
SS Publication
February 19, 2025 at 06:35 PM
ଶୀର୍ଷକ_କିଛି ସ୍ବପ୍ନ ଅଧା ରହିଯାଏ_ ଭାଗ ୭
(ଧାରାବାହିକ, ପ୍ରେମ ,ବିରହ, ପାରିବାରିକ)
ଶଙ୍କର କକା ଶଗଡ଼ ଗାଡ଼ି ଧରି ବାହାରିପଡିଲେ କୁନି ବାବୁଙ୍କୁ ଆଣିବା ପାଇଁ । ବେକରେ ଯୁହlଳି ପଡ଼ିବା କ୍ଷଣି କାଳିଆ ଓ ବଳିଆ ହମାମା କହି ଆଗକୁ ବଢ଼ିଲେ । ଦକ୍ଷିଣା ବାଆ ସହିତ ଶଗୁଡ଼ିଆ ଶଙ୍କର କାକା ଙ୍କ ମଧୁର ମଧୁର ସଙ୍ଗୀତର ମୂର୍ଚ୍ଛନା ଖୁବ୍ ସୁନ୍ଦର ଥିଲା ...
କାଳିଆ ହୋ.....
ବଳିଆ ହୋ....
ଚଗଲା ଚଗଲା ଦକ୍ଷିଣୀ ପବନ
ଉଡାଇଲା ଆଜି ଶଙ୍କରା ର ମନ୍
ଚାଲ ରେ କାଳିଆ ଚାଲ ରେ ବଳିଆ
ଉଛୁର ହେଉଛି ବେଳ
ଗାଁ ଶେଷ ମୁଣ୍ଡେ ସୁରୁଜ ଡୁବିଲେ
ଦିଶିବନି ଥଳ କୁଳ
କାଳିଆ ହୋ.....
ବଳିଆ ହୋ....
ଚଗଲା ଚଗଲା ଦକ୍ଷିଣୀ ପବନ
ଉଡାଇଲା ଆଜି ଶଙ୍କରା ର ମନ୍
ଗେଲ ବସରିଆ ସାଙ୍ଗ ଦୁଇ ମୋର
ଚଗଲା ହୁଅନା ପରା
ଶଙ୍କର ଭାଇର ତୁମେ ଦୁଇ ହାତ
ଜାଣିଛି ଗାଁ ଟା ସାରା
କାଳିଆ ହୋ.....
ବଳିଆ ହୋ....
ଚଗଲା ଚଗଲା ଦକ୍ଷିଣୀ ପବନ
ଉଡାଇଲା ଆଜି ଶଙ୍କରା ର ମନ୍
ଶିଙ୍ଘ ରେ ବାନ୍ଧିବି ରିବନ୍ ଫିତାକୁ
ମୁଁହ ରେ ଦେବିନି ତୁଣ୍ଡି
ଯେତେ ଇଛା ସେତେ ଚରି ବୁଲି ଯିବ
ରୋକିବନି କୋଉ ହୁଣ୍ଡି
କାଳିଆ ହୋ.....
ବଳିଆ ହୋ....
