ଖବର ଆଜିର

8.1K subscribers

About ଖବର ଆଜିର

ସବୁ ଦିନ ନୂଆ ନୂଆ ସୂଚନାର ଗନ୍ତାଘର

Similar Channels

Swipe to see more

Posts

ଖବର ଆଜିର
6/16/2025, 12:42:16 AM

*ଖବର ଆଜିର* ତାରିଖ:୧୬/୦୬/୨୫, ସୋମବାର ୧-ଆଲୋ ବଉଳ ଖେଳିବା ଦୋଳି...,ସାରା ରାଜ୍ୟରେ ଧୁମଧାମରେ ପାଳିତ ହେଉଛି ରଜପର୍ବ। ୨-ତ୍ବରିତ ବେଗରେ ମାଡ଼ୁଛି ଝାଡ଼ାବାନ୍ତି।ସ୍ଥିତି ଚିନ୍ତା ଜନକ,ନିତି ନୂଆ ହଟ୍ ସ୍ପଟ୍, ଆକ୍ରାନ୍ତ ,୯ ଜିଲ୍ଲାକୁ ମାଡିଗଲାଣି ।ଏବେ ୩ ଜିଲ୍ଲାରୁ ୧୯ ମୃତ୍ୟୁ ଅଭିଯୋଗ। ୩-ଓଡ଼ିଶା ହାଇକୋର୍ଟରେ ବିରଳ ରେକର୍ଡ଼:୧୦ ଦିନରେ ଫଇସଲା ହେଲା ୧୩୦୦ ମାମଲା। ୪-ଭୁବନେଶ୍ୱର:ଆଜି ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ। ୫-ପୁରୀ:ଅଣ ସେବାୟତ ରଥ ଉପରେ ଚଢ଼ିଲେ ଗିରଫ।ରଥରେ ସେବାୟତମାନେ ମୋବାଇଲ ବ୍ୟବହାର କରିପାରିବେନି। ୬-ପୁରୀ: ମହାପ୍ରଭୁଙ୍କ ଅନବସର ସେବା, ଫୁଲୁରି ତେଲ ପହଞ୍ଚିବ ଆଜି। ୭-ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା। ୮-୨୦ରୁ ଖୋଲିବ ସବୁ ବିଦ୍ୟାଳୟ, ସ୍ୱଚ୍ଛତା ଓ ନିରାପଦ ପାନୀୟ ଜଳକୁ ଗୁରୁତ୍ୱ। ୯-ମୟୂରଭଞ୍ଜ:ପଲପଳା ନଦୀରେ ଅଘଟଣ, ଗାଧୋଇବା ବେଳେ ବୁଡ଼ି ୨ ପର୍ଯ୍ୟଟକ ମୃତ। ୧୦-କେନ୍ଦ୍ରାପଡା, ଏଣ୍ଡର ପଞ୍ଚାୟତ, ଶ୍ୟାମସୁନ୍ଦରପୁର:କେନ୍ଦ୍ରାପଡାରେ କଲେରା ଆତଙ୍କ, ଗୋଟିଏ ପରିବାରର ତିନି ଆକ୍ରାନ୍ତ, ମହିଳା ମୃତ। ୧୧-ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଲେ ମନ୍ତ୍ରୀ ପୃଥିବୀରାଜ। ୧୨-ରାୟଗଡ଼ା ମୁକୁନ୍ଦପୁର ଘାଟିରେ ଦୁର୍ଘଟଣା: ୨୦ ଫୁଟ୍ ତଳକୁ ଖସିଲା ଟ୍ରକ୍। ୧୩-ପାଟଣା:ଦୁଇ ମାସ ପରେ ମାଛଧରା କଟକଣା ହଟିଲା, ମାଛ ଧରିବାକୁ ସମୁଦ୍ରକୁ ବାହାରିଲେ ମତ୍ସ୍ୟଜୀବୀ। ୧୪-ପ୍ରୟାଗରାଜ:UPରେ ବଜ୍ରପାତ ରଚିଲା ବିତ୍ପାତ, ଗୋଟିଏ ପରିବାରର ୪ ମୃତ। ୧୫-କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା,୭ ଜଣଙ୍କର ମୃତ୍ୟୁ। ଦେଢ଼ ମାସରେ ପଞ୍ଚମ ଅଘଟଣ। ୧୬-ନିଆରା ଢଙ୍ଗରେ ପାଳିଲେ ରଜ, ୧୦ ମିଟର କେକ୍ ତିଆରି କରି ପୁଣି ଚର୍ଚ୍ଚାରେ କୋରାପୁଟ ମାଥିଲି ପିଇଓ ଅଶୋକ କୁମାର। ୧୭-ଶିକ୍ଷା କ୍ଷେତ୍ରରେ ଆନ୍ଧ୍ର ପ୍ରଦେଶର ବଡ଼ ପଦକ୍ଷେପ: ଜେଇ ଓ ନିଟ୍ ପରୀକ୍ଷା ପାଇଁ ଦିଆଯିବ ମାଗଣା କୋଚିଂ। ୧୮-ପୁଣେରେ ଭୁଶୁଡ଼ିଲା ପାଦଚଲା ପୋଲ: ୨୦ ପର୍ଯ୍ୟଟକ ନିଖୋଜ, ୨ ମୃତ। ୧୯-୮୦ ବର୍ଷ ବୟସରେ ବିଶ୍ଵର ୨ୟ ଧନୀ ହେଲେ ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସ। ୨୦-IDF ଆକ୍ରମଣରେ ୨୧୫ ଇରାନୀ ନାଗରିକଙ୍କ ମୃତ୍ୟୁ, ତେହେରାନ ଜାଳିଦେବାକୁ ଧମକ ଦେଲା ଇସ୍ରାଏଲ। ୨୧-ଆମେରିକା ଉପରେ ଆକ୍ରମଣ କଲେ ଧ୍ବଂସ କରିଦେବୁ- ଇରାନ ଧମକର ଜବାବ ଦେଲେ ଟ୍ରମ୍ପ। ୨୨-ଅବୁଜା: ନାଇଜେରିଆର ୟେଲେଓ୍ବାଟାରେ ୧୦୦ ଲୋକଙ୍କୁ ଗୁଳିକରି ହତ୍ୟା। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

