ଖବର ଆଜିର
February 15, 2025 at 01:11 AM
*ଖବର ଆଜିର* ତାରିଖ:୧୫/୦୨/୨୫, ଶନିବାର ୧-ଭୁବନେଶ୍ୱର:ଆଜିଠୁ CBSE ଦଶମ ଓ ଦ୍ବାଦଶ ପରୀକ୍ଷା ଆରମ୍ଭ। ୨-ଭୁବନେଶ୍ୱର:ରାଜ୍ୟରେ ଖରା ବଢ଼ିବାରେ ଲାଗିଛି,୧୯ରୁ ହାଲୁକା ବର୍ଷା ସମ୍ଭାବନା। ୩-ଖଣ୍ଡଗିରି:ମୋ ବସ୍ ଧକ୍କାରେ ମହିଳା ମୃତ;୪ ଜଣ ଗୁରୁତର। ୪-'ଅସର' ସର୍ବେକ୍ଷଣ ରିପୋର୍ଟ: ଅଷ୍ଟମ ଶ୍ରେଣୀ ୩୦%ପିଲା ଫେଡ଼ାଣ ଓ ୫୧% ପିଲା ହରଣ ଜାଣିନାହାନ୍ତି।୪୧୫ପ୍ରାଥମିକ ସ୍କୁଲ, ୧୧୫ଟି ଉଚ୍ଚ ପ୍ରାଥମିକ ସ୍କୁଲ ଓ ୨୫ଟି ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ଶୌଚାଳୟ ନାହିଁ। ୫-ବଣାଇ: କର୍ତ୍ତବ୍ୟରେ ଅବହେଳା, ଗୁରୁଣ୍ଡିଆ ଥାନାର ୨ କନେଷ୍ଟବଳ ନିଲମ୍ବିତ। ୬-ଜୁନ ୨୭ରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା, ଉତ୍ତରାରୁ ପୁରୀ ଯାଏଁ ଲାଗିବ CCTV। ୭-ଭୁବନେଶ୍ୱର:କାମ କରୁନି ଓ୍ବାଟର ଏଟିଏମ୍, ହନ୍ତସନ୍ତ ପଥଚାରୀ, ମିଳୁନି ପାଣି। ୮-ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଭତ୍ତା ଅପେକ୍ଷାରେ ୫ଲକ୍ଷ ଆବେଦନକାରୀ। ୯-ଭୁବନେଶ୍ୱର:OAS ସ୍ତରରେ ଅଦଳବଦଳ,୨୯ ବ୍ଲକରେ ନୂଆ ବିଡ଼ିଓ। ୧୦-ଆଜିଠୁ କଳିଙ୍ଗ ଷ୍ଟାଡିୟମରେ FIH ପ୍ରୋ ଲିଗ୍ ହକି।ପୁରୁଷରେ ସ୍ପେନ୍ ଓ ମହିଳାରେ ଇଂଲଣ୍ଡକୁ ଭେଟିବ ଭାରତ। ୧୧-ଲକ୍ଷପତି ଦିଦି ସହାୟତା ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ,୧୦ ମାସର ବକେୟା ପାରିଶ୍ରମିକ ପାଇବେ କମ୍ୟୁନିଟି ସପୋର୍ଟ ଷ୍ଟାଫ, ଉପକୃତ ହେବେ ୬୨ହଜାର। ୧୨-ବିଧାନସଭା ବଜେଟ୍‌ ଅଧିବେଶନର ଦ୍ଵିତୀୟ ଦିନରେ ଗୃହରେ ଅଚଳାବସ୍ଥା, ହଟ୍ଟଗୋଳ ଯୋଗୁ ବାରମ୍ବାର ଗୃହ ମୁଲତବୀ। ୧୩-ଭଦ୍ରକର, ଆଞ୍ଚଳିକ ସ୍ବାମୀ ବିବେକାନନ୍ଦ ଗୁରୁକୁଳ ଆଶ୍ରମ: ପ୍ରେମ ଦିବସ ବଦଳରେ ପାଳନ ହେଲା ପିତୃ-ମାତୃ ପୂଜନ ଦିବସ,ବନ୍ଦାପନା କଲେ କୁନି କୁନି ପିଲା। ୧୪-ଫେବ୍ରୁଆରୀ ୧୮ରେ କଂଗ୍ରେସର ସଂକଳ୍ପ ପଦଯାତ୍ରା, ନୂଆ ସଭାପତିଙ୍କ ନେତୃତ୍ୱରେ ହେବ ପ୍ରଥମ କାର୍ଯ୍ୟକ୍ରମ। ୧୫-ଭୁବନେଶ୍ୱର:ଉଦଘାଟିତ ହେଲା ରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ, ମୁଖ୍ୟ ଆକର୍ଷଣ ୩୦ କୋଟି ଟଙ୍କାର ମଇଁଷି। ୧୬-ବ୍ରହ୍ମପୁର:ଧରାପଡ଼ିଲା ସୁନା ଚେନ୍‌ ଲୁଟେରା ଗ୍ୟାଙ୍ଗ୍‌, ୫୫ ଗ୍ରାମ ସୁନା ଅଳଙ୍କର ଜବତ। ୧୭-ରାଜ୍ୟରେ ଅଛନ୍ତି ୫୨୮୪ ଭିକାରୀ,କଟକରେ ସର୍ବାଧିକ, ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ୧୮-ସୁରେଶ ପୂଜାରୀଙ୍କ ବଡ଼ ସୂଚନା, ଖୁବଶୀଘ୍ର ସରିବ ନିଗମ-ବୋର୍ଡ ଓ କମିଶନ ନିଯୁକ୍ତି ପ୍ରକ୍ରିୟା। ୧୯-ଜୟପୁର:ଗିରଫ ହେଲେ ପାର୍ଥସାରଥୀ ବିଷୋୟୀ , ଚଢ଼ଉ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ। ୨୦-କମଗରା ବ୍ରାହ୍ମଣୀ ନଦୀ ବ୍ରିଜ:ମୋବାଇଲରେ ରିଲ୍ସ କରିବା ହେଲା କାଳ, ଅସାବଧାନତା ଯୋଗୁଁ ବ୍ରିଜ ଉପରୁ ଖସିପଡିଲେ ଯୁବତୀ। ୨୧-ଭୁବନେଶ୍ୱର:ଦିନେ ଦୁଇଦିନରେ ନୂଆ ରାଜ୍ୟ ବିଜେପି ସଭାପତି- ପ୍ରତାପ ଷଡ଼ଙ୍ଗୀ ୨୨-ଦେବଗଡ଼ ମହାବିଦ୍ୟାଳୟ:ଭିଜିଲାନ୍ସ ପଞ୍ଝାରେ ମହିଳା କିରାଣୀ, ନକଲି ସାର୍ଟିଫିକେଟ ପାଇଁ ୧୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ। ୨୩-ଝାରସୁଗୁଡ଼ା: ହିନ୍ଦୁ ସାଧୁବେଶରେ ଠକେଇ ଅଭିଯୋଗରେ ୫ଜଣ ଗିରଫ। ୨୪-ମାର୍ଚ୍ଚ ୨୨ରୁ ଆଇପିଏଲ ମହାସମର ; ଇଡେନ୍ ଗାର୍ଡେନରେ ହେବ ପ୍ରଥମ ମ୍ୟାଚ୍। ୨୫-ଦିଲ୍ଲୀ ନିର୍ବାଚନ ପରେ ମୁହଁ ଖୋଲିଲେ ଲାଲୁ ଯାଦବ; କହିଲେ, ଆମେ ଥିବା ଯାଏଁ ବିଜେପି କିପରି ବିହାରରେ ସରକାର ବନେଇବ? ୨୬-ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ମଜଭୂତ କରିବ ଆମେରିକା । ୧୬ବର୍ଷ ପରେ ଉଭୟ ଦେଶ ମଧ୍ୟରେ ହେବ ସବୁଠୁ ବଡ ପ୍ରତିରକ୍ଷା ଚୁକ୍ତି। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍 ❤️ 🙏 💪 😮 25

Comments