SS Publication
SS Publication
February 20, 2025 at 04:56 PM
ଆଇଡିଆ ବକ୍ସ ଥିମ୍ _ଆରପାରି ଦୁନିଆକୁ ରାସ୍ତା" ଶୀର୍ଷକ _ଅଦୃଶ୍ୟ ଡାକରା ସକାଳୁ ସକାଳୁ ହଠାତ୍ କାଉ ମେଳି ଦେଖିବା ପରେ ଦିନ ତମାମ ମନଦୁଃଖରେ ଅଛନ୍ତି ସରିତା । କାହାକୁ କହିବେ ଏହି ଘଟଣା । ଠିକ୍ ସେହି ସମୟରେ ଘର ର ଛାତ ଉପରେ ଉଡ଼ି ଆସି ବସିଲା ପେଚା ଚଢେ଼ଇ । ତାର ବିକଟାଳ ରାବ ରେ ସାଇପଡିଶା ର ସ୍ତ୍ରୀ ମାନେ କୋଳାହଳ କରିବାକୁ ଲାଗିଲେ । କଥାରେ ଅଛି ଯଦି ଆପଣଙ୍କ ମନ ସକରାତ୍ମକ ଭାବନାରେ ଅଛି ତାହାଲେ ପରିବେଶ ଶାନ୍ତ, ସୁନ୍ଦର ଓ ସୁଖଦ ଲାଗିବ.ଆଉ ଯଦି ମନ ନକରାତ୍ମକ ଭାବନାରେ ଅଛି ତେବେ ମନରେ ନାନା ପ୍ରକାରର ଚିନ୍ତାଧାରା ଓ ଅନେକ କୁପ୍ରଭାବ ପକାଇବ ଏଥିରେ ଟିକେ ହେଲେବି ସନ୍ଦେହ ନାହିଁ ! ଠିକ୍ ଏହି ସନ୍ଦେହ ଆଜି ସରିତାଙ୍କୁ ଖାଇ ଯାଉଛି । କଣ ଅଘଟଣ ଘଟିବ କିଏ କହିବ ? ସବୁ ସେଇ ଈଶ୍ବରଙ୍କ ଇଛା । ସରିତାଙ୍କ ଏଭଳି ଭାବନା ପଢ଼ି ଶୁଭଙ୍କର ବାବୁ ବିରକ୍ତ ହେଇ କହିଲେ କଣ ଏମିତି ହେଉଛୁ । ମନକୁ ଶାନ୍ତ କର । ଆଗକୁ ଅନେକ କଠିନ ପରିସ୍ଥିତି ଆସିବ ତାକୁ ମୁକାବିଲା କିପରି କରିବୁ ? ହଉ ସବୁ ଭଗବାନଙ୍କ ଉପରେ ଛାଡ଼ି ଶାନ୍ତିରେ ରୁହ । ଯାହା ପ୍ରଭୁଙ୍କ ଇଛା ତାକୁ କିଏ ଟାଳିବ।ସଞ୍ଜ ହେଲାଣି ଚାହା ଟୋପେ ଦିଏ । ସରିତା ଝଅଟ ଯାଇ ବାରିପଟ ଚୁଲିରେ ଅଦା ,ତୁଳସୀ ପତ୍ର ଓ ଲେମ୍ବୁ ପକେଇ ନାଲି ଚାହା ଟିକେ କରିଆଣି ଆସିଲା ବେଳକୁ ଗୋଟିଏ ଭେଣ୍ଡରା ବିଲୁଆ ହୁକେ ହୁ ... ହୁକେ ହୁ କରି ବୋବାଇବାକୁ ଲାଗିଲା । ଏମିତି ଗୋଟେ ବିକଟାଳ ପରିସ୍ଥିତି ପୁଣି ନିଜର ବାଡିପଛରେ ଶୁଣି କାହାର ମନ ଖରାପ ହେବନାହିଁ । କିନ୍ତୁ ଏସବୁ ଜାଣି ଶୁଭଙ୍କର କହିଲେ ମନ ପବିତ୍ର ରହିଲେ ଗାଡିଆ ଗଙ୍ଗା । କିନ୍ତୁ ସରିତା କହିଲେ ତୁମର କଣ ଅଛି । ସବୁ କଥାରେ ହସି ଉଡେଇ ଦେବ । ମୋ ମନ ଯାହା ହେଉଛି କିଏ ବୁଝୁଛି ? ଏମିତି କଥାବାର୍ତ୍ତା ମଧ୍ୟରେ ସମୟ ହେଲା ଦୁହେଁ ଆରାମ କରିଲେ।