ଖବର ଆଜିର
February 12, 2025 at 01:00 AM
*ଖବର ଆଜିର* ତାରିଖ:୧୨/୦୨/୨୫, ବୁଧବାର ୧-ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିଯୁକ୍ତ। ୨-କଟକ:ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ମିଳିବ ମଧ୍ୟାହ୍ନ ଭୋଜନ। ୩-ପୁଅ ଜନ୍ମ ହେଲେ ୧୦ ହଜାର । ଝିଅ ଜନ୍ମ ହେଲେ ମିଳିବ ୧୨ ହଜାର । ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ୪-ଢେଙ୍କାନାଳ: ଗାଦି ମନ୍ଦିର ଚାରି ଦ୍ଵାରରେ ଜଳିଲା ଝାଡ,ଅଲେଖ ମହିମା ଧ୍ବନିରେ କମ୍ପିଲା ମହିମା ଗାଦି। ୫-କୋହେନୂରକୁ ମନା,ଅସଲି ଖଡ଼ି ରତ୍ନ ପଞ୍ଜିକାକୁ ଗୁରୁତ୍ଵ: ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ। ୬-ଚିଲିକା ଉପରେ ପ୍ରସ୍ତାବିତ ୩.୪ କିମି ପୋଲ ନିର୍ମାଣକୁ ବିରୋଧ। ୭-ପୁରୀ:୨ ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ, ଗଜଉଦ୍ଧାରଣ ନୀତି ପାଇଁ କାର୍ଯ୍ୟ ସ୍ଥଗିତ। ୮-ରାଜ୍ୟ କଂଗ୍ରେସକୁ ଦୃଢ଼ ନେତୃତ୍ୱ ମିଳିଲା, ଦଳ ଆଗକୁ ଆହୁରି ସଂଗଠିତ ହେବ: ସୋଫିଆ ୯-ଦିନକ ପରେ ବିଧାନସଭା ଅଧିବେଶନ,ଆଜି ସୁରକ୍ଷା ତଦାରଖ କରିବେ DGP । ୧୦-ଭୁବନେଶ୍ୱର:ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏଓଭର ରାସ୍ତା ଖୁବଶୀଘ୍ର: ମନ୍ତ୍ରୀ ୧୧-ଟ୍ରେଣ୍ଡ ପାଲଟିଲାଣି ବିବାହ ବିଛେଦ : ରାଜ୍ୟ ସରକାରଙ୍କ ନିଷ୍ପତ୍ତି 'ମାଆର ଛାଟ' ନାଁରେ ପ୍ରତିଷ୍ଠା ହେବ ମଦର୍ସ କୋର୍ଟ। ୧୨-ସୁବର୍ଣ୍ଣପୁର:ଭୀମଭୋଇଙ୍କ ସମାଧି ପୀଠରେ ଆରମ୍ଭ ହୋଇଛି ମାଘ ମେଳା, ପାଦୁକା ଦର୍ଶନ କରି ଭକ୍ତ ହେଉଛନ୍ତି ଆନନ୍ଦିତ। ୧୩-ବ୍ରହ୍ମପୁର, ଗୋଳନ୍ଥରା ଥାନା ଅଞ୍ଚଳ:ବିଜେପି କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ଘଟଣା, ଦୁଇ ବିଜେଡି ନେତାଙ୍କୁ ଗିରଫ କଲା ପୋଲିସ। ୧୪-ଭିଜିଲାନ୍ସ ଜାଲରେ ରେମୁଣା ତହସିଲଦାର, ୭ଟି ସ୍ଥାନରେ ଚାଲିଛି ଚଢାଉ। ୧୫-ବାରିପଦା:ସ୍କର୍ପିଓ- ଅଟୋ ମୁହାଁ ମୁହିଁ ଧକ୍କା, ଘଟଣାସ୍ଥଳରେ ଦୁଇ ମୃତ। ୧୬-ମହାକୁମ୍ଭର ଭାଇରାଲ ଗର୍ଲ ମୋନାଲିସାଙ୍କ ହାତରେ ଲାଗିଲା ଆଉ ଏକ ବଡ଼ ପ୍ରୋଜେକ୍ଟ।ଏକ ବଡ଼ ଅଳଙ୍କାର ବ୍ରାଣ୍ଡ ନିଜର ପ୍ରଚାର ପ୍ରସାର ପାଇଁ ପ୍ରସ୍ତାବ ଦେଇଛି। ୧୭-ଜଳ , ସ୍ଥଳ , ଆକାଶରେ ୧୩୩ ଆମ୍ବୁଲାନ୍ସ ଯୋଗାଇବେ ସେବା । ମାଇନର୍ ଅପରେସନରୁ ମେଜର୍ ସର୍ଜରୀ ପର୍ଯ୍ୟନ୍ତ ମହାକୁମ୍ଭରେ ସବୁ କରାଯାଇଛି ବ୍ୟବସ୍ଥା ୧୮-ସରକାରଙ୍କ ନିର୍ଦ୍ଦେଶ ପରେ ଅଟକିଲା ଆଲ୍ଲାବାଦିଆଙ୍କ ଅଭିନୀତ ‘India Got Latent’ ଏପିସୋଡ୍। ୧୯-ଯୁଗ୍ମ ପ୍ରବେଶିକା ପରୀକ୍ଷା ପ୍ରଥମ ଅଧିବେଶନ ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ୧୪ ପରୀକ୍ଷାର୍ଥୀ ରଖିଲେ ଶତ ପ୍ରତିଶତ ମାର୍କ। ୨୦-ସୁପ୍ରିମକୋର୍ଟଙ୍କ ନିର୍ବାଚନ ଆୟୋଗକୁ ବଡ଼ ଆଦେଶ, କହିଲେ- EVMରୁ ଡାଟା ନଷ୍ଟ କରନ୍ତୁ ନାହିଁ। ୨୧-ନାଗପୁର:କାର୍ ଶିଖିବାବେଳେ ବଢ଼ିଗଲା ଗତି, କୂଅରେ ପଡ଼ିଲା କାର୍, ଚାଲିଗଲା ୩ ଜଣଙ୍କ ପ୍ରାଣ। ୨୨-ମହାକୁମ୍ଭ ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି ୪୫ କୋଟିରୁ ଅଧିକ:ଉତ୍ତରପ୍ରଦେଶ ସରକାର ୨୩-ସେୟାର ବଜାରରେ ହାହାକାର, ନିବେଶକଙ୍କ ବୁଡ଼ିଲା ୯.୩୨ ଲକ୍ଷ କୋଟି ଟଙ୍କା। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍 ❤️ 🙏 🥸 22

Comments