SS Publication WhatsApp Channel

SS Publication

13 subscribers

About SS Publication

Not a writer but likes to write. Not a devotee, but I want to get lost in the devotion of the Lord.

Similar Channels

Swipe to see more

Posts

SS Publication
SS Publication
5/16/2025, 6:25:47 PM

ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ ୪୧ #ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025 (ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ) ଅରଣ୍ୟ ତୁରନ୍ତ ଯାଇ ପହଞ୍ଚିଲେ ଅନନ୍ୟାଙ୍କ ପାଖରେ ଏବଂ କହିଲେ ଶୁଣ ଅନନ୍ୟା , ତୁମେ ମୋ ପ୍ରଶ୍ନର ଉତ୍ତର କଣ ପାଇଁ ଦେଉ ନାହିଁ। ଠିକ୍ ସେହି ସମୟରେ ଅନନ୍ୟା କହିଲେ ଆଛା ବାବା ମୁଁ କଣ ପାଇଁ ତୁମକୁ ଇଗ୍ନୋର କରିବି । ତୁମେ ମୋର ସ୍ବାମୀ । ପତି ପରମେଶ୍ବର , କିନ୍ତୁ ମୁଁ ତୁମକୁ ଇଗ୍ନୋର କଣ ପାଇଁ କରିବି । ମୁଁ ଟିକେ କାମରେ ବ୍ୟସ୍ତ ଥିଲି ତେଣୁ ତୁମ ସହିତ କିଛି ସମୟ ଦେଇ ପାରିଲି ନାହିଁ । ଅନନ୍ୟା , ଏମିତି ଅନାବନା ଭାବନାରେ ବୁଡି ରହିଛନ୍ତି କି ଠିକ ସେହି ସମୟରେ ଅନନ୍ୟାଙ୍କ ଭାଇ ମନୋଜ ର ଫୋନ ଆସିଲା ଏବଂ ସେ କହିଲା ଯେ ଦିଦି ମୋତେ ଏକାକୀ ଠିକରେ ମନ ଲାଗୁନି । ତେଣୁ ମୁଁ କିଛି ସମୟ ପାଇଁ ତୁମ ପାଖକୁ ଆସିବି କି ? ମନୋଜ କଥା ଶୁଣି , ଅନନ୍ୟା କିଛି ବାହାନା କରି କହିଲେ ଆଛା ମନୋଜ ଟିକେ ଅପେକ୍ଷା କର ମୁଁ ତୋ ଭାଇଙ୍କୁ ପଚାରି ଆସେ ଯେ ଆଜି କିଛି ପ୍ରୋଗ୍ରାମ ନାହିଁ ତ । କିନ୍ତୁ ଅସଲ କଥା ହେଲା ଅନନ୍ୟା , ଅନୁମତି ନେବାକୁ ଯାଇ ଅରଣ୍ୟଙ୍କୁ ପଚାରିବାକୁ ଯାଇଥିଲେ କି ଅରଣ୍ୟ କହିଲେ ଆଛା , ତୁମ ଭାଇ ଭଉଣୀଙ୍କ ମିଳନ ରେ ମୁଁ କେଉଁଠୁ ଆସିଲି । ତାପରେ ସେ ମୋ ଶଳା ସାହେବ । ଭଉଣୀ ଘରକୁ ଆସିବା ତାର ଅଧିକାର । ଅରଣ୍ୟ ମନରେ ଟିକେ ମିଛୁଆ ରାଗ ରଖି ଅନନ୍ୟା ଙ୍କୁ କହିଲେ ତୁମ ଭାଇକୁ ଆସିବାକୁ କୁହ ଏବଂ କିଛି ସ୍ଵାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କର । ଅରଣ୍ୟଙ୍କ କଥା ଶୁଣିବା ପରେ ଅନନ୍ୟା, ମନୋଜ କୁ ଫୋନ କରି ଆସିବାକୁ କହିଲେ । କିଛି ସମୟ ମଧ୍ୟରେ ଡ୍ରାଇଭର ସହିତ ମନୋଜ ରାଏ ବାହାଦୁର ମେନ୍ସନ ଆସି ପହଁଚିଗଲା । ଘରେ ପହଂଚିବା ପରେ ସେ ଦେଖିଲା ଯେ ତାର ଭିଣୋଇ ଭାଇ ଲାପଟପ ଧରି କିଛି କାମ କରୁଛନ୍ତି ଠିକ୍ ଏହି ସମୟରେ ମନୋଜ ତାଙ୍କ ପାଖକୁ ଯାଇ ପ୍ରଣାମ କରି କହିଲା ଭାଇ ଆସନ୍ତୁ ଟିକେ ଚେସ ଖେଳିବା । ଏହି ଗେମ୍ ମାଇଣ୍ଡ ଇମ୍ପୃଭ କରେ । ଆଉ ଫୁର୍ତ୍ତି ଲାଗେ ମନକୁ । ଅରଣ୍ୟ , " ମନୋଜ କଥାରେ ନିଜର ସମସ୍ତ କାମ ଛାଡି ଆସି ବସିଗଲେ ଚେସ ଖେଳିବା ପାଇଁ । ଏସବୁ ଘଟଣା ,ରୋଷେଇ ଘରେ ଥାଇ ଦେଖୁ ଥାଆନ୍ତି ଅନନ୍ୟା । ମନୋଜ ଏବଂ ଅରଣ୍ୟ ଖିବ ଆନନ୍ଦ ସହିତ ଗେମ୍ ଖେଳୁଛନ୍ତି କି କିଛି ସମୟ ମଧ୍ୟରେ ଅରଣ୍ୟ ଦୁଇଥର ହରାଇଲେ ଶଳା ମନୋଜ କୁ , ଯିଏ କି ଇଣ୍ଟରନେସନାଲ ଚେସ ଚମ୍ପିୟାନସିପ ପାଇଁ ମନୋନୀତ ହେଇଚି । କିଛି ସମୟ ଖେଳିବା ପରେ ମନୋଜ ମନରେ ଅହେତୁକ ପ୍ରଶ୍ନ ଆସିଲା । ସେ ଚିନ୍ତା କରିପାରିଲା ନାହିଁ ଯେ ଯେଉଁ ମଣିଷ ସାମ୍ନାରେ ସେ ବସିଛି , ସେହି ମହାନ ଚେସ ଖେଳାଳି କିଏ ? ମନୋଜ ଅନେକ ଥର ଡିଷ୍ଟିକ, ଷ୍ଟେଟ ଓ ନେସନାଲ ଲିଭେଲ ରେ ଅନେକ କଣ୍ଟେଷ୍ଟାଣ୍ଟ ଙ୍କୁ ଖେଳରେ ହରାଇଛି କିନ୍ତୁ ଜୀବନରେ ସେ ପ୍ରଥମ ଥର ପାଇଁ ଜଣେ ସାଧାରଣ ମଣିଷ ହାତରୁ ଥରେ ନୁହେଁ , ଦୁଇ ଦୁଇଥର ଲଗାତାର ହlରିଗଲା। ଏହା ଅବଶ୍ୟ ଆଶ୍ଚର୍ଯ୍ୟ ଜଣକ ଘଟଣା । ଏମିତିରେ ମନୋଜ ଖୁବ୍ ପସନ୍ଦ ଏବଂ ସମ୍ମାନ କରେ ତାର ଭିଣୋଇ ଭାଇ ଅରଣ୍ୟଙ୍କର୍ କିନ୍ତୁ ଆଜି ତାର ସମ୍ମାନ ଆଉ ଟିକେ ଅଧିକା ହେଇଗଲା । ମନୋଜ ହଠାତ ଛିଡା ହେଇ କ୍ଲlପିଙ୍ଗ କରି କହିଲା ଇ...ଏ । ମୋ ଭାଇ ସବୁଠୁ ବେଷ୍ଟ । ଇ...