SS Publication
February 16, 2025 at 06:32 PM
କାଚଘର ର କାହାଣୀ _ ଭାଗ ୭୫
( ଧାରାବାହିକ , ପ୍ରେମ ,ବନ୍ଧୁତା , ଜୀବନ ,ପlରିପବାରିକ)
ପୁଜାଙ୍କ ସ୍ମରଣ ଶକ୍ତି ଫେରି ଆସିବା ପରେ , ପୂଜା ଓ ଅରଣ୍ୟ ଙ୍କ ମିଳନ ହେଇଛି । ସାବିତ୍ରୀ ଦେବୀ ପୁଅ , ବୋହୂ ଙ୍କୁ ପାଇ ଖୁବ୍ ଖୁସି ହେଇ କହିଛନ୍ତି ଚାଲ ଏଥର ଆମେ ଫେରିଯିବା ଆମ ଘରକୁ କିନ୍ତୁ ଯାହାଙ୍କ ପାଇଁ ମୁଁ ଆଜି ମୋର ଭାଙ୍ଗି ଯାଇଥିବା ପରିବାର କୁ ପାଇଛି ତାଙ୍କ ପ୍ରତି ମୋର କିଛି କର୍ତ୍ତବ୍ୟ ଅଛି ।
ସଭିଏଁ ଚାହିଁ ରହିଛନ୍ତି ସାବିତ୍ରୀ ଦେବୀଙ୍କୁ । କଣ କର୍ତ୍ତବ୍ୟ ଏବଂ କାହା ପାଇଁ କର୍ତ୍ତବ୍ୟ । ଠିକ୍ ସେହି ସମୟରେ ଅନନ୍ୟା କହିଲେ ମାମା, ଏହି ଆଦିବାସୀ ପରିବାର ଓ ଡାକ୍ତର ଶ୍ରୀକାନ୍ତ ଙ୍କର୍ ଆମ ପରିବାର ପାଇଁ ଖୁବ୍ ଉପକାର ଅଛି ।
ସାବିତ୍ରୀ ଦେବୀ , ଅନନ୍ୟାଙ୍କ କଥାକୁ ସମ୍ମାନ ଦେଇ କହିଲେ ଯେ ଆରେ ମାଆ ମୁଁ ସେଥିପାଇଁ ଏଇ ଆଦିବାସୀ ସର୍ଦ୍ଦାର ଙ୍କ ଚିର ରୁଣି ଏବଂ ଡାକ୍ତର ବାବୁଙ୍କ ମଧ୍ୟ । ଆଜି ଠାରୁ ମୋ ପରିବାର ବୋଲି ଖାଲି ତୁମେମାନେ ନୁହେଁ । ଏଇ ପରିବାର ରେ ପୁଣି ଯୋଡ଼ି ହେଇଗଲେ ଡାକ୍ତର ବାବୁ, ରାମୁ, ବିଶ୍ରା ମୁଣ୍ଡା , ପ୍ରିୟା ଓ ଗଗନ ତଥା ରୂପାଲି । ଯଦି ଏମାନେ ମୋର ବନ୍ଧୁତା ରକ୍ଷା କରିବେ ଏବଂ ମୋ କଥାରେ ସହମତି ପ୍ରକାଶ କରିବେ ତେବେ ମୁଁ ଧନ୍ୟ ହେବି ।
ସାବିତ୍ରୀ ଦେବୀଙ୍କ କଥା ଶୁଣି ସମସ୍ତେ ହକା ବକା ହେବା ସମୟରେ ବାହୁଡ଼ା ମୁଣ୍ଡା କହିଲେ । ମାଲକିନ ଆମେ ଗରିବ ଗୁରୁବା ଆଦିବାସୀ ଲୋକ। ଯାହାକୁ ଛୁଇଁଲେ ଆପଣଙ୍କ ଭଳି ବଡ଼ ଲୋକ ମାନେ ଅପବିତ୍ର ହେଇଯାଆନ୍ତି । ଆମେ କଣ ଆପଣଙ୍କର ସହିତ ସମାନ ହେଇ ପାରିବୁ । ଏମିତି ରେ ମୁଁ ଏବେ କଣ କରିବି କିଛି ଚିନ୍ତା କରିପାରୁନି । ମଙ୍ଗୁଳା କନିଆ କେ କାହାକୁ ମୁଁ ଵିହା କରିବି । କିଏ ହେବ ମୋର କନିଆଁ ର ବର । ଯାହାକୁ ମୋର କନିଆଁ ଟା ମନ୍ ଦେଇଥିଲା ସେଇ ସହରୀ ବାବୁର ତ କନିଆଁ ଅଛେନ।
କଥାଟା ନିହାତି ସତ୍ୟ । ଯାହାର ମୁଣ୍ଡ ଉପରେ ଏତେବଡ଼ ବୋଝ ଅଛି ସେ କଣ ବା କରିବ ?
