SS Publication
SS Publication
February 17, 2025 at 06:01 PM
ଶୀର୍ଷକ_କିଛି ସ୍ବପ୍ନ ଅଧା ରହିଯାଏ_ ଭାଗ ୬ (ଧାରାବାହିକ, ପ୍ରେମ ,ବିରହ, ପାରିବାରିକ) ଗୋଧୂଳି ଲଗନ , ପଶ୍ଚିମ ଆକାଶରେ ରବିନାରାୟଣ ନିଜର ଲାଲିମା କୁ କଳା ଚାଦର ମଧ୍ୟରେ ଢାଙ୍କି ପୃଥିବୀ ପୃଷ୍ଠରେ ଶୟନ ପାଇଁ ତତ୍ପର ହେଲେଣି । ବିହଙ୍ଗମାନେ ନିଜ ନିଜ ନୀଡ଼କୁ ଫେରିଲେଣି। କିନ୍ତୁ ପୁଅ ପ୍ରୀତମ ର ସ୍କୁଲରୁ ଆସିବାରେ ବିଳମ୍ବ ଦେଖି ସାବିତ୍ରୀ ଦେବୀ ସମ୍ବିତ ବାବୁଙ୍କୁ କହିଲେ ହଇୟେ... ଶୁଣିଛ ...! ପିଲାଟା ସକାଳ ପହରୁ ସ୍କୁଲ ଗଲାଣି ଯେ ଏପର୍ଯ୍ୟନ୍ତ ଘରକୁ ଫେରିନାହିଁ । ତାର ଖବର ଟିକେ ବୁଝି ଆସ । ଭୋକ ବିକଳିଆ ଟା। କଣ ଖାଇଥିବ କି ନାହିଁ ଜଣା ନାହିଁ । ବାହାର ଖାଦ୍ୟ ତାକୁ ବିଶେଷ ପସନ୍ଦ ନୁହେଁ । ତମେ ଟିକେ ଦେଖିଆସ । ନଚେତ ଶଙ୍କର କକାକୁ କୁହ ଯାଇ ଟିକେ ପିଲାଟା କୁ ଆଣି ଆସିବ । _ ତୁମେ କେଉଁ ଯୁଗରେ ଅଛ ସାବିତ୍ରୀ । ଶଙ୍କର କକା ଆମର ଚାକର ନୁହଁନ୍ତି। ଆମ ପିଲା ଦିନ ତାଙ୍କରି କୋଳରେ କଟିଛି। ଏଇ ବୟସରେ ଆମେ ତାଙ୍କୁ ଏତେ ଦାୟିତ୍ଵ ଦେବା ଠିକ ହେବନି । _ ମୁଁ କେତେବେଳେ କହିଲି ଯେ , ଶଙ୍କର କାକା ଆମ ଚାକର । ମୁଁ ତ ତାଙ୍କୁ ମୋ ଶଶୁରଙ୍କ ଭଳି ସମ୍ମାନ ଦିଏ । ମୁଁ ଭଲ ଭାବରେ ଜାଣିଛି ମାମା ତାଙ୍କୁ ତାଙ୍କ ବାପଘରୁ ଯୌତୁକରେ ଆଣିଥିଲେ । ଠିକ୍ ସେହି ଦିନରୁ ସେହି ମଣିଷ ନିଜର ପରିବାର ବୋଲି ଚିନ୍ତା ନକରି ଆମ ପରିବାର ପାଇଁ ତାଙ୍କର ସର୍ବସ୍ବ ଉତ୍ସର୍ଗ କରିଦେଇଛନ୍ତି । ଅନେକ ଥର ଜେଜେ ବାପା ମଧ୍ୟ କହିଛନ୍ତି ଶଙ୍କର ତୁମେ ବିବାହ କର । କିନ୍ତୁ ଶଙ୍କର କାକା କହିଲେ କଣ ପାଇଁ ମୁଁ ବିବାହ କରିବି । ଏଇ ମାୟା ମୋହ ର ବନ୍ଧନରେ ପଡ଼ି ହନ୍ତସନ୍ତ କଣ ପାଇଁ ହେବି । ମୋ ଦେଇ ପାଇଁ ମୁଁ ମୋ ଜୀବନର ସବୁ ଖୁସି କୁ ଜଳାଞ୍ଜଳି ଦେବାକୁ ପ୍ରସ୍ତୁତ। ତାପରେ ବିବାହ କରିଲେ ପୁଣି ତାକୁ ( ସ୍ତ୍ରୀ) କୁ କେଉଁଠୁ ଖାଇବାକୁ ଆଣି ଦେବି । ଘରଟା ରେ ଏକ ରୁ ପୁଣି ଦୁଇ ବୋଝ ହେବୁ । ତେଣୁ ବଡ଼ବାବୁ ଆପଣ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ । ଏମିତି କହି ସେ ସବୁଥର ବିବାହ ଟlଳି ଦେଇଛନ୍ତି । ମାମା କହୁଥିଲେ କୁଆଡେ ସେ ତାଙ୍କ ବିବାହ ସମୟକୁ ୧୦/୧୨ ବର୍ଷର ଛୁଆ ଥିଲେ । ମାମାଙ୍କ ସହିତ ଯୌତୁକ ରେ ଆସିବେ ବୋଲି ଜିଦି ଧରି ଆସିଲେ । ଅନାଥ ଛୁଆ । ଆଉ ଯେଉଁ ମହାପୁରୁଷ ନିଜର ସମସ୍ତ ଜୀବନ ଆମ ପରିବାର ପାଇଁ ଉତ୍ସର୍ଗ କରିଛନ୍ତି ତାଙ୍କୁ ମୁଁ ଅବମାନନା କରିବି କିପରି । ଦାଣ୍ଡ ପାଖରୁ କିଛି