ଖବର ଆଜିର
February 6, 2025 at 01:07 AM
*ଖବର ଆଜିର* ତାରିଖ:୦୬/୦୨/୨୫, ଗୁରୁବାର ୧-'ବିକଶିତ ଗାଁ ବିକଶିତ ଓଡ଼ିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଗାଁର ଉନ୍ନତିକରଣ ପାଇଁ ପ୍ରତି ବର୍ଷ ଖର୍ଚ୍ଚ ହେବ ୧ହଜାର କୋଟି ଟଙ୍କା। ୨-କଟକ: ନିଯୁକ୍ତ ହେବେ ୨୭୫୩ ସ୍ବାସ୍ଥ୍ୟ କର୍ମୀ, ରହିତାଦେଶ ହଟାଇଲେ ହାଇକୋର୍ଟ। ୩-ଭୁବନେଶ୍ବର କିମସ ପକ୍ଷରୁ କଟାପାଲି ହାଇସ୍କୁଲରେ ହେବ ମେଗା ସ୍ବାସ୍ଥ୍ୟ ଶିବିର, ଯୋଗ ଦେବେ ବରିଷ୍ଠ ଡାକ୍ତରୀ ଟିମ୍। ୪-ମାଲକାନଗିରି:ଭିଜିଲାନ୍ସ ଜାଲରେ ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର , ରେଡ୍ ବେଳେ ଘରୁ ମିଳିଲା ନଗଦ ଦେଢ଼ କୋଟି ଟଙ୍କା। ୫-କଟକ: କ୍ରିକେଟ ମ୍ୟାଚ ପୂର୍ବରୁ କମିଶନରେଟ ପୋଲିସର ବୈଠକ,ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ। ୬-ବାରବାଟୀରେ ଟିକେଟ୍ ପାଇଁ ଠେଲାପେଲା; ଭିଡ଼ ଭିତରେ ଅଚେତ ହୋଇଗଲେ ଏକାଧିକ ଯୁବକ, ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ ପାଇଁ ନାକେଦମ୍ ହେଲା ପୋଲିସ ୭-ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ହେବ କୁକୁର ଗଣନା।ଫେବୃଆରୀ ଶେଷ ସପ୍ତାହରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ୮-ଭୁବନେଶ୍ୱର:ମାଲକାନଗିରିରେ ଅସ୍ବାଭାବିକ ତାତି,ତାପମାତ୍ରା ୩୬ଂ ଛୁଇଁଲା। ୯-କଟକ:ଡି.ଇଏଲ.ଇଡି ପରିକ୍ଷା ଫଳ ପ୍ରକାଶ,୮୯.୪୮% କୃତକାର୍ଯ୍ଯ। ୧୦-ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ଟଙ୍କପାଣି ବ୍ରିଜ ନିକଟ କୁଆଖାଇରେ ବୁଡ଼ି ୨ ଛାତ୍ର ମୃତ। ୧୧-ମାଟ୍ରିକ ପରୀକ୍ଷା ଦେବେ ୫,୨୦୬୪୯ ଛାତ୍ରଛାତ୍ରୀ,୧୨ରୁ ସବୁ ନୋଡାଲ କେନ୍ଦ୍ରକୁ ଯିବ ପ୍ରଶ୍ନପତ୍ର। ୧୨-କଂଗ୍ରେସର ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ଧମକପୂର୍ଣ୍ଣ କଲ୍, ୫୦ଲକ୍ଷ ନଦେଲେ ଜୀବନରୁ ମାରିଦେବାକୁ ଧମକ। ୧୩-ବରଗଡ:୨୨ ଛାତ୍ରକୁ ମାଡ଼ ମାରି ଠାକୁର ଦିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଫେରାର। ୧୪-ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲା, ଶେଷ ହେଲା କମିସନଙ୍କ ତଦନ୍ତ। ୧୫-ବୈବାହିକ ଋତୁରେ ବଢିଚାଲିଛି ସୁନା ଦର,ବର୍ତ୍ତମାନ ସୁନା ଦର ବଢି ୮୫ ହଜାର ହେଲାଣି। ୧୬-୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ସରିଲା ମତଦାନ, ଦିଲ୍ଲୀରେ ୬୦.୩୯ % ମତଦାନ। ୧୭-ଏକଜିଟ୍ ପୋଲରେ ବଦଳିଲା ଚିତ୍ର । ଦିଲ୍ଲୀରେ ସରକାର ଗଢିବ ବିଜେପି ! ୧୮-ମହାକୁମ୍ଭ – ୧୩ ହଜାରରୁ ଅଧିକ ଲୋକଙ୍କୁ ଠାବ କଲା ଡିଜିଟାଲ ଲଷ୍ଟ ଆଣ୍ଡ ଫାଉଣ୍ଡ ସେଣ୍ଟର। ୧୯-ChatGPT ଏବଂ DeepSeek ଉପରେ ସରକାରଙ୍କ କଡ଼ା ଆଭିମୁଖ୍ୟ, ଅର୍ଥ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶ। ୨୦-ଭାରତ ଫେରିଲେ ୧୦୪ ପ୍ରବାସୀ ଭାରତୀୟ । ଆମେରିକାରେ ଅବୈଦ୍ଧ ଭାବେ ରହିଆସୁଥିଲେ। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍 🙏 ❤️ 🎉 😢 🙃 25

Comments