ଏ । ମୋ ଭାଇ ସବୁଠୁ ବେଷ୍ଟ । ଆଉ ମୋତେ ଡର ନାହିଁ ମୁଁ ମୋର ନୂଆ କୋଚ ପାଇଗଲି । ଏପଟେ ମନୋଜ ର ଏଭଳି ବ୍ୟବହାର ଦେଖି ଅନନ୍ୟା ମନେ ମନେ ଖୁସି ହେଇ ଭାବୁଥାଏ ଯେ ଆରେ ବାଃ ...! ମୋ ଠାରୁ ମୋ ଭାଇ ମଧ୍ୟ ଲୋକଙ୍କୁ ସମ୍ମୋହନ କରିବାରେ ଖୁବ୍ ଧୂରନ୍ଧର । କିଛି ସମୟ ମଧ୍ୟରେ ସେ ନିଜେ ହସିବା ସହିତ ଏହି ହିଟଲର ଙ୍କୁ ମଧ୍ୟ ନିଜ ସହିତ ହସାଇ ଦେଲା । ଅନନ୍ୟା ଖୁବ୍ ଖୁସି ହେଇଗଲେ । କିଛି ସମୟ ମନକୁ ମନ୍ ହସିବା ପରେ ଟିକେ ଉଚ୍ଚ ସ୍ୱର ରେ ସେ ଅରଣ୍ୟ ଙ୍କୁ ଡାକିଲେ ..! ଏଇ ଶୁଣିଛ..! ଅରଣ୍ୟ ...! ଟିକେ ଶୁଣ ବାବା , ଛୁଆଟା ସହିତ ତୁମେ ଏତେ କଣ ହସୁଛ ମ । ସେ କଣ ଭାବିବ ? ତାପରେ ମୋ ଭାଇ ତୁମକୁ ଚେସ ରେ ହରାଇ ଦେଲା ନାଁ..!! ମୋ ଭାଇ ମନୋଜ ଖୁବ୍ ତୀକ୍ଷ୍ଣ ବୁଦ୍ଧିର ପିଲା , ସତ୍ କୁହ ହଁ କି ନାହିଁ ..! ତାପରେ ଶୁଣ ଗୋଟେ କଥା ଅରଣ୍ୟ . ..! ମୋ ଭାଇ ସହିତ ଖେଳରେ ହାରୀ କଣ ତୁମେ ମୋ ନାକ ତଳକୁ କରିବ ନାଁ କଣ ? ଏଠାକୁ ଆସ ଆଉ ଖେଳା ଖେଳି କରନି , ମୋତେ ଟିକେ ରୋଷେଇ କରିବାରେ ହେଲ୍ପ କର ବାବା ପ୍ଲିଜ ..!! ଅରଣ୍ୟ ଏବଂ ମନୋଜ ତୁରନ୍ତ ଖେଳ ଛାଡ଼ି ରୋଷେଇ ଘରକୁ ଆସିଲେ । ଅରଣ୍ୟ ଙ୍କୁ ଦେଖି ଅନନ୍ୟା କହିଲେ ଆଛା ତୃଣ ପ୍ରାଣୀ ଆଜି ତୁମ ପସନ୍ଦର ମସୃମ ମସଲା ଏବଂ ପନିର ସହିତ ଡାଳ ଫ୍ର୍ୟଏ ଓ ଲେମନ ରାଇସ ହେବ ଆଉ ମୁଁ କଣ କହୁଛି କି ଆଳୁ ତ ତୁମେ ବହୁତ ଖାଇଛ କିନ୍ତୁ ଗୋଟେ ସୁନ୍ଦର ଡିସ୍ କରିଦେବି ଖାଇବ ? ଆଳୁ ପନିର କୋରମା । ଅରଣ୍ୟ ଟିକେ ଚୁପ ରହି କହିଲେ , ଏସବୁ ମୋ ପାଇଁ କେଉଁ ଖୁସିରେ ରୋଷେଇ କରୁଛ ଟିକେ ଶୁଣିବି କି ? ତୁମ ଭାଇ ଆସିବା ଖୁସିରେ ନାଁ ମୋ ସହିତ ଚେସ ରେ ହରାଇବା ଖୁସିରେ । କିନ୍ତୁ ଅରଣ୍ୟଙ୍କ କଥା ଶୁଣି ମନୋଜ କହିଲେ , ଯିଯୁ .. ମୋ ଦି ବଢିଆ ରୋଷେଇ କରେ। ଆଉ ଏବେ ତୁମେ ମୋତେ ଚେସ ରେ ହରାଇଛ ତ ଖାଇବା ପାଲି ତୁମର । ମୋର ନୁହେଁ । ତୁମେ ମୋ ଚେସ ଗୁରୁ । ତୁମେ ଆଜିଠାରୁ ମୋ କୋଚ ହେବ । ମନୋଜ ମୁହଁରୁ ଏଭଳି କଥା ଶୁଣି ଅନନ୍ୟା ଆଚମ୍ବିତ ହେଇ କହିଲେ ଏହା କଣ ସତ୍ୟ କି ମନୋଜ । ତୋ ଯିଜୁ କଣ ସତରେ ତୋତେ ଚେସ ରେ ହରାଇଛନ୍ତି । ମନୋଜ କହିଲା ହଁ ଦିଦି । ଭାଇ ଜଣେ ବହୁତ ବଡ଼ ଚେସ ଚମ୍ପିୟାନ । ମୁଁ ଏମିତି ନାମ ଶୁଣିଥିଲି କିନ୍ତୁ ଆଜି ଗୋଟେ ଚିହ୍ନ ଦେଖି ମୁଁ ସୂୟୋର ହେଇଗଲି ଯେ ସେ ବ୍ୟକ୍ତି ଆଉ କେହି ନୁହନ୍ତି । ସେ ହେଉଛନ୍ତି ମୋ ଜିଜୁ ଅରଣ୍ୟ ରାଏ ବାହାଦୁର। ମନୋଜ କଥା ଶୁଣି ଅରଣ୍ୟ କହିଲେ ଆରେ ଶଳା ସାହେବ , ତୁମେ ମିଛ କଣ ପାଇଁ କହୁଚ୍ଛ? ଚେସ ଚମ୍ପିୟାନ ମୁଁ ନୁହେଁ ତୁମେ । ଏପଟେ ଅନନ୍ୟା ରୋଷେଇ ଘରେ ଆଖିକୁ ବଡ଼ବଡ଼ କରି ଛିଡ଼ା ହେଇ ଦେଖୁଛନ୍ତି ତାଙ୍କ ସ୍ବାମୀଙ୍କ କର୍ତୁତ୍ଵ। ସେପଟେ ବାହାରେ ସମସ୍ତ ଚାକର ବlକର ଏବଂ ଜେଜେ ନରସିଂହ ପ୍ରତାପ ରାଏ ବାହାଦୁର ମଧ୍ୟ ଲୁଚି ଛପି ମଧ୍ୟ ଦେଖୁଛନ୍ତି ଅରଣ୍ୟ ଙ୍କ ବଦଳା ସ୍ଵଭାବ । ଯେଉଁ ମଣିଷ ଦିନେ ଖାଇବା ପାଇଁ ଆଲି ଅର୍ଦ୍ଦଳି କରେନାହିଁ କି ରୋଷେଇ ଘର କିପରି ବୋଲି ଜାଣି ନଥିଲା ସେ ଆଜି ବୋହୂ ମାଆ ଅନନ୍ୟା ଙ୍କ କଥାରେ ଉଠ ବସ ହେଇ ରୋଷେଇ ଘରକୁ ପଶି ଗଲେଣି ଅନନ୍ୟା ଙ୍କ ଗୋଟିଏ ଡାକରା ରେ । ଅରଣ୍ୟ ଏବଂ ମନୋଜ ଙ୍କ କଥା ଶୁଣି ଟେରା ହେଇ ଦେଖିଥିବା ଅନନ୍ୟାଙ୍କୁ ମନୋଜ କହିଲେ ଦି ..! ଏମିତି କଣ ଦେଖୁଛୁ। ମୁଁ ଯାହା କହିଲି ତାହା ଅକ୍ଷରେ ଅକ୍ଷରରେ ସତ । ଆଛା ତୁ ଭାଇଙ୍କ ପାଇଁ ଆଳୁ ପନିର କୋରାମା କରିବାକୁ କହୁଥିଲୁ ପରା , ନକରି ଏମିତି କଣ ଭାବୁଛୁ ? ଅନନ୍ୟା ପ୍ରକୃତିସ୍ଥ ହେଲେ ଏବଂ ଅରଣ୍ୟଙ୍କୁ କହିଲେ ଆଛା ଅରୁ, ମୋତେ ଟିକେ ହେଲ୍ପ କର ନାଁ ବାବା। ଏତିକି ଆଳୁ ରୁ ଟିକେ ଚୋପା ଚାଞ୍ଚି ଦିଅ । ତାପରେ ତୁମେ ଶଳା ଭିଣୋଇ ବସି ଦେଖ ମୁଁ କିପରି ଏବଂ କେତେ ଶୀଘ୍ର ରୋଷେଇ ଶେଷ କରି ତୁମକୁ ସର୍ଭେ କରିବି । ଅରଣ୍ୟ ଶାନ୍ତ ସରଳ, ବୋଲକରା ଛୁଆ ଭଳି ଅନନ୍ୟାଙ୍କ କଥାରେ କିଛି ଆଳୁ ଉଠାଇ ନେଲେ ଏବଂ ଆଳୁ ର ଚୋପା ଛଡ଼ାଇବା ନାଇଫ୍ ନେଇ ଷ୍ଟାଣ୍ଡ ରେ ରଖି ଆଳୁ ଚlଞ୍ଛିବାରେ ଲାଗିଲେ । ଅରଣ୍ୟ ଙ୍କୁ ଆଳୁ ଚlଞ୍ଚିବାର ଦେଖି ସମସ୍ତେ ଆଚମ୍ବିତ ହେଇଗଲେ । ଏପଟେ ମାନସ , ଦିଲ୍ଲୀପ , ସୁକାନ୍ତ , ସୁଧୀର ମଧ୍ୟ ଏହି ନୂତନ ଦୃଶ୍ୟର ମଜା ବାହାରେ ଥାଇ ନେଉଛନ୍ତି କି ଅରଣ୍ୟଙ୍କ ହାତରୁ ଆଳୁ ସହିତ ଷ୍ଟାଣ୍ଡ ଛିଟିକି ପଡିଲା ଏବଂ ଅରଣ୍ୟଙ୍କ ହାତ ର ଆଙ୍ଗୁଳି ନାଇଫ୍ ରେ କଟିଗଲା ...! ଅରଣ୍ୟଙ୍କ ଅଙ୍ଗୁଳି କଟିବା ଦ୍ଵାରା ତାଙ୍କ ଆଙ୍ଗୁଳି ରୁ ଖୁବ ରକ୍ତ ବୋହିବାରେ ଲାଗିଲା । ଏହା ଦେଖି ଅନନ୍ୟା ତୁରନ୍ତ ତାଙ୍କ ହାତ ଧରି ଚୁମିବାକୁ ପ୍ରୟାସ କରୁଥିଲେ କି ଅରଣ୍ୟ ତାଙ୍କୁ ଧକ୍କା ଦେଇ ଦୂରେଇ ଦେଲେ । ଅରଣ୍ୟଙ୍କ ଏଭଳି ବ୍ୟବହାର ରେ ଶଳା ବାବୁ ମନୋଜ ଖୁବ୍ କ୍ରୋଧିତ ହେଇ କେବଳ ଦେଖୁଥିଲେ ତାଙ୍କ ଜିକୁ ଅରଣ୍ୟ କୁମାର ରାଏ ବାହାଦୁର ଙ୍କୁ ...! କ୍ରମଶଃ... ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।