ପରିବା ଆଣି ,ଶଙ୍କର କାକା କହିଲେ ବୋହୁ ମାଆ ... ବୋହୂ ମାଆ । କଣ ଆଜି ଘରକୁ କୁନି ବାବୁ ଆସି ନାହାନ୍ତି କି ? ସାନ ବାବୁ ଆପଣ ଜମା ବ୍ୟସ୍ତ ହୁଅନ୍ତୁ ନାହି । ମୁଁ ଜାଣିଚି ପରା ମୋରି ବିଷୟରେ ତୁମ ଦୁହିଁଙ୍କ ତର୍କ ଚାଲିଥିବ । ବୁଝିଲେ ସାନ ବାବୁ । ମୋ ବୋହୂ ମାଆ ଠିକ୍ ମୋ ଦେଇ ପରି। ମୋର ଖୁବ୍ ଖିଆଲ ରଖନ୍ତି। ଗରୀବର ପେଟ ଚିହ୍ନିବା ଲୋକ ମୋ ବୋହୂ ମାଆ । ଦେଇ ର ଅକାଳ ମୃତ୍ୟୁ ପରେ ବଡ଼ ବାବୁ ଏକାକୀ ହେଇଯିବେ ବୋଲି ମୁଁ ପଡ଼ି ରହିଲି । ମନରେ ଅନେକ କଷ୍ଟ ହେଉଥାଏ । ପିଲାଟି ଦିନରୁ ମାଆ , ବାପା ବୋଲି ଜାଣି ନଥିଲି । ଦେଇଙ୍କ ପାଖରୁ ସବୁ ସ୍ନେହ ମମତା ପାଇଲି । କିନ୍ତୁ ସେ ଚାଲିଯିବା ପରେ ମୁଁ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲି ସାନ ବାବୁ । ଆପଣ ବିଦେଶରେ ରହି ପାଠ ପଢିଲେ । ଘରେ ବଡ଼ ବାବୁ ଚିନ୍ତାରେ ରହିଲେ ।ତାଙ୍କର ଏହି କଷ୍ଟ ସମ୍ଭାଳି ନପାରି ମୁଁ ମନସ୍ଥ କରିଥିବା ପ୍ରତିଜ୍ଞା ବଦଳେଇ ଦେଲି । ନଚେତ ମୁଁ ଫେରି ଯାଇଥାନ୍ତି ବଡ଼ଦେଇଙ୍କ ବାପ ଘରକୁ । କିନ୍ତୁ ତାପରେ ତମେ ବିବାହ କରିଲ । ବୋହୂମା ଆସିବା ସମୟରେ ବଡ଼ ବାବୁ ଏବଂ ତୁମ ଶଶୁର ମୋତେ ଚିହ୍ନେଇ କହିଲେ ସାବିତ୍ରୀ । ଏଇ ମଧ୍ୟ ତୁମର ଜଣେ ଶଶୁର । ତୁମ ଶାଶୂଙ୍କ ର ଜଣେ ଭାଇ । ମୁଁ ସେଇଠି ତତ୍କ୍ଷଣ କହିଲି ନାଇଁ ବୋହୂ ମାଆ ମୁଁ ଚାକର ଶଙ୍କର । ଶଙ୍କର କାକାଙ୍କ କଥା ଶୁଣି ସମ୍ବିତ ବାବୁ କହିଲେ ଆଚ୍ଛା କାକା, ତେବେ ଆମେ ତୁମକୁ କାକା ବୋଲି କାହିଁକି ଡlକୁଛୁ। ହିସାବରେ ର ତୁମେ ଆମର ମାମୁଁ ହେବ । ସମ୍ବିତ ଙ୍କ କଥା ଶୁଣି ଶଙ୍କର କାକା କହିଲେ , ବୁଝିଲ ସାନବାବୁ , ତୁମ ମାମୁଁ ପୁଅ ମାନେ ମୋତେ କକା ଡାକନ୍ତି ତେଣୁ ତାଙ୍କଠାରୁ ତୁମେ କାକା ଡାକିବା ଆରମ୍ଭ କରିଛ । ଏବେ ମୁଁ ଖାଲି ଏଇ ଉଦୟଗିରି ଗାଁ ଲୋକଙ୍କ ପାଇଁ ଶଙ୍କର କକା ନୁହେଁ । ଅଧେ ମୋତେ ମାମୁଁ ଡାକନ୍ତି । ହଉ ଛାଡ଼ । କହୁ କହୁ ଅନେକ କଥା କହି ସlରିଲାଣି ।ମୋ ମନର କଥା ଅନେକ ଜlଣିଗଲ। ଏବେ ବେଳ ଉଛୁର ହେଲାଣି । କୁନି ବାବୁ ଘରକୁ ଫେରି ନାହାଁନ୍ତି।ଆପଣ କୁଆଡେ ଯିବେ ଯଦି ଯାଆନ୍ତୁ ମୁଁ ଯାଉଛି କାଳିଆ ବଳିଆ ଙ୍କୁ ନେଇ କୁନି ବାବୁଙ୍କୁ ଆଣିବାକୁ । ସମ୍ବିତ ଓ ସାବିତ୍ରୀ ଦେବୀ ପଛରୁ ଅନେକ ଡାକୁଥିଲେ ଶଙ୍କର କକା ଙ୍କୁ କିନ୍ତୁ ସେଇ ମନୁଆ ମଣିଷ କାଳିଆ ଓ ବଳିଆ ଙ୍କୁ ନେଇ ଚାଲିଗଲେ କୁନି ବାବୁଙ୍କୁ ସ୍କୁଲ ରୁ ଆଣିବା ପାଇଁ ... କ୍ରମଶଃ... ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।

Comments