
NEWS UPDATE
February 23, 2025 at 04:08 AM
*╔━━━━🔅━━━━━━━━🔅━━╗*
*║ *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୨୩/୦୨/୨୦୨୫,ରବିବାର🌼* ║
*╚━━━━🔅━━━━━━━━ 🔅━━╝*
*୧- 👉 ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି। ଏ ନେଇ କ୍ୟାବିନେଟ୍ କମିଟି ଅନୁମୋଦନ ପ୍ରକାଶ କରିଛନ୍ତି। ଡ. ପ୍ରମୋଦ କୁମାର ମିଶ୍ରଙ୍କ ପରେ ଶ୍ରୀ ଦାସ ହେବ ଦ୍ୱିତୀୟ ପ୍ରମୁଖ ସଚିବ।*
*୨- 👉 ମରିସସ୍ର ଜାତୀୟ ଦିମସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ହେବେ। ଏନେଇ ମରିସସ୍ ପ୍ରଧାନମନ୍ତ୍ରୀ ନବୀନ ରାମଗୁଲାମ ସୂଚନା ଦେଇଛନ୍ତି। ମାର୍ଚ୍ଚ ୧୨ ତାରିଖରେ ମରିସସ୍ ଜାତୀୟ ଦିବସ ପାଳନ କରିବ। ଏହା ଦେଶର ୫୭ତମ ଜାତୀୟ ଦିବସ।*
*୩- 👉 ଋଷ ବିରୁଦ୍ଧରେ ନୂଆ କଟକଣା ଘୋଷଣା କରିବାକୁ ଯାଉଛି ବ୍ରିଟେନ, ଏବଂ ୟୁରୋପ। ଆମେରିକା ଯେଉଁଭଳି ଭାବେ ୟୁକ୍ରେନ୍ ଯୁଦ୍ଧ ବିଷୟ ଆଲୋଚନାରେ ୟୁକ୍ରେନ୍ ଓ ୟୁରୋପ୍କୁ ଅଲଗା ରଖି ଋଷ ସହ ଆଲୋଚନା କରୁଛି ତାହାକୁ ନିନ୍ଦା କରିଛନ୍ତି ୟୁକେର ବୈଦେଶିକ ମନ୍ତ୍ରୀ ଡେଭିଡ୍ ଲାମି।*
*୪- 👉 ୟୁରୋପ ଏବଂ ଆମେରିକା ମଧ୍ୟ ସମ୍ପର୍କ ତିକ୍ତ ହେବା ମଧ୍ୟରେ ଭାରତକୁ ଆସୁଛନ୍ତି ୟୁରୋପୀୟ କମିଶନଙ୍କ ଅଧ୍ୟକ୍ଷ ଉର୍ସୁଲା ଭୋନ୍ ଡର ଲାଏନ୍। ସେ ୨୭ ସଦସ୍ୟ ବିଶିଷ୍ଟ ପ୍ରତିନିଧି ଦଳ ସହ ଭାରତ ଆସିବେ। ଆସନ୍ତା ୨୭ ତାରିଖରୁ ତାଙ୍କର ଭାରତ ଯାତ୍ରା ଆରମ୍ଭ ହେବ। ଏହି ସମୟରେ ବୈଦେଶିକ ବ୍ୟାପର ସହ କୃତ୍ରିମ ବୁଦ୍ଧିମତ୍ତା ବାବଦରେ ଚର୍ଚ୍ଚା ହୋଇପାରେ।*
*୫- 👉 ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ୧୮ ମିଲିୟନ୍ ଆମେରିକୀୟ ଡଲାର ସହାୟତା ନିର୍ବାନ ସଂସ୍କାର ପାଇ: ପ୍ରଦାନ କରୁଥିଲା। ଏହା କାହିଁକି ବୋଲି ପ୍ରଶ୍ନ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଅନୁଦାନକୁ ବନ୍ଦ କରିବାକୁ ସୂଚନା ଦେଇଛନ୍ତି। ଆମେରିକୀୟ ଭୋଟରଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲାଗି ଏହି ଅର୍ଥ ଖର୍ଚ୍ଚ କରିବାକୁ ସେ କହିଛନ୍ତି।*
*୬- 👉 ମଣିପୁର ରାଜ୍ୟପାଳ ଅଜୟକୁମାର ଭଲ୍ଲାଙ୍କ ନିବେଦନ କ୍ରମେ ଅନେକ ଲୋକ ସ୍ୱତଃ ଭାବେ ମଣିପୁର ପୁଲିସକୁ ଚୋରି ହୋଇଥିବା ଅସ୍ତ୍ରଶସ୍ତ୍ର ପ୍ରଦାନ କରୁଛନ୍ତି। ସମାଜକୁ ଅସ୍ତ୍ରମୁକ୍ତ କରିବା ଲାଗି ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟପାଳ।*
*୭- 👉 ଇସ୍ରାଏଲ୍ ଓ ହମାସ ଭିତରେ ପୁଣି ଉତ୍ତେତା ସୃଷ୍ଟି ହୋଇଛି। ଚୁକ୍ତି ଅନୁସାରେ ହମାସ ଦ୍ୱାରା ପଣବନ୍ଦୀ ଥିବା ଇସ୍ରାଏଲ୍ ନାଗରିକଙ୍କୁ ‘ନିଷ୍ଠୁର’ ଭାବେ ଫେରାଯିବା ଘଟଣାକୁ ସମ୍ବେଦନଶୀଳତାର ଅଭାବ ବୋଲି ଗ୍ରହଣ କରିଛି ଇସ୍ରାଏଲ୍। ଏହାର ପ୍ରତିବଦଳରେ ନିଜ ଦେଶରେ ଥିବା ୬୦୦ରୁ ଅଧିକ ନାଗରିକଙ୍କୁ ଫେରାଇବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି।*
*୮- 👉 ତେଲେଙ୍ଗାନାର ନାଗରକୁର୍ନୁଲ୍ ଜିଲ୍ଲାର ଶ୍ରୀସାଇଲାମ ବାମ କେନାଲ୍ର ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବାରୁ କିଛି ଶ୍ରମିକ ଫଶି ରହିଛନ୍ତି। ଗତକାଲି ସକାଳ ସାଢ଼େ ଆଠଟାରେ ଏହି ଦୁର୍ଘଟଣା ଘଟିଥିଲା। ଭାରତୀୟ ସେନାର ଇଞ୍ଜିନିୟରିଂ ଦଳ ଏହି ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ନିୟୋଜିତ ହୋଇଛନ୍ତି। ସୁଡ଼ଙ୍ଗରେ କାଦୁଅ ଥିବାରୁ ତାଙ୍କୁ ଉଦ୍ଧାର କରିବାକାର୍ଯ୍ୟ ବାଧା ପାଇଛି। ।*
*୯- 👉 କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଓ ଏହା ପରବର୍ତ୍ତୀ ଅବସ୍ଥା ବିଷୟରେ ସରକାର ସଚେତନ ଅଛନ୍ତି। ଆଇନ ଅନୁସାରେ ଏହାର ତଦନ୍ତ କରାଯାଇ ଦୋଷୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି। ଏହାସହ ଏଠାରେ ପଢ଼ୁଥିବା ନେପାଳର ପିଲାମାନେ ସସମ୍ମାନେ ଓ ସଗର୍ବେ ଏଠାରେ ପଢ଼ିବେ ବୋଲି ସ୍ପଷ୍ଟ କୁହାଯାଇଛି। ଶନିବାର ନେପାଳର ରାଷ୍ଟ୍ରଦୂତ ଡ. ଆରଜୁ ରାନା ଦେଓବାଙ୍କସହ ଫୋନଯୋଗେ ଆଲୋଚନା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ପ୍ରତିଶୃତି ଦେଇଛନ୍ତି।*
*୧୦- 👉ଆଜି ଚମ୍ପିୟାନ୍ସ ଟ୍ରଫି କ୍ରିକେଟ୍ ଟୁର୍ଣ୍ଣେମଣ୍ଟରେ ଭାରତ- ପାକିସ୍ତାନ ଭିତରେ ମୁକାବିଲା ହେବ। ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମରେ ଏହି ପ୍ରତିଯୋଗୀତା ଆୟୋଜନ କରାଯାଇଛି। ଆଜି ୨ଟା ୩୦ ମିନିଟରୁ ଏହି ମ୍ୟାଚ୍ ଆରମ୍ଭ ହେବ। ଜିଓ ହଟ୍ ଷ୍ଟାରରେ ଏହାର ଲାଇଭ୍ ଷ୍ଟ୍ରିମିଂ ହେବ।*
* *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏*
*╚━━━━━🔅━━━━━━━━ 🔅━━━╝*
👍
❤️
6