SS Publication
SS Publication
5/16/2025, 5:12:38 PM

ତୁ ଆଉ ମୁଁ _୨୪୦ ଏ ଶୁଣ, ଏ ଜୀବନ ବହୁତ ଛୋଟ,ତେଣୁ ସେହି ମଣିଷ ସହିତ ଅଧିକ ସମୟ ବିତେଇବା ପାଇଁ ଚେଷ୍ଟା କର, ଯିଏ କି ତୁମକୁ ସବୁବେଳେ ଖୁସି ଓ ଭଲ ପାଇବା ଦେବାକୁ ଚାହିଁଥାଏ । ନଚେତ କିଛି ଲୋକ କେବଳ ସ୍ବାର୍ଥ ପାଇଁ ଖୋଜନ୍ତି ଆଉ ସରିଗଲା ପରେ ତୁ କିଏ ନାଁ ମୁଁ କିଏ ..!! ✍️ପ୍ରଶାନ୍ତ କୁମାର ବିଦ୍ୟାଧର

SS Publication
SS Publication
5/17/2025, 3:13:38 PM

ତୁ ଆଉ ମୁଁ _୨୪୧ ମୋତେ ପ୍ରେମ କରିବା ଆସୁନି ପ୍ରିୟେ , ବାସ ତୁମେ ଭଲ ଲାଗିଲ ତାପରେ ତୁମେ ଭଲ ଲାଗିଲ କିନ୍ତୁ ତାପରେ ଆଉ କିଛି ଭଲ ଲାଗିଲା ନାହିଁ ..! ଏବେ ତୁମେ କୁହ "ତୁ ଆଉ ମୁଁ " ର ପରିଚୟ କଣ ...? ✍️ପ୍ରଶାନ୍ତ କୁମାର ବିଦ୍ୟାଧର

SS Publication
SS Publication
5/16/2025, 7:38:38 PM

"ଟାଉଟର ମଦନା ସାହୁ", କୁ ପ୍ରତିଲିପିରେ ପଢନ୍ତୁ :, https://pratilipi.page.link/GzSXVtuAX3sg411k8 ଭାରତର ଅନେକ ଭାଷାରେ ଅଗଣିତ ଲେଖା ପଢନ୍ତୁ,ଲେଖନ୍ତୁ ଓ ଶୁଣନ୍ତୁ ମାଗଣାରେ!

SS Publication
SS Publication
5/15/2025, 6:31:43 PM

ବିକ୍ରମ ବେତାଳ _ ଭାଗ୭୩ (ଐତିହାସିକ,ପଞ୍ଚତନ୍ତ୍ର କାହାଣୀ,ପୌରାଣିକ, ଧାରାବାହିକ, ଅନୁବାଦ) ଡାକୁ ସର୍ଦ୍ଦାର ମଲ ଖାଁନଙ୍କୁ ଫାଶୀ ଖୁଣ୍ଟରେ ବାନ୍ଧିବା ପରେ , ଆକାଶ ମାର୍ଗରୁ ଗୋଟେ ଧୂଆଁ ଦାନବ ଆସିଲା। ହଠାତ ସମସ୍ତ ପରିବେଶ ଦୂଷିତ ହେଇଗଲା। ଧୂଆଁ ଦାନବ ସମସ୍ତ ଝିଅ ବୋହୂଙ୍କ ପ୍ରତି କ୍ରୁରତା ଦେଖାଇ ଅନେକ ନିରୀହ ମନୁଷ୍ୟଙ୍କୁ ହତ୍ୟା କରିଲା । ଏପଟେ ସେନାପତି ଧୂଆଁ ଦାନବ ସହିତ ଯୁଦ୍ଧ କରିବାରେ ବ୍ୟସ୍ତ କି ଡାକୁ ସର୍ଦ୍ଦାର ମଲ ଖାଁନ କହିଲେ ସେନାପତି ତୁମେ ଏହି ବିଧବା ସ୍ତ୍ରୀ ଏବଂ ତାଙ୍କ କନ୍ୟାକୁ ବଞ୍ଚାଇ ରଖ । ଏଇ ଦେଖ ଧୂଆଁ ଦାନବ ତାଙ୍କର କ୍ଷତି କରିବାକୁ ଚାହୁଁଚି । ଡାକୁ ସର୍ଦ୍ଦାର ମଲ ଖାଁନ କଥନ ଶୁଣି ସେନାପତି କହିଲେ , ଡାକୁ ସର୍ଦ୍ଦାର ମଲ ଖାଁନ ମୋର ଦୁଇଟି ହାତ । ସମସ୍ତଙ୍କୁ ବଞ୍ଚାଇବାକୁ ମୁଁ ଅସମର୍ଥ । ଠିକ୍ ଏହି ସମୟରେ ଡାକୁ ସର୍ଦ୍ଦାର ମଲ ଖାଁନ କହିଲେ ସେନାପତି ମୋତେ ବିଶ୍ୱାସ କରନ୍ତୁ। ମୁଁ ଯଦି ଭlଗିଯିବାର ଥାଆନ୍ତା ତେବେ ନିଶ୍ଚିନ୍ତ ପଳାଇ ଯାଇଥାଅlନ୍ତି କିନ୍ତୁ ମୁଁ ସେଭଳି କିଛି କରିବି ନାହିଁ । ମୋତେ ବନ୍ଧନ ମୁକ୍ତ କରନ୍ତୁ। ଡାକୁ ସର୍ଦ୍ଦାର ମଲ ଖାଁନ ଉପରେ ବିଶ୍ୱାସ କରି ସେନାପତି ତାଙ୍କୁ ବନ୍ଧନ ମୁକ୍ତ କରିଲେ । କିଛି ସମୟ କ୍ଷ୍ମୁଦ୍ଧ ପରେ ଧୂଆଁ ଦାନବକୁ ମୃତ୍ୟୁର ସ୍ଵାଦ ଚାଖିବାକୁ ପଡିଲା । ତାପରେ ସେଠାର ପରିସ୍ଥିତି ସାମାନ୍ୟ ହେଲା ଏବଂ ପରିସ୍ଥିତି ସାମାନ୍ୟ ହେବା ପରେ ସେ ବିଧବା ମହିଳା କହିଲେ , ପୁତ୍ର ମୁଁ ତୁମର ରୁଣି। ମୁଁ ଯଦି ତୁମ କାର୍ଯ୍ୟରେ ଲlଗିବି ତେବେ ନିଜକୁ ଧନ୍ୟ ମଣିବି କାରଣ ମୋ ମନରୁ ବର୍ତ୍ତମାନ ତୁମ ପାଇଁ ଥିବା ମଇଳା ସ୍ଵସ୍ଛ ହେଇଛି । ତୁମେ ସାଧାରଣ ମନୁଷ୍ୟ ନୁହଁ । ତୁମେ ସାକ୍ଷାତ ଭଗବାନ । ବିଧବା ବୃଦ୍ଧ ମହିଳାଙ୍କ କଥା ଶୁଣି ଡାକୁ ସର୍ଦ୍ଦାର ମଲ ଖାଁନ କହିଲେ ତୁମେ ଯଦି ତୁମ କନ୍ୟାର ହାତ କୁ ମୋ ହାତରେ ଦେଇ ବିବାହ କରାଇବ ତେବେ ମୁଁ ଉପକୃତ ହେବି।କଣ ଆପଣ ମୋ ପାଇଁ କରିପାରିବେ କୁହନ୍ତୁ ମାଉସୀ ... କୁହନ୍ତୁ ..? ଡାକୁ ସର୍ଦ୍ଦାର ମଲ ଖାଁନଙ୍କ ମୁହଁରୁ ଏଭଳି କଥନ ଶୁଣି ମହିଳା ଜଣଙ୍କ କହିଲେ କିନ୍ତୁ ତୁମକୁ କାଲି ପ୍ରଭାତ ରେ ଫାଶୀ ଦିଆଯିବ । ତାପରେ ମୋ ଝିଅ ମଧ୍ୟ ବୈଧବ୍ୟ ଯନ୍ତ୍ରଣାରେ ଛଟ ପଟ ହେବ କିନ୍ତୁ ତୁମର ଲାଭ କଣ ହେବ ଏହା ଦ୍ବାରା ? । ମହିଳା ଙ୍କ କଥନ ଶୁଣି ଡାକୁ ସର୍ଦ୍ଦାର ମଲ ଖାଁନ କହିଲେ ଏହି ରାତ୍ରୀରେ ଆମ୍ଭର ମିଳନ ହେବ ଏବଂ ମୋ ଔରସରୁ ଯେଉଁ ପୁତ୍ର ଜନ୍ମ ହେବ , ତୁମେ ତାକୁ ଲାଳନ ପାଳନ କରି ବଡ଼ କରିବା ପରେ ମୋର ପିଣ୍ଡଦାନ କରାଇବ। ଯହାଦ୍ୱାରା ମୋର ଆତ୍ମା ପ୍ରେତ ଯୋନିରୁ ବାହାରି ଆସି ଶାନ୍ତି ପାଇବ । କିନ୍ତୁ , ପୁତ୍ର ଏବେ ଆମେ ଏତେ କଷ୍ଟରେ ଅଛୁ ଯେ କହିବା ଅସମ୍ଭବ। ଦୁଇ ଓଳି ଦୁଇ ମୁଠା ଖାଇବା ଦୂରର କଥା ଦୁଇ ଦିନରେ ମଧ୍ୟ ଥରେ ଖାଇବାକୁ ମିଳୁନି ତେବେ ଏହି ପରିସ୍ଥିତି ରେ ଆମେ ମାଆ,ଝିଅ ତୁମ ପୁତ୍ରର ଲାଳନ ପାଳନ କିପରି କରିବୁ । ଆମେ ଏହି ସମାଜର ସବୁଠାରୁ ଗରିବ ମଣିଷ । ମହିଳାଙ୍କ କଥାରେ ଉତ୍ତର ଦେଇ ଡାକୁ ସର୍ଦ୍ଦାର ମଲ ଖାଁନ କହିଲେ , ମାଉସୀ ଆପଣ ବୃଥା ଚିନ୍ତା କରନ୍ତୁ ନାହିଁ। କାରଣ ମୁଁ ଏତେ ଧନ ସଂପତ୍ତି ଗଛିତ ଅଛି ଯେ ମୋ ପୁତ୍ରର ଚଉଦ ପୁରୁଷ ବସି ଖାଇଲେ ସରିବ ନାହିଁ । କାହାଣୀ ଏତିକି କହିବାପରେ , ବେତାଳ ପୁନଃ ରାଜା ବିକ୍ରମlଦିତ୍ୟଙ୍କ କାନ୍ଧରୁ ଖସି ଯାଇ ସେହି ପୁରୁଣା ବରଗଛ ଓହଳ ରେ ଝୁଲି କହିଲା ରଜାନ , ମଣିଷ ର ଲୋଭ ପ୍ରବଳ । ମୃତ୍ୟୁ ସାମନାରେ ଠିଆ ଦେଇଥିଲେ ମଧ୍ୟ ମନୁଷ୍ୟ ତୁରନ୍ତ ଯମରାଜଙ୍କୁ କହିବ ଯେ ହେ ଯମରାଜ ଆଉ ଗୋଟିଏ ଚlନ୍ସ ଦିଅନ୍ତୁ । ମୁଁ କିଛି ବଦମାସୀ କରିବି ନାହିଁ । କିନ୍ତୁ ଶୁଣ ତାଜନ । ପ୍ରଶ୍ନର ଉତ୍ତର ଯଦି ଜାଣି ଯଦି ଚୁପ ରୁହ , ତେବେ ମୁଁ ତୁମର ଶିର ଛେଦନ କରିବି । କ୍ରମଶଃ... ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।