👍 🙏 ❤️ 😌 😮 🎉 🛩 37
ଖବର ଆଜିର
6/15/2025, 12:48:08 AM

*ଖବର ଆଜିର* ତାରିଖ:୧୫/୦୬/୨୫, ରବିବାର ୧-ପ୍ରକାଶ ପାଇଲା ନିଟ୍‍-ୟୁଜି ୨୦୨୫ ପରୀକ୍ଷା ଫଳ, ସ୍ନେହାଶିଷ ଦାଶ ହେଲେ ଓଡ଼ିଶାର ଟପ୍ପର।ରାଜସ୍ଥାନର ମହେଶ କୁମାର ସର୍ବଭାରତୀୟ ସ୍ତରରେ ଟପ୍ପର। ୨-ରଜକୁ ନେଇ ଉତ୍ସବମୁଖର ଗାଁଠୁ ସହର; ସବୁଠି ପୋଡ଼ପିଠାର ବାସ୍ନା,ରଜ ପାନର ମହକ। ୩-ଆସନ୍ତା ୨୧ ତାରିଖରେ ସବୁ ବିଦ୍ୟାଳୟରେ ପାଳନ ହେବ ଯୋଗ ଦିବସ। ୪-ନନ୍ଦନକାନନରେ ରଜ ମଉଜ :ପ୍ରଥମ ରଜରେ ବୁଲିଲେ ୨୪ ହଜାର ପର୍ଯ୍ୟଟକ। ୫-ଭୁବନେଶ୍ୱର, ଲିଙ୍ଗିପୁର ଛକ:ରାଜଧାନୀରେ ପୁଣି ବୁଲିଲା ଖଣ୍ଡା, ବାଇକ୍ ପାର୍କିଂକୁ ନେଇ ହେଲା ହଣାକଟା। ୬-ବାଙ୍ଗିରିପୋଷି:ପହିଲି ରଜରେ ହତ୍ୟା, ପୁଅର କାଠ ଫାଳିଆ ଆକ୍ରମଣରେ ବାପ ମୃତ। ୭-ଯାଜପୁର: କଲେରା ଚିହ୍ନଟ ପରେ ସାମୁହିକ ସମାବେଶରେ ଭୋଜିର ଆୟୋଜନ ମନା। ୮-କଣିହାଁ:ଅଙ୍ଗନୱାଡି ଦିଦି ଖାଇଗଲେ ଛୁଆଙ୍କ ପୁଷ୍ଟିକର ଖାଦ୍ୟ, ଅଭିଯୋଗ ଆଣିଲେ ସ୍ଥାନୀୟ ଲୋକେ। ୯-ଯାଜପୁର, ଭଦ୍ରକ, କେନ୍ଦୁଝର ପରେ କଟକରେ ଝାଡାବାନ୍ତି ଆତଙ୍କ: କେନ୍ଦ୍ରରୁ ଆସୁଛନ୍ତି ୧୪ ଜଣିଆ ଟିମ୍ ୧୦-ଓଡ଼ିଶା କ୍ୟାଡ଼ରର ୨ IAS ଅଫିସରଙ୍କୁ ମିଳିଲା ନୂଆ ଦାୟିତ୍ୱ; ଆର୍ ଭିନୀଲ କ୍ରିଷ୍ଣା ଓ ଭିଭି ଯାଦବ ଆକାଂକ୍ଷୀ ଜିଲା ପ୍ରଭାରୀ ନିଯୁକ୍ତ। ୧୧-ବାଣୀବିହାର ଓଭରବ୍ରିଜ୍ ଉପରେ ସିରିଜ୍ ଦୁର୍ଘଟଣା, କାର୍ ଧକ୍କାରେ ଏକାଧିକ ଆହତ। ୧୨-ସିଏସଆଇଆର-ଚତୁର୍ଥ ପାରାଡାଇମ୍ ପ୍ରତିଷ୍ଠାନର ନିର୍ଦ୍ଦେଶକ ହେଲେ ଓଡିଆ ବୈଜ୍ଞାନିକ ଗୋପାଳକୃଷ୍ଣ ପାତ୍ର। ୧୩-ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏ ଦେବ ଏୟାର ଇଣ୍ଡିଆ କମ୍ପାନୀ। ୧୪-ନୂଆ ଦିଲ୍ଲୀ:ଅକ୍ଟୋବର ୧୫ରୁ ଆରମ୍ଭ ହେବ ରଣଜୀ ଟ୍ରଫି। ଅଗଷ୍ଟ ୨୮ରୁ ଦୁଲଫି ଟ୍ରଫି। ୧୫-୨୦ରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ, ତ୍ରିରଙ୍ଗା ଯାତ୍ରାରେ ସାମିଲ୍‌ ହେବା ପରେ କରିବେ ରୋଡ୍‌ ଶୋ। ୧୬-ରେଲୱେର ପ୍ରସ୍ତୁତି ଆରମ୍ଭ:ଏବେ ନନ୍-ଏସି କୋଚ୍‌ରେ ମିଳିବ ଏସି କୋଚ୍‌ ଭଳି ସୁବିଧା। ୧୭-ବିଶ୍ଵ ଟେଷ୍ଟ ଚମ୍ପିଆନ ହୋଇଛି ଦକ୍ଷିଣ ଆଫ୍ରିକା।ଦୀର୍ଘ ୨୭ ବର୍ଷ ପରେ ଦଳ ଡବ୍ଲ୍ୟୁଟିସି ଜିତି ଇତିହାସ ରଚିଛି। ୧୮-ଆମେରିକାର ମିନେସୋଟା ସହର:ମହିଳା ସାଂସଦ ଓ ସ୍ଵାମୀଙ୍କୁ ଗୁଳି କରି ହତ୍ୟା, ଆଉ ଜଣେ ସାଂସଦ ଗୁରୁତର। ୧୯-ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁ ଆକାଶରେ ‘ଟ୍ରାଫିକ ଜାମ୍’, ଦୈନିକ ବଦଳୁଛି ଶହଶହ ବିମାନଙ୍କ ରୁଟ୍। ୨୦-‘ତେହରାନ ଜଳିବ-ନିଆଁର ଜବାବ ନିଆଁରେ ଦେବୁ’; ଇରାନକୁ ଏପରି ଧମକ ଦେଲା ଇସ୍ରାଏଲ। ୨୧-ଆମେରିକା ଓ ବ୍ରିଟେନକୁ ଇରାନର ନାଲିଆଖି: ଇସ୍ରାଏଲକୁ ସାହାଯ୍ୟ କଲେ ଭୟଙ୍କର ହେବ ପରିଣାମ। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

👍 🙏 ❤️ 😮 🎉 😢 34
ଖବର ଆଜିର
6/19/2025, 12:43:16 AM

*ଖବର ଆଜିର* ତାରିଖ:୧୯/୦୬/୨୫, ଗୁରୁବାର ୧-ଜୁନ୍ ୧୮ ରୁ ୨୩ ପର୍ଯ୍ୟନ୍ତ ପ୍ରବଳ ବର୍ଷା, ବଜ୍ରପାତ ଏବଂ ପବନ ବହିବାର ସମ୍ଭାବନା ଥିବାରୁ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ଆସାମ ଏବଂ ମେଘାଳୟ ପାଇଁ ରେଡ୍ ଆଲର୍ଟ ଜାରି କରିଛି ଆଇଏମଡି। ୨-ଭୁବନେଶ୍ୱର:ଦୂଷିତ ପାଣି ଯୋଗୁ ଡାଇରିଆ ବ୍ୟାପିଥିବା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଲେ କେନ୍ଦ୍ରୀୟ ଟିମ୍ । ୩-କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷଣା ହେଲା ଯୁବ ଓ ବାଲ୍‌ ସାହିତ୍ୟ ପୁରସ୍କାର, ସୁବ୍ରତ ସେନାପତିଙ୍କୁ ଯୁବ ପୁରସ୍କାର ଓ ରାଜକିଶୋର ପାଢୀଙ୍କୁ ମିଳିବ ବାଲ୍‌ ସାହିତ୍ୟ ପୁରସ୍କାର। ୪-ଭୁବନେଶ୍ୱର:ଡାଇରିଆ ଡ଼ର ଯାଇନି ଏପଟେ ରାଜଧାନୀରେ ମାଡ଼ିଲାଣି ଜଣ୍ଡିସ୍‌; ୫୦ ଆକ୍ରାନ୍ତ ଚିହ୍ନଟ ପରେ ଚିନ୍ତାରେ ସ୍ୱାସ୍ଥ୍ୟବିଭାଗ। ୫-ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ନବୀନ ପଟ୍ଟନାୟକ: ସର୍ଭିକାଲ ଆଥ୍ରାଇଟିସ୍ ସମସ୍ୟା ନେଇ ହେବେ ଚିକିତ୍ସିତ। ୬-ଦୀଘା ମୁହାଁଣରେ ମତ୍ସ୍ୟଜୀବିଙ୍କ ଜାଲରେ କୁଇଣ୍ଟାଲ କୁଇଣ୍ଟାଲ ଇଲିସି , ଶସ୍ତା ହୋଇପାରେ ଦାମ। ୭-କଟକ:CMC ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଣି କମ୍ପାନୀରେ ରେଡ୍; ବିଶୁଦ୍ଧ ନ କରି ବିକ୍ରି କରୁଥିବାର ହୋଇଥିଲା ଅଭିଯୋଗ। ୮-ମାଷ୍ଟରକ୍ୟାଣ୍ଟିନ ରେଲୱେ ଷ୍ଟେସନ:ରାତାରାତି ୮ ଗୁଣ ବଢିଗଲା ପାର୍କିଂ ଫି', ମୁଣ୍ଡରେ ହାତ ଦେଲେଣି ଲୋକେ। ୯-ନନ୍ଦନକାନନ-ବାରଙ୍ଗରେ ନିମ୍ନମାନର ଖାଦ୍ୟ ବିକ୍ରି, ଆଶଙ୍କାରେ ପର୍ଯ୍ୟଟକ ଓ ଅଞ୍ଚଳବାସୀ। ୧୦-ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା : ଘଟଣାସ୍ଥଳରେ ଯାଞ୍ଚ କଲା ଟିମ୍। ୧୧-ମଞ୍ଚେଶ୍ବର, ସମେଇଗାଡିଆ ବଜାର:ଠେଲିଲେ ଚାଲୁଛି PCR, ସ୍ମାର୍ଟ ସିଟିରେ ଏମିତି; ଉପାନ୍ତରେ କେମିତି? ୧୨-ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ AI ଭିଡିଓ ପୋଷ୍ଟ କରି ବନ୍ଧା ହେଲେ ରାୟଗଡ଼ାର ଯୁବକ କିଶୋର କୌଶଲ୍ୟ। ୧୩-ବ୍ରହ୍ମପୁର:ପାଳଝଡ଼ି ଡବଲ୍ ମର୍ଡର ଘଟଣା, ଚାରି ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍। ୧୪-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତକୁ ନଜରରେ ରଖି ୨୦ ତାରିଖରେ କଟକ ଓ ଭୁବନେଶ୍ବରରେ ସମସ୍ତ ସ୍କୁଲ ଛୁଟି ଘୋଷଣା। ୧୫-ବଦଳିଲା ଫାଷ୍ଟ୍ୟାଗ୍‌ ନିୟମ, ଅଗଷ୍ଟ ୧୫ରୁ ବାର୍ଷିକ ଫାଷ୍ଟାଗ୍‌ ବ୍ୟବସ୍ଥା ହେବ, ଏଣିକି ବାର୍ଷିକ ୩ ହଜାର ଟଙ୍କା ଦେଇ ପାଇପାରିବେ ସୁବିଧା। ୧୬-୧୫ ଦିନରେ ମିଳିବ ସଂଶୋଧିତ ଭୋଟର ଫଟୋ ପରିଚୟ ପତ୍ର। ୧୭-ଭାରତ-କାନାଡ଼ା ସରକାରଙ୍କ ବଡ଼ ନିଷ୍ପତ୍ତି, ଉଭୟ ଦେଶରେ ପୁଣି ଖୋଲାଯିବ ଦୂତାବାସ। ୧୮-ଡେରାଡୁନ:କେଦାରନାଥ ଯାତ୍ରା ହେଲା ଶେଷଯାତ୍ରା,ଭୂସ୍ଖଳନରେ ଦୁଇ ମୃତ, ୩ ଆହତ। ୧୯-୨୦୩୦ ସୁଦ୍ଧା ସଡକ ଦୁର୍ଘଟଣା ୫୦% ହ୍ରାସ ଲକ୍ଷ୍ୟ – ନୀତିନ ଗଡକରୀ। ୨୦-ଅହମଦାବାଦ:ଚିହ୍ନଟ ହେଲା ୧୯୦ ଯାତ୍ରୀଙ୍କ DNA, ପରିଜନଙ୍କୁ ଦିଆଯାଇଛି ୧୫୯ ଶବ ୨୧-ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ଅପରେସନ ସିନ୍ଧୁ ଆରମ୍ଭ, ଫେରୁଛନ୍ତି ୧୧୦ ଭାରତୀୟ ଛାତ୍ର – ହେଲ୍ପଲାଇନ ନମ୍ବର ଜାରି:+୯୮ ୯୧୨୮୧୦୯୧୧୫,ଓ +୯୮ ୯୧୨୮୧୦୯୧୦୯ *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

👍 🙏 ❤️ 😂 😮 34
ଖବର ଆଜିର
6/17/2025, 12:35:47 AM

*ଖବର ଆଜିର* ତାରିଖ:୧୭/୦୬/୨୫, ମଙ୍ଗଳବାର ୧-ନିଯୁକ୍ତିକୁ ହଁ, ଦୁର୍ନୀତିକୁ ନା’: ଦୁର୍ନୀତିଖୋର୍‌ଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ।ଲୋକଙ୍କ ସରକାରରେ ଦୁର୍ନୀତିକୁ ପ୍ରଶୟ ଦିଆଯିବନି ବୋଲି ରୋକଠୋକ୍ ଶୁଣାଇଛନ୍ତି ମୋହନ । ୨-ରାଜ୍ୟରେ ଏବେ ହଇଜା ହାହାକାର; ଜିଲ୍ଲା ପରେ ଜିଲ୍ଲା ମାଡ଼ି ଚାଲିଛି ଝାଡ଼ାବାନ୍ତି,ଜଣଙ୍କୁ ମେଡିକାଲରେ ଭର୍ତ୍ତି କଲା ବେଳକୁ, ଘରେ ଆଉ ଦୁଇଜଣ ଅସୁସ୍ଥ ହେଲେଣି। ୩-କେନ୍ଦ୍ରୀୟ ଦଳର ଝାଡ଼ାବାନ୍ତି ରିପୋର୍ଟ: ମହାମାରୀ ନୂହେଁ, ସ୍ଥାନୀୟ ସଂକ୍ରମଣ। ୪-ରଜ ତିନିଦିନ ଧୂମ ବୁଲିଲେ,ଖେଳିଲେ, ପିଠା,ପାନ ଖାଇଲେ, ଆଜି ବସୁମତି ସ୍ନାନ। ୫-ଭୁବନେଶ୍ୱର:ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ବୈଠକ, ଦୀର୍ଘ ଦିନର ଦାବି ଉପରେ ହେଲା ଆଲୋଚନା। ୬-ପୁରୀ: ଶ୍ରୀଜିଉଙ୍କୁ ଲାଗି ହେଲା ଫୁଲୁରି ତେଲ, ଧୀରେ ଧୀରେ ସୁସ୍ଥ ହେବେ ତିନିଠାକୁର। ୭-ଗୁଣୁପୁର:ଭୋଜି କରି ଫେରିବା ବେଳେ ଅଘଟଣ , ବଜ୍ରଘାତରେ ୨ ମହିଳା ମୃତ ଓ ୧ ଗୁରୁତର। ୮-ଭୁବନେଶ୍ୱର:BMCକୁ ଘାରିଛି ଡେଙ୍ଗୁ ମୁକ୍ତାବିଲା ଚିନ୍ତା,ଉତ୍ସ ନଷ୍ଟ କରିବାକୁ ପ୍ରାଥମିକତା। ୯-ନନ୍ଦନକାନନ:ରଜ ତିନିଦିନରେ ବୁଲିଲେ ୭୮ ହଜାର ୩୨୨ ପର୍ଯ୍ୟଟକ। ୧୦-ବ୍ରହ୍ମପୁର:ଗୋପାଳପୁରରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ, ୭ ଅଟକ। ୧୧-ବାଲେଶ୍ୱର:ଘରେ ଶୋଇଥିବା ବେଳେ ମାଆ ଝିଅଙ୍କୁ କାମୁଡ଼ିଲା ସାପ, ଝିଅ ଚାଲିଗଲା ମାଆ ଗୁରୁତର। ୧୨-ରାଜ୍ୟରେ ଡାକ୍ତରଙ୍କ ଘୋର ଅଭାବ ରହିଛି, ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ: ସ୍ବାସ୍ଥ୍ୟ ମନ୍ତ୍ରୀ ୧୩-ସାଲେପୁର:ଅଫିସରେ ନିଶା ଖାଇଥିଲେ ତାପରେ ନିଲମ୍ବିତ ହେଲେ ଅବକାରୀ ବିଭାଗ ଅଧିକାରୀ ରଙ୍କନିଧି ମଲ୍ଲିକ। ୧୪-ବିଞ୍ଝାରପୁରରେ ୨ ସପ୍ତାହ ବନ୍ଦ ରହିବ ଢାବା, ଫାଷ୍ଟଫୁଡ ଦୋକାନ, ନ ମାନିଲେ ଆଇନ ଅନୁଯାୟୀ ଦଣ୍ଡ। ୧୫-ଆଳି: ପାନିଆ ଯୋରରେ ଗାଧୋଇଲା ବେଳେ ଅଘଟଣ, ମହିଳାଙ୍କୁ ଟାଣିନେଲା କୁମ୍ଭୀର। ୧୬-ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସାନ ଭାଇ ରଣାର୍ଣ୍ଣବ ଦେବଙ୍କ ପରଲୋକ। ୧୭-ଇନଭେଷ୍ଟ ଠକେଇ ଘଟଣା: ଭଦ୍ରକରୁ ଉମାଶଙ୍କର ଦୀକ୍ଷିତଙ୍କୁ ଗିରଫ କଲା ସାଇବର ଥାନା ପୋଲିସ୍। ୧୮-ଚାଉଳ ରପ୍ତାନୀରେ ଭାରତ ପ୍ରଥମ ସ୍ଥାନରେ, ଦ୍ବିତୀୟ ସ୍ଥାନରେ ଥାଇଲାଣ୍ଡ, ତୃତୀୟ ସ୍ଥାନରେ ଭିଏତନାମ ରହିଛି । ୧୯-ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ: ଅକ୍ଟୋବର ୫ରେ କଲୋମ୍ବୋରେ ଭାରତ- ପାକିସ୍ତାନ ମୁକାବିଲା। ୨୦-ଅହମଦାବାଦ ବିମାନ ଦୁର୍ଘଟଣାର ତଦନ୍ତ ପ୍ରକିୟା ଜୋରଦାର : କେନ୍ଦ୍ର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ହେଲା କମିଟି ଗଠନ। ୨୧-ସୁପ୍ରିମକୋର୍ଟ ନିୟମରେ ପରିବର୍ତ୍ତନ, ଏବେ ଶନିବାର ମଧ୍ୟ ଖୋଲା ରହିବ ରେଜିଷ୍ଟ୍ରି। ୨୨-ମୁମ୍ବାଇକୁ ବେହାଲ କରିଛି ଲଗାଣବର୍ଷା, ୧୮ ମୃତ : ମଧ୍ୟପ୍ରଦେଶ, ରାଜସ୍ଥାନରେ ମଧ୍ୟ ଗମ୍ଭୀର ସ୍ଥିତି। ୨୩-ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ଗ୍ରାଣ୍ଡ କ୍ରସ୍ ଅଫ୍ ଦ ଅର୍ଡର ଅଫ୍ ମାକାରିଓସ୍‌ରେ ସମ୍ମାନିତ କରିଛନ୍ତି ସାଇପ୍ରସ ରାଷ୍ଟ୍ରପତି। ୨୪-ମଧ୍ୟପ୍ରାଚ୍ୟକୁ ମୁହାଁଇଲା ଆମେରିକୀୟ ଯୁଦ୍ଧ ଜାହାଜ,ଇସ୍ରାଏଲ-ଇରାନ ଯୁଦ୍ଧରେ ହୋଇପାରେ ସାମିଲ। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

