PDF MARKET
February 21, 2025 at 07:59 AM
ସ୍ବପ୍ନଦୀପ ପତ୍ରିକାର ଦ୍ଵିତୀୟ ବର୍ଷ ତୃତୀୟ ସଂଖ୍ୟା ପାଇଁ ଲେଖା ଆବଶ୍ୟକ:
ତ୍ରୈମାସିକ ସାହିତ୍ୟ ପତ୍ରିକା ସ୍ବପ୍ନଦୀପର ଦ୍ଵିତୀୟ ବର୍ଷ ତୃତୀୟ ସଂଖ୍ୟା ମାର୍ଚ୍ଚ ମାସ ଶେଷ ସପ୍ତାହରେ ପ୍ରକାଶ ପାଇବ । ଏ ପତ୍ରିକା ଓଡ଼ିଶାର ଏକମାତ୍ର ସାହିତ୍ୟ ପତ୍ରିକା ଯେଉଁଥିଲେ ଶିଶୁ କିଶୋରଙ୍କ ପାଇଁ ସାହିତ୍ୟକୁ ଯେତିକି ସ୍ଥାନ ଦିଆଯାଏ ସେତିକି ସ୍ଥାନ ଅନ୍ୟ ବିଭାଗର ସାହିତ୍ୟ ପାଇଁ ଦିଆଯାଏ । ନୂଆ ଲେଖକ ଲେଖିକାଙ୍କ ଲେଖାମାନଙ୍କୁ ମଧ୍ୟ ଗୁରୁତ୍ତ୍ୱ ଦିଆଯାଏ ।
ଏଣୁ ଅନୁରୋଧ, ଲେଖକ ଲେଖିକାମାନେ ମାର୍ଚ୍ଚ ପ୍ରଥମ ସପ୍ତାହ ଭିତରେ ନିମ୍ନ ହ୍ଵାଟ୍ସଆପ ନମ୍ବର ବା ଇମେଲରେ କବିତା, ଗଳ୍ପ, ପ୍ରବନ୍ଧ ଇତ୍ୟାଦି ପଠେଇବେ । ଲେଖାରେ ମୋବାଇଲ ନମ୍ବର ସହ ନିଜର ଏକ ପାସପୋର୍ଟ ସାଇଜର ଫୋଟୋ ଦେବେ । ଅମନୋନିତ ଲେଖା ଫେରସ୍ତ ଦିଆଯାଏ ନାହିଁ ।
ମୋବାଇଲ ଓ ହ୍ଵାଟ୍ସଆପ ନମ୍ବର- ୯୪୩୮୪୨୬୨୮୧, ୯୪୩୯୫୩୯୨୨୯
ଇମେଲ- [email protected]
[email protected]
ଡାକ ଠିକଣା- ସମ୍ପାଦିକା, ସ୍ବପ୍ନଦୀପ, ବିଶ୍ୱଶ୍ରୀ ପ୍ରେସ, ଫକୀର ମୋହନ କଲେଜ ରୋଡ଼, ବାଲେଶ୍ୱର-୭୫୬୦୦୪ ।