PDF MARKET
PDF MARKET
February 9, 2025 at 03:01 AM
*ଚକୋଲେଟ୍ vs ବରକୋଳି* ଏଇଟା ମୋ ସମୟର କଥା। ଅବଶ୍ୟ ସେତେବେଳେ ଚକୋଲେଟ୍ ଉଦ୍ଭାବନ ହେଇ ଥିଲା କି ନାହିଁ ଜଣା ନଥିଲା। ମାର୍କେଟ କୁ ଚିନି ତିଆରି ଅଧା ଚନ୍ଦ୍ର ଚକୋଲେଟ୍ ବି ଆସି ନଥିଲା। ସେଇ ବୟସରେ ପ୍ରେମ କରିବା ସମୟରେ ମୋର ଚକୋଲେଟ୍ ର କୌଣସି ଆବଶ୍ୟକତା ନଥିଲା। କାରଣ ସେତେବେଳେ ବାଡି ରେ ପ୍ରଚୁର ବରକୋଳି,ପିଜୁଳି, ଅମୃତଭଣ୍ଡା ଇତ୍ୟାଦି ହେଉ ଥିଲା। ଏ ସବୁ ଦେଇ ପ୍ରେମ କରିବାର ଅଭିଜ୍ଞତା ବି ଏ ଲେଖକର ଅଛି। ବେଳେବେଳେ ତାଙ୍କ ଘରୁ ଖରାବେଳେ ଆସୁଥିବା ତରକାରୀ ରେ ବି ମୋ ପାଇଁ ପ୍ରେମ ଥିଲା। ମୁଁ ଖାଇ ବସି ଥିବା ବେଳେ ଦୌଡି କି ଆସି ମୋ ଆଗରେ ତରକାରୀ ଥୋଇ ଦେଇ ଲାଜେଇ ଚାଲି ଯାଉଥିଲା। ଚକୋଲେଟ୍ ଦେଇ କି ଯଦି ଏହା ଠାରୁ ଅଧିକ ପ୍ରେମ କରି ହୁଏ, ତା ଏ ଅଧମ ଲେଖକର ବିଶ୍ଵାସର ବାହାରେ। କେବଳ ଦାନ୍ତ ପୋକ ଖାଇବା ସାର।
😂 ❤️ 👍 😮 🤭 42

Comments