
SS Publication
February 16, 2025 at 05:14 PM
ଆଇଡିଆ ବକ୍ସ ଥିମ୍ _ରଙ୍ଗୀନ ପ୍ରଜାପତି
ଗଳ୍ପ ଶୀର୍ଷକ _ମଧୁଚନ୍ଦ୍ରିକା(A lie)
ଆଜିର ତାଜା ଖବର ....ଆଜିର ତାଜା ଖବର , ଲେଖକ ତଥା କଳାକାର ଶ୍ରୀଯୁକ୍ତ ମଧୁକାନ୍ତ ବାବୁଙ୍କ ସଡ଼କ ଦୁର୍ଘଟଣା ରେ ଅବସ୍ଥା ଗୁରୁତର । ଲୀଳାବତୀ ହସ୍ପିଟାଲରେ ଆଇ.ସି.ୟୁ ରେ ଭର୍ତ୍ତି।ସମ୍ବାଦ, ପ୍ରଜାତନ୍ତ୍ର, ଧରିତ୍ରୀ , ସମାଜ ନିଉଜ ପେପର ନିଅ । ଫିଲ୍ମ ଦୁନିଆ କାହାଣୀ ନିଅ ।କସ୍ତୁରୀ ସାହିତ୍ୟ ପତ୍ରିକା ନିଅ। ଏ ବାବୁ ଏଇ କାଦମ୍ବିନୀକୁ ନିଅ। ନିଅନ୍ତୁ ବାବୁ , ଗରିବ ଲୋକଟିଏ ମୁଁ ,ଏଇ କିଛି ପତ୍ରିକା ବିକ୍ରି ପଇସାରେ ,ମୋ ପତ୍ନୀକୁ ମୁଠେ ଖାଇବାକୁ ଦେବି ବାବୁ। କସ୍ତୁରୀ ସାହିତ୍ୟ ପତ୍ରିକା ନିଅନ୍ତୃ ବାବୁ ମାତ୍ର ୩୦ ଟଙ୍କା ....
ପେପରବାଲା ର ଡାକରା ରେ ସତେ କେମିତି କାନ ଦୁଇଟି ଫାଟି ଯାଉଛି । ମନ୍ ହେଉଛି ଦୁଇ ଚାରି ଚାପୁଡ଼ା ମାରିବାକୁ। କିନ୍ତୁ ନିଜର କ୍ରୋଧକୁ ଶାନ୍ତ କରି ପଇଁତିରିଶ ବର୍ଷୀୟ ଯୁବକ ଗାଡ଼ିର ଝରକା ଖୋଲି କହିଲେ ....
ହେ ପେପର ବାଲା, ଆରେ ତୁ ଗରିବ, ଭିକାରୀ , ତୁଚ୍ଛ ମଣିଷ କାହାକୁ ଖାଇବାକୁ ଦେବୁ।
ସେଇ ନାରୀକୁ,ଜାଣିଛୁ ତୁ ଏଇ ନାରୀ ର କାହାଣୀ ?
ଏଇ ଯେଉଁ ଦୁର୍ଘଟଣା..ଦୁର୍ଘଟଣା କହି ପେପର ବିକୁଛୁ ...କାହାପାଇଁ ହେଇଛି ଜାଣିଛୁ ...!
ତୁ ବା' କିପରି ଜାଣିବୁ ..!!
ପେପର ବିକ୍ରି କରୁଛୁ କିନ୍ତୁ ତୁ କେବେ ଚାଣକ୍ୟ ନୀତି ପଢ଼ିଚୁ ?
ଶୁଣ...!
ହଁ...ଆଜ୍ଞା ମୁଁ ବା କିପରି ଜାଣିବି ..!
ମୁଁ ତ ତୁଚ୍ଛ ଦୁର୍ବଳ ମଣିଷ ଟିଏ , ଗରିବ ପରିବାର ରେ ଜନ୍ମମୋର । ପେଟ ଚାଖଣ୍ଡେ ପାଇଁ ମୁଁ ପେପର ବିକୁଛି । ମନ ଆଉ ହୃଦୟର ସହିତ ମୁଁ ମୋ ପରିବାର ପାଇଁ ଉତ୍ସର୍ଗୀକୃତ। ଏଇଭଳି ଘଟଣା ଘଟୁଛି ଅନେକ । ବଡ଼ ଘର ବଡ଼ ଗୁମର କଥା ଆଜ୍ଞା । ପର ଚର୍ଚ୍ଚାରୁ ମୋତେ ମିଳିବ ବା କଣ୍ ..? ଯିଏ ଅଯୋଗ୍ୟ ତାକୁ ଯୋଗ୍ୟ ବିବେଚିତ କରିବା ସମ୍ଭବ ହୁଏ ବାବୁ କିନ୍ତୁ ଯିଏ ବିଶ୍ୱାସ ଘାତକ ତାକୁ ବିଶ୍ବାସ କରିବା ଅସମ୍ଭବ ।ଏପରି କହି ପେପର ବାଲା ସେଠାରୁ ପଳାଇଗଲା । ମନରେ ଭାବିଲା ସତରେ କେତେ ଅପୁର୍ବ ଏଇ ଦୁନିଆ । ଜଣେ ଜଣଙ୍କୁ ଅପର୍ଯ୍ୟାପ୍ତ , ଅସୀମ ପରିମାଣରେ ପ୍ରେମ କରୁଛି କିନ୍ତୁ ଅନ୍ୟ ଜଣଙ୍କ ଆଉ କାହାପ୍ରେମରେ ଶଯ୍ୟାରେ ଲୁହ ଲହୁ ଏକ କରିଦେଉଛି । ଏଇତ ଦୁନିଆ। ହଁ ଏଇ ଖବର କାଗଜମାନଙ୍କରେ ଦିନେ ପଢ଼ିଥିଲି ଏମିତି ଏକ ଦୁଃଖଦ ମର୍ମସ୍ପର୍ଶୀ କବିତା ଟିଏ ...ଛାଡ଼ । ତୁ ବା କଣ ବୁଝିବୁ ?
ହଁ ତୋର ବା' କଣ ଭୁଲ !
ଏଇ ସମାଜରେ କିଏ କାହାର ?
ସବୁ କେବଳ ସ୍ୱାର୍ଥର ?
ଏମିତି ମନକୁ ମନ ଗୁଣୁ ଗୁଣୁ ହେଇ ପୁନଃ ପେପର ବିକାଳୀ ମଣିଷ ଟି ପୁନଃ ଆସି ଫାୟର ଷ୍ଟେସନ ପାଖ ଟ୍ରାଫିକ ରେ ମିଳିଗଲା । ପୂର୍ବଭଳି ସେ ମଧ୍ୟ ସେମିତି କିଛି ନୂଆ ଘଟଣା ଅଘଟଣା କୁ କହି ପେପର ବିକ୍ରି କରୁଚି କେବଳ ତାର ପରିବାର ର ଭରଣ ପୋଷଣ କରିବା ପାଇଁ ତଥା ସ୍ତ୍ରୀ ର ଉପଚାର କରିବାପାଇଁ । ଠିକ୍ ଏହି ସମୟରେ ଶୁଭକାନ୍ତ ବାବୁଙ୍କ ନଜରପଡ଼ିଲା ସେହି ମନୁଷ୍ୟ ଉପରେ । ପେପର ବିକାଳୀ କୁ ଡାକି ଶୁଭକାନ୍ତ ବାବୁ କହିଲେ ଆରେ ତୁମକୁ ସେଠାରେ କହିଥିଲି ପୁଣି ତୁମେ ଏଠି ପହଞ୍ଚିଗଲ। ଅସଲ ଖବର ଶୁଣିବା ପରେ ତୁମେ ବୋଧେ ମୁଣ୍ଡରେ ହାତ ଦେଇ ସଂସାର ପ୍ରତି ଥିବା ଲୋଭ ,ମୋହ , ମାୟା ଛାଡ଼ି ଶୈନ୍ୟାସି ଜୀବନ ଗ୍ରହଣ କରିବ ।
ପେପର ବାଲା କହିଲା ଶୁଣନ୍ତୁ ବାବୁ । ମୁଁ ଏତେ ଛନ୍ଦ କପଟ ଜାଣିନି ତଥାପି ମଣିଷ ହିସାବରେ ମଣିଷ ଙ୍କୁ ଭଲପାଏ। ପରିବାର ପାଇଁ ଓ ପେଟର ଭୋକକୁ ଶାନ୍ତ କରିବାକୁ ଯାଇ ଏହି ସହର ରେ ବୁଲି ବୁଲି ପେପର୍ ବିକ୍ରି କରେ । ତଥାପି ଆପଣ କୁହନ୍ତୁ ।