👍 🙏 ❤️ 😮 🔥 🛩 🥰 43
ଖବର ଆଜିର
6/13/2025, 1:14:49 AM

*ଖବର ଆଜିର* ତାରିଖ:୧୩/୦୬/୨୫, ଶୁକ୍ରବାର ୧-ଜଳିଗଲା ବିମାନ, ଚାଲିଗଲା ଜୀବନ, ଅହମ୍ମଦାବାଦରେ ବଡ଼ ଅଘଟଣ : ୨୬୫ଯାତ୍ରୀଙ୍କ ମୃତ୍ୟୁ, ବିମାନରେ ଥିଲେ ୬୦ ବିଦେଶୀ ନାଗରିକ। ୨-ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମୃତ; ଝିଅକୁ ଭେଟିବାକୁ ଯାଉଥିଲେ ଲଣ୍ଡନ। ୩-ଅହମ୍ମଦାବାଦ ବିମାନ ଦୁର୍ଘଟଣା : ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ ଅମିତ ଶାହଙ୍କ ଶୋକ ପ୍ରକାଶ। ୪-ମୃତକଙ୍କ ପରିବାରକୁ ୧ କୋଟି ଦେବ ଟାଟା ଗ୍ରୁପ, ଆହତଙ୍କ ମାଗଣା ଚିକିତ୍ସା ଓ ମେଡିକାଲ କୋଠା ପୁନଃନିର୍ମାଣ ପ୍ରତିଶ୍ରୁତି। ୫-ଭୁବନେଶ୍ୱର:ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ, ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ୬-ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ +୩ କଟ୍‌ଅଫ୍‌ ମାର୍କ, ସବୁ ବିଭାଗରେ ରେଭେନ୍ସା ଆଗରେ। ୭-ଯାଜପୁର ଝାଡ଼ାବାନ୍ତି: ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲା, ସରକାରୀ ଭାବେ ୫ ଘୋଷଣା। ୮-ଜାତିସଂଘ ବାର୍ଷିକ ରିପୋର୍ଟରେ କିଟ୍ ବିଶ୍ୱବିଦ୍ୟାଳୟକୁ ପ୍ରଶଂସା। ୯-ଅନଲାଇନ୍ ଫୁଟବଲ ବେଟିଂ ନାମରେ ୧୦୦୦କୋଟି ଠକେଇ, ଚୀନ୍ କୁ ଲମ୍ବିଛି ଚେର,ଜଣେ ଗିରଫ। ୧୦-କେନ୍ଦୁଝର,ଝାଡଖଣ୍ଡ ବାୟାହାତୁ ଗାଁ:ରାତିରେ ଶୋଇଥିବାବେଳେ କାମୁଡିଲା ସାପ, ସ୍ବାମୀ-ସ୍ତ୍ରୀ ମୃତ। ୧୧-ଯାଜପୁର,କୁଝାଲା ଛକ:ଚାଲିଚାଲି ଯାଉଥିବାବେଳେ ପଛରୁ ଧକ୍କା ଦେଲା ବୋଲେରୋ, ମାଆ ଆଗରେ ଆଖିବୁଜିଲା ପୁଅ। ୧୨-SCBରେ ମିଳିବ ମାମୋଗ୍ରାମ ସୁବିଧା, ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ ହେବ ସ୍ତନ କର୍କଟ। ୧୩-ପୁରୀ: ନିର୍ମାଣାଧୀନ ତିନି ରଥରେ ଚଉଦ ନାହାକା ଉଠିଲା। ୧୪-ବ୍ରହ୍ମପୁର: ଲାଞ୍ଚ ନେବାବେଳେ ଇପିଏଫଓ ପିଆରଓ ଙ୍କୁ ଧରିଲା ସିବିଆଇ। ୧୫-କଷଟି ଗୋଷ୍ଠୀ ସଂଘର୍ଷ: ଭଦ୍ରକରେ ଇଣ୍ଟରନେଟ ସେବା ବନ୍ଦ,୨୭ ପ୍ଲାଟୁନ ପୁଲିସ ମୁତୟନ। ୧୬-ଶଙ୍ଖ ଭବନରେ ବିଜେଡ଼ିର କର୍ମଶାଳା: ସାମାଜିକ ଗଣମାଧ୍ୟମ ଜରିଆରେ ଦଳକୁ ସଙ୍ଗଠିତ କରିବାକୁ ଗୁରୁତ୍ଵ। ୧୭-ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ, ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୮-ବିଜେପି ସରକାରର ବର୍ଷ ପୂର୍ତ୍ତି ସମାରୋହ ନେଇ ବର୍ଷିଲା କଂଗ୍ରେସ, ପିସିସି ସଭାପତି କହିଲେ- ପ୍ରତାରଣା କ’ଣ କରିଛନ୍ତି ତାର ହିସାବ ଦିଅନ୍ତୁ। ୧୯-ବିଶ୍ବ ଟେଷ୍ଟ ଚମ୍ପିୟାନସିପ୍ ଫାଇନାଲ: ଲର୍ଡସରେ ବୋଲରଙ୍କ ରାଜୁତି,କମିନସଙ୍କୁ ୬ ଓ୍ବିକେଟ୍, ଅଷ୍ଟ୍ରେଲିଆ ଆଗୁଆ। ୨୦-ଇରାନ ଉପରେ ବଡ ହମଲା କରିପାରେ ଇସ୍ରାଏଲ, ଦୂତାବାସ ଖାଲି କଲା ଆମେରିକା; ବଢିଲା ଭୟ *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

