
Padmalochan Panda
February 28, 2025 at 08:06 AM
'ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା'ରେ ବାଲେଶ୍ୱର ରେଳଷ୍ଟେସନ ଠାରୁ ମହାରାଷ୍ଟ୍ରର ପ୍ରସିଦ୍ଧ ତୀର୍ଥସ୍ଥଳୀ ଶିରିଡ଼ି ଓ ନାସିକ ଅଭିମୁଖେ ତୀର୍ଥଯାତ୍ରା ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଗଣ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଜିଲ୍ଲାପାଳଙ୍କ ସହ ଯୋଗଦେଲି ।
ଜିଲ୍ଲାର ତୀର୍ଥଯାତ୍ରୀ ମାନଙ୍କ ପାଇଁ ନିଜ ଗ୍ରାମ ଠାରୁ ବାଲେଶ୍ୱର ରେଳ ଷ୍ଟେସନ ପର୍ଯ୍ୟନ୍ତ ଆସିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସୁବ୍ୟବସ୍ଥା କରାଯାଇଅଛି । ଯାତ୍ରା ସମୟରେ ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କର ରହିବା, ରେଳ ଷ୍ଟେସନରୁ ତୀର୍ଥସ୍ଥାନ ପର୍ଯ୍ୟନ୍ତ ଯିବା ଆସିବା ଏବଂ ଖାଦ୍ୟପେୟର ବନ୍ଦୋବସ୍ତ ମଧ୍ୟ କରାଯାଇଛି ।
ନାଗରିକମାନଙ୍କ ଧାର୍ମିକ ତଥା ଆଧ୍ୟାତ୍ମିକ ଭାବନାକୁ ସମ୍ମାନ ଜଣାଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କୁ କୃତଜ୍ଞତା ଜଣାଉଛି । ଏହି ଅବସରରେ ବୟୋଜ୍ୟେଷ୍ଠ ତଥା ଗୁରୁଜନ ମାନଙ୍କୁ ସାକ୍ଷାତ କରିବା ସହ ସେମାନଙ୍କ ସୁସ୍ଥ, ନିରାପଦ ଓ ଆନନ୍ଦମୟ ଯାତ୍ରା କାମନା କଲି ।