ସମୟ ଆଜି ଏଭଳି ଗୋଟିଏ ସ୍ଥିତିରେ ପହଞ୍ଚି ଯାଇଛି ଯେ ଏଠି ମଣିଷର ମୁହଁ ଚିହ୍ନିବା ସହଜ କିନ୍ତୁ ମନ ଆଉ ଉଦ୍ଦେଶ୍ୟ ଚିହ୍ନିବା ଅତ୍ୟନ୍ତ କଷ୍ଟକର।ଏଇଭଳି ଗୋଟିଏ କାହାଣୀ ହେଉଛି ଔପନ୍ୟାସିକ ମଧୁକlନ୍ତ ବାବୁ ଏବଂ ତାଙ୍କ ପତ୍ନୀ ମଧୁଚନ୍ଦ୍ରିକାଙ୍କ ର ।
ହାରିଗଲେ ମଣିଷ କେବେ ବି ଦୁର୍ବଳ ହୋଇ ନ ଥାଏ ।ଦୁର୍ବଳ ତ ସେତେବେଳେ ହୋଇଥାଏ ଯେତେବେଳେ ସେ ଚେଷ୍ଟା ହିଁ କରି ନ ଥାଏ ।ଠିକ୍ ସେହିଭଳି ଅବସ୍ଥା ହେଲା ମଧୁକlନ୍ତ ବାବୁ ଏବଂ ତାଙ୍କ ପତ୍ନୀ ମଧୁଚନ୍ଦ୍ରିକା ଙ୍କର। ବିବାହ ର ଅନେକ ବର୍ଷ ପରେ ମଧ୍ୟ ସେ ବାପା ଓ ମାଆ ଡାକ ଶୁଣିବା ପାଇଁ ଡହଳ ବିକଳ ହେଉଥିଲେ। ଦିନ ଥିଲା ମଧୁ ଚନ୍ଦ୍ରିକା , ମଧୁକାନ୍ତଙ୍କ ପ୍ରେମରେ ବିଭୋର ହେଇ ସମାଜ କୁ ଭୟ ନକରି ପ୍ରେମ ବିବାହ କରିଥିଲେ । କାଳକ୍ରମେ ଦୁହେଁ ଶିକାର ହେଲେ ଏକ ଅପରିକଳ୍ପିତ ପରିସ୍ଥିତି ରେ । ଡକ୍ଟରଙ୍କ ପରାମର୍ଶ ନେବାକୁ ମଧ୍ୟ ଚନ୍ଦ୍ରିକା ମନାକରିଲେ । ଏହା ପରେ ଦୁହିଁଙ୍କ ମଧ୍ୟରେ ଆସ୍ତେ ଆସ୍ତେ ଶାରୀରିକ ଓ ପ୍ରେମସମ୍ପର୍କ କମ୍ ହେବାକୁ ଲାଗିଲା ।
ଏହି ଭଳି ବିତିଗଲା ଅନେକ ଦିନ । ଔପନ୍ୟାସିକ ମଧୁକାନ୍ତ ବାବୁ, ପୂର୍ବ ଅପେକ୍ଷା ସାହିତ୍ୟ ପ୍ରତି ଟିକେ ବେଶୀ ଅନୁରାଗୀ ହେଲେ ଏବଂ ଅନେକ ସମୟରେ ବାହାରେ ମଧ୍ୟ ରାତ୍ରୀ ଜାପନ କରିଲେ । ଏହାରି ମଧ୍ୟରେ ମଧୁକାନ୍ତ ବାବୁଙ୍କ ଜଣେ ବନ୍ଧୁଙ୍କ ସହିତ "ମଧୁଚନ୍ଦ୍ରିକା" ଙ୍କ ପ୍ରେମ ଭାବ ଧୀରେ ଧୀରେ ବଢ଼ିବା ରେ ଲାଗିଲା। ଯାହାଦ୍ଵାରା ଅନେକ ସମୟରେ ସେମାନେ ପରକୀୟା ପ୍ରୀତି ରେ ମଗ୍ନ ରହିଲେ ।
ଏମିତି ଥରେ ଘରକୁ ଫେରିବା ସମୟରେ ମଧୁକାନ୍ତ ବାବୁ ଦେଖିଲେ ତାଙ୍କ ଅନୁପସ୍ଥିତି ରେ ଘରକୁ କେହି ଜଣେ ଆସୁଛନ୍ତି କିନ୍ତୁ ସବୁ ଜାଣି ଶୁଣି ସେ ନିଜକୁ ଚୁପ୍ ରଖି ପ୍ରମାଣ ଏକତ୍ରିତ କରିବାକୁ ଲାଗିଲେ କିନ୍ତୁ ସେ ସେଥିରେ ମଧ୍ୟ ସଫଳ ହୋଇପାରିଲେ ନାହିଁ । କାରଣ ଗୃହରେ ଯଦି ଗୃହଭେଦି ବିଭୀଷଣ ଅଛି ତେବେ ରାବଣର ସୁବର୍ଣ୍ଣ ଲଙ୍କା ଜଳିବା ସ୍ଵାଭାବିକ ।