👍 ❤️ 🙏 😮 😂 27
ଖବର ଆଜିର
6/18/2025, 12:41:02 AM

*ଖବର ଆଜିର* ତାରିଖ:୧୮/୦୬/୨୫, ବୁଧବାର ୧-ଭୁବନେଶ୍ୱର:ଝାଡାବାନ୍ତି ପାଇଁ ସବୁ ଜିଲାକୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ। ବେସରକାରୀ ମୃତ୍ୟୁ ସଂଖ୍ୟା ୨୨ ଛୁଇଁଲା। ୨-ଉପରେ ଖାଦ୍ୟ ଭଣ୍ଡାର, ତଳେ ପୁତ୍ତିଗନ୍ଧମୟ ପରିବେଶ।ସହର ସହର ଗୋଡ଼େଇଲାଣି ଡାଇରିଆ ଡର; ସାମ୍ନାକୁ ଆସିଲାଣି ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାର ନଗ୍ନ ଚିତ୍ର। ୩-ରାଜ୍ୟରେ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା,୧୭ରୁ ୨୦ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା, ବିଭିନ୍ନ ସ୍ଥାନକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ୪-ତିନି ରଥର ଭୂଇଁରେ ପଡ଼ିଲା କଇଞ୍ଚି ଓ ଅନ୍ଧାରୀ ତାଗ, ଆଗେଇ ଚାଲିଛି ନିର୍ମାଣ କାର୍ଯ୍ୟ। ୫-ଭୁବନେଶ୍ୱର:ସରିଲା ପ୍ରଥମ ପର୍ଯ୍ୟାୟ +୩ ନାମଲେଖା,୨୨ରେ ଆସିବ ଦ୍ବିତୀୟ ମେଧା ତାଲିକା। ୬-ଏଣିକି ଅନଲାଇନରେ ବୁକ୍ ହେବ ଆମ୍ବୁଲାନ୍ସ, ଓଡ଼ିଶା ଯାତ୍ରୀ ଆପ୍‌ରେ ଯୋଡ଼ି ହେବ ଏହି ସେବା। ୭-ରାଜସ୍ବ ବିଭାଗରେ ଆସିବ ସଂସ୍କାର, ପଞ୍ଚାୟତରେ ଖୋଲିବ ତହସିଲ, ଗାଁକୁ ଯିବେ ରାଜସ୍ବ ଅଧିକାରୀ। ୮-ଗୋପାଳପୁର ଦୁଷ୍କର୍ମ ଘଟଣାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ନିନ୍ଦା: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ୯-ଭୁବନେଶ୍ୱର: ଦୁର୍ନୀତିଖୋରଙ୍କୁ ଅଡ଼ୁଆ ଟୋଲ ଫ୍ରି ନମ୍ବର '୧୦୬୪',୧୭ ମାସରେ ଧରାପଡିଲେଣି ୧୪ ଲାଞ୍ଚୁଆ। ୧୦-ଭୁବନେଶ୍ୱର, ଲକ୍ଷ୍ମୀ ସାଗର:ବିଷାକ୍ତ ମଦ ପିଇ ଚାଲିଗଲା ଦୁଇ ଜୀବନ,୩ ଗୁରୁତର,ନମୁନା ସଂଗ୍ରହ ପରେ ଦୋକାନ ସିଲ୍। ୧୧-୨୦ରୁ ଖୋଲିବ ସ୍କୁଲ, ଝାଡ଼ାବାନ୍ତି ବ୍ୟାପୁଥିବାରୁ ପିଲାଙ୍କୁ ନେଇ ଚିନ୍ତାରେ ଅଭିବାବକ। ୧୨-ବଙ୍ଗୋପସାଗରରେ ଡବଲ ଲଘୁଚାପ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା। ୧୩-ଆଳି:ବଉଳ ଯୋଡ଼ି ଗାଁରେ ଗୋଷ୍ଠୀ ସଂଘର୍ଷ, ଗାଡ଼ି ପୋଡ଼ି, ଆକ୍ରମଣରେ ୧୧ରୁ ଉର୍ଦ୍ଧ୍ବ ଆହତ। ୧୪-ମାଲକାନଗିରି: ପୁଣି ମାଓ ଉପଦ୍ରବ,୩ ଜଣଙ୍କୁ ହତ୍ୟା,୧୨ଜଣକୁ ଅପହରଣ। ୧୫-ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ପଦ୍ମପୋଖରୀ ଗାଁ:ପାଦୁକା ସତ୍‌ସଙ୍ଗ ନାଁରେ ବୁଲିଲା ସାରଥି ରଥ, ଘଣ୍ଟଘଣ୍ଟା ନାମ ସଂକୀର୍ତ୍ତନ ସହ ଚାଲିଲା ପୂଜାର୍ଚ୍ଚନା। ୧୬-ରାଜା ରଘୁବଂଶୀ ହତ୍ୟାକାଣ୍ଡ ମାମଲା, ସୋନମ୍‍ ସମେତ ୫ ଅଭିଯୁକ୍ତଙ୍କୁ ନେଇ ସିନ୍‍ ରିକ୍ରିଏସନ କରୁଛି ସିଲଂ ପୁଲିସ। ୧୭-ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ୨୪ ଘଣ୍ଟାରେ ୯ ଏୟାର ଇଣ୍ଡିଆ ବିମାନ ବାତିଲ। ୧୮-ଯୁଦ୍ଧ ମଧ୍ୟରେ ତେହରାନରେ ଫସିଛନ୍ତି ଗାଜିଆବାଦର ଛାତ୍ର , ସରକାରଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କଲେ ବାପା-ମାଆ। ୧୯-ଆନନ୍ଦପୁର ପୌରାଞ୍ଚଳରେ ହୋଟେଲ ଓ ଢାବାରେ ଚଢାଉ, ମିଳିଲା ପୁଳ ପୁଳା ବାସି ଖାଦ୍ୟ। ୨୦-ଭୁବନେଶ୍ୱର:ରାଜ୍ୟରେ ପ୍ରତିଷ୍ଠା ହେବ ବନ୍ୟଜନ୍ତୁ ଶିକ୍ଷା ଏବଂ ଗବେଷଣା କେନ୍ଦ୍ର। ୨୧-ଅହମ୍ମଦାବାଦ ବିମାନ ଦୁର୍ଘଟଣା ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ଦିଗ, ଆକ୍ଟିଭ ଥିଲା ରାମ୍ ଏୟାର ଟର୍ବାଇନ୍। ୨୨-ଦକ୍ଷିଣ ଆଫ୍ରିକାରେ କ୍ୱାଜୁଲୁ-ନାଟାଲ ପ୍ରଦେଶରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୧୨ ମୃତ। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

