ ଆକ୍ସନ ଚିଲିକା ଉପରେ ପ୍ରସ୍ତାବିତ ୩.୪ କିମି ପୋଲ ନିର୍ମାଣକୁ ବିରୋଧ। ପୁରୀରେ ଗଜ ଉଦ୍ଧାରଣ ନୀତି ପାଇଁ ୨ ଦିନ ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ କଳାହାଣ୍ଡି ଲାଞ୍ଜିଗଡ଼ରେ ଚାଷ କରିଥିବା ଭଟା ଜମିରେ ପାଳ କୁଡ଼ିଆରେ ନିଆଁ ଲାଗି ଦୁଇ ଶିଶୁ ଜୀବନ୍ତ ଦଗ୍ଧ ବ୍ରହ୍ମପୁର,ଗୋଳନ୍ଥରା ଅଞ୍ଚଳଏଇ ବିଜେପି କର୍ମୀଙ୍କୁ ବାଡେଇଲେ ବୋଲି ଦୁଇ ବିଜେଡି ନେତା ଗିରଫ ବାରିପଦାରେ ସ୍କର୍ପିଓ- ଅଟୋ ମୁହାଁ ମୁହିଁ ଧକ୍କା, ଘଟଣାସ୍ଥଳରେ ଦୁଇ ମୃତ। ଭିଜିଲାନ୍ସ ଜାଲରେ ରେମୁଣା ତହସିଲଦାର, ଏକସାଂଗେ ୭ ସ୍ଥାନରେ ଚଢ଼ାଉ ଗଂଜାମ ଜାତୀୟ ରାଜପଥ ନଂ ୧୬ରେ ଟ୍ରକ ଡକାୟତି ଉଦ୍ୟମ ବେଳେ ଧରାପଡିଲେ ଗୋଷାଣୀ ନୂଆଗାଁର ରାଜେଶ ମହାପାତ୍ର,ବନ୍ଧ ସାହିର ଦିପକ ପଣ୍ଡା ଓ ତୋଟା ସାହିର ସୋନୁ ପାଢ଼ୀ ନାଗପୁରରେ କାର୍ ଶିଖିବାବେଳେ କୂଅରେ ପଡ଼ିଲା କାର୍, ୩ ଜଣଙ୍କ ମୃତ୍ୟୁ ୟୁପି ସରକାର କହିଲେ, ମହାକୁମ୍ଭ ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି ୪୫ କୋଟିରୁ ଅଧିକ ନିର୍ବାଚନ ଆୟୋଗକୁ ସୁପ୍ରିମକୋର୍ଟଙ୍କ ଆଦେଶ, ଇଭିଏମରୁ ଡାଟା ନଷ୍ଟ କରନ୍ତୁ ନାହିଁ। ସେୟାର ବଜାରରେ ହାହାକାର, ନିବେଶକଙ୍କ ବୁଡ଼ିଲା ୯.୩୨ ଲକ୍ଷ କୋଟି ଟଙ୍କା। ସୁନାଦର, ୨୨ କ୍ୟାରେଟ୍‌ ସୁନା ୮୦ ହଜାର ଟପିଲା, ୨୪ କ୍ୟାରେଟ୍‌ ସୁନା ୮୭ ହଜାର ୯୩୦, ୨୨ କ୍ୟାରେଟ୍‌ର ମୂଲ୍ୟ ୮୦ ହଜାର ୬୦୦ ଟଙ୍କା ======================= ଆଜି ଜାତୀୟ ଉତ୍ପାଦ ଦିବସ ଗୁରୁ ରବିଦାସ ଜୟନ୍ତୀ ଆଜି ଜନ୍ମଦିନ: ଚାର୍ଲସ ଡାରଉଇନ, ଆବ୍ରାହମ ଲିଙ୍କନ, ମହର୍ଷି ଦୟାନନ୍ଦ ସରସ୍ୱତୀ, ଗୁଣ୍ଡାପା ବିଶ୍ୱନାଥ, କାଞ୍ଚି ନାରାୟଣ ମହାନ୍ତି (ଲେଖକ, କଟକ), ଚାର୍ଲସ ରିଭେଟ (୧୮୫୩, ନାବିକ, ବ୍ରହ୍ମପୁର) ଇତିହାସରେ ଆଜି: (୧୫୦୨) ଭାସ୍କୋଡାଗାମା ଦ୍ଵିତୀୟ ଥର ପାଇଁ ଜାହାଜରେ ଲିସବନ ରୁ ଭାରତ ବାହାରିଲେ/ (୧୭୩୬) ଫ୍ରାନସ ର ରାଜା ହେଲା ନାଦିର ଶାହା/ (୧୯୨୨) ବ୍ରିଟିଶ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନ ବନ୍ଦ ଘୋଷଣା କଲେ ମୋହନଦାସ ଗାନ୍ଧୀ/ (୨୦୦୯) ଅମର୍ତ୍ତ୍ୟ ସେନ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ରୁ ଡି. ଲିଟ ପାଇଲେ ======================= *ବନ୍ଦେ ଉତ୍କଳ ଜନନୀ* 🪻🌻🪻 www.odiaxpress.in
👍 ❤️ 🙏 12

Comments