ଶୁଭଙ୍କର ହଠାତ ନିଦରୁ ଉଠିବସିଲେ ଏବଂ କହିଲେ ଗରମ ଲାଗୁଛି ତେଣୁ ମୁଁ ଆଜି ଦାଣ୍ଡ ବାରଣ୍ଡାରେ ଶୋଇବି କହି ଘର ମଧ୍ୟରୁ ବାହାରି ଆସିଲେ । ସରିତା ପିଲାମାନଙ୍କୁ ନେଇ ଶୋଇ ପଡ଼ିଲେ । ତାଙ୍କର ଶୋଇବା ଦେଖି ଶୁଭଙ୍କର ଲାଇଟଅନ କରିଖୋଲିଲେ ନିଜ ଡାଏରୀ। ବସିପଡିଲେ କିଛି ଲେଖିବାପାଇଁ। ନିଶାର୍ଦ୍ଧ ରାତି। ଆଖିକୁ ଆଗଅପେକ୍ଷା ସେମିତି କିଛି ଦେଖl ଯାଉନି। ସବୁ ଅକ୍ଷର ଗୁଡ଼ା କାହିଁ ଧୂନ୍ଦୁରା ଧୁନ୍ଦୁରା ଲାଗୁଚି ତଥାପି ସେ ତାଙ୍କ କଲମ ଉଠାଇଲେ ଏବଂ କିଛି ଲେଖିବାକୁ ପ୍ରୟାସ କରିଲେ .. ପ୍ରିୟ ଡାଏରୀ , ତୁ ମୋ ଜୀବନର ସାଥୀ । ଆଜି ମୁଁ ଜାଣିପାରୁନି କଣ ପାଇଁ ମୋ ଦୃଷ୍ଟି ଶକ୍ତି କ୍ଷଣ ପଡିଯାଉଛି । ତଥାପି ମୋ ପାଖରେ ଯେତିକି ସମୟ ଅଛି ମୁଁ କିଛି ଲେଖିବି । ତୁମେ ଜାଣିଛ , ଦୀର୍ଘ ଛଅ ମାସ ହେଲା ଅନେକ ଦୁଃସ୍ଵପ୍ନ ଦେଖୁଛି । "ଆରପାରି ଦୁନିଆକୁ ରାସ୍ତା" ଦେଖାଇବା ପାଇଁ କେହିଜଣେ ମୋତେ ଅଦୃଶ୍ୟ ରେ ରହି " ଅଦୃଶ୍ୟ ଡାକରା" ଦେଉଛି । ବାରମ୍ବାର ସ୍ୱାନ କୁକୁର,ବିଲୁଆଙ୍କ ସଂପୂର୍ଣ୍ଣ ଗିରୋହ ମୋତେ କାମୁଡି ଖାଇବାକୁ ଦୌଡୁଛନ୍ତି । ମୁଁ ଭୟଭୀତ ହେଉଛି । କିନ୍ତୁ ତାଙ୍କ ପାଖକୁ ଯାଇ ତାଙ୍କୁ ଦୂରକୁ ଭଗାଇବାକୁ ଚେଷ୍ଟା କରିବାପରେ ମଧ୍ୟ ମୁଁ ବିଫଳ ହେଉଛି।ସ୍ଵପ୍ନରେ ମୋତେ ଜଣେ ଘନ କଳା ପୁରୁଷ ବାରମ୍ବାର ଆସି ଉଠାଇ କହୁଛନ୍ତି ଆରେ ଶୁଭଙ୍କର,ଏ ପର୍ଯ୍ୟନ୍ତ ବିଶ୍ରାମ କରିଲେ କିପରି ହେବ। ଉଠ ଶୁଭଙ୍କର,ଉଠ । ତୁମର ସମୟ ହେଇଗଲlଣି ଆରପାରିକୁ ଯିବାକୁ । ତୁମକୁ "ଆରପାରି ଦୁନିଆକୁ ରାସ୍ତା" ଦେଖାଇବା ପାଇଁ ମୁଁ ବାରମ୍ବାର ଆସୁଛି କିନ୍ତୁ ତୁମେ ... !! ଏମିତି ଅନେକ କିଛି ସଂକେତ ଲେଖିବାପରେ ଶୁଭଙ୍କରଙ୍କ ଆଖି ଆସ୍ତେ ଆସ୍ତେ ମୁଦି ହେଇ ଆସୁଛି । ଶ୍ୱାସ ବାସ୍ପରୁଦ୍ଧ ହେଇଯାଉଛି । ପୁଣି ଶୁଭୁଚି ସ୍ଵାନ, ଶୃଗାଳ ଙ୍କ ଭୟଙ୍କର ବୋବାଳି । ତଥାପି