👍 🙏 ❤️ 🎉 😮 😢 39
ଖବର ଆଜିର
6/14/2025, 12:21:53 AM

*ଖବର ଆଜିର* ତାରିଖ:୧୪/୦୬/୨୫, ଶନିବାର ୧-ଇରାନ - ଇସ୍ରାଏଲ ଯୁଦ୍ଧ:୨୦୦ ଯୁଦ୍ଧ ବିମାନରୁ ଇସ୍ରାଏଲର ମିଶାଇଲ୍ ମାଡ଼,ଇରାନର ଜବାବୀ ଆକ୍ରମଣ। ୨-ଭୁବନେଶ୍ୱର:ସରକାରୀ କର୍ମଚାରୀଙ୍କ ପାଇଁ କଡ଼ାକଡ଼ି ହେଲା ବାୟୋମେଟ୍ରିକ ଉପସ୍ଥାନ, ରେକର୍ଡ ହେବ ଇନ-ଆଉଟ ସମୟ। ୩-ଭୁବନେଶ୍ୱର:ସିଙ୍ଗିଲ ୱିଣ୍ଡୋରେ ୧୭ ପ୍ରକଳ୍ପକୁ ମଞ୍ଜୁରୀ, ରାଜ୍ୟରେ ୩୮୭୮.୮୬ କୋଟିର ପୁଞ୍ଜି ନିବେଶକୁ ମିଳିଲା ମଞ୍ଜୁରୀ। ୪-ପ୍ରତି ପଞ୍ଚାୟତରେ ଖୋଲିବ ଜନ ପୋଷଣ କେନ୍ଦ୍ର, କମ୍ ଦରରେ ମିଳିବ ଅଟା, ଚିନି, ଲୁଣ:ଖାଦ୍ୟ- ଯୋଗାଣ ମନ୍ତ୍ରୀ ୫-ସଂଧ୍ୟାରେ ରଜ ବଜାର, ଅସମ୍ଭାଳ ଭିଡ଼, ସତସଙ୍ଗ୍ ବିହାରରୁ ପଳାଶୁଣି ଯିବାକୁ ଲାଗୁଛି ୪୦ ମିନିଟ୍। ୬-ଯାଜପୁରରେ ଝାଡ଼ାବାନ୍ତି ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ରଜ ଛୁଟି ବାତିଲ। ୭-ଭୁବନେଶ୍ୱର:ସ୍ପେଶାଲ୍ ସ୍କ୍ବାଡ୍ ପଞ୍ଜାରେ ୫ ବନ୍ଧୁକ ବେପାରୀ,୬ ବନ୍ଧୁକ,୧୮ ଗୁଳି ଜବତ। ୮-ଯାଜପୁର ପରେ ଭଦ୍ରକକୁ ଡେଇଁଲାଣି ଝାଡ଼ାବାନ୍ତି; ୧୦ ବ୍ଲକର ଶତାଧିକ ଗାଁ ପ୍ରଭାବିତ। ୯-ପୁରୀ:ରଥ ରଙ୍ଗ ଓ କନା ମଣ୍ଡଣି କାମ ଆରମ୍ଭ,ଆଜି ଟୁଙ୍ଗୁରା ହେବ ତୃତୀୟ ଭୂଇଁ। ୧୦-ଗୃହରକ୍ଷୀଙ୍କ ଭତ୍ତା ବୃଦ୍ଧି କଲେ ସରକାର,୨୦୨୫ ଜାନୁଆରୀ ପହିଲାରୁ ପିଛିଲା ଭାବେ ଏହା ଲାଗୁ ହେବ। ୧୧-କେନ୍ଦୁଝର,ଠାକୁରଡ଼ିହି ଛକ:ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ୩ ଯୁବକ ମୃତ। ୧୨-ରଥଯାତ୍ରା ସୁରକ୍ଷା ଚିନ୍ତା, ପୁରୀ ରେଲଓ୍ବେ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣର ମୁକାବିଲା ନେଇ ହେଲା ମକଡ୍ରିଲ୍ ୧୩-ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା, ଆଠ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ହାର୍ଡକୋର ମାଓବାଦୀ ଗିରଫ। ୧୪-ସକାଳୁ ସକାଳୁ ତାଜା ଖବର/ ସୂଚନା ପାଇଁ ଫଲୋ କରନ୍ତୁ ଏହାକୁ https://whatsapp.com/channel/0029VaE2gETDOQIeHPrEag2L ୧୫-ପୁଣି ଭାଙ୍ଗିଲା ସବୁ ରେକର୍ଡ; ସୁନା ଦାମ୍‌ ଟପିଲା ଲକ୍ଷେ ଟଙ୍କା। ୧୬-ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାର ତଦନ୍ତ ଜାରି, ହଷ୍ଟେଲ ଛାତରୁ ମିଳିଲା ବ୍ଲାକ ବକ୍ସ। ୧୭-ଭୀଷଣ ଗ୍ରୀଷ୍ମରେ ଗୁରୁତର ହେଲା ଦିଲ୍ଲୀ ଜଳ ସଂକଟ, ୱଜିରାବାଦ ଓ ଚନ୍ଦ୍ରାବଲ ପ୍ଲାଣ୍ଟରୁ ଜଳଯୋଗାଣ ୩୦% ହ୍ରାସ। ୧୮-ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ପରେ ସମସ୍ତ ବୋଇଙ୍ଗ ବିମାନର ଅତିରିକ୍ତ ସୁରକ୍ଷା ଯାଞ୍ଚ ନିର୍ଦ୍ଦେଶ। ୧୯-ଅବଦୋଲରହିମ୍ ମୁସାଭି ଇରାନର ନୂଆ ସାମରିକ ମୁଖ୍ୟ ନିଯୁକ୍ତ। ୨୦-ଇରାନର ଆଣବିକ କେନ୍ଦ୍ର ଉପରେ ପୁଣି ବୋମା ମାଡ କଲା ଇସ୍ରାଏଲ, ଟ୍ରମ୍ପଙ୍କ ଧମକ ପରେ ଆକ୍ସନରେ ନେତନ୍ୟାହୁ। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏* ପହିଲି ରଜର ଶୁଭେଚ୍ଛା ଓ ଶୁଭକାମନା 🌹❤️

