
SS Publication
February 14, 2025 at 08:45 PM
ଆଇଡିଆ ବକ୍ସ ଥିମ୍ _ ଶୂନ୍ୟ ର ମୋହ
ଗଳ୍ପ ଶୀର୍ଷକ _ ବିଚିତ୍ର ପରୀ
ସତ୍ୟ ଲୋକର କମାଳସନରେ ବସି ସୃଷ୍ଟି କର୍ତ୍ତା ବ୍ରହ୍ମା , ସୃଷ୍ଟି କର୍ମରେ ବ୍ୟlପୃତ ରହି ଭାରାକ୍ରାନ୍ତ ହେବା ସମୟରେ ଗୋଟିଏ କଳ୍ପ ଶେଷ ହେବାକୁ ବସିଲା ଏବଂ ଦେବ ବ୍ରହ୍ମାଙ୍କୁ ସେତେବେଳେ ଘୋର ନିଦ୍ରା ଆଚ୍ଛନ୍ନ କରିଲା । ଠିକ୍ ସେହି ସମୟରେ କନକପୁର ଆକାଶରେ ଉଦୟ ହେଲା ଏକ ତାରକା ଯାହାର ନାମ ଅନୁରାଗ ।
ଧିରେ ଧିରେ ଅନୁରାଗ ବଢ଼ିବାକୁ ଲାଗିଲା । ବୟସର ପ୍ରତ୍ୟେକ ପାହାଚ ଚଢ଼ି ଯାଉଥିବା ସମୟରେ ସେ କେବେ ବିଚଳିତ ହୋଇନଥିଲା । ଜୀବନ ଅଛି ତ ସମସ୍ୟା ବି ଅଛି, ସମସ୍ୟା ପାଇଁ ବାଟ ବି ଅଛି, ନିଜକୁ ଦୁଃଖି କରିଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁଁ, ସେଥିପାଇଁ ହସିବାକୁ ପଡ଼ିବ, ଜୀବନ ଯେମିତି ବି ହେଉ ବଞ୍ଚାଇବାକୁ ପଡିବ । ତେଣୁ ସେ ନିଜ କର୍ମ ପଥର ଅନୁରାଗି ହେଇ ଚାଲିବାରେ ଠିକ ଭାବୁଥାଏ ।
ଦିନ ପରେ ଦିନ ଗଡି ଚାଲିଲା । ଅନୁରାଗ ଯୁବା ବୟସରେ ପହଞ୍ଚିଲା । କିନ୍ତୁ ଜୀବନର ଏଇ ସୁନ୍ଦର ମୁହୂର୍ତ୍ତରେ ଟିକେ ଶାନ୍ତିରେ ବଞ୍ଚାଇବାପାଇଁ । ତାର ଦୁଃଖ ସୁଖର ସାଥୀ ହେବାପାଇଁ କେହି ଆଗେଇ ଆସିଲେ ନାହିଁ । ତଥାପି ତାର ମନ ଉଣା ହେଇନଥିଲା।
କାଳକ୍ରମେ ନୃତନ କଳ୍ପ ଆରମ୍ଭ ହେବାର ସମୟ ଆସିଲା । ଚତୁର୍ଦ୍ଦିଗ ରୁ ଅନ୍ଧକାର ଦୂରୀଭୂତ ହେଲା ଏବଂ କନକପୁର ଆକାଶରେ ଆଲୋକର ଅlଭା ଫୁଟି ଉଠିଲା । ଯେତେବେଳେ ବାଗ ଦେବୀ ସରସ୍ଵତୀ ମାତା ଶାରଳା ତାଙ୍କ ବୀଣା ବାଦନ କରିଲେ ଠିକ୍ ସେହି ସମୟରେ ବୀଣା ର ଝଙ୍କାର ରେ ବ୍ରହ୍ମ ଦେବଙ୍କ ଆଖି ଖୋଲିଲା । ଯାହାଦ୍ବାରା ସେ ମୁଦ୍ରିତ ନୟନକୁ ଉନ୍ମୋଚନ କରି ଦେଖିଲେ ଯେ ଅନେକ ଘଟଣା ଘଟି ଯାଇଚି ଅନୁରାଗ ର ଜୀବନରେ । ତେଣୁ ସେ ଶୁନ୍ୟରୁ ପଠାଇଲେ ଏକ " ବିଚିତ୍ର ପରୀ" କୁ ।
