News ଖବର ଆଜିର
February 16, 2025 at 01:23 AM
*ଖବର ଆଜିର, ୧୬ ଫେବ୍ରୁଆରୀ, ରବିବାର*
=======================
ଖରାଦିନରେ ଗରମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତି ଏବଂ ପଦକ୍ଷେପ, ପୌରାଞ୍ଚଳ ଗୁଡିକୁ ଏସଓପି ଜାରି
ପଞ୍ଚମ ଥର ପାଇଁ ଇ କେଓ୍ବାଇସି ଅବଧି ବୃଦ୍ଧି। ମାର୍ଚ୍ଚ ୩୧ ଯାଏଁ ବଢିଲା
ବହି ବଦଳ, ୪୭,୭୧୦ ସ୍କୁଲକୁ ଯିବ ନୂଆ ବର୍ଣ୍ଣବୋଧ, ୫୦ ହଜାର ଛାପିବେ ସରକାର।
ଓଡ଼ିଶା ଅର୍ଥନୀତି ସର୍ଭେ ରିପୋର୍ଟ କହିଲା, ୨୦୨୪-୨୫ ରେ ଆର୍ଥିକ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ।
ବିଧାନସଭା ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ। ପାଣ୍ଡିଆନଙ୍କ ଚକ୍ରାନ୍ତ ପାଇଁ ଗୃହ ଚାଲିପାରୁନି ବୋଲି ବିଜେପିର ଅଭିଯୋଗ
ପୁରୀ ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ନୂଆ ଅକ୍ଷୟ ଦଣ୍ଡ, ଚୂନରା ସେବାୟତଙ୍କ ଦ୍ୱାରା ସ୍ଥାପନ ହେଲା
ଆସନ୍ତା ୧୭ ଏବଂ ୨୪ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି।
ରାଜ୍ୟର ଗଳିକନ୍ଦିରେ ଦାଢୀ ଵାଲା ବାଙ୍ଗଲାଦେଶୀ ଭର୍ତ୍ତି। ବିଭିନ୍ନ ରୂପରେ, ଠେଲା ଵାଲା, ମିସ୍ତ୍ରୀ, ଉଠାଦୋକାନୀ, ପୁରୁଣା ଜିନିଷ ବିକ୍ରୀଵାଲା। ସମସ୍ତ ଜିଲ୍ଲାର ମନ୍ଦିର ଗୁଡିକରେ ଚୋରି ବୃଦ୍ଧି। ପ୍ରଶାସନ ନୀରବ
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ବିନା ଅନୁମତିରେ ଛୁଟି ନେଇ ପାରିବେନି ଆଇଏଏସ
ଦେଶରେ ମ୍ୟାଲେରିଆ ସଂକ୍ରମଣରେ ଓଡ଼ିଶା ପ୍ରଥମ, ରାୟଗଡା ଜିଲ୍ଲାରେ ୩୦ ପ୍ରତିଶତ ରୋଗୀ
ପୁରୀ ଜିଲ୍ଲା ପିପିଲି ଓ ଡେଲାଙ୍ଗରେ ବନ୍ୟା ନିୟନ୍ତ୍ରଣ ପାଇଁ ନିଆଯିବ ସ୍ୱତନ୍ତ୍ର ପଦକ୍ଷେପ, ଦୟାନଦୀକୁ ପରିଦର୍ଶନ କଲେ ସର୍ବୋଚ୍ଚ ଯନ୍ତ୍ରୀ
ରାଜ୍ୟ କଂଗ୍ରେସର ସସପେନସନ ପ୍ରତ୍ୟାହାର, ସୁର ଫେରିଲେ ଦଳକୁ। ନଡ଼ିଆ ବାଡେଇଲେ, କାନ୍ଦିଲେ
ଓଡିଶା କ୍ରିକେଟ ଆସୋସିଏସନ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି
ଗଞ୍ଜାମ ଗୋଳନ୍ଥରା ହଳଦିଆ ପଦର ଓଭରବ୍ରିଜ ଉପରେ ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଓ ଅଳଙ୍କାର
ପିଲାଙ୍କ ଉପରେ ପାଠପଢ଼ା ଚାପ । କଟକରେ ପାଞ୍ଚ ବର୍ଷରେ ୧୯ ଜଣ ଛାତ୍ରଛାତ୍ରୀ କଲେଣି ଆତ୍ମହତ୍ୟା।
କଳାହାଣ୍ଡି ଜିଲ୍ଲା କେସିଙ୍ଗା ଟ୍ରାଫିକ ଛକରେ ବାଇକ୍ ଉପରେ ମାଡିଗଲା ଟ୍ରକ, ଯୁବକ ମୃତ ।
ପୁରୀରେ ଚୋର ଧରାପଡିଲେ। ୩୦ଟି ସୁନା ମୁଦି, ୭ଟି ସୁନା ଚେନ୍, ଡିଜିଟାଲ କ୍ୟାମେରା ଜବତ
ଭଦ୍ରକରେ ପୁଣି ଠାକୁରଙ୍କୁ ଅସମ୍ମାନ। ଧାମନଗରରେ ଶୀତ ମହୋତ୍ସବ ପରେ ଅବହେଳିତ ମହାଦେବଙ୍କ ମୂର୍ତ୍ତି ଭିଡ଼ିଓ ଭାଇରାଲ
ଢେଙ୍କାନାଳ ଖମାର ଗାଁରେ ଚାଞ୍ଚଲ୍ୟ: ବେକରେ ରଶି ଲଗାଇ ଝୁଲିପଡିଲେ ବାପା, ଝିଅ, ନାତି।
ରାଉରକେଲା ବନ୍ଧମୁଣ୍ଡାର ଗୁଳିକାଣ୍ଡ ଘଟଣାରେ ୫ ଅଟକ, ଘଟଣାସ୍ଥଳରୁ ଖୋଳ ଜବତ।
କର୍ଣ୍ଣାଟକରେ ଚାଞ୍ଚଲ୍ୟ, ଅଟୋରିକ୍ସା ଚାଳକଙ୍କ ଚାପୁଡାରେ ପୂର୍ବତନ ଗୋଆ ବିଧାୟକଙ୍କ ମୃତ୍ୟୁ
ଦିଲ୍ଲୀ ଷ୍ଟେସନରେ ପ୍ରୟାଗରାଜ ଟ୍ରେନରେ ଚଢ଼ିବା ପାଇଁ ଧସ୍ତାଧସ୍ତି, ଅତି କମରେ ୧୫ ମୃତ, ୧୨ରୁ ଅଧିକ ଆହତ
ପ୍ରୟାଗରାଜ ମହାକୁମ୍ଭ ସେକ୍ଟର ୧୮ ଓ ୧୯ ମଧ୍ୟରେ ଅନେକ ପେଣ୍ଡାଲରେ ଲାଗିଲା ନିଆଁ
ଦୀର୍ଘ ୧୭ ବର୍ଷ ପରେ ବିଏସଏନଏଲ କମ୍ପାନି ଲାଭ କଲା। ଆସିଲା ଆଚ୍ଛା ଦିନ
ଆମେରିକାରୁ ମୋଦୀ ଫେରିବା ବେଳକୁ ୧୧୯ ଭାରତୀୟଙ୍କୁ ଆଣି ଆମେରିକା ବିମାନ ଅମୃତସରରେ ପହଁଚିଲା।
ମହାକାଶଚାରୀ ସୁନିତା ୱିଲିୟମ୍ସ ମାର୍ଚ୍ଚ ୧୯ରେ ପୃଥିବୀ ଫେରିବେ। ଆଠ ମାସ ହେବ ସ୍ପେଶ ଷ୍ଟେସନରେ ଅଛନ୍ତି
=======================
ଆଜି ବିଶ୍ଵ ତିମି ଦିବସ
ଟିମ୍ବକଟୁ ଦିବସ
ଆଜି ଜନ୍ମଦିନ: ୱାସିମ ଜାଫର, ସୋମା ଆନନ୍ଦ, ମୟଙ୍କ ଅଗ୍ରୱାଲ
ଆଜି ତିରୋଧାନ: ଦାଦାସାହେବ ଫାଲକେ
ଇତିହାସରେ ଆଜି: (୧୯୧୪) ଲସ ଆଞ୍ଜେଲସ ରୁ ସାନ ଫ୍ରାନସିସ୍କୋ ବିମାନ ସେବା ଆରମ୍ଭ/ (୧୯୮୭) ଭାରତୀୟ ନୌସେନା ରେ ସବମାରିନ ରୁ ସବମାରିନ ମିସାଇଲ ଅନ୍ତର୍ଭୁକ୍ତ/ (୨୦୦୧) ଇରାକ ଉପରେ ଆମେରିକା ଓ ବ୍ରିଟିଶ ବିମାନ ଆକ୍ରମଣ/ (୨୦୦୩) ପ୍ରଥମ କ୍ଲୋନ ମେଣ୍ଢା "ଡଲି" କୁ ହତ୍ୟା କରାଗଲା/ (୨୦୦୮) ଭାରତୀୟ ସେନାପାଇଁ ଟାଟା ମୋଟର୍ସ ଦେଲା ନୁଆ ଗାଡି, ଲାଇଟ ସ୍ପେଶାଲିଟି ଭେହିକଲ/ (୧୯୨୩) ମିଶର ରାଜା ତୁତନ ଖାମୁନ ଙ୍କ ସମାଧି ଖୋଲାହେଲା
=======================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
#odiaxpress
👍
❤️
🙏
14