ଚଗଲା ଚଗଲା ଦକ୍ଷିଣୀ ପବନ
ଉଡାଇଲା ଆଜି ଶଙ୍କରା ର ମନ୍
ଚାଲରେ କାଳିଆ ବଳିଆ ସାହସା
ବୁଡ଼ିଗଲେ ଏଣେ ରବି
କବି ଦେଖି କେତେ ଲେଖିବେ କବିତା
ଅସ୍ତଗାମି ରବି ଭାବି ।।
ଶଙ୍କର କକା ଶଗଡ଼ ଗାଡ଼ି ନେଇ ଚାଲିଗଲେ ପଦ୍ମ କୁମୁଦ ବିଦ୍ୟା ନିକେତନ ଉଚ୍ଚ ବିଦ୍ୟାଳୟ ର ସମୀପ କୁ । ଠିକ୍ ସେହି ସମୟରେ କୁନିବାବୁ ପ୍ରିତମ ଓ ତାଙ୍କର ସାଙ୍ଗ ସାଥୀ ମାନେ ଛୁଟି ହେଇ ସ୍କୁଲ ବାହାରକୁ ବାହାରିଛନ୍ତି। କାଳିଆ ବଳିଆ ଦୁହେଁ ତାଙ୍କର ଏଇ କୁନି ମାଲିକଙ୍କୁ ଦେଖି ଖୁସିରେ ହମାଆ ହମାଆ ରଡ଼ି ଛାଡୁଛନ୍ତି । ପ୍ରିତମ ଖୁସିରେ କାଳିଆ ବଳିଆ ଙ୍କୁ ଦେଖି କହିଲେ କାଳିଆ ଏବେ ଆମ ସ୍କୁଲ ଦେଖୁଲୁ ତ। ତୁ କଣ ମୋ ସାଙ୍ଗ ସାଥି ମାନଙ୍କୁ ତୋର ଏଇ ଶଗଡ଼ ଗାଡ଼ିରେ ବସେଇ ନେବୁ, ନା ନାହିଁ ।
ସତରେ କେତେ ବୁଦ୍ଧିମାନ ସେଇ ପଶୁ । ମୁହଁରେ ଭଗବାନ କଥା କହିବାକୁ ସାମର୍ଥ୍ୟ ଦେଇ ନାହାନ୍ତି ସତ କିନ୍ତୁ ସେ ମଣିଷର ସମସ୍ତ କଥାକୁ ବୁଝି ପାରନ୍ତି । କାଳିଆ ଓ ବଳିଆ ଖୁସିରେ ମୁଣ୍ଡ ହଲେଇ ହମା କହି ଆଜ୍ଞା ଦେଲା । ତାପରେ ଜଣ ଜଣ କରି ସମସ୍ତେ ବସିଗଲେ ଶଗଡ଼ ଗାଡ଼ି ରେ । କିନ୍ତୁ ତଳେ ଛିଡ଼ାହୋଇ ରହିଗଲେ ପୁଷ୍ପମିତ୍ରା ।
ନିରୀହ ଦୃଷ୍ଟିରେ ତାଙ୍କର ଆଖିରୁ ଛଳ ଛଳ ହେଇ ଲୁହ ଜକେଇ ଆସିଲାଣି । ଶଙ୍କର କକା କହିଲେ ଆରେ ମୋ ସୁନା ମାଆ । ତୁମେ ବସିବ ନାହିଁ କିଁ?
ଆସ ବସିପଡ଼ l ଗାଁ ଏଠାରୁ କୋଷେ ଦୂର । ତମେ ଛୁଆ ମାଆ ଏକା ଯିବ କିପରି ? କିନ୍ତୁ ପୁଷ୍ପାଙ୍କ ମନରେ ଅନେକ ଭାବନା ଆସୂଥାଏ ଠିକ୍ ଏହି ସମୟରେ ପ୍ରିତମ ତଳକୁ ଓହ୍ଲାଇ ଆସି ପୁଷ୍ପା ଙ୍କ ହାତକୁ ଧରି କହିଲେ ଆସ ପୁଷ୍ପା । ଭୟ କରନି । ମୁଁ ଅଛି ତୁମ ପାଖରେ ।
ସଙ୍କୋଚ କଣ ପାଇଁ କରୁଛ ?
ଆସ ଶଗଡ଼ ଗାଡ଼ି ଉପରକୁ ।
କୁନି ବାବୁଙ୍କ କଥା ଶୁଣିବା ପରେ ଶଙ୍କର କାକା ମଧ୍ୟ କହିଲେ ଆରେ ମାଆ ବସ ଏଇ ଶଗଡ଼ ଗାଡ଼ି ରେ । ବେଶ ପୋଷାକ ରୁ ଜଣା ପଡୁଛି , ତୁମେ ତ ବଡ଼ ଲୋକର ଝିଅ । କିନ୍ତୁ ଏଥିରେ ବସିଲେ ନିଶ୍ଚିନ୍ତ ମଜ୍ଜା ଆସିବ ।