SS Publication
SS Publication
5/16/2025, 7:39:10 PM

ଆଇଡିଆ ବକ୍ସ ଥିମ୍ _ ଡୁଆଲ ପର୍ଶୋନାଲିଟ୍ ଗଳ୍ପ ଶୀର୍ଷକ _ଟାଉଟର ମଦନା ସାହୁ" ରୁଦ୍ରପୁର ଗ୍ରାମରେ ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ରହୁଥିଲା । ସେଠାର ଲୋକଙ୍କ ପାଇଁ ଯଦିବା ସେ ଜଣେ ମହାନ ବ୍ୟକ୍ତି ଥିଲା କିନ୍ତୁ ଗୋଟେ ଘର ଭାଙ୍ଗି ସାତଘର କରିବା ତାର ସ୍ଵଭାବ ।ପେଟରେ ଯଦି ଟିକିଏ ଚୁଗୁଲୀ କଥା ପଡିଲା ସେ ତାକୁ ଅଠର ଖଣ୍ଡ ଗାଁ ରେ ନକହିବା ପର୍ଯ୍ୟନ୍ତ ତାର ପେଟର ଭାତ ହଜମ ହେଉନଥିଲା କି ଗ୍ୟାସ ହେବା କମୁ ନଥିଲା । ଦିନକର ଘଟଣା , ମଦନା ସାହୁ ଦିନ ଦୁଇ ପ୍ରହର ରେ କ୍ଷେତ ବୁଲିବାକୁ ଯାଇଛି । ଅସଲୀ କଥାଟା ହେଲା ତାର ମନରେ ଆଜି ଶାନ୍ତି ନାହିଁ କାରଣ ସକାଳୁ ଦ୍ୱିପ୍ରହର ହେଲାଣି କିନ୍ତୁ କିଛି ଖୋରାକ ମିଳିନାହିଁ । ତେଣୁ କ୍ଷେତ ବୁଲିବା ବାହାନାରେ ଯାଇ କାହା ଜମିରୁ କିଛି ବାଇଗଣ , ଧାନ କେଣ୍ଡା ଓ କିଛି ରବି ଫସଲ ଚୋରେଇ ଆଣି ଖାଇବ ଲୁଚାଇ ଏବଂ ଗାଁ ଲୋକଙ୍କ ଆଗରେ କହିବ ଆସି ଏଇ ଦେଖିଲ , ଆଜି କାଲି ଚାଷୀ ମାନକ ମୁଣ୍ଡରେ ବୁଦ୍ଧି ନାହିଁ । ଆରେ କଥାରେ ଅଛି ପରା ... " ଟୋକା ଟୋକିଙ୍କର ବୁଦ୍ଧି କେତେ ନାଁ ଟୋକଲି କିଆରୀ ଧାନ କେତେ ..? " ମଦନା ସାହୁର ଏଭଳି ଟାଉଟର କଥା ଏବଂ ସ୍ଵଭାବ ସମସ୍ତଙ୍କୁ ଜଣା କିନ୍ତୁ ରୁଦ୍ରପୁର ଗ୍ରାମର ଲୋକେ ତାକୁ କିଛି କହି ନିଜ ମୁହଁ ଖରାପ କରିବାକୁ ଚାହୁଁ ନଥିଲେ । ତେଣୁ ଦୂରେଇ ରୁହନ୍ତି ହେଲେ ମଦନା ବା କେଉଁ ଛାଡ଼ିବା ଲୋକ । ସେ ଯେମିତି ହେଲେ ଘଣାରେ ପୁରେଇ ତେଲ ବାହାର କରିବ । ମଦନା ଦୁଇ ପ୍ରହରେ ଧାନ, ପୋଟଳ , କାକୁଡି ଇତ୍ୟାଦି ଚୋରି କରିବା ସମୟରେ ତାକୁ ଜଣେ ହରିଜନ ବସ୍ତିର ଭେଣ୍ଡିଆ ଟୋକଲି ଦେଖିଲା । ଏବେ କଥା ପ୍ରଘଟ ହେବ ଯେ ମଦନା ସାହୁ ଚାଷୀ ଭାଇଙ୍କ ଅନୁପସ୍ଥିତି ରେ ଏଭଳି ସବୁ ଫସଲ ଚୋରି କରି ନେଉଛି ଏବଂ ଗାଁ ଲୋକଙ୍କ ଆଗରେ କହିବ କଣ ନାଁ ମୁଁ ପାଣି ସାରି ଯାଇଥିଲି ଯେ ସେ ଅମକ ଘର ଗାଇ ତୁମ ଫସଲ ଖାଇ ପକେଇଥିଲା , ତାକୁ ବହୁତ କଷ୍ଟରେ ଆଣିଛି । ତମେ ମାନେ ସବୁ ଚାଷୀ ନୁହଁ ଚମାର । ଏମିତି କ୍ଷେତରେ ଚାଷ କରି କିଏ ନିର୍ଦୋନ୍ଦ ରେ ଶୋଇବ ଆସି । _"ଟାଉଟର ମଦନା ସାହୁର " ଏଭଳି " ଡୁଆଲ ପର୍ଶୋନାଲିଟ୍ " କଥା ଶୁଣି ଅନେକ ଘରେ ବାପ ଓ ପୁଅଙ୍କ ମଧ୍ୟରେ ଝଗଡ଼ା ହେବ ଏବଂ ଟାଉଟର ମଦନା ସାହୁ ଏସବୁ ଘଟଣା ର ଲାଭ ଉଠାଇ ସବୁ ପନିପରିବା ଓ ଧାନ ନେଇ ଘରକୁ ଚାଲିଯିବ । କିନ୍ତୁ ସେଦିନ ର ଘଟଣା କିଛି ଅଲଗା ଥିଲା । ସେଦିନ ଚୁଇଁ ହlଡ଼ିଆଣି କ୍ଷେତରେ ପଡ଼ିଥିବା ଧାନ ଉଠାଇ ନିଜର ଭରଣ ପୋଷଣ କରିବା ପାଇଁ ନେଇଥିଲା । ଏହା ଦେଖି ଟାଉଟର ମଦନା ସାହୁ ତା ପାଖକୁ ଗଲା ଏବଂ କହିଲା ଆଲୋ ... ଆଲୋ .. ଆଲୋ ଚୁଇଁ ହାଡ଼ିଆଣି ତୁ ସମସ୍ତଙ୍କ ଜମିରୁ ଏମିତି ଚୋରି କରୁଛୁ। ଆଜି ରୁହ ତୋ ନାଆଁ ରେ ନ୍ୟାୟ ନିଷ୍ପlପ ହେବ । ତୁ ଆଜି ଦଣ୍ଡିତ ହେବୁ । ଜୋରିମାନା ଆକାରରେ ପାଞ୍ଚ ହଜାର ଦେବୁ। ଟାଉଟର ମଦନା ସାହୁ ଯାହା କୁହେ ତାହା ହିଁ ହୁଏ କାରଣ ସମସ୍ତ ଚାଷୀ ଭାଇ ମାନେ ତାଠାରୁ କରଜ ନେଇ ଚାଷ କାମ କରୁଛନ୍ତି । ଟାଉଟର ମଦନା ସାହୁ କଥା ନମlନିଲେ ସେ ହଇରାଣ କରିବ ବୋଲି ସମସ୍ତେ ଜାଣିଛନ୍ତି ତେଣୁ ଚୁଇଁ ହlଡ଼ିଆଣି ଏସବୁ କଥା ଭାବି ଉତ୍ତେଜନାରେ ଆସି ଟାଉଟର ମଦନା ସାହୁ ଗୋଡ଼ ତଳେ ପଡି କହିଲା , ସାଆନ୍ତେ , ସାଆନ୍ତେ ମ ମୁଁ କଣ କହୁଥିଲି କି ସନ୍ଧ୍ୟାରେ ପାନ ଖଣ୍ଡେ ଦେବି । କିନ୍ତୁ ମୋ ନାଁଆ ରେ ଦୁର୍ନାମ କରିବ ନାହିଁ । ତୁମକୁ ମୋ ରାଣ। ଚୁଇଁ ହlଡ଼ିଆଣି କଥା ଶୁଣିବା ପରେ ମଦନା କହିଲା ଆଲୋ ହେ ତୁ ....