PDF MARKET
PDF MARKET
February 7, 2025 at 06:59 AM
*" କଖାରୁ ଫୁଲ "* ସକାଳୁ ପରିବା ଆଣିବା ଗଲା ବେଳେ ଦେଖିଲି, ଫୁଲ ଦୋକାନ ରେ ପ୍ରବଳ ଭିଡ଼। ସମସ୍ତଙ୍କର ଗୋଲାପ ପାଇଁ ଡିମାଣ୍ଡ। ଛୁଆ ଠୁ ଭେଣ୍ଡିଆ ସବୁ ଗୋଲାପ କିଣିବାରେ ବ୍ୟସ୍ତ। ବିଚରା ଗେଣ୍ଡୁ ମାଳ ସେମିତି ଝୁଲୁଛି। ଏତେ ଲୋକଙ୍କ ଆଗ୍ରହ ଦେଖି ଘରଣୀଙ୍କ ପାଇଁ ଆଣିବା ପାଇଁ ଇଚ୍ଛା ହେଲା। କିନ୍ତୁ ଏ ଇଚ୍ଛା ପାଇଁ ଗୋଲାପ ଦିବସ ଦାୟୀ ନୁହେଁ। ଶଃ କୋଉ ପ୍ରେମିକ ମୋ ବାଡି ରେ ପଶି ଗୋଲାପ ଗଛ ରୁ ଫୁଲ ଚୋରି କରି ଦେଇଛି। ସେଥି ପାଇଁ ଘରଣୀ ମୋର ସକାଳୁ ତା ଚଉଦ ପୁରୁଷ ଉଦ୍ଧାର କରି ସାରିଲେଣି। ତେଣୁ ଗୋଲାପ କ୍ରୟର ଏହି ଅଭିପ୍ରାୟ। ଏତକ ଚିନ୍ତା କରୁ କରୁ ହଠାତ୍ କଲ୍ ଆସିଲା ଘରଣୀଙ୍କର। " ହଇଓ ଆସିଲା ବେଳେ କଖାରୁ ଫୁଲ ଆଣିବ, ଆଜି ପିଠଉ କରିବା "।ଏଥରକ ବୁଦ୍ଧି ମୋର ଉଦୟ ହେଲା ଆଉ ବୁଝିଲି " ଏ ବୟସରେ ପ୍ରେମ କଖାରୁ ଫୁଲ ଦେଇ ବି କରି ହୁଏ , ଗେଣ୍ଡୁ ଦେଇ ମନ କଥା କହି ହୁଏ "। ତେଣୁ ଅଗତ୍ୟା କଖାରୁ ଫୁଲ ବିଡ଼ାଏ ନେଇ ଫେରିଲି। ଆଉ ଭାବୁ ଥିଲି " ମୋ ବାଡ଼ିର ସେଇ ଗୋଲାପ ଫୁଲ ରେ କେଉଁ ଦୁଇ ଜଣଙ୍କର ହୃଦୟ ଆଜି ଯୋଡ଼ି ହେଉ ଥିବ ଆଉ ଏ କଖାରୁ ଫୁଲରେ ଆମ ଗାଡ଼ି ବି ଗଡୁ ଥିବ "
😂 ❤️ 👍 🙏 43

Comments