ଖବର ଆଜିର
February 2, 2025 at 12:52 AM
*ଖବର ଆଜିର* ତାରିଖ:୦୨/୦୨/୨୫, ରବିବାର ୧-ରାଜ୍ୟରେ ଧୀରେ ଧୀରେ ବଢ଼ୁଛି ତାତି, କୁହୁଡି ପାଇଁ ୧୬ ଜିଲ୍ଲାକୁ ୨୪ ଘଣ୍ଟା ୟେଲୋ ଆଲର୍ଟ ଜାରି। ୨-ନୂଆ ଟିକସ ବ୍ୟବସ୍ଥାରେ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼,ଆଗାମୀ ସପ୍ତାହରେ ଆସିବ ନୂଆ ଆୟକର ଟିକସ ବିଧେୟକ। ୩-ବରିଷ୍ଠ ନାଗରିକଙ୍କ ପାଇଁ ଟିଡିଏସ ସୀମା ୫୦ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି। ୪-ଆୟକର ଦାଖଲ ସୀମା ୨ରୁ ୪ ବର୍ଷକୁ ବୃଦ୍ଧି, ପୂର୍ବ ୪ ବର୍ଷର ଆୟକର ରିଟର୍ନ ଦାଖଲ ଏକସଙ୍ଗେ କରିପାରିବେ। ୫-୨୦୧୪ ପରଠାରୁ ନିର୍ମିତ ୫ ଆଇଆଇଟିର ଭିତ୍ତିଭୂମି ବିକାଶ ହେବ, ଆଇଆଇଟି ଶିକ୍ଷାନୁଷ୍ଠାନରେ ବଢ଼ିବ ୬୫୦୦ ସିଟ୍‌। ୬-୫୦ ପର୍ଯ୍ୟଟନ ସ୍ଥଳୀର ବିକାଶ କରାଯିବ। ପର୍ଯ୍ୟଟନ ଶିଳ୍ପର ବିକାଶ ଲାଗି ୨୦ ହଜାର କୋଟି ଟଙ୍କା ବ୍ୟୟବାରଦ।। ୭-ମହଙ୍ଗା ହେବ: ଫ୍ଲାଟ ପ୍ୟାନେଲ ଡିସପ୍ଲେ ଟିଭି, ପ୍ଲାଷ୍ଟିକ ଉପକରଣ, ନିଟେଡ ଫାବ୍ରିକ। ୮-ଶସ୍ତା ହେବ: କର୍କଟ ଔଷଧ,ଇଭି କାର,ମୋବାଇଲ ଫୋନ, ବୈଦ୍ୟୁତିକ ଉପକରଣ,ମେଡିକାଲ ଉପକରଣ, ୯-ସବୁ ଜିଲା ମୁଖ୍ୟ ଚିକିତ୍ସାଳୟରେ କର୍କଟ ଚିକିତ୍ସା କେନ୍ଦ୍ର, ଆଗାମୀ ୫ ବର୍ଷରେ ବଢ଼ିବ ୭୫ ହଜାର ମେଡିକାଲ ସିଟ୍‌। ୧୦-ଜାତୀୟ ରାଜପଥ ୧୬ରେ ଚୋରା ଚାଲାଣବେଳେ ୧୮ ଟନ ତମାଖୁପତ୍ର ବୋଝେଇ ଟ୍ରକ ଜବତ। ୧୧-ଭଦ୍ରକ: ଡମ୍ଫରକୁ ଧକ୍କା ଦେଲା ଆମ୍ବୁଲାନ୍ସ,ବାପାର ମୃତଦେହ ନେଇ ଫେରିବା ବେଳେ ଦୁର୍ଘଟଣା, ପୁଅ, ଜ୍ୱାଇଁ ସହ ୩ ମୃତ। ୧୨-ରାସନକାର୍ଡ ଫେରାଇଲେଣି ୨୦ ହଜାର ସରକାରୀ ଚାକିରିଆ, ଠିକା କର୍ମଚାରୀଙ୍କ କଟିବ ନାହିଁ କାର୍ଡ: ମନ୍ତ୍ରୀ ୧୩-ବାରବାଟୀ ଦିନିକିଆ ପାଇଁ ରବିବାରଠୁ ଅନ୍‌ଲାଇନ୍ ଟିକେଟ୍ ବିକ୍ରି, ଅପରାହ୍ନ ୪ଟାରୁ ହେବ ଉପଲବ୍ଧ।ଅନ୍‌ଲାଇନ୍‌ରେ ବିକ୍ରି ହେବ ୪ ହଜାର ଟିକେଟ୍ । ୧୪-ଧର୍ମଗଡ଼଼:ପୁଲିସକୁ ଲିଫ୍ଟମାଗି ଫସିଲେ ଡକାୟତ, ୩କୋଟି ୫୧ ଲକ୍ଷ ଟଙ୍କା ଜବତ, ୮ ଗିରଫ। ୧୫-ଭୁବନେଶ୍ୱର:ଏଣିକି ଆପାର୍ଟମେଣ୍ଟ କିଣା ବିକା ହେବ ସହଜ, ପୁରୁଣା ଆପାର୍ଟମେଣ୍ଟ କିଣା ବିକା କରିପାରିବେ। ୧୬-କଳାହାଣ୍ଡି:ଟଙ୍କା ଲୁଟିଲେ ଏଟିଏମରେ ଟଙ୍କା ଭରୁଥିବା କର୍ମଚାରୀ, ୧୦ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ଜେଲ ଗଲେ ୫ ଅଭିଯୁକ୍ତ। ୧୭-ଡମଣାଛକ: ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା କାର୍, ଏକାଧିକ ଆହତ। ୧୮-ଲମତାପୁଟ:ଡଙ୍ଗାରେ ରିଲ କରିବା ହେଲା କାଳ, ଡଙ୍ଗାବୁଡ଼ି ୨ ନାବାଳକ ନିଖୋଜ। ୧୯-ନୂଆ ଦିଲ୍ଲୀ:ବିଜେପିରେ ମିଶିଲେ ଆପରୁ ଇସ୍ତଫା ଦେଇଥିବା ଦିଲ୍ଲୀର ୮ଜଣ ବିଧାୟକ। ୨୦-ଦଳାଚକଟା ପରେ ବାରାଣସୀରେ ୫ ପର୍ଯ୍ୟନ୍ତ ଗଙ୍ଗା ଆଳତି ସ୍ଥଗିତ। ୨୧-ମୁଦ୍ରାସ୍ପିତି ନିୟନ୍ତ୍ରଣରେ ରଖିବାକୁ ବଡ଼ ନିଷ୍ପତ୍ତି । ବଜେଟରେ ଶସ୍ତା ହେଲା ବିଦ୍ୟୁତ୍ ଚାଳିତ ଉପକରଣ ଓ ମେଡିସିନ। ୨୨-କିଷାନ କ୍ରେଡିଟ କାର୍ଡ ଋଣ ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି, ଉପକୃତ ହେବେ ୭.୭ କୋଟି କୃଷକ। ୨୩-ବିଜାପୁର,ଗାଙ୍ଗାଲୁରରେ ଗୁଳି ବିନିମୟ: ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ନକ୍ସଲ ନିହତ। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍 ❤️ 🙏 💐 😮 27

Comments