ଖବର ଆଜିର
February 3, 2025 at 01:23 AM
*ଖବର ଆଜିର* ତାରିଖ:୦୩/୦୨/୨୫, ସୋମବାର ୧-ମାଘ ସପ୍ତମୀରେ ଚନ୍ଦ୍ରଭାଗା ବୁଡ଼ ପାଇଁ ଟ୍ରାଫିକ କଟକଣା ଜାରି, ଆଜି ଦିନ ୧୨ଟାରୁ ଫେବୃଆରୀ ୪ ତାରିଖ ସକାଳ ୮ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ନିୟନ୍ତ୍ରଣ କରାଯିବ। ୨-ବନ୍ଦ ହେବ ଆମ ଓଡ଼ିଶା, ନବୀନ ଓଡ଼ିଶା ! ଖର୍ଚ୍ଚ ହିସାବ ଖୋଜିଲେ ସରକାର। ୩-ବାଲେଶ୍ଵର:ଆକାଶ ମାର୍ଗରେ ପ୍ରତିରକ୍ଷା ବ୍ୟବସ୍ଥା, କ୍ଷେପଣାସ୍ତ୍ରର ତିନି ଥର ପରୀକ୍ଷାମୂଳକ ଉଡାଣ ସଫଳ। ୪-ପୁରୀ: ବାଲୁଖଣ୍ଡ ଅଭୟାରଣ୍ୟ,୨ମାସରେ ୯ କୃଷ୍ଣସାର ମୃଗଙ୍କ ଅକାଳ ମୃତ୍ୟୁ। ୫-ପୁରୀ: ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ପାଇଁ ରଥକାଠ ହେଲା ଅନୁକୂଳ। ୬-ମାଘରେ ୩୪ ଟପିଲା ଭୁବନେଶ୍ୱର ତାପମାତ୍ରା, ଆଗକୁ ହୋଇପାରେ ଅସମ୍ଭାଳ। ୭-ମହିଳାଙ୍କ ପାଇଁ ଆସିଲା ଖୁସିଖବର, ଫେବୃଆରୀ ୮ ରେ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ୮-ଅନଲାଇନ୍ ବେଟିଂ ଗେମର ପର୍ଦ୍ଦାଫାସ କଲା ବଲାଙ୍ଗୀର ପୋଲିସ; ୫ ଅଭିଯୁକ୍ତ ଗିରଫ, ଜବତ ହେଲା ୧୮ ମୋବାଇଲ ସହ ୩ ଲ୍ୟାପଟପ୍‌। ୯-ପାଟଣାଗଡ଼,ପାଢ଼େଲ ଗାଁ:ଖେଳିବା ବେଳେ ଫୁଟିଗଲା ମୋବାଇଲ ବ୍ୟାଟେରୀ, ଦୁଇ ଶିଶୁ ଗୁରୁତର। ୧୦-ବାରବାଟୀ ଦିନିକିଆ ପାଇଁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହେଉ ହେଉ ଅଧଘଣ୍ଟା ଭିତରେ ସରିଗଲା । ୧୧-ପାଟଣାଗଡ଼:ଓଡ଼ିଶାରୁ ଛେଳି ଚୋରି, ଛତିଶଗଡରୁ ଗିରଫ ସହ ୭ ଛେଳି ଉଦ୍ଧାର। ୧୨-ବର୍ଣ୍ଣବୋଧର ନୂଆ ଶୋଭନ ସଂସ୍କରଣକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, କହିଲେ ବର୍ଣ୍ଣବୋଧରେ ବିଲେଇ ଆସିବା ପୂର୍ବରୁ ହରିଣ ଥିଲା। ୧୩-କଳାହାଣ୍ଡି:ଦୁଆରସନୀଠାରେ ମହୁମାଛି ଆକ୍ରମଣରେ ୧୫ ଛାତ୍ରଛାତ୍ରୀ ଅସୁସ୍ଥ, ସରସ୍ୱତୀ ପୂଜା ଚାଲିଥିବା ବେଳେ ହେଲା ଆକ୍ରମଣ। ୧୪-ନାକ୍ ରେଟିଂ କେଳେଙ୍କାରୀ,ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସରଙ୍କ ସହ ୧୦ ଜଣଙ୍କୁ ବାନ୍ଧିଛି CBI । ୧୫-ମୁମ୍ବାଇ:ଇଂଲଣ୍ଡର ଶୋଚନୀୟ ପରାସ୍ତ, ଟି-୨୦ ଶୃଙ୍ଖଳା ଜିତିଲା ଭାରତ। ୧୬-ନୂଆଦିଲ୍ଲୀ:ବରଯାତ୍ରୀଙ୍କ ସହ ମିଶି ଜ୍ବାଇଁ ନାଚିଲେ ଚୋଲି କେ ପିଛେ କ୍ୟା ହୈ । ରାଗିଗଲେ ଶ୍ବଶୁର , ଭାଙ୍ଗିଦେଲେ ବାହାଘର। ୧୭-ରାୟପୁର : ଛତିଶଗଡରେ ବାର୍ଡ ଫ୍ଲୁ ଆତଙ୍କ,୧୭ ହଜାର କୁକୁଡା ଏବଂ ୧୨୦୦୦ ଚିଆଁକୁ ହତ୍ୟା। ୧୮-ନୂଆ ଦିଲ୍ଲୀ:ଅଣ୍ଡର-୧୯ ମହିଳା ଟି-ଟ୍ବେଣ୍ଟି ବିଶ୍ବକପ୍‌ ଟ୍ରଫି ଜିତିଲା ଭାରତ। ୧୯-ଅହମଦାବାଦ:ଭୟଙ୍କର ସଡ଼କ ଦୁର୍ଘଟଣା; ୩୫ ଫୁଟ୍ ଖାଇକୁ ଖସିଲା ବସ୍, ୭ ମୃତ। ୨୦-କାନାଡା, ମେକ୍ସିକୋ ଏବଂ ଚୀନ ଉପରେ ଟାରିଫ୍‌ ବୃଦ୍ଧି କଲେ ଟ୍ରମ୍ପ; ପ୍ରଭାବିତ ହେବେ ଏକାଧିକ କାର୍ କମ୍ପାନି। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍 ❤️ 🙏 😄 😮 23

Comments