ଖବର ଆଜିର
February 17, 2025 at 01:08 AM
*ଖବର ଆଜିର* ତାରିଖ:୧୭/୦୨/୨୫, ସୋମବାର ୧-ଭୁବନେଶ୍ୱର:ଆଜି ରାଜ୍ୟ ବଜେଟ, ବ୍ୟୟବରାଦ ୩ ଲକ୍ଷ କୋଟି ଛୁଇଁବା ଆଶା। ୨-ଅନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ ୮ ରେ ମିଳିବ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଟଙ୍କା। ୩-କେନ୍ଦ୍ରାପଡା: ପଡିଶା ପ୍ରଭାବ ଓଡ଼ିଶାରେ, ବଙ୍ଗଭାଷୀ ଅଞ୍ଚଳରେ ବଢୁଛି ବାଲ୍ୟ ବିବାହ। ୪-କଟକ:ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ କାର୍ଯ୍ୟାନୁଷ୍ଠାନ, ୪ ୟୁଟ୍ୟୁବରଙ୍କୁ ଗିରଫ କଲା ସାଇବର ଥାନା ପୋଲିସ। ୫-ବାସୁଦେବପୁର: ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ,ପରିବାରରେ ଶୋକର ଛାୟା। ୬-ରେଢ଼ାଖୋଲ, ଆମ୍ବେଦକର ନଗର:ମୋବାଇଲ ନିଶା, ମା'ଙ୍କ ଆକଟ ଯୋଗୁଁ ନାବାଳକର ଆତ୍ମହତ୍ୟା। ୭-ବାସୁଦେବପୁର, ସାହୁ ସାହି:ଜଳିଗଲା ୮ ବଖରା ଘର,୪ ପରିବାର ବେସାହାରା। ୮-ଟ୍ରାଫିକ୍ ଯନ୍ତ୍ରଣାରୁ ମୁକ୍ତ ହେବେ ବ୍ରହ୍ମପୁର ବାସିନ୍ଦା ; ଆରମ୍ଭହେଲା ଗେଟବଜାର ଛକ ଟ୍ରାଫିକ୍ ଓଭରବ୍ରିଜ୍ ନିର୍ମାଣ। ୯-ଯୋଜନାର ଶ୍ରେୟ ନ ନେଇ ଦରଦାମ ନିୟନ୍ତ୍ରଣ ଉପରେ ରାଜ୍ୟ ସରକାରଙ୍କ ଫୋକସ ରହୁ: ନବୀନ ୧୦-ଫେବୃଆରୀ ୧୮ରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା, ଭୁବନେଶ୍ଵର ବିମାନବନ୍ଦରରୁ ଆରମ୍ଭ ହୋଇ ପୁରୀ ଯାଏ ଯିବ ପଦଯାତ୍ରା,୨୦ ତାରିଖ ଯାଏ ଚାଲିବ ଏହି ସଂକଳ୍ପ ପଦଯାତ୍ରା। ୧୧-୩୩ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ପୋଡ଼ିଗଲେ ଜଳ ସମ୍ପଦ କର୍ମଚାରୀ, ପିପିଲି ଥାନା ହରିପୁର ନିକଟ ଚିତ୍ତଳପୁରଠାରେ ଘଟିଛି ଏହି ଅଘଟଣ। ୧୨-ପାଣିକୋଇଲି,ଚାନ୍ଦପୁର ଛକ:କାରକୁ ଧକ୍କା ଦେଲା ଟ୍ରକ, ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ଦୁଇ ମୃତ। ୧୩-କଣାସ, ଦୋକନ୍ଦା ହାଇସ୍କୁଲରେ କିମ୍ସ ପକ୍ଷରୁ ବିଶାଳ ସ୍ବାସ୍ଥ୍ୟ ଶିବିର ଆୟୋଜିତ, ସ୍ବାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ଔଷଧ ବଣ୍ଟନ। ୧୪-ପୁରୀ:ଶ୍ରୀମନ୍ଦିରରେ ଆଇପିଏଲ୍ ଟ୍ରଫି, ସେବାୟତଙ୍କ ପକ୍ଷରୁ କରାଗଲା ପୂଜାର୍ଚ୍ଚନା ୧୫-ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ। ୧୬-ସହଦେବ ନାୟକ ହତ୍ୟାକାଣ୍ଡ: ଆତ୍ମସର୍ମପଣ ପରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ। ୧୭-ବେଙ୍ଗାଳୁରୁ:ତାମିଲନାଡୁ ସରକାରଙ୍କୁ ଦିଆଗଲା ଜୟଲଳିତାଙ୍କ ଜବତ ସମ୍ପତ୍ତି। ୧୮-ନୂଆ ଦିଲ୍ଲୀ:୧୨ଟି ବର୍ଗରେ କଳିଙ୍ଗ ଲିଟେରାରି ବୁକ୍ ଆୱାର୍ଡ ବିଜେତା ଘୋଷଣା। ୧୯-ଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣା: ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି। ୨୦-ଦିଲ୍ଲୀ ଅଘଟଣ ପରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ : ରେଲୱେ ପକ୍ଷରୁ ଗଠନ ହେଲା ସ୍ବତନ୍ତ୍ର କମିଟି , ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ। ୨୧-ଜାରି ହେଲା ଆଇପିଏଲର ପୂରା ମ୍ୟାଚ ସୂଚୀ: ମାର୍ଚ୍ଚ ୨୨ରେ ମୁହାଁମୁହିଁ ହେବେ କେକେଆର-ଆରସିବି। ୨୨-୧୨୨ କୋଟି ଠକେଇ, ନ୍ୟୁ ଇଣ୍ଡିଆ କୋଅପରେଟିଭ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ପ୍ରତିବନ୍ଧକ ଲଗାଇଲା ଆରବିଆଇ। ୨୩-ଭାରତକୁ ୧୮୨ କୋଟିର ଆର୍ଥିକ ସହାୟତା ବନ୍ଦ କଲା ଆମେରିକା। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍 ❤️ 🙏 😮 20

Comments