ଧରା ପୃଷ୍ଠରେ ଅବତରଣ କରିଲେ "ବିଚିତ୍ର ପରୀ" । ଠିକ୍ ସେହି ସମୟରେ ତାଙ୍କୁ ଦେଖି ଅନୁରାଗ ଙ୍କ ମନରେ ପ୍ରେମର ପ୍ରଥମ ବୀଜ ବପନ ହେଲା । ପ୍ରେମ କେବଳ ଅନୁରଗଙ୍କ ମନରେ ହୃଦୟରେ ନୁହେଁ ବରଂ ବିଚିତ୍ର ପରୀଙ୍କ ମନକୁ ଓ ହୃଦୟକୁ ମଧ୍ୟ ଚହଲେଇ ଦେଲା । " ଶୂନ୍ୟ ର ମୋହ " ରେ ଦୁହେଁ ବିଚରଣ କରିଲେ । ଦିନକୁ ଦିନ ଦୁହିଁଙ୍କର ପ୍ରେମ ପ୍ରଗାଢ ହେବାକୁ ଲାଗିଲା । ପ୍ରେମର ଏଇ ଦୁଇ ପକ୍ଷୀ ଉଡ଼ି ଚାଲିଲେ ସ୍ୱପ୍ନର ଏକ ଦୁନିଆରେ ।
ପ୍ରେମ ସତ୍ୟ , ପ୍ରେମ ସୁନ୍ଦର , ପ୍ରେମ ସ୍ଵୟଂ ଶିବ । ପ୍ରେମ ସାସ୍ୱତ। ପ୍ରେମ ଚିରନ୍ତନ ସତ୍ୟ । ପ୍ରେମ ଏକ ଭାବନାକୁ ବୁଝାଇଥାଏ । ଏହାଛଡା ବ୍ୟକ୍ତିଗତ ସ୍ନେହ ଓ ସଂଯୋଗକୁ ମଧ୍ୟ ପ୍ରେମ କୁହାଯାଏ । ଦୁଇଜଣଙ୍କ ମଧ୍ୟରେ ଥିବା ଦୟା, କ୍ଷମା, ସ୍ନେହ, ପ୍ରଣୟ ଇତ୍ୟାଦି ପ୍ରେମର ଏକ ରୂପ । ପ୍ରେମ ଶବ୍ଦଟି ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରରେ ବ୍ୟବହାର ହୋଇଥାଏ । ବିଭିନ୍ନ ଭାଷାରେ ଏହାର ସଜ୍ଞା ଭିନ୍ନ ଭିନ୍ନ । ପ୍ରେମ ବ୍ୟକ୍ତିଗତ କିମ୍ବା ସାର୍ବଜନୀନ ହୋଇପାରେ ।ପ୍ରେମକୁ ଏକ ଶାଶ୍ୱତ ଭାବନା ବା ଭକ୍ତ ଭଗବାନଙ୍କ ସମ୍ପର୍କ ବୋଲି କୁହା ଯାଇଥାଏ । ଏବଂ ସେଇ ପ୍ରେମର ବଶବର୍ତ୍ତୀ ହେଇ ଅନୁରାଗ ଓ ଅପରାଜିତା ଯିଏ କି ସ୍ଵୟଂ ବିଚିତ୍ର ପରୀ ଗଢି ଚାଲିଲେ ଅନେକ ସୃଷ୍ଟି । ଧିରେ ଧିରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଚୁକ୍ତିବଦ୍ଧ ହେଲେ ।
ସମୟ ବଳବାନ । ସମୟ ପୂର୍ବରୁ କାହାକୁ ବା କଣ ପ୍ରାପ୍ତ ହୁଏ । ନୀୟତିର ନିୟମ କୁ କିଏ ବା ଭାଙ୍ଗି ପାରିବ ? ।