ଠିକ୍ ସେହି ସମୟରେ ସାବିତ୍ରୀ ଦେବୀ କହିଲେ ତୁମର ଏବଂ ଡାକ୍ତର ବାବୁଙ୍କ ର ଯଦି କିଛି ଆପତ୍ତି ନଥାଏ ତେବେ ....!
_ ଆପଣ କଣ କହିବାକୁ ଚାହୁଁଛନ୍ତି ମାମ ।
ଡାକ୍ତର ବାବୁଙ୍କ କଥନ ଶୁଣି ସାବିତ୍ରୀ ଦେବୀ କହିଲେ ମୋର ଧର୍ମର ପୁଅ ହେବାକୁ ତୁମେ ଯଦି ପସନ୍ଦ କରିବ ଏବଂ ଏହି ପ୍ରିୟା କୁ ଯଦି ପସନ୍ଦ କରୁଛ ତେବେ ମୁଁ ତୁମକୁ ପୁଅ ରୂପରେ ସ୍ବୀକାର କରି ପ୍ରିୟାକୁ ମୋର ବୋହୂ ଭାବେ ଗ୍ରହଣ କରିବି ।
ସାବିତ୍ରୀ ଦେବୀଙ୍କ କଥାରେ ସତ୍ୟତା ଅଛି ଦେଖି ରାମୁ କହିଲା ବାବୁ । ସୁବର୍ଣ୍ଣ ସୁଯୋଗ । କିଏ କହିଲେ ଆମର ଅଛି । ଆମର ବୋଲି ଆପଣ ଆଉ ମୁଁ । ଦୁହେଁ ଅନାଥ । ଯଦି ଆମକୁ ପରିବାର ମିଳିଯାଊଛି ଭଗବାନ ଙ୍କ ଆଶୀର୍ବାଦ ରୂପରେ ତେବେ ଅସୁବିଧା କଣ ? ତାପରେ ପ୍ରିୟା ମାମ ଆଦିବାସୀ ସର୍ଦ୍ଦାର ଙ୍କ ଝିଅ ହେଲେ ମଧ୍ୟ ସେ ଉଚ୍ଚ ଶିକ୍ଷିତl ପୁଣି ରୂପ ଆଉ ଗୁଣରେ ସମ୍ପୂର୍ଣl । ଆପଣ ଏହି ପ୍ରସ୍ତାବରେ ରାଜି ହେଇ ଯାଆନ୍ତୁ ବାବୁ ।
ଡାକ୍ତର ବାବୁ କିଛି ଚିନ୍ତା କରିବା ପୂର୍ବରୁ ରାମୁ କହିଦେଲା ଯେ , ହଁ ମାଆ ସାଆନ୍ତାଣୀ । ଆମ ବାବୁ ରାଜି । ସେ ଆପଣଙ୍କ ପୁଅ ହେବେ ଏବଂ ପ୍ରିୟା ମାମ ଙ୍କୁ ବିବାହ କରିବେ ।
_ ରାମୁ , ତୁମେ ଏ କଣ କହୁଚ୍ଛ ? ମୋର ଇଚ୍ଛା ହେଲେ କଣ ହେଲା ଯଦି ଏଇ ବିବାହରେ ପ୍ରିୟା ରାଜି ନହୁଅନ୍ତି ?
_ ତୁମେ ନିଜ କଥା ଚିନ୍ତାକରି କୁହ , ଶ୍ରୀକାନ୍ତ ବାବୁ ।କଣ ତୁମେ ମୋ ପୁଅ ହେବାକୁ ରାଜି ।
ଡାକ୍ତର ଶ୍ରୀକାନ୍ତ ଙ୍କ ଆଖିରେ , ଧୀରେ ଧୀରେ ଲୁହ ଆସିଗଲା । ଅଚାନକ ଏତେ ଗୁଡ଼ାଏ ଖୁସି ପାଇ ସେ ଭଗବାନ ଙ୍କୁ ଧନ୍ୟବାଦ୍ ଜଣାଇବା ସହିତ ସାବିତ୍ରୀ ଦେବୀଙ୍କ ପlଦ ଧୂଳି ନେଇ କହିଲେ ମାଆ । ତୁମେ ମହାନ । ଜଣେ ଅନାଥ ମଣିଷକୁ ତୁମେ ଆଜି ନିଜର ପୁଅ କରି ସଂପୂର୍ଣ୍ଣ ଖୁସି ପ୍ରଦାନ କରିଲ । ଏହି ଋଣ ମୁଁ ଜନ୍ମ ଜନ୍ମlନ୍ତର ପାଇଁ ମନ ରଖିବି । ଆଜିର ଦିନ ମୋ ଜୀବନର ଏକ ସୁଖପ୍ରଦ ଅନୁଭୂତି ।
ସାବିତ୍ରୀ ଦେବୀ , ଡାକ୍ତର ଶ୍ରୀକାନ୍ତଙ୍କୁ ତଳୁ ଉଠାଇ ଛାତିରେ ଭିଡ଼ି ଧରି କହିଲେ ତୁ ମୋତେ ମଧ୍ୟ ଧନ୍ୟ କରିଦେଲୁ ପୁଅ । କେଉଁ ଜନ୍ମର ତପସ୍ୟାର ଫଳ ତୁ ମୁଁ ଜାଣିନି କିନ୍ତୁ ଏଇ ଜନ୍ମରେ ତୁ ପୁଅର କର୍ତ୍ତବ୍ୟ କରି ମୋତେ ଋଣୀ କରିଦେଲୁ।
ଏବେ ସମୟ ହେଇଛି ଅନ୍ୟ ସବୁ ସମସ୍ୟାର ସମାଧାନ କରିବାର । ସାବିତ୍ରୀ ଦେବୀ ଧୀରେ ଧୀରେ ପ୍ରିୟା ଓ ତାଙ୍କ ବାପା ଆଦିବାସୀ ସର୍ଦ୍ଦାର ବାହୁଡ଼ା ମୁଣ୍ଡାଙ୍କ ପାଖକୁ ଯାଇ କହିଲେ ...କଣ ଆଜ୍ଞା ଆପଣ ଆପଣଙ୍କ ଝିଅକୁ ମୋତେ ବୋହୂ କରି ଦେବେ ।
ଆରେ ମାଆ ପ୍ରିୟା , ତୁ କଣ ମୋର ବୋହୂ ହେବାକୁ ପସନ୍ଦ କରିବୁ ?
କୁହରେ ମାଆ .. !
ମୋ ଶ୍ରୀକାନ୍ତ କୁ ବିବାହ କରି କଣ ତୁ ମୋ ବୁଢ଼ୀ ଆଖିକୁ ଓ ହୃଦୟକୁ ଶାନ୍ତି ପ୍ରଦାନ କରିବୁ ??
କ୍ରମଶଃ...
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି , ଖୋର୍ଦ୍ଧା, ଓଡ଼ିଶା।।