ବେ...! ଚୋରି କରୁଛୁ ମୁଁ କଣ ପାଇଁ କାହାକୁ କହିବି ? କିନ୍ତୁ ହେଇଟି ପାନ ଦେବା କଥା ପରେ ,ଟିକେ ଚୁମା ଦେଇ ଦିଏ । ଏଠି କିଏ ଦେଖୁଛି । ତୁ ସବୁଦିନ ଏମିତି ଚୋରେଇ ଲୁଚେଇ ନିଏ ମୋର କଣ ଯିବ। କିନ୍ତୁ ତୁ ଚୁଇଁ ହlଡ଼ିଆଣି ଯଦି ମୋତେ ଚୁମା ନଦେବୁ କି ପେରେମ୍ ନକରିବୁ ତୋତେ ହୁକା ପାଣି ବନ୍ଦ ହେବା ସହିତ ଏଇ ଗାଁ ରୁ ବାହାର କରିବି । ଚୁଇଁ ହlଡ଼ିଆଣି କଣ ବା କରିବ । ଗରିବ ହରିଜନ ବସ୍ତିରେ ଘର । ଲାଜ ସରମକୁ ଭାରି ଡର କିନ୍ତୁ ସେ ଆଜି ସଂପୂର୍ଣ୍ଣ ଅସହାୟା ଓ ଧର୍ମ ସଙ୍କଟରେ ପଡ଼ିଛି କାରଣ ତାର ଏଇ ଛୋଟ ଭୁଲ ପାଇଁ ସେ ତାର ଗୀରସ୍ତ ସହିତ ଧୋକ୍କା କରିବ । କିନ୍ତୁ ଚୁଇଁ ହlଡ଼ିଆଣି ନିରୁପାୟ ହେଇ ଧାନ ଗଛ ବୁଦା ମୂଳରେ ଚୁମା ଟିଏ ଦେଲା ଏବଂ ମଦନା ଛାତିକୁ ଭିଡ଼ି ଧରି ଅlମ୍ପୁଡ଼ି କାମୁଡି ଦେଲା । ମଦନ ଚିତ୍କାର କରିବାରୁ ଚୁଇଁ ହlଡ଼ିଆଣି କହିଲା ସାଆନ୍ତେ ମାଇପି ଟେ ମୂଇଁ। ଦେହ ଶୀତେଇ ଉଠିଲା , ମନରେ ଉତ୍ତେଜନା ଆସିଲା ତେଣୁ ଏମିତି କରିଦେଲି । ତମେ ଆପଣ ପାଟି କରିବ ନାହିଁ । ନହେଲେ ଲୋକେ କହିବେ ଯେ ମଦନ ସାହୁ ସେ ଚୁଇଁ ହlଡ଼ିଆଣି ସହିତ ଖରାପ କାମରେ ଲିପ୍ତ ଥିଲା ବୋଲି ଆଉ ତୁମର ମାନସମ୍ମାନ ଯିବ।ତାପରେ ମୋତେ ଭଲ ଲାଗିବ ନାହିଁ । ଚୁଇଁ ହlଡ଼ିଆଣି କଥା ମଦନା କୁ ଭଲ ଲାଗିଲା। ସେ ଚୁଇଁ ହlଡ଼ିଆଣିର ଚାଲାକି କୁ ବୁଝି ପାରିଲା ନାହିଁ । ଗାଁ ଭିତରକୁ ଆସିଲା ମଦନ । କିନ୍ତୁ ସେ ତାର "ଡୁଆଲ ପର୍ଶୋନାଲିଟ୍" ର ଶିକାର ହେଲା । ଯାହା ଦ୍ଵାରା ସେ ଗାଁ ଦାଣ୍ଡରେ ପାଟି କରି କହିଲା ଆରେ ଶୁଣୁଛ .. . ଏ ଗାଁ ବାଲା ... । ସେ ଅମୁଲି ହାଡ଼ି ମାଇପ ,ଚୁଇଁ ହlଡ଼ିଆଣି । ସେ ବେ___ଇ ଧାନ ଚୋରି କରୁଥିଲା। ମୁଁ ଶଳା କାହାକୁ କାହିଁ କହିବି । ଏମିତି ମଦନ ପୁଣି ଆଉଥରେ କହିଲା ଯେ ଆରେ ହେ ଗାଁ ବାଲା , ଆରେ ଶୁଣୁଛ .. . ଏ ଗାଁ ବାଲା ... । ସେ ଅମୁଲି ହାଡ଼ି ମାଇପ ,ଚୁଇଁ ହlଡ଼ିଆଣି । ସେ ବେ___ଇ ଧାନ ଚୋରି କରୁଥିଲା। ମୁଁ ଶଳା କାହାକୁ କାହିଁ କହିବି ଯେ..ସେ ଧାନ ଚୋରଉ ଥିଲା ବୋଲି ।ମୁଁ ନକହିବା ପାଇଁ ସେ ମୋତେ ଚୁମା ଦେଇଛି । ମଦନା କଥା ଶୁଣି , ସମସ୍ତ ରୁଦ୍ରପୁର ଗାଁ ଲୋକେ ରୁଣ୍ଡ ହେଇଗଲେ ଏବଂ ତାର ଏହି "ଡୁଆଲ ପର୍ଶୋନାଲିଟ୍" ପାଇଁ ଉତ୍ତମ ମଧ୍ୟମ କରି ପିଠିରେ ଖୁବ୍ ବିଧା , ଗୋଇଠା ରଖି ଦେଲେ । ତାରି ମଧ୍ୟରେ ଟାଉଟର ମଦନା ସାହୁ ନାମରେ ପଞ୍ଚାୟତ ବସିଲା ଏବଂ ଚୁଇଁ ହlଡ଼ିଆଣି ସହିତ କରିଥିବା ଦୁର୍ବ୍ୟବହାର ପାଇଁ ତାକୁ ଗାଁ କମିଟିକୁ ପାଞ୍ଚଲକ୍ଷ୍ୟ ଟଙ୍କା ଜୋରିମାନା ଦେବାକୁ ପଡିଲା । ଏହା ପରେ ଆଖ ପାଖର ଅଠର ଖଣ୍ଡ ଗାଁ ରେ ହୁରି ପଡିଲା ଯେ ,ଚୁଇଁ ହlଡ଼ିଆଣି ର ଗୋଟିଏ ଚୁମା ର ମୂଲ୍ୟ ଦେବାପାଇଁ "ଟାଉଟର ମଦନା ସାହୁ" ପାଞ୍ଚଲକ୍ଷ ଟଙ୍କା ଜୋରିମାନା ଦେଇ ନିଜ ମୁହଁରେ ଚୂନ କଳା ବୋଳିଥିଲା। ନିଷ୍କର୍ଷ"_ " ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ ପଞ୍ଚନ୍ତି ଗୋବିନ୍ଦ " ଶୁଭକର୍ମରେ ନିଜକୁ ପ୍ରବୃତ୍ତ କଲେ ଜୀବନ ସାର୍ଥକ ହୋଇଥାଏ । ମନ, ବଚନ ଓ କର୍ମରେ ଆମେ ସର୍ବଦା ଶୁଭ ଚିନ୍ତା କରିବା, ଶୁଭକଥା କହିବା ଓ ଶୁଭ କର୍ମକରିବା । ଚାରିଦିଗରେ ପବିତ୍ର ବାତାବରଣ ସୃଷ୍ଟି କରିବା ଏବଂ ନିଜ ଇନ୍ଦ୍ରିୟମାନଙ୍କୁ ଶୁଭକର୍ମରେ ନିୟୋଜିତ କରି ଉନ୍ନତିପଥରେ ଅଗ୍ରସର ହେବ ନଚେତ ଦ୍ଵୀଚରିତ୍ର ହେଲେ "ଟାଉଟର ମଦନା ସାହୁ" ଭଳି ଜୋରିମାନା ସହିତ ଦଣ୍ଡ ପାଇବ । ।।ସମାପ୍ତ ।। ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା ।।