ସାମ୍ନାରେ ରାମ ନାମ ଏବଂ ପଛରେ କରୁଥିବା କୁଟଚକ୍ରାନ୍ତ କରୁଥିବା ବ୍ୟକ୍ତି କେବେ ବିଶ୍ଵସନୀୟ ନୁହନ୍ତି। ମଧୁଚନ୍ଦ୍ରିକା ମଧ୍ୟ ଠିକ୍ ସେହିଭଳି । ଦିନ ପରେ ଦିନ ଗଡି ଚାଲିଲା। ଅଜ୍ଞାତ ପ୍ରେମର ମହକ ଚାରିଆଡ଼େ ତାର ଗନ୍ଧ ବିକଶିତ କରିଲା। ସେ ହେଲେ ଅନ୍ତସତ୍ୱା । ଗର୍ଭରେ ଜଣେ ଇତ୍ତର ପୁରୁଷର ଛୁଆକୁ ଧାରଣ କରିବା ଜାଣି ସେ କିଛି ସମୟ ପାଇଁ ଭୟଭୀତ ହେଇଗଲେ । ତାପରେ ଏହି ଘଟଣା ଜାଣିବାର କିଛି ଦିନ ପରେ ହଠାତ ଦିନେ ମଧୁଚନ୍ଦ୍ରିକା ଙ୍କ ପ୍ରେମ ଜାଗୃତ ହେଲା ଔପନ୍ୟାସିକ ମଧୁକlନ୍ତ ବାବୁଙ୍କ ପାଇଁ ତେଣୁ ସେ ଖୁବ୍ ସୁନ୍ଦର ଅଭିନୟ ମଧ୍ୟ କରିଲେ ....
ନାରୀ ଓ ପୁରୁଷ ନେଇ ଜନ୍ମ ନେଇଛେ ।ବିନା ଦୈହିକ ସମ୍ପର୍କରେ ଏଇ ସଂସାର ଚାଲିବ ବା କିପରି । ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ସମ୍ବନ୍ଧ ରଖିବା ମୁଖ୍ୟ ନୁହେଁ , ଏହା ଗୌଣ । କିନ୍ତୁ ତାର ଅର୍ଥ ନୁହେଁ ଯେ ପ୍ରେମ କୁ ପ୍ରାଧାନ୍ୟ ଦେବନାହିଁ । ପ୍ରେମ ତ ସର୍ବୋପରି । କିନ୍ତୁ ଯେଉଁଠି ପ୍ରେମ ନାହିଁ ସେଠାରେ ଶାରୀରିକ ସମ୍ପର୍କ ର ମୂଲ୍ୟ ବା କଣ ? କିନ୍ତୁ ଠିକ୍ ସେହି ପ୍ରେମର , ସେଇ ସମ୍ପର୍କର ଦ୍ୱାହି ଦେଇ ମଧୁଚନ୍ଦ୍ରିକା କହିଲେ ..
ହେ ଶୁଣ ନା ...।
ତୁମେ ଏଇ ସହର ର ଜଣେ ପ୍ରତିଷ୍ଠିତ ଲୋକ । ମୁଁ ଜାଣିଛି ଅନେକ ଲୋକ ତୁମକୁ ପସନ୍ଦ କରୁଛନ୍ତି । ଲୋକ ସମ୍ପର୍କ ରଖିବା ଭଲ କିନ୍ତୁ ତାର ଅର୍ଥ ଏହା ନୁହେଁ ଯେ ସୁନ୍ଦରୀ ଓ ରୂପବତୀ ତଥା ବୁଦ୍ଧିମତୀ ସ୍ତ୍ରୀ କୁ ଛାଡ଼ି ଅନ୍ୟତ୍ର ରାତ୍ରୀ ଯାପନ କରିବା ଏବଂ ସ୍ତ୍ରୀ କୁ ଭୁଲିଯିବା ।
ତୁମ ଚନ୍ଦ୍ରିକା ତୁମକୁ ବହୁତ ମିସ୍ କରୁଛି ।
ତୁମ ବିନା ମୋ ଜୀବନଟା ମୂଲ୍ୟହୀନ ଏଇ ଯେପରି ଯେଉଁ ଫୁଲ ପ୍ରଭୁ ସେବାରେ ଲାଗେନାହିଁ ଏବଂ ତାର ମୂଲ୍ୟ ଯାହା ।
ଏଇ ଶୁଣନା ... ଆଜି ଭାରି ଇଛା ହେଉଛି ..!
