PDF MARKET
PDF MARKET
February 8, 2025 at 05:07 AM
ଗଳ୍ପ - "ପ୍ରେମାନୁମାନ" ଗାଳ୍ପିକ - ମୁଁ ନିଜେ ସେବେ ଯାଏ ଆମେ ପ୍ରେମପକ୍ଷୀ ନଥିଲୁ। କିନ୍ତୁ ସାଙ୍ଗ ବି ନଥିଲୁ। ତା ନାଁ ଆଉ ମୋ ନାଁ କୁ ଯୋଡ଼ି ଅନେକ ଟୁପୁରୁ ଟାପୁରୁ ହୁଅନ୍ତି ହଷ୍ଟେଲ ସାରା। ପିଲା ମୋତେ ଚିଡେଇଲେ ବି ମୁଁ ମନେ ମନେ ଖୁସି ହୁଏ। ସ୍ବପ୍ନ ରେ ନିଜର ପ୍ରେମ କାହାଣୀ ଲେଖେ। ସେ ଆଉ ମୁଁ। ଫିଜିକ୍ସ ବିଭାଗ ଆଗ ବରଗଛ। ସେଇଠୁ ଆରମ୍ଭ ହେଇଥିଲା ପ୍ରେମ କାହାଣୀ। କ୍ଲାସ୍ ରୁ ଫେରିବା ବାଟରେ ଅପେକ୍ଷା କରେ ସେ ପ୍ରୀତିକୁ। ପ୍ରୀତି ମାନେ ମୋ ଡିପାର୍ଟମେଣ୍ଟ ସାଙ୍ଗ। ସେ ପ୍ରୀତିର ରୁମ୍ ମେଟ୍। ଆଛା "ସେ" ମାନେ ମୋ ସ୍ବପ୍ନର ପ୍ରେମିକା, ଶିଖା । ପ୍ରୀତି ଭଲ ପଢୁଥିବାରୁ ସେ ମୋର ଭଲ ସାଙ୍ଗ। ମୁଁ ସେମିଷ୍ଟର ପାସ୍ କରିବାରେ ପ୍ରୀତିର ହାତ ଅଛି। ପ୍ରୀତି ଠାରୁ ନୋଟ୍ ଦିଆ ନିଆ ସମ୍ପର୍କ ରୁ ଯୋଡ଼ି ହୁଏ ଶିଖା। ପ୍ରତ୍ୟେକ ଥର ପ୍ରୀତି ସହ ଭେଟେ ତାକୁ। ସେମିତି ଚୁପ୍ କରି ଠିଆ ହେଇ ଥାଏ,ମୁଁ ପ୍ରୀତି ସହ କଥା ହେଲା ବେଳେ। ମୁଣ୍ଡ ସବୁବେଳେ ତଳକୁ ନଇଁ ଥାଏ, ବୋଧ ହୁଏ ଲାଜରେ। ପ୍ରୀତି ସହ ଏତେ ବନ୍ଧୁତା ପରେ ବି ମୁଁ ତା ସ୍ଵର କେବେ ଶୁଣି ପାରିନି। ଅନେକ ଥର ଦେଖିଛି । ମୁଁ କଥା ହେଇ ସାରିଲା ପରେ , ସେ ବାଟରେ ପ୍ରୀତିକୁ କାନ ରେ ଚୁପ୍ କରି କିଛି ହୁଏ। ମୁଁ ଦେଖିଲେ ବି ମୋତେ ଅବୁଝା ଆଉ ଅସ୍ପଷ୍ଟ ହୁଏ। ସେଇଠୁ ପ୍ରୀତି ବୁଲି ଚାହେଁ ପଛକୁ, ଆଉ ମୁରୁକି ହସି ଦିଏ। କଥାରେ ନାହିଁ ଯେଉଁ ଜିନିଷ ନିଷିଦ୍ଧ, ସେଠି ମନ ଡାକେ ଅଧିକ। ପ୍ରୀତି ସହ ଏତେ ନିବିଡ ବନ୍ଧୁତା ପରେ ବି ମୁଁ ଶିଖା ସହ ପଦୁଟିଏ କଥା ବି ହେଇ ପାରି ନଥିଲି। ତା କାରଣ ଏମିତି ହେଇ ପାରେ ଆମେ ସ୍ବପ୍ନ ରେ ଏତେ କଥା ହେଉଥିଲୁ ଯେ, ଦେଖା ହେଲେ ପାଟିରୁ କିଛି କଥା ବାହାରୁ ନଥିଲା। କେବଳ ଆଖି ମିଶୁ ଥିଲା ଆଖି ସହ। ପୁଣି ସେ ଲାଜରେ ଫେରେଇ ନେଉଥିଲା ଆଖି। ଏମିତି ହିଁ ବଢୁଥିଲା ମୋ ପ୍ରେମ। ଗୋଟେ ଗୁମସୁମ୍ ଆଉ ନିରବ ପ୍ରେମ କାହାଣୀ। ଏ ନିରବ ପ୍ରେମ ଭିତରେ ଥରେ ସାହସ କରି ପ୍ରୀତିକୁ ପଚାରିଲି " ତୋ ସହ ଯିଏ ଆସୁଛି ସେ କଥା ହୁଏନି କି କାହା ସହ !! ନା ଟିକେ ଅଧିକ ଭାଉ ମାରେ"। ମୋ କଥା ଶୁଣି ପ୍ରୀତି ହସିଲା। ଆଉ କହିଲା " ତୁ ତାକୁ ଜାଣିନୁ ସେ ବାହାରେ ବହୁତ୍ ଶାନ୍ତ କିନ୍ତୁ ରୁମ୍ ରେ ସବୁ ବେଳେ ମୋ ସହ କଥା ହଉଥିବ। ମଜା କରୁଥିବ"। ଏଇ ଆଜି କାଲି ସେ ତୋ ବିଷୟରେ ଅଧିକ ପଚାରୁ ଥିଲା ମୋତେ । "ମୋ ବିଷୟ ରେ ?" ମୁଁ ଉତ୍କଣ୍ଠିତ ହେଇ ପଚାରିଲି। ସେ ମୋ ଉତ୍ତର ନ ଦେଇ ପୁଣି ପଚାରିଲା " ତମ ଦିଟା ଙ୍କର କିଛି ଚାଲିଛି କି ? ତୁ ତା କଥା ପଚାରୁଚୁ, ସେ ତୋ କଥା ପଚାରୁଛି । କଥା କଣ ! ନା ମ ମୁଁ ଯଷ୍ଟ ଏମିତି ପଚାରୁଥିଲି,ଏତିକି କହି ତା ପ୍ରଶ୍ନକୁ ଆଡେଇବାକୁ ମୁଁ ଯଥା ସମ୍ଭବ ଚେଷ୍ଟା କଲି। କେଜାଣି କାହିଁକି ସେ ମୋତେ ସନ୍ଦେହ ଦୃଷ୍ଟି ରେ ଚାହିଁଲା। ଜାଣିନି ସେ ଦିନ ରାତି ରେ ସେମାନଙ୍କ ରୁମ୍ ରେ କଣ ଆଲୋଚନା ହେଇ ଥିବ। କିନ୍ତୁ ପରଦିନ ପ୍ରୀତି ମୋତେ କହିଲା, ଶିଖା ତୋ ସହ କଣ କଥା ହେବାକୁ ଚାହେଁ। ତୁ କାଲି କ୍ଳାସ ପରେ ରହିବୁ, ମୁଁ ତାକୁ ଡାକିବି । ଆଉ ତମେ ଦି ଟା କଥା ହେବ। ମୋତେ ଯେମିତି ଝଟକା ଲାଗିଲା। ସେବେ ଠାରୁ ମୋ ଭୋକ ମରିଗଲା। ମୁଁ ଦିନରେ ସ୍ବପ୍ନ ଦେଖିବାକୁ ଲାଗିଲି। ରାତିରେ ଆଖି ଖୋଲି ଶୋଇଲି। ଅନେକ ପ୍ରେମ କବିତା ଲେଖିଲି। ଜାଣିନି ଏ ଭିତରେ ସକାଳ କେବେ ହେଇ ସାରିଛି। ଅଗତ୍ୟା ମୁଁ ପ୍ରସ୍ତୁତ ହେଲି କଲେଜ୍ ଯିବା ପାଇଁ। ଜାଣିନି କାହିଁକି ମୁଁ ସେଦିନ ଟିକେ ଅଧିକ ସଜେଇ ହେଲି। କଥା କହିବା ଢଙ୍ଗ ରେ ପରିବର୍ତ୍ତନ ଆଣିଲି। କ୍ଳାସ୍ ସିନା ହେଉ ଥାଏ,କିନ୍ତୁ ମୋ ମନ କ୍ଳ୍ଳାସ ରେ ନଥାଏ। କେବଳ ପ୍ରୀତି ମୋତେ ଅନେଇ ମୁରୁକି ମୁରୁକି ହସୁ ଥାଏ। ଏ ପ୍ରକାର ଅବସ୍ଥାରେ କ୍ଳ୍ଳାସ ସରିଲା। ସେଇ ତଥାକଥିତ ବରଗଛ ଆଗରେ ମୁଁ ଅପେକ୍ଷା କରି ଥାଏ। ଶିଖାକୁ ସାଙ୍ଗରେ ଆଣି ପ୍ରୀତି ପହଞ୍ଚିଲା। ସେଦିନ ଆମେ ଯାହା ବି କଥା ହେଲୁ, ଆମେ ଦୁହେଁ ଥରୁ ଥିଲୁ। ଦେହରୁ ଗମ୍ ଗମ୍ ଝାଳ ବାହାରୁ ଥିଲା। ଏହି ଦିନ ଠାରୁ ଦେଖା ଗଲା ଆମେ ଦୁହେଁ ହାତ ଧରାଧରି ହେଇ ବୁଲୁଛୁ। ବରଗଛ ମୂଳେ ଗପୁଛୁ। କ୍ଲାସ୍ ବାହାନାରେ ପାର୍କ ଯାଇ ଗପୁଛୁ। ଏଇମିତି ଯୋଉ ପ୍ରେମ କାହାଣୀଟେ ଆରମ୍ଭ ହେଇ ଥିଲା ସେ କାହାଣୀ ଗୋଲାପ ଫୁଲ ଦେଇ ପ୍ରପୋଜ୍ କରିଥିବି ବୋଲି ଅନେକ ଅନୁମାନ କରନ୍ତି। କିନ୍ତୁ ଏ ଗଳ୍ପର ଲେଖକ ଭାରି ନିର୍ଦ୍ଦୟ। ପାଠକଙ୍କୁ ଭାବିବାକୁ ଛାଡି ଦେଲେ , ସେଦିନ ବରଗଛ ତଳେ ଏମିତି କଣ କଥା ହେଇଥିଲା ଶିଖା, ବିକ୍ରମ ସହ?
😂 ❤️ 👌 👍 15

Comments