SS Publication
SS Publication
5/17/2025, 6:16:29 PM

ଶୀର୍ଷକ _ ଲଭ୍ ୟୁ ହିଟଲର_ ଭାଗ ୪୨ #ପ୍ରତିଲିପି ସୁପର୍ ରାଇଟର୍ ପ୍ରତିଯୋଗିତା - 2025 (ଧାରାବାହିକ,ଉପନ୍ୟାସ,ପ୍ରେମ,ବନ୍ଧୁତା,ପାରିବାରିକ)    ମନୋଜ ର ମନୋଦଶା ଦେଖି ଅନନ୍ୟା ବୁଝି ପାରିଲେ ଯେ ଏବେ ମନୋଜ ରାଗରେ ଜଳୁଛି । ତା ସାମ୍ନାରେ ତାର ଭଉଣୀ କୁ ଯିଏ ଧକ୍କା ଦେବ ଆଉ ଭାଇ ହେଇ ସେ ସହିବ କିପରି ? ଏପଟେ ମନୋଜ ତା ମନରେ ଅଙ୍କିଥିବା ଭିଣୋଇ ଭାଇଙ୍କ ସୁନ୍ଦର ଛବି ଆସ୍ତେ ଆରେ ଧୂମିଲ ହେଲାଣି । ତେଣୁ ଅନନ୍ୟା ନିଜ ସ୍ଵାମୀଙ୍କ ମାନ ସମ୍ମାନ ପ୍ରତିଷ୍ଠା ବଞ୍ଚାଇବାକୁ ଯାଇ ଅରଣ୍ୟଙ୍କୁ କହିଲେ ଆରେ ଅରଣ୍ୟ , ତୁମେ ନା ପୁରା ଛୋଟ ଛୁଆଙ୍କ ଭଳି ହେଉଛ । ଏତେବଡ଼ ବିଜନେସ ମ୍ୟାନ ହେଇ ଟିକିଏ କଥାର ଡରିଲେ କିପରି ହେବ । ଏମିତିରେ ମୁଁ ତୁମ ଆଙ୍ଗୁଠି ଚୁମିବାକୁ ଏଥିପାଇଁ କହୁଥିଲି କି ଆମ ପାଟିରୁ ଉତ୍ପନ୍ନ ଲାଳ ଦ୍ଵାରା ରକ୍ତସ୍ରାବ ବନ୍ଦ ହୁଏ ଶୀଘ୍ର । ଆଉ ତୁମେ କାମୁଡି ଦେବି ଭାବି ମୋତେ ଦୂରକୁ ଠେଲି ଦେଲ । ଆଇ ଆମ ସରି । ସବୁ ମୋ ପାଇଁ ହେଲା ଏବଂ ଅକାରଣ ରେ ତୁମେ କଷ୍ଟ ପାଇଲ ।    ଅରଣ୍ୟ ସବୁ ଘଟଣା ବେଶ ବୁଝି ପାରିଲେ । କଥାରେ ଅଛି ହିନ୍ଦୀରେ ଗୋଟେ ଢେଗ ଢମlଳି ଯେ " ସମଝବ୍ଦାର କୋ ଇଶାରା କlଫି" । ଅରଣ୍ୟ ତୁରନ୍ତ ଅନନ୍ୟାଙ୍କ ପାଖକୁ ଆସି କହିଲେ ଆଇ ଆମ ସରି ଅନନ୍ୟା । ମୁଁ ଏଥିପାଇଁ ତୁମକୁ ଧକ୍କା ଦେଲି ଯେ ଯଦି ବେଶୀ ଅନ ହାଇଜିନିକ୍ ହେବ । ଅଯଥାରେ ତୁମେ ଅସୁବିଧା ରେ ପଡ଼ିବ । ମୁଁ ତୁମ ଭଲ ପାଇଁ କହୁଥିଲି କିନ୍ତୁ ଏଇ ଦେଖ ଆମ ଶଳା ସାହେବ ପୁରା ରାଗରେ ପାଚି ଗଲେଣି ।    ଅରଣ୍ୟଙ୍କ ମୁହଁରୁ ଏଭଳି କିଛି ଶୁଣିବାପରେ ଅନନ୍ୟା , ଅରଣ୍ୟଙ୍କ ଆଙ୍ଗୁଠିକୁ ଚୁମିଵାକୁ ଲାଗିଲେ। ଏପଟେ ମନୋଜ ଏହି ଦୁହିଁଙ୍କ ଭଲପାଇବା କେମେଷ୍ଟ୍ରି ଦେଖୁଥିଲା , ଠିକ୍ ସେହି ସମୟରେ ମାନସ ଆସି କହିଲେ ଆରେ ମନୋଜ । ଏଠାରେ ଦୁହେଁ ନିଜର ପ୍ରାଇଭେଟ୍ ମୁଁମେଣ୍ଟ ରେ ଅଛନ୍ତି ତେଣୁ ତୁମେ ଆସ ଆମେ କିଛି ଖାଇବା ।    ଏପଟେ ଅରଣ୍ୟ , ଅନନ୍ୟା ରୋଷେଇ ଘରେ ନିଜକୁ ଏକାକୀ ପାଇବା ପରେ ଅନନ୍ୟା ଦୀର୍ଘ ସମୟ ଧରି ଅରଣ୍ୟଙ୍କ ଆଙ୍ଗୁଠି କୁ ଚୁମି ରକ୍ତ ବୋହିବା ବନ୍ଦ କରିଦେଲେ । ଏମିତି ଘଟଣା ରେ ଅରଣ୍ୟ ଙ୍କୁ ମଧ୍ୟ ଖୁବ ଆନନ୍ଦ ଲାଗିଥିଲା । ସେ ବାରମ୍ବାର ଅନନ୍ୟାଙ୍କ ମୁହଁକୁ ଚାହୁଁ ଥିଲେ ଏବଂ ଦେଖୁଥିଲେ ଯେ ତାଙ୍କର ପତ୍ନୀ ର ଏଇ ପ୍ରେମ ସ୍ଵଭାବ କୁ । ଏଇ ନଟ ଖଟି ଅନ୍ଦାଜ କୁ ।    କିଛି ସମୟ ମଧ୍ୟରେ , ଅନନ୍ୟା ଯେତେବେଳେ ଦେଖିଲେ ଯେ ଅରଣ୍ୟ ତାଙ୍କୁ ଅନେଇ କିଛି ଚିନ୍ତା କରୁଛନ୍ତି ସେ ତୁରନ୍ତ ତାଙ୍କ ପାଟିରୁ ଅରଣ୍ୟଙ୍କ ଆଙ୍ଗୁଠି କୁ ଛାଡ଼ିଦେଲେ । ଠିକ ସେହି ସମୟରେ ଅରଣ୍ୟ କହିଲେ ଆଛା ଅନନ୍ୟା , ତୁମେ ଛାଡ଼ିଲ କଣ ପାଇଁ । ଏମିତି ବହୁତ ଭଲ ଲାଗୁଥିଲା ।     ଅରଣ୍ୟଙ୍କ ଏଭଳି ଜବାବ ରେ ଅନନ୍ୟା ଟିକେ ଲାଜେଇ କହିଲେ ଆଛା ତମେ ବଡ ଦୁଷ୍ଟ ହେଲଣି ଅରଣ୍ୟ । ଏଇ ପ୍ରେମ ଟିକେ ବଞ୍ଚେଇ ରଖ। ଆଉ ଚୁପ୍ ଚାପ ଏଠାରୁ ଚାଲି ଯା.. । ଦେଖ ତୁମେ ମୋତେ କିସ କରିବାକୁ ଚେଷ୍ଟା କରନି । ମୁଁ ଜାଣିଚି ତୁମେ ରୋମାଣ୍ଟିକ ମୁଡ଼ ରେ ଅଛ ..!!    ଅନନ୍ୟାଙ୍କ ଏଭଳି ରୋମାଣ୍ଟିକ ମୁଡ଼ ଦେଖି ଅରଣ୍ୟ କହିଲେ ଆରେ , ମୁଁ ଏମିତି କିଛି ଭାବି ନାହିଁ । କିନ୍ତୁ ତୁମେ ମୋତେ ଏଇ ରୋଷେଇ ଘରୁ ବାହାରକୁ ଯିବାକୁ କହୁଚ୍ଛ ନା ଆଇଡିଆ ଦେଉଛ କିସ କରିବାକୁ । ତମେ ନା ଅନନ୍ୟା ...!    