ଏଇ ଦୂରତା ମୁଁ ଏକାକୀ ମାପି ପାରିବନାହିଁ । ତୁମେ ମୋର ଦରକାର । ତୁମ ପ୍ରେମରେ ମୁଁ ହଜିବlକୁ ଚାହେଁ । କେତେଦିନ ଏମିତି ମୁଁ ଏଇ ଦୁନିଆ ଆଗରେ ଅପଦସ୍ତ ହେବି । ମୁଁ ମାଆ ହେବାକୁ ଚାହୁଁଛି ମଧୁ ..!!
ମୋତେ ତୁମେ ମାତୃତ୍ଵ ପ୍ରଦାନ କର ।
ମଧୁକାନ୍ତ ବାବୁ , ଟିକେ ଅସହଜ ମନେକରି କହିଲେ ଚନ୍ଦ୍ରିକା ନିଜକୁ ସମ୍ଭାଳ। ହଠାତ ତୁମର ପରିବର୍ତ୍ତନ । କଣ ହେଲା ,କେହି କିଛି କହିଛନ୍ତି କି ?
_ ନାଇଁ । କିନ୍ତୁ କେତେଦିନ ଏଇ ବନ୍ଧ୍ୟା ଦୋଷକୁ ନେଇ ବଞ୍ଚିବି । ମୋର ଉତ୍ତରାଧିକାରୀ ଆବଶ୍ୟକ । ମୋତେ ତୁମେ ମତୃତ୍ଵ ପ୍ରଦାନ କର ।
କିଛି ସମୟ ର ଅଭିନୟ , ମଧୁକାନ୍ତ ବାବୁଙ୍କ ମନରେ ନୂଆ ଉନ୍ମାଦନା ଭରିଦେଲା । ଆଶା ଅସୁମାରୀ । ଅନେକ ଆକାଂକ୍ଷା ମଧ୍ୟରେ ପୁଣି ସ୍ଥାପନ ହେଲା ସ୍ବାମୀ ସ୍ତ୍ରୀ ଙ୍କ ମଧୁର ସମ୍ପର୍କ । ତାପରେ ମଧୁକାନ୍ତ ବାବୁ ସବୁକିଛି ଭୁଲି ପୁଣି ଚନ୍ଦ୍ରିକାଙ୍କୁ ନିଜର କରିନେଲେ । ସମୟ ଆସିଲା ଏକ କବି ସମ୍ମିଳନୀରେ ଯୋଗଦେବା ପାଇଁ ନିମନ୍ତ୍ରଣ ଆସିଲା । ମଧୁକାନ୍ତ ବାବୁ ଚାଲିଗଲେ ଦିଲ୍ଲୀ । ହଠାତ ହାଇଟେକ୍ ହସ୍ପିଟାଲ ରୁ ଖବର ଆସିଲା କଂଗ୍ରlଚୁଲେଶନ ସାର ।
ଆପଣଙ୍କ ପାଇଁ ଶୁଭ ଖବର ।
ଆପଣ ବାପା ହେବାର ସୌଭାଗ୍ୟ ପ୍ରାପ୍ତ କରିଲେ ।
ଖବର ପାଇବା ପରେ ମଧୁକାନ୍ତ ବାବୁ ନିଜକୁ ବିଶ୍ୱାସ କରିପାରିଲେ ନାହିଁ । ଏହା ସମ୍ଭବ କିପରି ?
