ଖବର ଆଜିର
January 21, 2025 at 01:45 AM
*ଖବର ଆଜିର* ତାରିଖ:୨୧/୦୧/୨୫, ମଙ୍ଗଳବାର ୧-ଏଣିକି ପିଲାଙ୍କୁ ୬ ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ ଅଭିଭାବକ। ୨-ଭୁବନେଶ୍ୱର: ବୁଧବାର ଠାରୁ କମିବ ଶୀତ,ଦୁଇ ଦିନ ଘନ କୁହୁଡି ସମ୍ଭାବନା। ୩-ତେନ୍ତୁଳିଖୁଣ୍ଟି:କୁଜାଜାନୀଗୁଡା ସରକାରୀ ଉଚ୍ଚବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇଲେ ଜିଲାପାଳ । ୪-୨୪ରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଆବାସ ସର୍ଭେ, ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ। ୫-ସ୍କୁଲରେ ଖୋଲିବ ଶିଶୁ ବାଟିକା,୫ରୁ ୬ ବର୍ଷ ପିଲାମାନେ ଏଥିରେ ନାମ ଲେଖାଇ ପାରିବେ। ୬-ମାର୍ଚ୍ଚ ୧ରୁ ଆର୍ ଟିଇ ନାମଲେଖା ପ୍ରକ୍ରିୟା,୨୦ ମାର୍ଚ୍ଚ ଯାଏଁ ପଞ୍ଜିକରଣ ସୁଯୋଗ,୨୭ରେ ଲଟେରୀ,୨୯ରୁ ଏପ୍ରିଲ ୧୦ ଯାଏଁ ନାମଲେଖା। ୭-କଂଗ୍ରେସର ଗର୍ଜନରେ କମ୍ପିଲା ରାଜଧାନୀ । କଣ୍ଢେଇ ଦେଖାଇ ବିଜେପି ସରକାରକୁ କଲେ ଟାର୍ଗେଟ। ୮-ସାଲେପୁର,ଜପକୁଦ ବଜାର:ମନ୍ଦିର ଓ ଦୋକାନ ଭଙ୍ଗାକୁ ନେଇ ଉତ୍ତେଜନା, ପ୍ରତିବାଦରେ ବଜାର ବନ୍ଦ କଲେ ଗ୍ରାମବାସୀ। ୯-କଟକ ଏସସିବି ମେଡିକାଲ କଲେଜରେ ଡାକ୍ତରଙ୍କୁ ମାଡ଼ ଘଟଣା, ଅଭିଯୁକ୍ତଙ୍କୁ ଅଟକ ରଖିଲା ପୋଲିସ। ୧୦-ସୁନ୍ଦରଗଡ:ବନ୍ଧୁକ ଭୁଜାଲି ଦେଖାଇ ଲୁଟି ନେଲେ ଦେଢ଼ କୋଟି ଟଙ୍କାର ସୁନା ଅଳଙ୍କାର। ୧୧-କଟକ ସହରରେ ଜବର ଦଖଲ ଉଚ୍ଛେଦ, ୨୦ ରୁ ଅଧିକ ବେଆଇନ ନିର୍ମାଣ ଭାଙ୍ଗିଛି ପ୍ରଶାସନ। ୧୨-ରାୟଗଡା:ବରିଗୁଡା ପ୍ରାଥମିକ ବିଦ୍ୟାଳୟର ୧୦ ଜଣ ଛାତ୍ରଛାତ୍ରୀ ରାସ୍ତା କଡର ଅମରି ଜଡ଼ା ଫଳ ଖାଇ ଅସୁସ୍ଥ। ୧୩-ଭୁବନେଶ୍ୱର: ଆଜିଠୁ ୩୧ ପର୍ଯ୍ୟନ୍ତ ପ୍ଲାନେଟୋରିୟମରେ ଗ୍ରହପୁଞ୍ଜ ପରେଡ୍। ୧୪-ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ, ଜନାଭିମୁଖୀ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ। ୧୫-ବିଷାକ୍ତ ଦୟା ନଦୀ ପାଣି, କଣାସରେ ଝାଡ଼ାବାନ୍ତିରେ ୪ଜଣଙ୍କ ମୃତ୍ୟୁ ଅଭିଯୋଗ। ୧୬-ନୂଆପଡା ଜିଲା ସୀମାନ୍ତ ଛତିଶଗଡ ଗରିଆବନ୍ଧରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ୨ ମାଓବାଦୀ ନିହତ। ୧୭-ମହାକୁମ୍ଭରେ ମୋନାଲିସା ମାନିଆ । ପ୍ରୟାଗରାଜଠୁ ନେଇ ସୋସିଆଲ ମିଡିଆରେ ମଧ୍ୟପ୍ରଦେଶ ଯୁବତୀଙ୍କ କେଜ୍।ଦେଶବିଦେଶର ତୀର୍ଥଯାତ୍ରୀଙ୍କ ସମସ୍ତଙ୍କ ଧ୍ୟାନ ମଧ୍ୟ ଆକର୍ଷଣ କଲେଣି। ୧୮-ସାଧାରଣ ଲୋକଙ୍କ ନିମନ୍ତେ ୨୨ରୁ ୩୧ ଜାନୁୟାରୀ ପର୍ଯ୍ୟନ୍ତ ଲାଲକିଲ୍ଲା ପରିଦର୍ଶନ ବନ୍ଦ। ୧୯-କେରଳ:ବିଷ ଦେଇ ପ୍ରେମିକଙ୍କୁ ହତ୍ୟା, ପ୍ରେମିକାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ। ୨୦-ଆରଜି କର ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ଦୋଷୀ ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡ। ୨୧-ସୋମବାର ୪୫୪ ଅଙ୍କ ବଢିଲା ସେନ୍‌ସେକ୍ସ, ନିବେଶକଙ୍କ ଲାଭ ୩ ଲକ୍ଷ କୋଟି ଟଙ୍କା ୨୨-ଆରଜି କର ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ପଶ୍ଚିମବଙ୍ଗ ସରକାର, ମାଗିବେ ମୃତ୍ୟୁଦଣ୍ଡ। ୨୩-ଆମେରିକାରେ ପୁଣି ଟ୍ରମ୍ପ୍ ସରକାର, ୪୭ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ୍। 🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
👍 🙏 ❤️ 😮 17

Comments