ଅନନ୍ୟା , "ଅରଣ୍ୟଙ୍କ କଥା ଶୁଣି ଲାଜରେ ଶୀତେଇ ଉଠିଲେଣି । ମୁହଁରୁ ଗମ୍ ଗମ୍ ହେଇ ଝାଳ ବୋହି ଯାଉଛି । ଲଲାଟ ପଟ୍ଟଳ ରୁ ବିହିଥିବା ଝାଳ ଆସ୍ତେ ଆସ୍ତେ ଅନନ୍ୟାଙ୍କ ଓଠକୁ ଚୁମି , ଧୀରେ ଧୀରେ ଅନନ୍ୟାଙ୍କ ବକ୍ଷରେ ପଡ଼ିବା କ୍ଷଣି ଅନନ୍ୟାଙ୍କ ଦେହରେ କମ୍ପନ ସୃଷ୍ଟି ହେଲା । ଅନନ୍ୟା , ଦେହ ର ତାପମାତ୍ରା ବଢ଼ି ଗଲା । ସେ ଅନୁଭବ କରୁଥିଲେ ଯେ ସତେ ଯେପରି ଅରଣ୍ୟ ତାଙ୍କର ସଂପୂର୍ଣ୍ଣ ଶରୀର କୁ ଚୁମି କହୁଛନ୍ତି ଅନନ୍ୟା । ତୁମେ ହିଁ ମୋ ଜୀବନର ପ୍ରଥମ ଏବଂ ଶେଷ ପ୍ରେମ । ତୁମ ବିନା ମୁଁ , ...! ମୁଁ ନୁହେଁ । ଆସ ପ୍ରିୟେ । ଟିକେ ମୋ ଦେହକୁ ଛୁଇଁ ମୋତେ ଆଲିଙ୍ଗନ କର । ମୋ ପ୍ରେମର ପାରାବାର କୁ ତୁମ ଦେହର ଛୁଆଁ ରେ ଉଷ୍ମତା ପ୍ରଦାନ କର । ମୋତେ ଲୀନ କର ତୁମର ଏହି ମଧୁର ମଧୁର ବାସ୍ନାରେ ..! ଅନନ୍ୟା ଭାବନାରେ ମଗ୍ନ । କାଲି ନିଜ ଘରେ ଗେଲବସରରେ ବଢିଥିବା ଅନନ୍ୟା ଆଜି ସାଜିଛି ନବବଧୂ। ଟିକିଲି ବଦଳରେ ପିନ୍ଧିଛି ସିନ୍ଦୁର। ପାଦରେ ଅଳତା। ହାତରେ ଶଙ୍ଖା ସିନ୍ଦୁର। ଠିକଣା ନୂଆ। ପରିଚୟ ନୂଆ। ଆଉ କିଛି ସମୟ ପରେ ତାର ଇହକାଳ ପରକାଳର ଦେବତା ,ସାତ ଜନମର ସାଥି ଅରଣ୍ୟ ଥିବେ ସାଥିରେ। ଗୋଟିଏ ଘରେ। ଯିଏ ଦିନେ ଥିଲେ ଅଜଣା ଅଶୁଣା , ଆଜି ସେ ତାର ମଥାର ସିନ୍ଦୁର। ଆଉ କିଛି ସମୟ ପରେ ତାର ସର୍ବସ୍ୱ, କୁଆଁରୀ ଜୀବନର ସାଇତା ସମ୍ପତ୍ତିକୁ ଅକ୍ତିଆର କରିନେବେ ସେହି ସ୍ୱାମୀ ରୂପି ମଣିଷ।   ଏପଟେ ଅରଣ୍ୟ ସେମିତି ସ୍ଥାଣୁ ପୂତୁଲା ଭଳି ଠିଆ ହେଇ ଦେଖୁଛନ୍ତି ଅନନ୍ୟାଙ୍କ ମୁହଁକୁ । ତାପରେ ବାହାରେ ମଧ୍ୟ ସମସ୍ତ ଚାକର ବlକରଙ୍କ ସହିତ ଜେଜେ ନରସିଂହ ପ୍ରତାପ ରାଏ ବାହାଦୁର ଏସବୁ ଦୃଶ୍ୟ ଦେଖି ବେଶ୍ ଖୁସି କାରଣ ବହୁତ କମ ସମୟ ମଧ୍ୟରେ ତାଙ୍କୁ ମଧ୍ୟ ମିଳିଯିବ ପୁଣି ଏକ ନୂଆ ଉପାଧି ସହିତ ଏକ ସୁନ୍ଦର ଜୀବନ୍ତ କଣ୍ଢେଇ । ଯାହାକୁ ନେଇ ସେ ଖୁବ୍ ଗେଲ କରିବେ । ଖୁବ୍ ଶିକ୍ଷା ପ୍ରଦାନ କରିବେ । ତେଣୁ ଜେଜେ ନରସିଂହ ପ୍ରତାପ ରାଏ ବାହାଦୁର ସମସ୍ତଙ୍କୁ ଇଶାରା କରି ସେଠାରୁ ଦୂରେଇ ଯିବାକୁ କହିଲେ କିନ୍ତୁ ମାନସ ବାବୁ ଠିକ୍ ସେହି ସମୟରେ ଫାଷ୍ଟଏଡ୍ ବାକ୍ସ ନେଇ ଆସି କହିଲେ ଭାଉଜ ...! ଅନନ୍ୟା ଭାଉଜ ... । କଣ ଭାବୁଛନ୍ତି ଏଇ ନିଅନ୍ତୁ ଫାଷ୍ଟଏଡ୍ ବାକ୍ସ ଏବଂ ସାରଙ୍କ ହାତକୁ ବ୍ୟlଣ୍ଡେଜ କରି ଦିଅନ୍ତୁ ।    ହଠାତ , ମାନସ ବାବୁଙ୍କ ଅନଧିକାର ପ୍ରବେଶ ଅରଣ୍ୟ ବାବୁଙ୍କୁ ପସନ୍ଦ ଲାଗିଲା ନାହିଁ। ସେ ଲାଲ ଲାଲ ବଡ଼ ବଡ଼ ଆଖିରେ ଅନାଇଲେ ମାନସ ବାବୁଙ୍କୁ ଏବଂ ମାନସ ବାବୁ ଆଖିରେ ଆଖିରେ କ୍ଷମା ମାଗି ସେଠାରୁ ଚାଲିଗଲେ । ଅନନ୍ୟା ଅସହମ୍ ଅବସ୍ଥାରେ ମୁଁହ କୁ ଧୋଇବା ପରେ କହିଲେ ଅରଣ୍ୟ , ତୁମେ ଟିକେ ବସ ମୁଁ ବ୍ୟlଣ୍ଡେଜ କରିବା ପରେ ଲିଭିଂ ତୁମ ରେ ଆରାମ କର ଏବଂ କିଛି ସମୟ ମଧ୍ୟରେ ମୁଁ ତୁମ ପାଇଁ ଆଳୁ ପନିର କୋପ୍ତା ପ୍ରସ୍ତୁତ କରି ଖାଇବାକୁ ଆଣି ଦେଉଛି ।   ଅରଣ୍ୟ ବାବୁଙ୍କ ହାତରେ ବ୍ୟଣ୍ଡେଜ କରିସାରିବା ପରେ ଅରଣ୍ୟ ବାବୁ ସେଠାରୁ ଚାଲି ଆସିଲେ । ତାପରେ ଗୋବର୍ଦ୍ଧନ କାକା ଆସି ବୋହୂ ମାଆ ଅନନ୍ୟାଙ୍କୁ ରୋଷେଇ ରେ ସାହାଯ୍ୟ କରିଲେ । ଖୁବ କମ ସମୟ ମଧ୍ୟରେ ଅନନ୍ୟା , ଜିରା ରାଇସ , ଡ଼ାଲ ଫ୍ରାଇ, ମଶ୍ରୁମ୍  ମସଲା, ପନିର ଟିକା ମସଲା , ଆଳୁ ପନିର କୋପ୍ତା ତଥା ସାଲାଡ଼ ଏବଂ ପାମ୍ପଡ଼ ସହିତ ଖାଦ୍ୟ ପରଷିଲେ ।    ସମସ୍ତଙ୍କ ଖାଇବା ପିଇବା ସରିଲା। ଅରଣ୍ୟ ବାବୁ ନିଜ ବେଡ଼ ରୁମ ରେ ମାନସ ବାବୁଙ୍କୁ କହି କିଛି ମୁଭି ଲଗେଇ ଦେଖୁ ଥିଲେ ଠିକ ସେହି ସମୟରେ ଅନନ୍ୟା ଆସି ଦେଖିଲେ ଯେ ଅରଣ୍ୟ ଖୁବ୍ ନିଦରେ ଶୋଇଛନ୍ତି। ଏହା ଦେଖି ଅନନ୍ୟା ତୁରନ୍ତ ଅରଣ୍ୟଙ୍କ ଛାତିରେ ମୁଣ୍ଡ ରଖି ଶୋଇଗଲେ ।    କ୍ରମଶଃ... ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।