ଯେଉଁ ଡାକ୍ତର ବୈଭବ ନିଜେ କହିଥିଲେ ଯେ ଆପଣ କେବେ ମଧ୍ୟ ବାପା ହେଇପାରିବେ ନାହିଁ। ଆଜି ସେ ନିଜେ କହୁଛନ୍ତି ତୁମେ ବାପା ହେବାର ସୌଭାଗ୍ୟ ଅର୍ଜ୍ଜନ କରିଛ । ଅସମ୍ଭବ । ମଧୁକାନ୍ତବାବୁ ତୁରନ୍ତ ପାଖରେ ଥିବା ପରୀକ୍ଷାଗାର କୁ ଯାଇ ନିଜର ଟେଷ୍ଟ କରିଲେ । ଉତ୍ତର ଶୁଣି ସେ ଯେତିକି ଦୁଃଖି ନଥିଲେ ତାଠାରୁ ଅଧିକ ଦୁଃଖ ସେ ଡାକ୍ତର ବୈଭବ ଙ୍କ କଥା ଶୁଣି ହେଲେ ।
ଆପେ ଆପେ ତାଙ୍କର ଚିନ୍ତା ଶକ୍ତି ହ୍ରାସ ପାଇବାକୁ ଲାଗିଲା । ସେ ଚିତ୍କାର କରି ଉଠିଲେ ।
ଅସମ୍ଭବ.... ।
"ମଧୁଚନ୍ଦ୍ରିକା " ୟୁ ଲାୟର..
ତୁମେ ମୋ ବିଶ୍ୱାସ ରେ ବିଷ ଦେଇଛ ।
ତୁମେ ମୋ ପ୍ରେମ କୁ କଳଙ୍କିତ କରିଛ ?
ଏଇ ଔପନ୍ୟାସିକ ମଧୁକାନ୍ତ ତୁମକୁ କେବେ ମଧ୍ୟ କ୍ଷମା କରିବ ନାହିଁ ।
ୟୁ ବ୍ଲଡ଼ି ଚିଟର ।ୟୁ ଲାୟର ...!
ସାମାନ୍ୟ ଦେହର ଭୋକ ମେଣ୍ଟାଇବା ପାଇଁ ତୁମେ ତୁମ ସ୍ବାମୀଙ୍କ ସହିତ ବେଇମାନ କରିଛ !
ଛି ...ଛି ମଧୁଚନ୍ଦ୍ରିକା ।
ତୁମ ପ୍ରେମ ଏକ ଛଳନା ।
ତୁମେ ମିଥ୍ୟାବାଦୀ। "ମଧୁଚନ୍ଦ୍ରିକା(A lie)"
ହଠାତ ସେ ତାଙ୍କର ସନ୍ତୁଳନ ହରାଇ ବସିଲେ । ଗାଡ଼ି ଯାଇ ଧକା ହେଲା ଏକ ଗଛରେ ।
ଶୁଭକାନ୍ତ ବାବୁଙ୍କ କଥା ଶୁଣିବାପରେ , ପେପର ବିକାଳୀ ଜଣଙ୍କ କହିଲେ ଏହା ସତରେ ଗୋଟେ ଦୁଃଖଦ ପରିଣାମ। ସାମାନ୍ୟ ଦେହର ଭୋକ ପାଇଁ କଣ ଜଣେ ନାରୀ କଣ ଏତେ ତଳକୁ ଖସିଯାଇଥlଏ। କିନ୍ତୁ ପେପର ବାଲା ଙ୍କ କଥାର ଉତ୍ତର ଦେଇ ଶୁଭକାନ୍ତ ବାବୁ କହିଲେ ଏଇ ମଧୁଚନ୍ଦ୍ରିକା(A lie) ଯଦି ପ୍ରେମାବିବହ ପରେ ଜଣେ ପୁରୁଷ କୁ ଧୋକା ଦେଲେ ତେବେ ତୁମେ କାହା ପାଇଁ ଏଇ କଷ୍ଟ କରୁଛ .! ମାନୁଛି ମୁଁ ଜଣେ ନାରୀ ର ଗର୍ଭରୁ ଜନ୍ମ ନେଇଛି କିନ୍ତୁ ମୁଁ କେବେ ବିଶ୍ୱାସ କରିପାରିବି ନାହିଁ ମଧୁଚନ୍ଦ୍ରିକାଙ୍କ ଭଳି ଜଣେ ବିଶ୍ୱାସ ଘାତିନୀ ମିଥ୍ୟାବlଦୀ ସ୍ତ୍ରୀ କୁ ।
"ମଧୁଚନ୍ଦ୍ରିକା" ଏକ ମିଥ୍ୟା ପ୍ରେମ !
ମଧୁଚନ୍ଦ୍ରିକା(A lie) କାରଣ ସେ ନିଜର ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଶେଷରେ ନିଜର ସ୍ବାମୀଙ୍କ ସହିତ ଅଭିନୟ କରିଥିଲେ । ଛଳନା କରିଥିଲେ ।
© ✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା ।