Naveen Patnaik
March 1, 2025 at 07:12 AM
ପୋଲାଭରମ୍ ପ୍ରକଳ୍ପ ମାଲକାନଗିରିର ଜନଜାତି ଭାଇଭଉଣୀଙ୍କ ସ୍ୱାର୍ଥ ବିରୋଧୀ।
ବହୁ ଜନଜାତି ଭାଇଭଉଣୀ ପୋଲାଭରମ୍ ପ୍ରକଳ୍ପ ଦ୍ବାରା ନିଜ ଭିଟାମାଟି ହରାଇବେ। ହେଲେ ଜନଜାତିଙ୍କ ସ୍ୱାର୍ଥ ଅପେକ୍ଷା ବିଜେପି ନିଜ ଦଳର ରାଜନୈତିକ ସ୍ୱାର୍ଥ ଉପରେ ଅଧିକ ଗୁରୁତ୍ୱ ଦେଉଛି। ରାଜନୈତିକ ଦୃଷ୍ଟିକୋଣରୁ କେନ୍ଦ୍ରୀୟ ସମ୍ବଳର ବଣ୍ଟନ ସଙ୍ଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିଦେଉଛି।
ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୋଟୁରେ ଆୟୋଜିତ ବିଶାଳ ସମାବେଶ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି। ଜନଜାତିଙ୍କ ସ୍ୱାର୍ଥ ଓ 'ଓଡ଼ିଆ ସ୍ୱାଭିମାନ' ସୁରକ୍ଷା ପାଇଁ ବିଜେଡିର ଲଢ଼େଇ ଜାରି ରହିବ।
#polavaramproject #bjdwithodisha
🙏
❤️
👍
💞
32