ଖବର ଆଜିର
January 28, 2025 at 12:45 AM
*ଖବର ଆଜିର* ତାରିଖ:୨୮/୦୧/୨୫, ମଙ୍ଗଳବାର ୧-ଆଜିଠୁ ଶିଳ୍ପ ମହାକୁମ୍ଭ ଉତ୍କର୍ଷ ଓଡିଶା- ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୫, ୨ଲକ୍ଷ ୧୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସମ୍ଭାବନା। ୨-ଭୁବନେଶ୍ୱର:ଅବସରପ୍ରାପ୍ତ IAS ମଧୁସୂଦନ ପାଢ଼ୀ ହେଲେ ରାଜ୍ୟ ନିର୍ବାଚନ କମିଶନର। ୩-ପୂର୍ବତନ ଡିଜିପି ପ୍ରକାଶ ମିଶ୍ରଙ୍କୁ ମିଳିଲା ବଡ ଦାୟିତ୍ୱ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଭାବେ ପାଇଲେ ନିଯୁକ୍ତି। ୪-ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ହେଲେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ। ୫-ଅବସରପ୍ରାପ୍ତଙ୍କୁ ଦାୟିତ୍ୱ ପରେ ବଢ଼ିଲା ଚର୍ଚ୍ଚା । ସରକାର ବଦଳିଲା, ହେଲେ ବଦଳିଲାନି ଢାଞ୍ଚା । ୬-ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କଲେ ମାଓବାଦୀ, ଘଟଣା ସ୍ଥଳରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର। ୭-ବାଲେଶ୍ଵର:କଳସ ଶୋଭାଯାତ୍ରାକୁ ଯିବାବେଳେ ଓଲଟିଲା ଭ୍ୟାନ୍, ୧୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଗୁରୁତର। ୮-୮୮%ରେସନ କାର୍ଡ ekyc ଅପଡେଟ ଶେଷ,ହାତରେ ଅଛି ଆଉ ଚାରି ଦିନ। ୯-ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ: କଟକଣା ଜାରି କଲା ପୁଲିସ କମିଶନରେଟ୍‌,୧୦.୨୫ରୁ ସକାଳ ୧୧.୧୦ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ-ରାଜଭବନ ଛକ-ଜୟଦେବ ବିହାର -ନାଲକୋ ଛକକୁ ଯାନବାହାନ ଚଳାଚଳ ମନା। ୧୦-ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟର ବିକାଶ ପାଇଁ ୮୬.୯୧ କୋଟି ଟଙ୍କା ମଞ୍ଜୁର। ୧୧-୭ ମାସରେ ୫ଥର ଓଡ଼ିଶା ଆସିଲେଣି ମୋଦୀ, ସକ୍ରିୟ ହେଉଛି ବିଜେପି ସଂଗଠନ। ୧୨-ବାଳକୃଷ୍ଣ କୁଅଁର,ସୁନ୍ଦର ନାରାୟଣ ପାତ୍ର,ସୁସମୀ ବଧୂଲିକ ଓ ଜିତ୍ କୁମାର ଜେନା ପାଇବେ ଏବର୍ଷର ସିଭି ରମଣ ପୁରସ୍କାର। ୧୩-ପାରାଦୀପ:ମଦ୍ୟପ ଡ୍ରାଇଭରର ଉନ୍ମତ୍ତକାଣ୍ଡ, ସମୁଦ୍ର କୂଳ ଦୋକାନ ଉପରେ ଗାଡ଼ି ଚଢାଇ ଦେବାରୁ ୬ ଆହତ। ୧୪-ରାୟଗଡା:ମଝିଘରିଆଣୀ ମନ୍ଦିର ହୁଣ୍ଡିରୁ ବାହାରିଲା ୯୪ ଲକ୍ଷ ଟଙ୍କା ସହ ୯୩ ଗ୍ରାମ ସୁନା। ୧୫- ଜନତା ମଇଦାନରେ ଉତ୍କର୍ଷ ଓଡିଶା ପାଇଁ ମୁତୟନ ହେବେ ୬୦ ପ୍ଲାଟୁନ ପୁଲିସ ଫୋର୍ସ।ବିଭିନ୍ନ ରାଙ୍କ୍‌ର ୪୦୦ରୁ ଅଧିକ ଅଧିକାରୀ ମୁତୟନ ହେବେ। ୧୬-ବୁମ୍‌ରା ୨୦୨୪ର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର, ସ୍ମୃତି ମନ୍ଧାନା ମହିଳା ଦିନିକିଆ କ୍ରିକେଟର ଅଫ୍ ଦି ଇୟର। ୧୭-ଆୟୁଷ୍ମାନ ଭାରତ ସେବା ବନ୍ଦ କରିବେ ହରିୟାଣାର ୬୦୦ ଘରୋଇ ଡାକ୍ତରଖାନା। ୧୮-ରାଜକୋଟ: ତୃତୀୟ T20 ଆଜି, ଶୃଙ୍ଖଳା ବିଜୟ ଲକ୍ଷରେ ଭାରତ। ୧୯-ପ୍ରୟାଗରାଜରେ ବୁଡ ପକାଇଲେ ଗୃହମନ୍ତ୍ରୀ ଅମିତ୍‌ ଶାହ।ଏଯାଏଁ ପ୍ରାୟ ୧୩.୨୧ କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭରେ ବୁଡ ପକାଇସାରିଲେଣି। ୨୦-ମିଲ୍କ୍ ମନ୍ତ୍ରକୁ ଅଧିଗ୍ରହଣ କଲା ହଟ୍‌ସନ୍ ଆଗ୍ରୋ ପ୍ରଡକ୍ଟ ଲିମିଟେଡ, ଉଚ୍ଚମାନର ଦୁଗ୍ଧ ଜାତୀୟ ଉତ୍ପାଦ ଯୋଗାଇବାରେ କମ୍ପାନିର ଲକ୍ଷ୍ୟ ହେବ ଆହୁରି ସୁଦୃଢ଼। ୨୧-ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ଲାଗୁ ହେଲା ସମାନ ନାଗରିକ ସଂହିତା‌। ୨୨-ଦିଲ୍ଲୀ ବୁରାଡୀରେ ଭୂଶୁଡିଲା ୪ ମହଲାକୋଠା, ଅନେକ ଲୋକ ଦବି ରହିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି। ୨୩-ଦୁନିଆରେ ଚହଳ ପକାଇଲା ଚୀନର DeepSeek AI, ସିଲିକନ୍ ଭ୍ୟାଲିରେ ହଇଚଇ, ଚିନ୍ତାରେ ChatGPT ଏବଂ ଗୁଗଲ Gemini। ୨୪-ଦକ୍ଷିଣ ନାଇଜେରିଆ:୧୭ଟି ଗାଡ଼ିକୁ ଧକ୍କା ଦେଲା ଟ୍ୟାଙ୍କର, ଘଟିଲା ବିସ୍ଫୋରଣ; ଜଳିଗଲେ ୧୮। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍 ❤️ 🙏 😢 🎉 😮 25

Comments