ଖବର ଆଜିର
January 24, 2025 at 11:29 PM
*ଖବର ଆଜିର* ତାରିଖ:୨୫/୦୧/୨୫, ଶନିବାର ୧-ଫେବୃଆରୀ ୧୭ରେ ରାଜ୍ୟ ବଜେଟ, ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକ ଅନଲାଇନରେ ମତାମତ ଦେଇ ପାରିବେ। ୨-ମଣ୍ଡିରେ କାନ୍ଦୁଛି ଚାଷୀ । ଥମୁନି ଧାନ ବିକ୍ରି ଯନ୍ତ୍ରଣା । କଟକ ନିଆଳିରେ ମଣ୍ଡି ସ୍ଥାନାନ୍ତରଣକୁ ବିରୋଧ କରି ରାସ୍ତା ଉପରେ ଧାନ ପୋଡ଼ିଲେ ଅନ୍ନଦାତା। ୩-ପୁଣି ରିମାଣ୍ଡରେ ଆସିବେ ହାଇ ପ୍ରୋଫାଇଲ ଠକ ହଂସିତା-ଅନିଲ, ଯୁବତୀ ଚାଲାଣ ଲିଙ୍କ୍ ଖୋଲିବ। ୪-ପ୍ରି’ ବଜେଟ୍‌ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା, ଚଳିତ ବର୍ଷ ଦିଆଯିବ ୪୦ ହଜାର ନିଯୁକ୍ତି। ୫-ଭୁବନେଶ୍ୱର:ବ୍ୟାଙ୍କ କର୍ମଚାରୀ ବେଶରେ ଆସିଲେ, ତାଡିନେଲେ ATM । ଚୋରି ଅଟୋରେ ବୋହି ନେଲେ ଟଙ୍କା ଭର୍ତ୍ତି ଏଟିଏମ୍ ମେସିନ । ଟଙ୍କା ନେବା ପରେ ଗଙ୍ଗୁଆ ନାଳରେ ଭସାଇ ଅଭିଯୁକ୍ତ ଚମ୍ପଟ୍ । ୬-ସୁଭଦ୍ରା ପୋର୍ଟାଲରେ ପୁରୁଷ କେମିତି କଲେ ଆବେଦନ ? ବଢ଼ିଲାଣି ରାଜନୀତି। ୭-ଫେବ୍ରୁଆରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ, ୫ ଓ ୬ ରେ କାଉଣ୍ଟରରେ ଏବଂ ୨ ରେ ଅନଲାଇନରେ ହେବ ଟିକେଟ ବିକ୍ରି। ୮-'ସମସ୍ତଙ୍କ ପାଇଁ ଶିକ୍ଷା' ଏଇ ବାର୍ତ୍ତା ନେଇ ଆଜି କିଟ୍ ଓ କିସ୍ ପକ୍ଷରୁ ସାରା ଓଡ଼ିଶାରେ ଅନୁଷ୍ଠିତ ହେଉଛି ମିନି ମାରାଥନ। ୯-ରାଜ୍ୟରେ ଆବାସ ସର୍ଭେ ଆରମ୍ଭ, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର : ମନ୍ତ୍ରୀ ୧୦-ଶୀତ ଦିନରେ ୫୨ବର୍ଷର ରେକର୍ଡ ଭାଙ୍ଗିଲା ତାତି, କୋରାପୁଟରେ ସର୍ବୋଚ୍ଚ ତାପମାତ୍ରା ୩୩ .୨ଡିଗ୍ରୀ। ୧୧-ଆନନ୍ଦପୁର:ଖଣି ବିଭାଗ ଓ ପୋଲିସର ମିଳିତ ଚଢାଉ, ୩ ବାଲି ବୋଝେଇ ହାଇୱା ଜବତ। ୧୨-ଲକ୍ଷ୍ମୀପୁର:ନାରାୟଣ ପାଟଣାସ୍ଥିତ ଲେମନ ଗ୍ରାସ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ୧୩-ଜିଓ ଭାରତ ଫୋନରେ ମାଗଣାରେ ଉପଲବ୍ଧ ହେବ ୟୁପିଆଇ ପେମେଣ୍ଟ ଆଲର୍ଟ, ସାଧାରଣତନ୍ତ୍ର ଦିବସରୁ ଆରମ୍ଭ ହେବ ସେବା। ୧୪-ଅମୁଲ ପକ୍ଷରୁ କ୍ଷୀର ମୂଲ୍ୟ ହ୍ରାସ କରାଯାଇଛି। ସାରା ଦେଶରେ ୧ ଲିଟର କ୍ଷୀର ପିଛା କମ୍ପାନୀ ୧ ଟଙ୍କା କମାଇଛି। ୧୫-ବିଜେପି ଯାହା ବାଣ୍ଟୁଛି ନିଅ, କିନ୍ତୁ ଭୋଟ ଦିଅନି; ଭୋଟରଙ୍କୁ କେଜ୍ରିଓ୍ବାଲଙ୍କ ପରାମର୍ଶ। ୧୬-UPSC ସିଭିଲ୍ ସେବା ପରୀକ୍ଷା ପାଇଁ ବଦଳିଲା ଆବେଦନ ନିୟମ, ଏବେ ପ୍ରଥମେ ଦାଖଲ କରିବାକୁ ପଡ଼ିବ ଦସ୍ତାବିଜ। ୧୭-ଓଡ଼ିଶା-ଛତିଶଗଡ଼ ସୀମାରେ ମିଳିଲା ୧୨ ମାଓବାଦୀଙ୍କ ପରିଚୟ, ମୃତକଙ୍କ ମଧ୍ୟରେ କଟକ ଯୁବକ, ୧୮ ଲକ୍ଷ ଟଙ୍କା ଥିଲା ପୁରସ୍କାର। ୧୮-ଅଭିନେତା ଶ୍ରେୟସ ତଲପଡେ ଓ ଆଲୋକ ନାଥଙ୍କ ବିରୋଧରେ ଠକେଇ ମାମଲା ରୁଜୁ। ୧୯-ବିରେନ୍ଦ୍ର ସେହୱାଗ, ନିଜର ପତ୍ନୀ ଆରତୀ ଅହଲାୱତଙ୍କ ଠାରୁ ବିବାହର ୨୦ ବର୍ଷ ପରେ ଅଲଗା ହେବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ୨୦-ବ୍ରିଟେନରେ ସିନେମା ଏମରଜେନ୍ସିକୁ ଜୋରଦାର ବିରୋଧ । ଥିଏଟରରେ ପଶି କଲେ ସିନେମା ବନ୍ଦ, ଦର୍ଶକଙ୍କୁ ଧମକ ଦେଲେ ଖଲିସ୍ତାନୀ ସମର୍ଥକ। ୨୧-ଫେବୃଆରୀ ୫ରେ ପ୍ରୟାଗରାଜ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ । ତ୍ରିବେଣୀ ସଂଗମରେ ବୁଡ ପକାଇବା ସହ ସାଧୁସନ୍ଥଙ୍କୁ ଭେଟିପାରନ୍ତି ମୋଦୀ। ୨୨-ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଓହରି ଯିବାକୁ ଚାହୁଁଥିବା ଘୋଷଣା ପାଇଁ ଆମେରିକାକୁ ପୁନର୍ବିଚାର କରିବାକୁ ଆହ୍ୱାନ ଦିଆଯାଇଛି। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍 ❤️ 🙏 ☠️ 🎉 😮 26

Comments