👍 🙏 ❤️ 😮 😢 🛩 48
ଖବର ଆଜିର
6/12/2025, 12:37:06 AM

*ଖବର ଆଜିର* ତାରିଖ:୧୨/୦୬/୨୫, ଗୁରୁବାର ୧-ଭୁବନେଶ୍ୱର:ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା,୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ। ୨-ପୁରୀ:ସ୍ନାନଯାତ୍ରା ଶେଷ ହେବା ପରେ ଠାକୁର ଅଣସର ଘରେ, ଆଜି ଠାରୁ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଅଲାରନାଥ। ୩-PM E ବିଦ୍ୟା ଯୋଜନା:ନବମ ଦଶମ ଶ୍ରେଣୀ ପାଠ୍ୟକ୍ରମ ପାଇଁ ପ୍ରସ୍ତୁତ ହେବ ଭିଡିଓ। ୪-୧୩ ତାରିଖରେ ସ୍ନାତକୋତ୍ତର ମେଧା ତାଲିକା ପ୍ରକାଶ,ରଜରେ ହେବ ୟୁଜି ଓ ପିଜି ନାମଲେଖା। ୫-ଯାଜପୁରରେ ସାଂଘାତିକ ଭାବେ ବ୍ୟାପିବାରେ ଲାଗିଛି ଝାଡାବାନ୍ତି,ଦୁଇ ଦିନରେ ୫୦୦ରୁ ଅଧିକ ଆକ୍ରାନ୍ତ, ଯୁବକ, ଶିଶୁ , ମହିଳା, ବୟସ୍କ ସବୁ ବର୍ଗର ଲୋକେ ଆକ୍ରାନ୍ତ। ୬-ଖାଦ୍ୟ ବିଷପ୍ରକ୍ରିୟାକରଣ ଯୋଗୁଁ ଝାଡ଼ାବାନ୍ତି, ଯାଜପୁରରେ ହୋଇଛି : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ୭-ଭୁବନେଶ୍ୱର:ଆସନ୍ତା ୧୬ ତାରିଖ ସୋମବାର, ନନ୍ଦନକାନନ ଖୋଲା ରହିବ, ମଙ୍ଗଳବାର ବନ୍ଦ। ୮-ଯାଜପୁର:ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର, ଜଣେ ମୃତ, ୨ ଗୁରୁତର। ୯-ସ୍ନାନଯାତ୍ରାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦର୍ଶନ କଲେ ମହାପ୍ରଭୁଙ୍କ ମଙ୍ଗଳ ଆଳତି। ୧୦-ପୁରୀ:ସ୍ନାନ ପୂର୍ଣ୍ଣିମାରେ ବରିଷ୍ଠ ସେବାୟତଙ୍କୁ ହତ୍ୟା, ଘର ଭିତରେ ମାରି ଦାଣ୍ଡ ଦୁଆରେ ଫିଙ୍ଗିଦେଲେ ମୃତଦେହ।ମୃତକ ହେଉଛନ୍ତି ମହାସୁଆର ସାହିର ଜଗନ୍ନାଥ ଦୀକ୍ଷିତ। ୧୧-OJEE 2025 ରେଜଲ୍ଟ: ଏମବିଏରେ ଅନୁରାଗ ମିଶ୍ର, ବି.ଫାର୍ମାରେ ଯତୀନ ଟପ୍ପର। ୧୨-ମୋହନ ସରକାରଙ୍କ ଆଉ ଏକ ମାଷ୍ଟ୍ରରଷ୍ଟ୍ରୋକ, ରଜରେ ଘୋଷଣା ହୋଇପାରେ ୧୨ ନୂଆ ଏନଏସି ! ୧୩-ନାଲକୋର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ଅଭୟ କୁମାର ବେହୁରିଆ। ୧୪-WTC ଫାଇନାଲ: ଇତିହାସ ରଚିବା ଅପେକ୍ଷାରେ ବବୁମା ବାହିନୀ, ଟକ୍କର ଦେବାକୁ ତୟାର କମିନ୍ସ ଏଣ୍ଡ କୋ। ୧୫-ଭୁବନେଶ୍ୱର:ଆଜିଠାରୁ ଭୁବନେଶ୍ୱର-ଆବୁଧାବି ସିଧାସଳଖ ଉଡ଼ିବ ବିମାନ। ୧୬-ଦେଶରେ କରୋନା ସଂକ୍ରମଣ ୭୦୦୦ ଟପିଲା, ପ୍ରଧାନମନ୍ତ୍ରୀଙ୍କୁ ଭେଟୁଥିବା ଲୋକଙ୍କ RT PCR ପରୀକ୍ଷା ବାଧ୍ୟତାମୂଳକ। ୧୭-ଏସିରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ଏବଂ ସର୍ବାଧିକ ତାପମାତ୍ରା ୨୮ ଡିଗ୍ରୀ ରଖିବାକୁ ଚିନ୍ତା କରାଯାଉଛି:କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ୧୮-୬ ହଜାର ୪୦୫ କୋଟି ଟଙ୍କାର ଦୁଇଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି।ରେଳ ପ୍ରକଳ୍ପ ଝାଡ଼ଖଣ୍ଡର ଏକ ପ୍ରମୁଖ କୋଇଲା ଉତ୍ପାଦନ କ୍ଷେତ୍ର ଦେଇଯିବ। ୧୯-ଶତାବ୍ଦୀର ସବୁଠୁ ବଡ଼ ଆବିଷ୍କାର, ଜାପାନ ସାକାର କଲା ଆର୍ଟିଫିସିଆଲ ବ୍ଲଡର ସ୍ୱପ୍ନ। ୨୦-ଶେଷରେ ସତ ମାନିଲା ସୋନମ ରଘୁବଂଶୀ, ସ୍ବାମୀ ରାଜାଙ୍କୁ ହତ୍ୟା କରିଥିବା କଲା ସ୍ବୀକାର! ୨୧-ଆମେରିକାରେ ଟ୍ରମ୍ପଙ୍କ ବିରୋଧରେ ବିକ୍ଷୋଭ ତୀବ୍ର, ୧୨ ରାଜ୍ୟର ୨୫ ସହରରେ ବ୍ୟାପିଲାଣି ହିଂସା। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

👍 ❤️ 🙏 🍉 👌 😢 😮 38
ଖବର ଆଜିର
5/18/2025, 12:41:37 AM

*ଖବର ଆଜିର* ତାରିଖ:୧୮/୦୫/୨୫, ରବିବାର ୧-ବାତ୍ୟା ଅପେକ୍ଷା ବିଜୁଳି ଘଡ଼ଘଡ଼ିରେ ଯାଉଛି ଅଧିକ ଜୀବନ, ଗତ ୫ ବର୍ଷରେ ଘଟିଛି ୧୭୦୦ ମୃତ୍ୟୁ। ୨-ଭୁବନେଶ୍ୱର: ପଞ୍ଚାୟତ ସ୍ତରରେ ଖୋଲିବ ଆଧାର ଶିବିର। ବଡ଼ଚଣାରେ ପରୀକ୍ଷା ମୂଳକ ଭାବେ ଆଧାର ଶିବିର ଆୟୋଜନ ହେବ। ୩-କଟକ: ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ପତ୍ନୀ ହୋଇ ପାରିବେ ସ୍ବାମୀଙ୍କ ଆଇନଗତ ଅଭିଭାବକ। ୪-ପୁଣି ଇସ୍କନର ମନମୁଖୀ କାର୍ଯ୍ୟକଳାପ , ଆଜି ଲଣ୍ଡନ ଚେମ୍ସଫୋର୍ଡରେ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା। ୫-ମୋହନା:ବସ୍ -ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ,ଦୁଇ ଆହତ। ୬-ଜଙ୍ଗଲ ଓ ପରିବେଶ ବିଭାଗ ନିଷ୍ପତ୍ତି, ବଜ୍ରପାତ ମୃତ୍ୟୁକୁ ରୋକିବା ପାଇଁ ଅଧିକ ତାଳଗଛ ଲଗାଯିବ। ୭-ଭୁବନେଶ୍ୱର:କମାଣ୍ଡୋ ତାଲିମ ନେବା ପାଇଁ ଯାଇନଥିବାରୁ, ୧୦ଜଣ ଆରପିଏଫ ଯବାନ ଚାକିରିରୁ ନିଲମ୍ୱିତ। ୮-ଭୁବନେଶ୍ୱର:ଶିଳ୍ପ ପାଇଁ ଜମି ନେଇ କାମ କରୁନଥିବା ଶିଳ୍ପାନୁଷ୍ଠାନକୁ ଦ୍ୱିତୀୟ ସୁଯୋଗ ଦେଲେ ରାଜ୍ୟ ସରକାର ୯-ଭୂମିରେ ବସି ଦିବ୍ୟ ମହାପ୍ରସାଦ ଖାଇବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ। ୧୦-ପୁରୀ ଆସିଥିଲା ପାକିସ୍ତାନୀ ସ୍ପାଏ ୟୁଟ୍ୟୁବର, ଜଗନ୍ନାଥ ମନ୍ଦିର ସହ ସହର ବୁଲି ଭିଡିଓ ବନାଇଥିଲା। ୧୧-ରାଜ୍ୟ କଂଗ୍ରେସର କୋଷାଧ୍ୟକ୍ଷ ହେଲେ ସିଦ୍ଧାର୍ଥ ସ୍ୱରୂପ ଦାଶ, ଉପ ସଭାପତି ତାଲିକାରେ ୭ ନେତା। ୧୨-ଜୁନ ୨୨ରେ ଯାଜପୁରରେ ଟାଟା ପ୍ରକଳ୍ପର ଶୁଭାରମ୍ଭ, ମିଳିବ ୩୪ ହଜାର ନିଯୁକ୍ତି। ୧୩-ବାସୁଦେବପୁର:୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ କନିଷ୍ଠ ଯନ୍ତ୍ରୀ। ୧୪-IPL: ବାତିଲ ମ୍ୟାଚରୁ RCBକୁ ୧ ପଏଣ୍ଟ,KKR ବିଦା। ୧୫-IPLରେ ଆଜି ଯୁଗଳ ମୁକାବିଲା : ରାଜସ୍ଥାନ -ପଞ୍ଜାବ,ଦୀଲ୍ଲି -ଗୁଜୁରାଟ। ୧୬-ପ୍ରକାଶ ପାଇଲା ପ୍ରଥମ ମାସିକିଆ ନିଯୁକ୍ତି ସର୍ଭେ ରିପୋର୍ଟ: ଭାରତରେ, ଏପ୍ରିଲ୍‌ରେ ବେରୋଜଗାରୀ ହାର ୫.୧ %। ୧୭-ଜାତିସଂଘ ରିପୋର୍ଟ: ୬.୩ ପ୍ରତିଶତ ଜିଡିପି ହାର ସହ ଭାରତକୁ ମିଳିଲା ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥାର ମାନ୍ୟତା। ୧୮-୨୨ରେ ସାଇକ୍ଲୋନିକ୍ ସର୍କୁଲେସନ ! ଆରବ ସାଗରରେ ସୃଷ୍ଟି ହେଉଛି ଏକ ଲଘୁଚାପ କ୍ଷେତ୍ର। ୧୯-ଭାରତର ଗୁପ୍ତ ସାମରିକ ସୂଚନା ପାକିସ୍ତାନକୁ ପଠାଇବା ଅଭିଯୋଗରେ ସୁରକ୍ଷା ଏଜେନ୍ସି ଦ୍ବାରା, ହରିୟାଣାର ହିସାରରୁ ମହିଳା ୟୁଟ୍ୟୁବର ଜ୍ୟୋତି ରାଣୀ ଗିରଫ। ୨୦-ଭାରତରେ ରହି ପାକିସ୍ତାନକୁ ସମର୍ଥନ କରୁଥିବା ୬୫ଜଣ ଦେଶଦ୍ରୋହୀଙ୍କୁ ଗିରଫ କରିଛି ଆସାମ ପୁଲିସ। ୨୧-ତୁର୍କୀ, ଆଜରବାଇଜାନ ସହିତ ସମସ୍ତ ଏମଓୟୁ ରଦ୍ଦ କଲା ଚଣ୍ଡୀଗଡ଼ ବିଶ୍ଵବିଦ୍ୟାଳୟ। ୨୨-ପାକିସ୍ତାନର ୧୦୦ କିମି ଭିତରେ ପଶି ଆକ୍ସନ, ଦେଶ ସ୍ଵାଧୀନତାରେ ପ୍ରଥମ: ଅମିତ୍ ଶାହ। 🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏

👍 🙏 ❤️ 😮 🌹 🎉 🐟 😢 37
ଖବର ଆଜିର
5/19/2025, 12:34:07 AM

*ଖବର ଆଜିର* ତାରିଖ:୧୯/୦୫/୨୫, ସୋମବାର ୧-ଭୁବନେଶ୍ୱରରେ ଖୋଲିବ ଏନଆଇଏ ଶାଖା, ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି। ୨-ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣୀ, ଅଶୋକନଗର ନୂଆ କାର୍ଯ୍ୟାଳୟରେ ସକାଳ ୮ଟାରୁ ଆରମ୍ଭ ହେବ। ୩-ମୋହନ ସରକାରଙ୍କ ବର୍ଷ ପୂରାଣି ଲାଗି ଆରମ୍ଭ ହୋଇଛି ଉଦ୍ୟମ । ସରକାରଙ୍କ ସଫଳତା ଓ ପ୍ରତିଶ୍ରୁତି ପୂରଣର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଯିବ। ୪-ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଉତ୍ସବ : ପରମ୍ପରା ଅନୁଯାୟୀ ଅଖ ଡେରା ନୀତି ସମ୍ପୂର୍ଣ କରିବେ ଭୋଇ ସେବକ। ୫-ନୟାଗଡରୁ ବୌଦ୍ଧକୁ ଗଡିବ ରେଳ, ୩୦୦ ଶଯ୍ୟା ବିଶିଷ୍ଟ ହେବ ଡାକ୍ତରଖାନା। ୬-ଭିଏସ ଏସ ନଗର, ଭୁବନେଶ୍ୱର: ମୁଣ୍ଡରେ ବିୟର ବୋତଲ ଛେଚିଲେ,ଜଣକୁ କାବୁକଲା ପୋଲିସ୍। ୭-ପାଟଣା:ଚୋରା ଚାଲଣବେଳେ ୬୫ରୁ ଅଧିକ ଗୋରୁ ଉଦ୍ଧାର, କଲିକତାକୁ ନେଉଥିଲେ ମାଫିଆ। ୮-ରାଉରକେଲା: କୋଏଲ ନଦୀରେ ଭାସିଯାଇ ଜଣେ ଛାତ୍ର ନିଖୋଜ। ୯-ଜଟଣୀ କନ୍ତିଆରେ ୧୫ଏକର ଜମି ମାଲିକାନା ମାମଲା : ଶ୍ରୀମନ୍ଦିର ପ୍ରଶାସନ ସପକ୍ଷରେ ହାଇକୋର୍ଟଙ୍କ ରାୟ। ୧୦-ଗଜପତି:ମାରଲବା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଏକାଧିକ ଯାତ୍ରୀ ଗୁରୁତର। ୧୧-କଟକ : କାଠଯୋଡିରେ ବୁଡି ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଇଞ୍ଜିନିୟର ନିଖୋଜ । ୧୨-ଜୟପୁର:ରାଜସ୍ଥାନକୁ ୧୦ ରନରେ ପରାସ୍ତ କରି ପ୍ଲେ-ଅଫ୍ ସମ୍ଭାବନାକୁ ବଢାଇଲା ପଂଜାବ। ୧୩-ଫୁଲବାଣୀ: ସ୍ଥାନୀୟ ମାଷ୍ଟରପଡା ତୋଟାସାହିରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।ମୃତ ଯୁବକ ଜଣକ ସିଦ୍ଧାର୍ଥ ଶଙ୍କର ପଣ୍ଡା(୨୮)। ୧୪-କଟକ:ଗାଡ଼ି ଦେବା ନାମରେ ୧୮୦୦୦୦ ଟଙ୍କା ଲୁଟ,ଅଭିଯୁକ୍ତ ପ୍ରିୟବ୍ରତ ଦାସକୁ ଗିରଫ। ୧୫-ସମ୍ବଲପୁର: ନିଶା ବିରୋଧି ଅଭିଯାନରେ ବିପୁଳ ନିଶା ଦ୍ରବ୍ୟ ସହିତ କାର ଓ ବୁଲେଟ ଜବତ, ୭ ଗିରଫ। ୧୬-ନୂଆଦିଲ୍ଲୀ:ୟୁକ୍ରେନ ଉପରେ ରୁଷର ସବୁଠୁ ବଡ ହମଲା, ଏକ ସଙ୍ଗେ ମାଡ କଲା ୨୭୩ ଡ୍ରୋନ। ୧୭-ଗୁଜରାଟ୍ ଟାଇଟନ୍ସର ଐତିହାସିକ ବିଜୟ; ବିନା କୌଣସି ଓ୍ବିକେଟ୍ ହରାଇ ୨୦୦ ରନ୍ ଚେଜ୍। ୧୮-ଲକ୍ଷ୍ନୌ:IPL ୬୧ତମ ମ୍ଯାଚ୍- ସୁପରଜାଏଣ୍ଟସ୍ ପାଇଁ ଆଜି କର ବା ମର ସ୍ଥିତି। ୧୯-ହାଇଦ୍ରାବାଦରେ ଚାରମୀନାର ନିକଟରେ ଭୟଙ୍କର ଅଗ୍ନିକାଣ୍ଡ, ୧୭ ମୃତ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ୨୦-ବିଶ୍ୱର ପ୍ରଥମ ମାନବ ମୂତ୍ରାଶୟ ପ୍ରତିରୋପଣ କଲେ କାଲିଫର୍ଣ୍ଣିଆର ଡାକ୍ତର ଦଳ। ୨୧-ପାକିସ୍ତାନର ସମସ୍ୟା ବଢିଲା, ଆଇଏମଏଫ୍ ରଖିଲା ୧୧ ସର୍ତ୍ତ। ୨୨-ପାକିସ୍ତାନର ସିନ୍ଧରେ ଭାରତର ଶତ୍ରୁ ଲସ୍କରର କମାଣ୍ଡର ଆତଙ୍କୀ ସୈଫୁଲ୍ଲା ନିହତ। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

👍 🙏 ❤️ 😂 🇮🇳 🔥 😢 😮 31
Link copied to clipboard!