ଖବର ଆଜିର
February 16, 2025 at 12:58 AM
*ଖବର ଆଜିର* ତାରିଖ:୧୬/୦୨/୨୫, ରବିବାର ୧-ଭୁବନେଶ୍ୱର:୪୭,୭୧୦ସ୍କୁଲକୁ ଯିବ ନୂଆ ବର୍ଣ୍ଣବୋଧ,୫୦ ହଜାର ଛାପିବେ ସରକାର। ୨-ଓଡ଼ିଶା ଅର୍ଥନୀତି ସର୍ଭେ ରିପୋର୍ଟ ୨୦୨୪-୨୫: ଆର୍ଥିକ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ। ୩-ଭକ୍ତ ଦାସଙ୍କ ସର୍ବକ୍ଷମା, ନେତାଙ୍କ ଘରବାହୁଡା,ବାହୁଡିଲେ ସୁର, ଫେରି ପାରନ୍ତି ପ୍ରଫୁଲ୍ଲ। ୪-ରାସନକାର୍ଡରେ E- KYC ନେଇ ଆସିଲା ବଡ଼ ଅପଡେଟ : ଆସନ୍ତା ୩୧ ମାର୍ଚ୍ଚ ଯାଏଁ E-KYC ଅବଧି ବଢ଼ିଲା। ୫-ମୁଖ୍ୟ ଶାସନ ସଚିବଙ୍କ ବିନା ଅନୁମତିରେ ଛୁଟି ନେଇ ପାରିବେନି ଆଇଏଏସ। ୬-ଭୁବନେଶ୍ୱର: ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ,ପାଣ୍ଡିଆନଙ୍କୁ ନେଇ ଶାସକ - ବିରୋଧୀ ମୁହାଁମୁହିଁ। ୭-ପୁରୀ:ବରଗ୍ଲାରୀ ଗ୍ୟାଙ୍ଗକୁ ଧରିଲା ପୁରୀ ପୋଲିସ, ୩୦ଟି ସୁନା ମୁଦି, ୭ଟି ସୁନା ଚେନ୍, ଡିଜିଟାଲ କ୍ୟାମେରା ଜବତ। ୮-ଫେବୃଆରୀ ୧୭ ଏବଂ ୨୪ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ୯-ଲଗାତାର ଦ୍ୱିତୀୟ ବର୍ଷ ଲାଗି ମ୍ୟାଲେରିଆ ସଂକ୍ରମଣ ଶୀର୍ଷରେ ଓଡ଼ିଶା, ରାୟଗଡା ଜିଲ୍ଲାରେ ୩୦ ପ୍ରତିଶତ ରୋଗୀ। ୧୦-ପଙ୍କଜ ଲୋଚନ ମହାନ୍ତି ଓସିଏ ସଭାପତି ନିର୍ବାଚିତ, ବାରବାଟୀର ସୌନ୍ଦର୍ଯ୍ୟକରଣକୁ ଦେବେ ଗୁରୁତ୍ୱ। ୧୧-ଢେଙ୍କାନାଳ ଖମାର ଗାଁରେ ଚାଞ୍ଚଲ୍ୟ: ବେକରେ ରଶି ଲଗାଇ ଝୁଲିପଡିଲେ ବାପା, ଝିଅ, ନାତି। ୧୨-ପିଲାଙ୍କ ଉପରେ ପଡୁଛି କି ପାଠପଢ଼ା ଚାପ । କଟକରେ ପାଞ୍ଚ ବର୍ଷରେ ୧୯ ଜଣ ଛାତ୍ରଛାତ୍ରୀ କଲେଣି ଆତ୍ମହତ୍ୟା। ୧୩-କଟକ:୫ବର୍ଷ ପରେ ଡବଲ ମର୍ଡର ଘଟଣାର ହେଲା ପର୍ଦ୍ଦାଫାଶ, ଗିରଫ ହେଲେ ଚାକରାଣୀ ଓ ସ୍ବାମୀ। ୧୪-ପିପିଲି ଓ ଡେଲାଙ୍ଗରେ ବନ୍ୟା ନିୟନ୍ତ୍ରଣ ପାଇଁ ନିଆଯିବ ସ୍ୱତନ୍ତ୍ର ପଦକ୍ଷେପ,ଦୟାନଦୀର ଦୁଇ କାଜକୁ ପରିଦର୍ଶନ କଲେ ସର୍ବୋଚ୍ଚ ଯନ୍ତ୍ରୀ। ୧୫-ରାଉରକେଲା:ବନ୍ଧମୁଣ୍ଡା ଗୁଳିକାଣ୍ଡ ଘଟଣାରେ ୫ ଅଟକ, ଘଟଣାସ୍ଥଳରୁ ଖୋକା ଜବତ। ୧୬-ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଲା ନୂଆ ଅକ୍ଷୟ ଦଣ୍ଡ, ଚୂନରା ସେବାୟତଙ୍କ ଦ୍ୱାରା ହେଲା ସ୍ଥାପନ। ୧୭-ଅମୃତସର:ଆମେରିକାରୁ ଫେରିଲେ ଆଉ ୧୨୦ ବେଆଇନ ଭାରତୀୟ। ୧୮-ଜାମିଆ ବିକ୍ଷୋଭ: ୧୭ ଜଣ ଛାତ୍ରଙ୍କୁ ନିଲମ୍ବନ କଲା ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟ। ୧୯-ଭାରତକୁ ମିଳିତ ଜାତିସଂଘ ଜଳବାୟୁ ମୁଖ୍ୟଙ୍କ ପ୍ରଶଂସା, ଉଚ୍ଚାକାଂକ୍ଷୀ ଯୋଜନା ବିକଶିତ କରିବାକୁ ଅନୁରୋଧ। ୨୦-ବାଂଲାଦେଶୀ ଅନୁପ୍ରବେଶକାରୀ ବଢ଼ାଇଲେଣି ସମସ୍ୟା,ରାଜ୍ୟ ଓ ଦେଶ ପାଇଁ ହେଲାଣି ଚିନ୍ତାର କାରଣ। ୨୧-ନୂଆ ଦିଲ୍ଲୀ:ଶୁକ୍ରବାର ରାତ୍ରିରେ ସ୍ବଦେଶ ଫେରିଲେ ପ୍ରଧାନମନ୍ତ୍ରୀ ମୋଦି। ୨୨-BSNLର ଭଲ ଦିନ ଆରମ୍ଭ ! ୧୭ ବର୍ଷ ପରେ ଲାଭ କଲା କମ୍ପାନି। ୨୩-ମ୍ଯୁନିକ:ୟୁରୋପୀୟ ସୈନ୍ୟ ବାହିନୀ ଗଠନ ପାଇଁ ଜେଲେନସ୍କିଙ୍କ ପ୍ରସ୍ତାବ। ୨୪-ଆସିଲା ବଡ଼ ଅପଡେଟ୍: ମାର୍ଚ୍ଚ ୧୯ରେ ମହାକାଶରୁ ଫେରିବେ ସୁନୀତା !ସାଥୀ ମହାକାଶଚାରୀ ବୁଚ୍ ୱିଲମର୍ ମଧ୍ୟ ମାର୍ଚ୍ଚ ୧୯ରେ ପୃଥିବୀକୁ ଫେରିବେ। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍 ❤️ 🙏 27

Comments