ଖବର ଆଜିର
February 10, 2025 at 01:03 AM
*ଖବର ଆଜିର* ତାରିଖ:୧୦/୦୨/୨୫, ସୋମବାର ୧-୧୩ରୁ ବିଧାନସଭା ଅଧିବେଶନ,୧୭ରେ ବଜେଟ୍,୩ ଲକ୍ଷ କୋଟି ଛୁଇଁବ ବ୍ୟୟ ବରାଦ। ୨-ନନ୍ଦନକାନନ ପାଚେରୀ ଭାଙ୍ଗି ପଶିଲେ ଜଙ୍ଗଲୀ ହାତୀ, ଘଣ୍ଟାଏ ବନ୍ଦ ରହିଲା ପ୍ରାଣୀ ଉଦ୍ୟାନ। ୩-ଢେଙ୍କାନାଳ:ଦିନକ ପରେ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା, ଆସିଲେଣି ସାଧୁସନ୍ଥ, ଚଳଚଞ୍ଚଳ ମହିମା ଗାଦି। ୪-ଫେବୃଆରୀ ୧୬ରେ ବିଧାନସଭା ଘେରିବେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ, ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ। ୫-୧୫ ପରେ ଆଉ ହେବନି ରାସନ କାର୍ଡର E-KYC, ଏଥର କଟିଯିବ ରାସନ କାର୍ଡ। ୬-ଭୁବନେଶ୍ୱର : କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡ୍‍ସେ ରବିବାର କିଟ୍‍ ଓ କିସ୍‍ ପରିଦର୍ଶନ କଲେ। ୭-ଦାଦନ ଖଟିବାକୁ ଯାଇ ତାମିଲନାଡୁରେ ବାପା-ପୁଅଙ୍କ ମୃତ୍ୟୁ।ମୃତକ ଦ୍ବୟ ହେଲେ ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଡଙ୍ଗରପଡ଼ା ଗ୍ରାମର। ୮-ଭୁବନେଶ୍ୱର:ଖସିବ ପାରଦ,ଦୁଇ ଦିନ ଘନ କୁହୁଡି ସମ୍ଭାବନା। ୯-ପୁଣି ଓଡ଼ିଶା ମୁଣ୍ଡରେ କଳଙ୍ଗ ବୋଳିଲା ଓସିଏ: ଲିଭିଗଲା ଫ୍ଲଡ ଲାଇଟ୍, ପ୍ରାୟ ୨୫ ମିନିଟ୍ ଅନ୍ଧାର ପରେ ଖେଳ ଆରମ୍ଭ ହେଲା। ୧୦-ଅନୁଗୁଳରେ ମାତିଛି ପାଗଳ କୁକୁର: ଯାହାକୁ ଦେଖୁଛି କାମୁଡ଼ିଛି, ୨୨ରୁ ଅଧିକ ଆହତ ହେଲେଣି। ୧୧-ଦାରିଙ୍ଗବାଡ଼ି:ମିନି ଟ୍ରକ ସହ ୨୮୦ କିଲୋ ଗଞ୍ଜେଇ ଜବତ, ଚମ୍ପଟ ମାରିଲା ଚାଲାଣକାରୀ। ୧୨-ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବକ୍ତାରପୁର ଛକ:ଏମିତି ବି ଆସେ ମୃତ୍ୟୁ, ଦୋକାନ ଖୋଲି ବସିଥିଲେ କମଳା, ନିଆଁ ଲାଗି ଜଳିଗଲେ। ୧୩-ଦିଲ୍ଲୀ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଉତ୍ତମ ମହାନ୍ତିଙ୍କ ଚାଲିଛି ଚିକିତ୍ସା। ୧୪-ବାଧକ ସାଜିଛି ଦ୍ବୈତ ଆଧାର କାର୍ଡ, କୋଟିଆ ପଞ୍ଚାୟତବାସୀଙ୍କୁ ମିଳୁନି ସୁଭଦ୍ରା ଟଙ୍କା ! ୧୫-ଆଜି ମହାକୁମ୍ଭ ମେଳା ପରିଦର୍ଶନ ଓ ସଙ୍ଗମରେ ସ୍ନାନ କରିବେ ରାଷ୍ଟ୍ରପତି ମୁର୍ମୁ। ୧୬-କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିବା ପରେ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି । ପଦରୁ ଇସ୍ତଫା ଦେଲେ ଏନ୍ ବିରେନ ସିଂ। ୧୭-NEET-UG :ଫେବ୍ରୁଆରୀ ୭ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ କରିପାରିବେ ଛାତ୍ରଛାତ୍ରୀ। ପେମେଣ୍ଟ ଦାଖଲ ଶେଷ ତାରିଖ ମାର୍ଚ୍ଚ ୭ ରହିଛି। ୧୮-ଛତିଶଗଡ଼ର ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ମାଓବାଦୀ ସଫା। ୧୯-କଟକ:ରୋହିତ ଶର୍ମାଙ୍କ ଶତକ, ବୃହତ ବିଜୟ ସହ ସିରିଜ ଜିତିଲା ଭାରତ। ୨୦-ମୋଦୀ ଆମେରିକାରୁ ଫେରିବା ପରେ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ। ୨୧-ଆଜି ମୋଦୀଙ୍କ ପରୀକ୍ଷା ପେ ଚର୍ଚ୍ଚା, ସାମିଲ ହେବେ ଦୀପିକା ପାଦୁକୋନ। ୨୨-ବାଂଲାଦେଶରେ ଆୱାମୀ ଲିଗ୍ ନେତାଙ୍କ ଘରେ ଭଙ୍ଗାରୁଜା, ୪୦ ଗିରଫ। 🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
👍 ❤️ 🙏 😮 💪 29

Comments