ଶଙ୍କର କାକାଙ୍କ ସ୍ନେହ ଆଦର ବୋଳା କଥାରେ ପୁଷ୍ପମିତ୍ରା ମୁହଁରେ ସ୍ମିତହାସ୍ୟ ଦେଇ ବସି ପଡ଼ିଲେ । ଶଙ୍କର କାକା ଟlକରା ଫୁଟେଇ କାଳିଆ ଓ ବଳିଆ କୁ ନିର୍ଦ୍ଦେଶ ଦେଲେ ଆଗକୁ ବଢ଼ିବାକୁ । ତାପରେ ଧିରେ ଧୀରେ ଶଙ୍କର କକାଙ୍କ ଗାଡ଼ି ଆଗକୁ ବଢ଼ି ଚାଲିଲା । ପିଲାମାନେ ସମ୍ପୁର୍ଣ୍ଣ ଆନନ୍ଦ ନେଉଛନ୍ତି କିନ୍ତୁ ପ୍ରିତମ ଓ ପୁଷ୍ପା ଦୁହେଁ ଦୁହିଁଙ୍କୁ ଅନେଇ ରହିଛନ୍ତି ଅବାକ୍ ହେଇ ।
ଶଗଡ଼ ଗାଡ଼ିର ଗତି ବଢିବା ସହିତ ,ମୁହଁ ଅନ୍ଧାର ହେଇ ଆସୁଛି । ଶଙ୍କର କାକା ଲଣ୍ଠନ ଟିକୁ ଜଳାଇ ଆଗରେ ଆଗରେ ଚାଲିଲେ । କାଳିଆ ବାଲିଆ ଆଜି ବହୁତ୍ ଖୁସିର ସହିତ ଚାଲୁଛନ୍ତି। ସ୍ବପ୍ନିଳ ସନ୍ଧ୍ୟାର ନାଲି ଗୋଡ଼ି ମାଟି ମିଶା କଚା ରାସ୍ତାରେ ପବନ କୁ ତାଳ ଦେଇ ଶଙ୍କର କାକା ଗୀତ ବୋଲିବା ଆରମ୍ଭ କରିଦେଲେ ....
କାଳିଆ ହୋ.....
ବଳିଆ ହୋ....
ଚଗଲା ଚଗଲା ଦକ୍ଷିଣୀ ପବନ
ଉଡାଇଲା ଆଜି ଶଙ୍କରା ର ମନ୍ ..!!
ଶଙ୍କର କକାଙ୍କ ଗୀତ ସହିତ ପିଲାମାନେ ମଧ୍ୟ ପାଳି ଧରି ଗୀତ ଗାଇଲେ। ନିଛାଟିଆ ଅନ୍ଧାର ରାସ୍ତା ଟା ଆସ୍ତେ ଆସ୍ତେ ସରିଆସୁଥାଏ। ପ୍ରିତମ କହିଲେ କାକା କେତେ ସୁନ୍ଦର ତୁମର କଣ୍ଠସ୍ୱର। ଭାରି ମଜା ଲାଗିଲା । ଏମିତି ସବୁଦିନ ଟିକେ ଆମକୁ ଆଣିବାକୁ ସ୍କୁଲ ଆସନ୍ତ ନାହିଁ । କିନ୍ତୁ ପ୍ରିତମ ଙ୍କ କଥାକୁ କାଟି ପୁଷ୍ପା ଉତ୍ତର ଦେଲେ ନାହିଁ କାକା। ସବୁଦିନ ଚାଲି ଚାଲି ଆସିଲେ ବ୍ୟୟlମ ହେବା ସହିତ ସ୍ବାସ୍ଥ୍ୟ ଠିକ୍ ରହିବ।ତେଣୁ ଆପଣ ଆସିବା ଆବଶ୍ୟକ ନାହିଁ ।
ଓ ହ୍ୟାଲୋ ମିସ୍ ପୁଷ୍ପା...!!
ମୁଁ ସକାଳୁ ଉଠି ବ୍ୟାୟାମ କରେ , ମୋ ଜେଜେଙ୍କ ସହିତ । ତୁମର ଆଖି ଖରାପ,ବ୍ୟାୟାମ ତୁମର ଦରକାର । ଖାଲି ସେତିକି ନୁହେଁ ଚୁନା ମାଛ ଖାଇବାକୁ ପଡିବ ନଚେତ୍ ଏମିତି ଚାରି ଆଖିଆ ହେଇ ବୁଲିବ ।
_ ତୁମେ କଣ କହିବାକୁ ଚାହୁଁଛ ପ୍ରିତମ । ମୁଁ ବ୍ୟାୟାମ କରୁନି । ତୁମ ଭଲ ପାଇଁ କହୁଥିଲି। ଖାଇ ଖାଇ ପେଟୁ ହେଇଛ ତୁମେ । ପେଟ କମ୍ କର ନଚେତ୍ ସବୁ ପିଲା କହିବେ ଗଣେଶ ପେଟୁ ।
କ୍ରମଶଃ...
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।