SS Publication
SS Publication
February 18, 2025 at 06:35 PM
ଶ୍ରୀ କୃଷ୍ଣ _ ଭାଗ ୧୨୧ ( ଇନ୍ଦ୍ରଙ୍କ ଗର୍ବ ଗଞ୍ଜନ୍ ଓ କୃଷ୍ଣ ଙ୍କ ଗିରି ଗୋବର୍ଦ୍ଧନ ଧାରଣ) ( ଅନୁବାଦ,ଭାଗବତ,ଗୀତା,ଶ୍ରୀ କୃଷ୍ଣ,ବିଷ୍ଣୁପୁରାଣ, ଇତ୍ୟାଦି ) "କୃଷ୍ଣ .... କୃଷ୍ଣ .... କୃଷ୍ଣ... କୃଷ୍ଣ ... ହରେ ହରେ " ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରେ ଶ୍ରୀ ରାଧେ ଗୋବିନ୍ଦ ବାସୁଦେବ ହରେ ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ ହରେ ରାଧେ କୃଷ୍ଣ ... ରାଧେ କୃଷ୍ଣ ରାଧେ କୃଷ୍ଣ କୃଷ୍ଣ ...କୃଷ୍ଣ ।। "ସଚ୍ଚିଦାନନ୍ଦ ରୂପାୟ ବିଶ୍ଵତ୍ପତ୍ୟାଦି ହେତବୋ ତାପତ୍ରୟ ବିନାଶାୟେ ଶ୍ରୀକୃଷ୍ଣlୟ ବୟ ନମଃ  ।। ଦେବରାଜ ଇନ୍ଦ୍ରଙ୍କ କଥନ ରେ ପ୍ରଭାବିତ ହେଇ ମେଘ ମାନଙ୍କ ରାଜା ସlବର୍ତ୍ତକ ସମସ୍ତ ପ୍ରଳୟଙ୍କରୀ ମେଘ ମାନଙ୍କୁ ନେଇ ଗୋକୁଳ ଉପରେ ଭୀଷଣ ବନ୍ୟା ବାତ୍ୟା ଓ ପ୍ରଳୟ କରିବାକୁ ଲାଗିଲେ । ଅଣଚାଶ ପବନ ସହିତ ଘୋର ବର୍ଷା ଓ ବିଜୁଳି ଘଡ଼ଘଡ଼ି ଦ୍ବାରା ସମସ୍ତ ଗୃହ ର ନିଅଁ ହଲିବାକୁ ଲାଗିଲା । ଜୀବଜନ୍ତୁ ମାନେ ଏପଟ ସେପଟ ହେଇ ଦୌଡ଼ ଆରମ୍ଭ କରିଦେଲେ । ବଜ୍ରପାତ ଦ୍ଵାରା ବିଶାଳକାୟ ଦ୍ରୁମ ଜଳି ପୋଡ଼ି ପାଉଁଶ ହେଇଗଲା । ଅନେକ ଦ୍ରୁମ ଭାଙ୍ଗିବା ଦ୍ଵାରା ଅନେକ ଗୃହ ଓ ଗୃହପାଳିତ ପଶୁ ମାନଂକ ଜୀବନ ଉପରେ ପ୍ରଭାବ ପକାଇଲା ଯାହାଦ୍ବାରା ସଂପୂର୍ଣ୍ଣ ଗୋକୁଳବାସୀ ଭୟରେ କମ୍ପିତ ହେଲେ କେହି କେହି କଥାବାର୍ତ୍ତା ହେଲେ ଯେ ଏସବୁ ଇନ୍ଦ୍ର ପୂଜା ନକରିବାର ପରିଣାମ । କିଛି ସମୟ ଅନ୍ତରାଳ ରେ ସମସ୍ତ ଗୋକୁଳ ଜଳାର୍ଣ୍ଣବ ହେଇଗଲା । ମନୁଷ୍ୟଙ୍କ ମଧ୍ୟରେ ହାହାକାର ପଡିଲା । ସମସ୍ତେ ଭୟରେ ରlଜବାଟିକା ତରଫକୁ ସଂଗଠିତ ହେଇ ଗଲେ ଏବଂ ନନ୍ଦରlଜlଙ୍କୁ ଗୁହାରୀ କରିଲେ । ବଞ୍ଚିବାର ରlହା ମାଗିଲେ । ଏହା ଦେଖି ଦୁଇଭାଇ ପ୍ରଭୁ ଶ୍ରୀ କୃଷ୍ଣ ଓ ବଳରାମ ବିଚାର କରିଲେ ଯେ ଏହା ଇନ୍ଦ୍ରର କାରନାମା କାରଣ ଇନ୍ଦ୍ର ପୂଜା ବର୍ଜନ ଦ୍ୱାରା ସେ କ୍ରୋଧିତ ହେଇ ଏଭଳି ବିନାଶ କରୁଛନ୍ତି । କlହ୍ନା ଙ୍କ କଥନ ଶୁଣି ବା ପରେ ସ୍ଵୟଂ ଶ୍ରେଶନାଗ ଅବତାର ଶ୍ରୀ ବଳରାମ କହିଲେ ତୁ ବ୍ୟସ୍ତ ହୁଅନି କlହ୍ନା ମୁଁ ଏବେ ଯାଇ ଇନ୍ଦ୍ରର ବଧ କରି ଏହି ବିପଦରୁ ସମସ୍ତ ପ୍ରଜାଙ୍କୁ ଉଦ୍ଧାର କରୁଛି କିନ୍ତୁ ବଳଦାଉ ଙ୍କ ଏଭଳି ମନ୍ତବ୍ୟ ଶୁଣି ପ୍ରଭୁ ଶ୍ରୀ କୃଷ୍ଣ କହିଲେ ନାହିଁ ଦାଉ ଭାଇ । ଆମକୁ ଇନ୍ଦ୍ର ଙ୍କୁ ବଧ କରିବା ଆବଶ୍ୟକ ନାହିଁ । ଯଦି ବଧ କରିବାରେ ଅଛି ତେବେ ଇନ୍ଦ୍ରଙ୍କ ଅହଙ୍କାର , ଦର୍ପ , ଗର୍ବ ଗଞ୍ଜନ କରିବାର ଅଛି । ଇନ୍ଦ୍ର ଆମର ଜଣେ ପରମ ଭକ୍ତ । ତାର ଅହଙ୍କାର ନଷ୍ଟ କରିବା ଦ୍ୱାରା ଇନ୍ଦ୍ର ଆପେ ନିଜକୁ ସମର୍ପଣ କରିବେ । ଦୁଇଭାଇ ବିଚାର ବିମର୍ଷ ପରେ ସମସ୍ତ ଗୋକୁଳ ବାସୀଙ୍କୁ କହିଲେ ତୁମେ ମାନେ ବ୍ୟସ୍ତ ହୁଏନାହିଁ । ମୋ ସହିତ ଶିଘ୍ରତା କରି ସମସ୍ତେ ଆସନ୍ତୁ । ପ୍ରଭୁଙ୍କ ଆଶ୍ଵସନା ବାଣୀ ଶୁଣି ସମସ୍ତ ଗୋକୁଳ ବାସୀ ବୃନ୍ଦାବନ ଛାଡ଼ି ଆସିଲେ । କିଛି ସମୟର ଅନ୍ତର ପରେ ସେମାନେ ଆସି ପହଁଚିଲେ ଗୋବର୍ଦ୍ଧନ ପର୍ବତ ପାଖରେ । ଗୋବର୍ଦ୍ଧନ ପର୍ବତ ପାଖରେ ପହଞ୍ଚି ପ୍ରଭୁ ଶ୍ରୀ କୃଷ୍ଣ ଗିରିରାଜ ଗୋବର୍ଦ୍ଧନ ଙ୍କୁ ପ୍ରଣାମ କରି କହିଲେ । ହେ ଗିରି ରାଜ୍ ଗୋବର୍ଦ୍ଧନ । ସମସ୍ତ ଗୋକୁଳ ବାସୀ ଇନ୍ଦ୍ରଙ୍କ ପୂଜନ ନକରି ଆପଣଙ୍କ ପୂଜା କରିଥିବାରୁ ସେ ଆମ ସହିତ ବୈରି ଭାବ ପ୍ରକାଶ କରି ଭୀଷଣ ବର୍ଷା ଓ ବନ୍ୟା ବାତ୍ୟା, ବଜ୍ରପାତ ଦ୍ଵାରା ସମସ୍ତଙ୍କୁ ନଷ୍ଟ କରିବାର ପ୍ରତିଜ୍ଞା ନେଇଛନ୍ତି ତେଣୁ ଆମକୁ ରକ୍ଷା କରନ୍ତୁ । ମୁଁ ଚାହୁଁଛି ଆପଣଙ୍କ ବିଶାଳ ବକ୍ଷକୁ ଛତ୍ର କରି ସମସ୍ତ ଗୋକୁଳ ବାସୀଙ୍କୁ ଆପଣଙ୍କ ଛତ୍ର ଛାୟା ତଳେ ସୁରକ୍ଷା ପ୍ରଦାନ କରିବି ତେଣୁ ହେ ଗିରି ରାଜ୍ ଗୋବର୍ଦ୍ଧନ ଆପଣ ମୋ ସହାୟତା କରି ମୋତେ ଉପlୟିତ କରାନ୍ତୁ । ପ୍ରଭୁ ଶ୍ରୀ କୃଷ୍ଣ ଆସ୍ତେ ଆସ୍ତେ ଗିରି ଗୋବର୍ଦ୍ଧନ ଙ୍କୁ ଉପରକୁ ଉଠାଇଲେ ଏବଂ ନିଜର କନିଷ୍ଠ ଅଙ୍ଗୁଳି ରେ ଧାରଣ କରି ଛତ୍ର କରି ସମସ୍ତଙ୍କୁ ଅଭୟପ୍ରଦାନ କରି ସୁରକ୍ଷା ଦେଲେ । ଶ୍ରୀ କୃଷ୍ଣଙ୍କ ଲୀଳା ଦେଖି ସମସ୍ତ ସୁର , ନର , ଗନ୍ଧର୍ବ ଆକାଶ ମାର୍ଗରୁ ଥାଇ ପ୍ରଣାମ କରିଲେ । ଏହା ଦେଖି ଇନ୍ଦ୍ରଙ୍କ କ୍ରୋଧ ବଢ଼ିବାରେ ଲାଗିଲା । ତଥା ସମସ୍ତ ଗୋକୁଳ ବାସୀ କହିଲେ ... ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରୀ ଶ୍ରୀ ରାଧେ ଗୋବିନ୍ଦ ଗିରି ଗୋବର୍ଦ୍ଧନ ଧାରି ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ ହରେ ଜୟ ଜୟ ଶ୍ରୀ ଗୋବର୍ଦ୍ଧନ ଗିରିଧାରୀ ଜୟ ଜୟ ଶ୍ରୀ ଗୋବର୍ଦ୍ଧନ ଗିରିଧାରୀ କlହ୍ନା ତୁମ ଲୀଳା ଅପ୍ରମ୍ପାରି ହେ କୃଷ୍ଣ ତୁମେ ଗୋବର୍ଦ୍ଧନ ଗିରିଧାରୀ ସମସ୍ତ ମେଘ ମାନେ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦିନରାତି ଧରି ସାତ ଦିନ ଏବଂ ସାତ ରାତି ବର୍ଷା କରିବାଦ୍ୱାରା ସମସ୍ତ ଜଳ ଶେଷ ହେଲା ।ଯାହାଦ୍ବାରା ମେଘ ରାଜା ସାବର୍ତ୍ତକ ନିଜର ହାର ସ୍ବୀକାର କରି କହିଲେ , ହେ ସ୍ବାମୀ, ମୁଁ ମୋର ସମସ୍ତ ଶକ୍ତି ପ୍ରୟୋଗ କରି ମଧ୍ୟ ଏହି ଛୋଟ ପର୍ବତର ଗୋଟିଏ ପଥରକୁ ମଧ୍ୟ ହଲlଇବାରେ ସକ୍ଷମ ହେଲିନାହିଁ । ମୁଁ ହାରୀ ଯାଇଛି ସ୍ବାମୀ । ମୋତେ କ୍ଷମା କରନ୍ତୁ । ସାବର୍ତ୍ତକଙ୍କ କଥନ ଓ ନଇଁ ଯାଇଥିବା ଶିର ଦେଖି ଦେବରାଜ ଇନ୍ଦ୍ର କହିଲେ ଯେ , ହଁ ଏହା ସତ୍ୟ କିନ୍ତୁ ଏହି ଧୃତ ମାନବଙ୍କ ସାମ୍ନାରେ ମୁଁ ମୋର