ଖବର ଆଜିର
February 14, 2025 at 01:11 AM
*ଖବର ଆଜିର* ତାରିଖ:୧୪/୦୨/୨୫, ଶୁକ୍ରବାର ୧-ରାଜ୍ୟପାଳଙ୍କ ମୁହଁରେ ସରକାରଙ୍କ ସଫଳତାର ଚିତ୍ର:ଫୋକସରେ ଗରିବ,ଯୁବ,ଅନ୍ନଦାତା ଓ ନାରୀଶକ୍ତି। ୨-କାର୍ଯ୍ୟକ୍ଷମ ହେବ ତାଳଚେର ଓ ଫୁଲବାଣୀ ମେଡିକାଲ କଲେଜ। ୩-କଟକ:ବାରବାଟୀରେ ୧୬ତାରିଖରେ ସିସିଏଲ୍:ଟିକଟ ମୂଲ୍ୟ ୧୫୦ରୁ ୧୦୦୦। ୪-ଚଳିତ ବର୍ଷ ପ୍ରଥମ ଥର ପାଇଁ ୩୫ ଡିଗ୍ରୀ ଛୁଇଁଲା ଭୁବନେଶ୍ବର ତାପମାତ୍ରା। ୫-ରାଜସ୍ୱ ବିଭାଗର ୮୯ ଜଣ ଅଧିକାରୀଙ୍କ ହେଲା ବଦଳି ଓ ପଦୋନ୍ନତି। ୬-ରାଜ୍ୟ ସରକାରଙ୍କ ବଡ଼ ଲକ୍ଷ୍ୟ:୫ ବର୍ଷରେ ୧.୫ ଲକ୍ଷ ଚାକିରି, ୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳା ହେବେ ଲକ୍ଷପତି। ୭-ଭୁବନେଶ୍ୱର:ରେମୁଣା ତହସିଲଦାର ଗିରଫ, ଆୟ ଠାରୁ ୨୦୨୪% ଅଧିକ ସମ୍ପତ୍ତି ଠାବ। ୮-ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାର ପର୍ଦ୍ଦାଫାସ କଲା କମିଶନରେଟ୍ ପୁଲିସ୍, ବିଜୟଓ୍ବାଡାରୁ ଅଭିଯୁକ୍ତ ସ୍ପାଇଡର୍ ସତୀ ଗିରଫ। ୯-ପୁରୀ ମୋଚିସାହି:ଲୁଟେରାଙ୍କ ଟାର୍ଗେଟରେ ବ୍ରତଘର, ଅତିଥି ବେଶରେ ଆସିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ଧରି ଚାଲିଗଲେ। ୧୦-ବାବୁଶାନଙ୍କ ସହ ଭିଡିଓ କଲ୍‌ରେ କଥାହେଲେ ନବୀନ, ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ। ୧୧-ରେଭେନ୍ସା ବାଳିକା ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ,କାରଣ ଅସ୍ପଷ୍ଟ,ପୋଲିସର ଛାନ୍‌ଭିନ୍‌ ଜାରି। ୧୨-ଆଜି ପୂର୍ବାହ୍ନ ସାଢ଼େ ୧୦ଟା ଯାଏ ବିଧାନସଭା ମୁଲତବୀ, ଶୋକ ପ୍ରସ୍ତାବ ଆଗତ ପରେ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି। ୧୩-ଭିଜିଲାନ୍ସ ପଞ୍ଝାରେ କୋଟପାଡ଼ ବ୍ଲକର ଏଡିଇଓ, ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି। ୧୪-କାମାକ୍ଷାନଗର:ବନ୍ଧୁକ ଦେଖାଇ ସୁନାଚେନ ଲୁଟ୍ ଉଦ୍ୟମ ପଣ୍ଡ, ଡକାୟତ ଗିରଫ। ୧୫-କଟକ ଏସସିବି ଯକୃତ ପ୍ରତିରୋପଣ ବ୍ୟବସ୍ଥାକୁ ଝଟକା, ୬ ମାସ ପରେ ଆଖି ବୁଜିଲେ ପ୍ରଥମ ରୋଗୀ। ୧୬-ବନ୍ଦ ହେବ ମାଗଣା ଆଇପିଏଲ୍ ଷ୍ଟ୍ରିମିଂ: ସବ୍ସକ୍ରିପସନ ନେଇ ଦେଖିବେ ଗ୍ରାହକ। ୧୭-ତେଲେଙ୍ଗାନା:ଆଜୀବନ କାରାଦଣ୍ଡ ପାଇଁ ରାଗିଲେ ଅଭିଯୁକ୍ତ, ବିଚାରପତିଙ୍କ ଉପରକୁ ଫିଙ୍ଗିଲେ ଜୋତା। ୧୮-ଆୟକର ଢାଞ୍ଚା ସହଜ ଓ ସରଳ କରିବାକୁ କେନ୍ଦ୍ର ସରକାରଙ୍କ ଯୋଜନା: ସଂସଦରେ ଆଗତ ହେଲା ନୂଆ ଆୟକର ବିଲ୍। ୧୯-ମେଘାଳୟର ଚନ୍ଦ୍ର ମୋହନ ଝା ବିଶ୍ୱବିଦ୍ୟାଳୟକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। ୨୦-ଦଲାଇ ଲାମା ଏବଂ ସମ୍ୱିତ୍ ପାତ୍ରଙ୍କୁ Z ଶ୍ରେଣୀ ସୁରକ୍ଷା, ଗୁଇନ୍ଦା ରିପୋର୍ଟ ପରେ ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି। ୨୧--ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ, ନୂଆ ନେତା ବାଛି ପାରିଲାନି ବିଜେପି। ୨୨-ଦିଲ୍ଲୀରେ RSSର ବିଶାଳ କାର୍ଯ୍ୟାଳୟ: ୧୩ ମହଲା ବିଶିଷ୍ଟ କୋଠାରେ ରହିଛି ୩୦୦ କୋଠରୀ, ନିର୍ମାଣରେ ଖର୍ଚ୍ଚ ହୋଇଛି ୧୫୦ କୋଟି। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍 🙏 ❤️ 🎉 😮 24

Comments