PDF MARKET
PDF MARKET
February 10, 2025 at 06:24 PM
ଭାଲୁ ବନାମ କୁକୁର ପ୍ରେମ ସପ୍ତାହରେ ଏ ଭାଲୁ ଦିବସର ଯଥାର୍ଥତା ମନେ ହୁଏ ନାହିଁ। ଆଜିକାଲି ର ପ୍ରେମ ସମ୍ପର୍କ ରେ ଭାଲୁର କିଛି ଆବଶ୍ୟକତା ନାହିଁ। କାହିଁକି ଆବଶ୍ୟକତା ନାହିଁ, ଏ ସବୁ ଜାଣିବା ପାଇଁ ଏ ଲେଖକ କୋଭିଡ୍ ପରର ପ୍ରେମ ଉପରେ ଗବେଷଣା କରିଛି। ପ୍ରେମ ଯେତେବେଳେ ଅତି ନିବିଡ଼ ହୁଏ , ସେଠି ନାମର ପରିବର୍ତ୍ତନ ଘଟେ। ଏଇ ଯେମିତି ଜାନୁ,ଧନ, ସୁନା ଇତ୍ୟାଦି ଇତ୍ୟାଦି। ବଡ ଆଶର୍ୟ୍ଯ ର କଥା ପଶୁ ପକ୍ଷୀ ଙ୍କ ନାମ ବି ବ୍ୟବହାର ହୁଏ। ଯେମିତି କି କୁକୁର, କୁତା,ବିଲେଇ ଇତ୍ୟାଦି। ଅନ୍ୟ ପଶୁ ବି ବ୍ୟବହାର ହୁଅନ୍ତି, କିନ୍ତୁ ଏତିକି ନାମ ସର୍ବାଧିକ। ଫୋନ୍ ର କଣ୍ଟାକ୍ଟ ଲିଷ୍ଟ ରେ କୁକୁର ଲେଖା ହେଇ ନମ୍ବର ସେଭ୍ ହେଇଛି। କୁକୁର ମୁହଁ ଇମୋଜୀ ବି ବ୍ୟବହାର ହେଇଛି। ଗବେଷଣା ସମୟରେ ଭାଲୁର ବ୍ୟବହାର ଆମ୍ଭେ ଦେଖି ପାରି ନାହୁଁ। ତେଣୁ ଅନାବଶ୍ୟକ ଭାବରେ ଭାଲୁ ର ବ୍ୟବହାର ପ୍ରେମ ସହ କୁକୁର ମାନଙ୍କ ପ୍ରତି ବି ଅପମାନ। ତେଣୁ କୁକୁର ଦିବସ ସେଦିନ ପାଳନ ହେଉ। କୁକୁର କଣ୍ଢେଇ ଉପହାର ଦିଆ ଯାଉ। ଅନ୍ୟ ଅର୍ଥରେ କୁକୁର ବିଶ୍ଵସ୍ତ ପ୍ରାଣୀ, ସେ କେବେ ବେଇମାନି କରେ ନାହିଁ। ତେଣୁ ଏ ପ୍ରେମ ଗବେଷକ ମତରେ କୁକୁର ନାମ ହିଁ ସର୍ବୋକୃଷ୍ଟ। ✍️ LEXBHAI
😂 ❤️ 😢 👍 17

Comments