ହାର ସ୍ବୀକାର କରିପାରିବି ନାହିଁ ତେଣୁ ମୁଁ ମୋ ଗୁରୁଙ୍କ ଦ୍ଵାରା ପ୍ରଦତ୍ତ ମନ୍ତ୍ର ଦ୍ଵାରା ଏହାକୁ ଅଭିନନ୍ତ୍ରିତ କରି ବଜ୍ର ପ୍ରହାର କରିବି । ଇନ୍ଦ୍ରଙ୍କ ଅହଙ୍କାର ଏବେ ମଧ୍ୟ ଚୂର୍ଣ୍ଣ ହେଇନହି ନ୍ଦେଖି ସ୍ଵୟଂ ଚକ୍ରପାଣି ଶ୍ରୀ କୃଷ୍ଣ ନିଜର ମାୟା ଦ୍ଵାରା ଇନ୍ଦ୍ରଙ୍କ ବଜ୍ରକୁ ନିଷ୍ଫଳ କରିବା ସହିତ ତାଙ୍କୁ ଅଚେତ କରିଲେ ସେତେବେଳେ ତୁରନ୍ତ ଆସି ଦେବତାଙ୍କ ଗୁରୁ ବୃହସ୍ପତି କହିଲେ ହେ ଦେବରାଜ ତୁମେ ଏଥର ସ୍ଵୟଂ ଶ୍ରୀ ହରୀଙ୍କ ସହିତ ଯୁଦ୍ଧ କରିଛ । ଯାହାଙ୍କୁ ସରା ବ୍ରହ୍ମାଣ୍ଡ ପରାସ୍ତ କରିବାର କ୍ଷମତା ନାହିଁ ତୁମେ ତାଙ୍କ ସହିତ ବିବାଦ କରି କିଛି ଠିକ୍ କରିନ ରାଜନ୍ । ଅତଃ ତୁମେ ଶକ୍ତି ପ୍ରଦର୍ଶନ କରିବା ଅପେକ୍ଷା ଭକ୍ତି ଦ୍ଵାରା ପ୍ରଭୁଙ୍କ କୋପରୁ ନିଜକୁ ରକ୍ଷାକର । ଗୁରୁଦେବଙ୍କ ଏଭଳି ହିତକାରୀ ବାଣୀ ଶୁଣି ଇନ୍ଦ୍ର କହିଲେ ପ୍ରଭୁଙ୍କ ପ୍ରତି ମୁଁ କରିଥିବା ଅପମାନ କୁ କଣ ସେ କ୍ଷମା କରିବେ ? _ ଅବଶ୍ୟ ରାଜନ୍ । ତେଣୁ ମୁଁ ଗୋଟିଏ ମନ୍ତ୍ର କହୁଚି ତାକୁ ଉଚ୍ଚାରଣ କରି ତୁମେ ପ୍ରଭୁଙ୍କ ଶରଣ ରେ ଯାଆ।ପ୍ରଭୁ ଅବଶ୍ୟ ଉଦ୍ଧାର କରିବେ । କ୍ରମଶଃ... "କୃଷ୍ଣ .... କୃଷ୍ଣ .... କୃଷ୍ଣ... କୃଷ୍ଣ ... ହରେ ହରେ " ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରେ ଶ୍ରୀ ରାଧେ ଗୋବିନ୍ଦ ବାସୁଦେବ ହରେ ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ ହରେ ରାଧେ କୃଷ୍ଣ ... ରାଧେ କୃଷ୍ଣ ରାଧେ କୃଷ୍ଣ କୃଷ୍ଣ ...କୃଷ୍ଣ ।। "ସଚ୍ଚିଦାନନ୍ଦ ରୂପାୟ ବିଶ୍ଵତ୍ପତ୍ୟାଦି ହେତବୋ ତାପତ୍ରୟ ବିନାଶାୟେ ଶ୍ରୀକୃଷ୍ଣlୟ ବୟ ନମଃ  ।। ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି , ଖୋର୍ଦ୍ଧା, ଓଡ଼ିଶା ।।

Comments