SS Publication
SS Publication
February 15, 2025 at 10:18 PM
ଆଇଡିଆ ବକ୍ସ ଥିମ୍ _ ଟୁଟା ତାରା ଗଳ୍ପ ଶୀର୍ଷକ _ ଲିପୁନ୍ ର ୱିସ... _ଏଇ ଶୁଣୁଚ...! _ହଁ , ବାବୁ କୁହ । ସବୁ ଶୁଣୁଛି। _ଘୋଡା ଡିମ୍ବ ଶୁଣିଛ ତୁମେ ...! ପ୍ରେମ କରିବ ମୋତେ ଆଉ ଚାଟ କରୁଛ ପ୍ରେମିକ ଭାଇମାନଙ୍କ ସହିତ । _ଏଇ ଦେଖ ସେମିତି କହିବ ନାହିଁ କହୁଛି ? _ନହେଲେ କଣ କରିବ ତୁମେ ? _କଣ ଆଉ କରିବି , ପାଖରେ ନାହିଁ ତୁମେ ନଚେତ୍ ଦେଖି ଥାଆନ୍ତା କଣ କରିବି ଆଉ କଣ ନକରିବି। ଖଡୁସ, ଟିଙ୍ଗା, ପେଟୁ ... _ ଚୁପ୍ , ମୋଟୀ , ସେକ୍ସି । କି ଯାଦୁ ମନ୍ତର କରିଛ କେଜାଣି ଦୁନିଆର ସବୁ ଝିଅ ମୋ ପଛରେ ପଡ଼ିବା ବେଳେ ମୁଁ ତୁମ ପଛରେ ଟlରେ ନାରେ ହେଉଛି ? _ ଏତେ ଜଲ୍ଦୀ ଭୁଲିବାକୁ , ଭୁଲ୍ ରେ ଚେଷ୍ଟା କରନି। କଲ ନହେଲା ନାହିଁ କିନ୍ତୁ ମେସେଜ ତ କରିପାରିବ ? ତୁମେ କେମିତି ଜାଣିବ ମୁଁ କେତେ କ'ଣ ପାଇଛି ? _ତୁମକୁ କଣ ଅସୁବିଧା । ନା ତୁମେ ମୋତେ ବିଶ୍ୱାସ କରୁଛ ନା ଭରସା । ତୁମର ବନ୍ଧୁ ଦରକାର ଢେର୍ ସାରା କିନ୍ତୁ ମୁଁ ନୁହେଁ । ତେଣୁ ମୋର ରହିବା ନରହିବା ତୁମକୁ କିଛି ଫରକ୍ ପଡ଼ିବ ନାହିଁ । ୧୫ ଦିନରେ ଅନେକ କିଛି ପାଇଛ ତୁମେ ଲିଲି । ମୁଁ ନହେଲେ କଣ ଅଭାବ ତୁମର । ଏମିତି ଗୋଟେ ଛୋଟ ପ୍ରେମର ଝଗଡ଼ା ମଧ୍ୟରେ ଲିଲି ଫେଁ କରି ହସି କହିଲେ ? ଓହ ବାବୁ , ତୁମେ ସତରେ ବଡ ଝଗଡାଖୋର ଲୋକ । କେଡେ ବlଜ୍ୟ ଲୋକ ମ' । ଖାଲି ଝଗଡ଼ା କରିବ । କିନ୍ତୁ ପ୍ରେମ କେବେ କରିବ ? ଏଇ ଶୁଣ ନା , ଆଜି ମୋର ଭାରି ଇଚ୍ଛା ହେଉଛି , ତୋଫା ଚନ୍ଦ୍ରମାରେ ନିଜକୁ ଦେଖିବାକୁ। ପରଖିବାକୁ । ତୁମର ପ୍ରେମରେ ହଜି ଯିବାକୁ । କଣ ତୁମେ ମୋତେ ସାଥିରେ ନେଇ ଛାତ ଉପରକୁ ଯାଇପାରିବ ନାହିଁ ? ଲିଲିଙ୍କ କଥା ଶୁଣି ଲିପୁନ୍ କହିଲେ ହଁ , ଚାଲ ଯିବା ଛାତ ଉପରକୁ । ମୋର ମଧ୍ୟ ଅନେକ କମ୍ପ୍ଲେନ୍ ଅଛି । ଆଜି ଭାବୁଛି ସବୁକିଛି ସୁଝେଇ ଦେବି । ଆଜି