SS Publication
SS Publication
5/17/2025, 5:09:13 PM
Video
SS Publication
SS Publication
5/15/2025, 8:51:20 PM

ଆଇଡିଆ ବକ୍ସ ଥିମ୍ _ ଭାବନାର ଇମୋଜୀ ଗଳ୍ପ ଶୀର୍ଷକ _ ଇଚ୍ଛା ଶକ୍ତି ବିଦ୍ୟାଳୟରେ ଶିକ୍ଷକ ପଢ଼ାଉଥିଲେ ଇତିହାସ ର ଗୋଟିଏ ବିଷୟବସ୍ତୁ । ପାଠ ପଢ଼ାଇସାରିବା ପରେ ଗୁରୁଜୀ କହିଲେ ଆଛା ପିଲାମାନେ ଆଜିର ପାଠ୍ୟକ୍ରମ ରୁ ତୁମେ କଣ ମନ ରଖିଛ କହିବ ? ପିଲାମାନେ କହିଲେ ସାର , ଆପଣ ପ୍ରଶ୍ନ କରନ୍ତୁ ଆଉ ଆମେ ତାର ଉତ୍ତର ଦେବୁ । ଗୁରୁଜୀ ତl'ପରେ ପଚାରିଲେ ଯେ ଭାରତର ସୁରଥ ସହର କଣ ପାଇଁ ପ୍ରସିଦ୍ଧ ଅଟେ ?  ଗୁରୁଜୀଙ୍କ ପ୍ରଶ୍ନରେ ଉତ୍ତର ଦେଇ ଜଣେ ଛାତ୍ର ଯାହାର ନାମ ସ୍ଵୟଂ , ସେ କହିଲା ସୁରଥ ସହର ତିନୋଟି କାରଣ ପାଇଁ ପ୍ରସିଦ୍ଧ ଅଟେ । କିନ୍ତୁ ପ୍ରଥମ ଏବଂ ପ୍ରମୁଖ କାରଣ ହେଲା ହୀରା ବ୍ୟାପାର ପାଇଁ ପ୍ରସିଦ୍ଧ । ଦ୍ଵିତୀୟରେ ଏଠାରେ ଥିବା ରହ ବାସୀ ର ୮୦ ପ୍ରତିଶତ ଓଡ଼ିଆ ତେଣୁ ଏହାକୁ ଦ୍ଵିତୀୟ ଓଡ଼ିଶା ମଧ୍ୟ କୁହାଯାଏ ଏବଂ ତୃତୀୟ କାରଣ ହେଲା ଭାରତର ପ୍ରମୁଖ ବୟନଶିଳ୍ପ କାରଖାନା ସହିତ ଚିନି କାରଖାନା ପାଇଁ ପ୍ରସିଦ୍ଧ ଅଟେ । ଗୁରୁଜୀ ପୁନଃ ଏକ ପ୍ରଶ୍ନ ପଚାରିଲେ ପିଲାଙ୍କୁ ଯେ ଏହି ହୀରା ନିର୍ମାଣ କାରଖାନା ର ମାଲିକଙ୍କ ନାମ କଣ ସ୍ମିତା ? ଗୁରୁଜୀ ଙ୍କ ପ୍ରଶ୍ନର ଉତ୍ତର ଦେଇ ସ୍ମିତା କହିଲା ସାର ସାଭଜି ଧନଜି ଢୋଲକିଆ ଙ୍କୁ କିଏ ନ ଜାଣେ। ସାଭଜୀ ଧନଜି ଢୋଲକିଆ ଭାରତର ସୁରଟ ସହର ର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ଜଣାଶୁଣା ଏବଂ ଏକ ପ୍ରମୁଖ ହୀରା ନିର୍ମାଣ ଏବଂ ରପ୍ତାନିକାରୀ କମ୍ପାନୀ ହରି କୃଷ୍ଣ ଏକ୍ସପୋର୍ଟସର ପ୍ରତିଷ୍ଠାତା ଅଟନ୍ତି ସେଥିପାଇଁ ସୁରଥ ସହର ପ୍ରସିଦ୍ଧ ଅଟେ । ଗୁରୁଜୀ ପିଲାଙ୍କ ଉତ୍ତର ରେ ସନ୍ତୁଷ୍ଟ ହେଇ କହିଲେ ଅlଛା ପିଲାମାନେ ମୁଁ ଗୋଟିଏ ଗଳ୍ପ ଶୁଣାଇବି କିନ୍ତୁ ତୁମେ ସମସ୍ତେ ଗଳ୍ପ ଶୁଣି ତାର ନିଷ୍କର୍ଷ ବାହାର କରିବ । ତେବେ ସମସ୍ତେ ମନ ଦେଇ ଗଳ୍ପ ଶୁଣ ...! ସାଭଜୀ ଧନଜି ଢୋଲକିଆ ଭାରତର ସୁରଟର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ଜଣାଶୁଣା ଏବଂ ଏକ ପ୍ରମୁଖ ହୀରା ନିର୍ମାଣ ଏବଂ ରପ୍ତାନିକାରୀ କମ୍ପାନୀ ହରି କୃଷ୍ଣ ଏକ୍ସପୋର୍ଟସର ପ୍ରତିଷ୍ଠାତା ଅଟନ୍ତି । ପ୍ରତ୍ୟେକ ବର୍ଷ ସାଭଜୀ ଧନଜି ଢୋଲକିଆ ନିଜ କର୍ମଚାରୀ ଙ୍କ କର୍ମ ଦକ୍ଷତା ଓ ନିଷ୍ଠା ପାଇଁ ବୋନସ ରେ କାହାକୁ ଗୃହ , ନୂଆ ଗାଡି ଏବଂ ଲକ୍ଷାଧିକ ଟଙ୍କା ଦେଇ ସୂର୍ଖି ରେ ରୁହନ୍ତି । କିନ୍ତୁ ସେ ଯଦି ସୁର୍ଖି ରେ ରହିବାକୁ ପସନ୍ଦ କରନ୍ତି ନାହିଁ ତଥାପି ସମୟ ଅନୁସାରେ ସବୁ କିଛି ଆପେ ହେଇ ଯାଏ। ଦିନକର ଘଟଣା କଣ ହେଲା ନାଁ , ସାଭଜୀ ଧନଜି ଢୋଲକିଆଙ୍କ ଜଣେ କର୍ମଚାରୀ ବୋନସରେ ମିଳିଥିବା କାର ଚଢ଼ି ଘରକୁ ଆସୁଥିଲେ । ଠିକ ସେହି ସମୟରେ ଜଣେ ଗରିବ ବାଳକ ତାଙ୍କ କାର କୁ ଦେଖୁଥାଏ । ଏହା ଦେଖି କlର ମାଲିକ ଜଣକ ମନରେ ଦୟା ଆସିଲା ଏବଂ ସେ ସେହି ଗରିବ ପିଲା କୁ କାର ରେ ବସାଇ ସୁରଥ ସହର ପରିକ୍ରମା କରାଇଲା। ସହର ପରିକ୍ରମା କରିବା ସମୟରେ କାର ମାଲିକ କହିଲେ କାର କିପରି ହେଇଛି ? ତୁମକୁ ମଜା ଆସିଲା ନାଁ ନାହିଁ ? ଏହି କାର ମୋତେ ମୋ ମାଲିକ ଦେଇଛନ୍ତି ବୋନସ ରେ ଉପହାର । ଗରିବ ଛୁଆ କାର ଦେଖି କହିଲା ବାଃ , ଖୁବ ସୁନ୍ଦର ଏବଂ ମହଙ୍ଗା ହେଇଥିବ । ( ଏତିକି କହି ପିଲାଟି ଚୁପ ରହିଲା ) ପିଲାଟି ର ଚୁପ ହେବା ଦେଖି କାର ମାଲିକ ରାଜେନ୍ଦ୍ର କହିଲେ କଣ ତୁମେ ମନଦୁଃଖ କରନି , ସମୟ ସହିତ ସବୁ ଠିକ୍ ହେଇଯିବ । ତୁମର ଇଛା ପୂରଣ ହେବ। ତୁମେ ମଧ୍ୟ କାର ମାଲିକ ହେଇଯିବ । କାର ମାଲିକ ରାଜେନ୍ଦ୍ରଙ୍କ କଥା ଶୁଣିବା ପରେ ପିଲାଟି କହିଲା ତୁମେ କlର ମାଲିକ ହେବାକୁ ଚାହୁଁଛ କିନ୍ତୁ ମୁଁ ଚାହେଁ ତୁମ ମାଲିକଙ୍କଭଳି ମାଲିକ ହେବାକୁ । କାରଣ ମୁଁ ମଧ୍ୟ ମାଲିକ ସାଭଜୀ ଧନଜି ଢୋଲକିଆ ଭଳି ଜଣେ ହେବି ଏବଂ ଅନେକ କାରଖାନା କରି ମୋର ସମସ୍ତ କର୍ମଚାରୀ ମାନଙ୍କୁ ଏହିଭଳି ଉପହାର ଦେବି । ପିଲାଟିର ଉତ୍ତର ଶୁଣି କାର ମାଲିକ ଆଶ୍ଚର୍ଯ୍ୟ ହେଲେ ଏବଂ ଗୁରୁଜୀ କହିଲେ, ଆଛା ପିଲେ "ପିଲାଟିର ଏହି ଉତ୍ତର ପଛରେ କାରଣ କଣ ଜାଣିଛ ? " ନିଜର ଲକ୍ଷ୍ୟ ପୁରଣ କରିବାକୁ ହେଲେ ଉଛ ଆଶା ଏବଂ ତୀକ୍ଷ୍ଣ ବୁଦ୍ଧି ତଥା ଲକ୍ଷ୍ୟ ଉପରେ ନିଜର "ଭାବନାର ଇମୋଜୀ" ରେ କିଛି କରିବାର " ଇଚ୍ଛା ଶକ୍ତି" ରହିବା ଆବଶ୍ୟକ । କଥାରେ ଅଛି .... "ଉଚ୍ଚ ମନା ଉଚ୍ଚ ଫଳ ଲଭି ଥାଏ ନୀଚ ମନା ଭକ୍ଷେ ବିଷ " ।। । ।ସମାପ୍ତ ।। ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା ।।

SS Publication
SS Publication
5/15/2025, 5:41:39 PM

ତୁ ଆଉ ମୁଁ _୨୩୯ ଅନେକ ଯତ୍ନରେ ଗଢିଥିବା ହୃଦୟର ସେହି ଘର ମାଟି, ବାଲି, ସିମେଣ୍ଟରେ ଓ ପ୍ରସ୍ତର ରେ ଗଢା ନୁହେଁ..! ସେ କେବଳ ବିଶ୍ୱାସ, ଭରସା ଓ ଭଲପାଇବାରେ ଗଢା ହୋଇଥାଏ....କିନ୍ତୁ ଥରେ ବିଶ୍ୱାସ ଭାଙ୍ଗିଲେ ଆଉ ଯୋଡ଼ି ହୁଏ ନାହିଁ । ତୁ ଏବେ କୁହ କିପରି ଆଉ ବିଶ୍ୱାସ କରିବି ... ✍️ପ୍ରଶାନ୍ତ କୁମାର ବିଦ୍ୟାଧର

Link copied to clipboard!