ଖବର ଆଜିର
February 8, 2025 at 12:54 AM
*ଖବର ଆଜିର* ତାରିଖ:୦୮/୦୨/୨୫, ଶନିବାର ୧-ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଫଳ, ୪୭୯୯ ଜଣ ହେଲେ କୃତକାର୍ଯ୍ୟ। ୨-ଭୁବନେଶ୍ୱର:୧୮ ଲକ୍ଷରୁ ଅଧିକ ଯୋଗ୍ୟ ମହିଳାଙ୍କୁ ଆଜି ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ୩-କଟକ: ବାରବାଟୀରେ ଇଣ୍ଡିଆ ବନାମ ଇଂଲଣ୍ଡ ମ୍ୟାଚ୍ ଟିକେଟ ବ୍ଲାକ ଘଟଣା, ୭ ଗିରଫ। ୪-ଭୁବନେଶ୍ବରରେ ପହଁଚିଲା ଉଭୟ ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ ଟିମ୍ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଦିଆଗଲା ଭବ୍ୟ ସ୍ବାଗତ । ୫-କୁଚିଣ୍ଡା:ବାହାଘର ସାରି ଘରକୁ ଫେରୁଥିବାବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା କାର, ବର କନ୍ୟା ଗୁରୁତର। ୬-ମାର୍ଚ୍ଚ ମାସରେ ମିଳିପାରେ ଆୟୁଷ୍ମାନ କାର୍ଡ, ଉପକୃତ ହେବେ ସାଢ଼େ ୩ କୋଟି ଲୋକ। ୭-ଗୃହ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୨୦୩୬ ବିକଶିତ ଓଡିଶା ଗଠନ ପାଇଁ କହିଲେ। ୮-ଭଦ୍ରକ ପୋଲିସ ନାଁରେ ଥାର୍ଡ ଡିଗ୍ରୀ ଅଭିଯୋଗ, ସ୍ବାମୀ ସ୍ତ୍ରୀଙ୍କ ଝଗଡ଼ାରେ ଥାନା ଭିତରେ ସ୍ବାମୀକୁ ନିସ୍ତୁକ ମାଡ଼। ୯-ଭୁବନେଶ୍ୱର: ନଗର ଉନ୍ନୟନ ମନ୍ତ୍ରୀଙ୍କ ଦ୍ବାରା ୨୨ଟି ଟ୍ରାଫିକ୍ ସହାୟତା କେନ୍ଦ୍ର ଉଦଘାଟିତ। ୧୦-ରାଜ୍ୟ ସରକାର ଓଡ଼ିଶା ସୂଚନା ଆୟୋଗ ଆବେଦନକାରୀଙ୍କ ନାଁକୁ ସାର୍ବଜନୀନ କରିଛନ୍ତି। ୧୧-ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିୟମକୁ ପାଣି ବୋତଲ ମନା, ସୁରକ୍ଷା ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ। ୧୨-କିମ୍‍ସରେ ବିଂଶତମ ଜାତୀୟ ଫୋନୋ ସର୍ଜନ ସମ୍ମିଳନୀ ଉଦ୍‍ଘାଟିତ, ଯୋଗ ଦେଲେ ୪ ଶହରୁ ଊର୍ଦ୍ଧ୍ୱ ସ୍ୱର ବିଶେଷଜ୍ଞ। ୧୩-ଗଞ୍ଜାମ:ଟମାଟୋ ଅଭାବି ବିକ୍ରି; ୫ ଦିନରେ ଅଧା ହୋଇଗଲା ଦର, ଫସଲ ତୋଳିବାକୁ ଚାଷୀ ଅମଙ୍ଗ। ୧୪-ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ, ଗିରଫ ହେଲେ ମାଲକାନଗିରି ଜିଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଓ ୪ ସହଯୋଗୀ। ୧୫-ବଲାଙ୍ଗୀର:ଗନ୍ଧମାର୍ଦ୍ଦନ ପାହାଡ଼ରେ ପୋଲିସ ମାଓ ମୁହାଁମୁହିଁ, କମ୍ୱିଂ ଅପରେସନ ଜୋରଦାର। ୧୬-ମଧ୍ୟବିତ୍ତଙ୍କୁ ଆରବିଆଇର ଉପହାର । କମିଲା ରେପୋ ରେଟ,କମି ପାରେ ଘର,କାର,ପର୍ସନାଲ ଋଣରେ ସୁଧ। ୧୭-ଏପ୍ରିଲରୁ ପ୍ରତି ମାସରେ ଜାରି ହେବ ବେରୋଜଗାରୀଙ୍କ ସଂଖ୍ୟା, ଦେଶର ନୀତି ନିର୍ଦ୍ଧାରଣ ପାଇଁ ଜରୁରୀ। ୧୮-ମହାକୁମ୍ଭ ମେଳା – ୪୦ କୋଟି ଟପିଲା ତ୍ରିବେଣୀ ସଙ୍ଗମରେ ପବିତ୍ର ସ୍ନାନ। ୧୯-ଆଜି ଆସିବ ଦିଲ୍ଲୀ ନିର୍ବାଚନ ଫଳାଫଳ: ବିଜେପିରେ ଉତ୍ସାହ, ହ୍ୟାଟ୍ରିକ ଆଶାରେ ଆପ୍। ୨୦-ନୂଆ ଦିଲ୍ଲୀ:୧୦୦ ଗିଗାୱାଟ ସୌର ଶକ୍ତି ସମ୍ପନ୍ନ ରାଷ୍ଟ୍ର ହେଲା ଭାରତ। ୨୧-ନୂଆ ଆୟକର ବିଲ୍ କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ। ଆହୁରି ସହଜ ହୋଇଯିବ ରିଟର୍ନ ଫାଇଲିଂ। ୨୨-ମେ ୪ ରେ ହେବ ନିଟ୍-ୟୁଜି ପରୀକ୍ଷା,NTA ପକ୍ଷରୁ ସୂଚନା ଜାରି। ୨୩-୨୦୦୯ରୁ ଆମେରିକାରୁ ଫେରିଛନ୍ତି ୧୫୬୬୮ ଜଣ ବେଆଇନ ଭାରତୀୟ ପ୍ରବାସୀ:ବୈଦେଶିକ ବ୍ୟାପାର ମନ୍ତ୍ରୀ। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍 🙏 ❤️ 😮 🎉 😢 29

Comments