ବିଚିତ୍ର ପରୀ ପୃଥିବୀ ପୃଷ୍ଠରେ ଖୁବ୍ ଲୋକମତ ହାସଲ କରି ସଭିଙ୍କ ପ୍ରିୟଭାଜନ ହେଲେ । ଚଞ୍ଚଳ ମନ କାରଣ ସେ ଜଣେ ଦିବ୍ୟ ଆଭା। ଏମିତିରେ ବିଚକ୍ଷଣା । ପ୍ରଖର ଜ୍ଞାନର ଅଧିକାରିଣୀ , ତେଣୁ ସେ ଏବେ ସ୍ଵୟଂ ନିଜେ ନିଜର ଭବିଷ୍ୟତ ଗଢ଼ିବା ପାଇଁ ଆଗେଇ ଚାଲିଲେ । ମାନବ ଓ ପରୀ ଙ୍କ ମଧ୍ୟରେ ଏଇତ ପ୍ରଭେଦ କିନ୍ତୁ ତାଙ୍କୁ ଜଣା ନାହିଁ ଯେ ଏଇ ଗୋଲକ ଟି ଦେଖିବାକୁ ଯେପରି ଗୋଲ ଠିକ୍ ସେହିପରି ଏଠାରେ ବସବାସ କରୁଥିବା ସମସ୍ତ ପ୍ରାଣୀ ମଧ୍ୟ ଗୋଲ ଗୋଲ ।
ଦିନ ପରେ ଦିନ ଗଡି ଚାଲିଲା , ବିଚିତ୍ର ପରୀ ଏବେ ଖୁବ୍ ଭଲ ଭାବରେ ଏହି ଗୋଲାକ ର ପ୍ରାଣୀଙ୍କୁ ଚିହ୍ନି ସରସ ସୁନ୍ଦର ଜୀବନ ଜାପନ କରିବାକୁ ଲାଗିଲେ । ଯାହା ପାଇଁ ଅନୁରାଗ ଓ ବିଚିତ୍ର ପରୀ ଙ୍କ ମଧ୍ୟରେ ବଚସା ଆରମ୍ଭ ହେଇଗଲା । ଅନୁରାଗ ଙ୍କ ଏଭଳି ଇର୍ଷାଲୁ ସ୍ଵଭାବ ଦେଖି ବିଚିତ୍ର ପରୀ କନକପୁର ଛାଡ଼ି ଅନ୍ୟତ୍ର ବସବାସ କରିବେ ବୋଲି ସ୍ଥିର କରିଲେ । କଥାରେ ଅଛି ବର୍ଷା ଯେତେ ହେଲେ ବି ସାରୁ ପତ୍ରକୁ ଭିଜେଇ ପାରେ ନାହିଁ, ସେହିପରି ଅନ୍ୟକୁ ଇର୍ଷା କରୁଥିବା ଲୋକ ଯେତେ ବି ଜ୍ଞାନୀ ହେଉନା କାହିଁକି ଆଗକୁ ଯାଇପାରେ ନାହିଁଁ , ଏବେ ଠିକ୍ ସେହିପରି ଅବସ୍ଥା ଅନୁରାଗ ଙ୍କର ।
ଗୋଟିଏ ଦିଆସିଲି କାଠି ଲକ୍ଷ ଲକ୍ଷ ଗଛକୁ ପୋଡ଼ି ଦେଇ ପାରେ ସତ କିନ୍ତୁ ଗୋଟିଏ ବୃକ୍ଷ ରୁ ଲକ୍ଷ୍ୟ ଲକ୍ଷ୍ୟ ଦିଆସିଲି କାଠି ନିର୍ମାଣ ମଧ୍ୟ ହେଇପାରେ । ଠିକ୍ ସେଇୟା ହେଲା । ଅନୁରାଗ ଙ୍କ ଜୀବନରୁ ଚାଲିଗଲେ "ବିଚିତ୍ର ପରୀ" ଆରମ୍ଭ ହେଲା ନୂଆ ଏକ ଦୁନିଆ କିନ୍ତୁ କନକପୁର ର ସେଇ ଭାରାକ୍ରାନ୍ତ ତାରକା ଅନୁରାଗ , ଆକାଶକୁ କେବଳ ଚାହିଁ ରହିଥିଲା "ଶୂନ୍ୟ ର ମୋହ" ନେଇ ଯେ ସତରେ ପୁଣି ଫେରି ଆସିବ ବୋଧେ " ବିଚିତ୍ର ପରୀ" କିନ୍ତୁ ତାହା ବିଧିର ବିଧାନ ରେ ଲେଖା ନଥିଲା ....!!
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।