ମୁଁ ମାଗିବି ସେଇ ଚlନ୍ଦକୁ ,ଯେ ତୁ ତୋର ଏଇ ଚାନ୍ଦିନୀ କୁ ସବୁଦିନ ପାଇଁ ମୋତେ ଦେଇଦିଏ । କିନ୍ତୁ ତୁମେ ଜାଣିଛ ଲିଲି । ବେଳେବେଳେ ମୋତେ ନିଜକୁ ଦେଖି ଈର୍ଷା ହୁଏ । ଭାବେ ଯେ ସତରେ କଣ ମୁଁ ଲିଲିଙ୍କ ସ୍ବାମୀ ନା ପ୍ରେମିକ । ଈର୍ଷା ହୁଏ ସେଇ ପୁରୁଷ ବନ୍ଧୁ ମାନଙ୍କୁ ଯିଏ ତୁମକୁ ଢେର୍ ସାରା ପ୍ରଶଂସା ରେ ପୋତି ଦିଅନ୍ତି। ଘୃଣା ଲାଗେ ନିଜକୁ ଯେ ତୁମେ ତୁମ ବନ୍ଧୁମାନଙ୍କ ସହିତ ଖୁସିରେ ଦୁଇପଦ କଥା ହେଉଛ , ବ୍ୟସ୍ତ ରହୁଛ । ସମସ୍ତଙ୍କ ପାଇଁ ତୁମ ପାଖରେ ସମୟ ଅଛି କିନ୍ତୁ ମୋ ପାଇଁ ନୁହେଁ । ଆଉ ସେହି ସମୟରେ ମୁଁ ନିଜକୁ ଗିଲ୍ଟି ଫିଲ କରେ।ନୀରବ ଦ୍ରଷ୍ଟା ହେଇ ସବୁ କିଛି ଦେଖି ରୁହେ। ଏମିତି ଲାଗେ ମୁଁ ଶିଶୁପାଳ ଆଉ ସେମାନେ ବୋଧେ ଜଣେ ଜଣେ କୃଷ୍ଣ ।ସେତେବେଳେ ମୋ ହୃଦୟ ଟା ବିଦାରି ହେଇଯାଏ । ଶତ ହାତୀର ବଳ ମୋ ଦେହରେ ପ୍ରବାହ ହୁଏ । ଇଚ୍ଛା ହୁଏ ସେଇ ସଭିଙ୍କୁ ଗୋଟିଏ ହୁଙ୍କlର ରେ ସ୍ତବ୍ଧ କରିଦେବି କିନ୍ତୁ ପୁଣି ପରମୁହୁର୍ତରେ ଚିନ୍ତlକରେ ଯେ ପ୍ରକୃତରେ ମୁଁ ତୁମ ଯୋଗ୍ୟ ନୁହେଁ । ତୁମ ଖୁସି ମୋ ପାଖରେ ନାହିଁ । ତୁମେ ଦିଗନ୍ତ ବିସ୍ତାରି ଗଗନ ର ଜଣେ ମୁକ୍ତ ପକ୍ଷୀ , ଯିଏ କି ଆଶା ଖାଲି ରଖେ ନାହିଁ ବରଂ ଉଡ଼ି ବୁଲେ ଯୋଜନ ଯୋଜନ୍ ଦୂରକୁ ...! ଲିପୁନଙ୍କ ଏଭଳି ଶବ୍ଦ ଶୁଣି ଲିଲି ଅନେକ କଷ୍ଟ ଅନୁଭବ କରି ଚାହିଁ ଥାଆନ୍ତି ମୁକ୍ତ ଆକାଶରେ ଝିଲ ମିଲ କରୁଥିବା ସେହି ତାରାମାନଙ୍କ ଗହଣ କୁ । ଆଖି ଛଳ ଛଳ କରି ଚୁପ୍ ରହିବା ଛଡା ଅନ୍ୟ ପନ୍ଥା କିଛି ନଥାଏ। ଠିକ୍ ସେହି ସମୟରେ ଅନ୍ତରୀକ୍ଷରୁ ଗୋଟିଏ ଉଜ୍ଜଳ ତାରକା କ୍ଷୀପ୍ର ଗତିରେ ପୃଥିବୀ ପୃଷ୍ଠରେ ଅବତରଣ କରିବା ପାଇଁ ଚାଲିଆସେ । ସେହି "ଟୁଟା ତାରା" କୁ ଦେଖି ଲିପୂନ୍ କୁହେ ... ଏଇ ଶୁଣୁଚ...ଲିଲି ! _ ଉଁ...!! _ ଆରେ କଣ ଉଁ ...! ତୁମ ଧ୍ୟାନ କୁଆଡେ ଅଛି ? ଏଇ ଦେଖ ନା ପୂର୍ବ ଆକାଶରୁ "ଟୁଟା ତାରା"ଟିଏ ଧlବମାନ ଅବସ୍ଥାରେ ଅଛି । ତୁମେ ଖୁବ୍ ସରଳତାର ସହିତ ତୁମ ବାଲକୋନୀରେ ବସି ଦେଖିପାରିବ ଏବଂ ତାକୁ ଦେଖି କିଛି ୱିଶ ମାଗ ,ଅବଶ୍ୟ ତାହା ପୁରଣ ହେବ । _ ନାଁ... ବାବା ନା...! ତୁମକୁ ପାଇଛି ଆଉ କିଛି ମୋର ଆବଶ୍ୟକ ନାହିଁ । ହଁ ତୁମେ ଅବଶ୍ୟ ସାତଶହ ପଚାଶ ରାଣୀ ରଖିବା ର ଅଭିପ୍ରାୟ ଏଇ ""ଟୁଟା ତାରା"ସାମ୍ନାରେ ରଖିପାରିବ । କାହିଁକି ଏମିତି ଲାଗୁଛି କି ତୁମେ ଫେରିବାକୁଚାହୁଁଛ । ସେଥିପାଇଁ ତୁମକୁ ବାରମ୍ବାର କଲ୍ କରୁଛି।ଭୟ ପ୍ରବଳ ହେଉଛି । _ ନା ଲିଲି , ନା ମୋର ଫେରିବାର ଅଛି ନା କିଛି କାହାଠାରୁ ପାଇବା ଆଶା । ନା ମୋତେ ବର୍ତ୍ତମାନ କିଛି ଦେଇଚି ନା ଅତୀତ କୁ ମୁଁ କିଛି ମାଗିଛି ..! ତେବେ ଏଇ "ଟୁଟା ତାରା" ଦେଖି କଣ ୱିଶ୍ କରିବି । ହଁ ଏଇ "ଟୁଟା ତାରା" କୁ ଏତିକି କହିବି ଯେ ମୋ " ଲିଲି " ସଦାବେଳେ ଖୁସିରେ ରହୁ। ପ୍ରଭୁ ମୋ ଲିଲିର ଖୁସିକୁ ତୁମେ ଫେରେଇ ଦିଅ । Oh , Lord, please restore my Lily's happiness. ଏତିକି କହିବା ପରେ ଲିପୁନ୍ ଫୋନ୍ ଡିସ୍କନେକ୍ଟ କରି ମନକୁ ମନ କହିଲେ ତୁମେ ଜାଣିଛ ଲିଲି ଏହି "ଟୁଟା ତାରା"କୁ ଦେଖି "ଲିପୁନ୍ ର ୱିସ..." କଣ ଥିଲା ? ମୁଁ ତୁମ ପାଇଁ ତୁମ ଖୁସି ମାଗିଲି । ଯାହା ମୋ ପାଖରେ ନାହିଁ । ପ୍ରେମ ପରା କରୁଛି । ପ୍ରେମ ସ୍ୱlର୍ଥି ନୁହେଁ ଲିଲି । ପ୍ରେମ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତିମା । ଆଉ ଗୋଟିଏ କଥା ତୁମେ ଜାଣିଛ ? ଭଲ ପୁରୁଷମାନଙ୍କୁ ଭୟ କମ୍ ଲାଗିଥାଏ କାରଣ ତାଙ୍କର କେବଳ ଗୋଟିଏ ବଡ ଭୟ ଯାହାକି ଭୁଲ୍ କରିବାର ଭୟ । ହରାଇବାର ଭୟ ଯାହା ଏକ ହଜାର ଭୁଲ ସହିତ ସମାନ କିନ୍ତୁ ଯାହାର ସବୁ କିଛି ହଜି ଯାଇଛି ସେ ଭୟ କଣ ପାଇଁ କରିବ ତେଣୁ ମୁଁ ତୁମ କଥା ରଖି ପୁନଃ ଗୋଟିଏ ଭୁଲ କରିଛି ଯାହା କେବଳ ମୁଁ ଜାଣିଛି ...! ।। ସମାପ୍ତ ।। ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।

Comments