ନିଜକୁ ହାର ମାନି ନାହାନ୍ତି ଶୁଭଙ୍କର ମିଶ୍ର । ମନ ପଡ଼ୁଚି ତାଙ୍କର ଅନେକ କଥା କିନ୍ତୁ ତାଙ୍କ ପୂର୍ବଜ ସ୍ଵର୍ଗରେ ଥାଇ ସ୍ଵାଗତ କରିବାକୁ ଅନେଇ ବସିଛନ୍ତି । ଶୁଭଙ୍କର ଶେଷ ମୁହୂର୍ତ୍ତରେ ପ୍ରଭୁଙ୍କୁ ଶୁମରଣା କରି କହୁଛନ୍ତି ପ୍ରଭୁ ଆଉ ନୁହେଁ । ଏଇ ଜନ୍ମ ଜନ୍ମlନ୍ତର ବଂଧନରୁ ମୋତେ ମୁକ୍ତ କର । କିନ୍ତୁ କୁହନ୍ତି ଯେ ମନୁଷ୍ୟ ମରିବା ପୂର୍ବରୁ ଯଦି କିଛି ଅଭିଳାଷା ଥାଏ ସେ ପୁନଃ ମନୁଷ୍ୟ ଯୋନୀ ରେ ଜନ୍ମ ନିଏ । ମୋର କିଛି ଅଭିଳାଷା ରହିଗଲା ପ୍ରଭୁ । ଆପଣ ସମର୍ପି ଥିବା କାର୍ଯ୍ୟକୁ ମୁଁ ସଠିକ ଭାବେ ସମାପନ କରିପାରିଲି ନାହିଁ । ବିଶ୍ବାସ ନ ହେଲେ ବି ବିଶ୍ବାସ କରିବାକୁ ବାଧ୍ଯ ଏହି ମଣିଷ ଯେ ,ଆଜିର ଦୁନିଆରେ “ ଅର୍ଥ ” ହିଁ ମଣିଷର ଅବସ୍ଥିତି ପରିବର୍ତ୍ତନ କରିଦେଉଛି।ତେଣୁ ଅବସ୍ଥିତି ସହ ନିଜର ସ୍ବଭାବର ପରିବର୍ତ୍ତନ କରିବାକୁ ଚେଷ୍ଟା କରିଲେ ଭଲ କିନ୍ତୁ କଥାରେ ଅଛି " ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ ଏବଂ ମଣିଷ ପ୍ରକୃତି ମଲେ ତୁଟେ।" ଅନେକ ବିଶ୍ୱାସ କରିଥିଲି ସଭିଙ୍କୁ। ଭାଇ ,ଭଉଣୀ , ସ୍ତ୍ରୀ , ସାଙ୍ଗ ସାଥି ତଥା ବନ୍ଧୁ ପରିଜନଙ୍କୁ କିନ୍ତୁ ପାଇଛି କଣ ଖାଲି ତୀରସ୍କାର । ନା ଜଣେ ଭଲ ଭାଇ କି ସ୍ବାମୀ ହେଇପlରିଲି, ନା ଜଣେ ଭଲ ବନ୍ଧୁ। ବାକି ରହିଲା ଛୁଆଙ୍କ କଥା । ସେମାନଙ୍କ ଆଖି ଆଗରେ ମୁଁ ଏକ ଦୋଷୀ ର ଆଖ୍ୟା ନେଇ ଫେରୁଛି । କିଛି କରିପାରିଲି ନାହିଁ ତାଙ୍କ ପାଇଁ । ଜନ୍ମ ଦେଇଛି ସତ କିନ୍ତୁ ତାଙ୍କ ପାଇଁ ମୋ କର୍ତ୍ତବ୍ୟ ପଥ ଅଧ୍ ରାସ୍ତାରୁ କଟିଗଲା । ତୁମେ ମୋତେ କ୍ଷମା କର ପ୍ରଭୁ । ତୁମ ସଂସାର କୁ ତୁମେ ରକ୍ଷା କର । ମୋ କର୍ତ୍ତବ୍ୟରେ ହେଳା କରିଥିବାରୁ ମୋତେ ଯେଉଁ ଦଣ୍ଡ ଦେବେ ଦିଅନ୍ତୁ କିନ୍ତୁ ଏତିକି ଗୁହାରୀ ମୋ ମୃତ୍ୟୁ ସମୟରେ ମୋତେ ଦର୍ଶନ ଦେଇ କୃତାର୍ଥ କରନ୍ତୁ । କ୍ଷମା କରିବ ମୋର ପ୍ରିୟ ସନ୍ତାନ । ତୁମ ବାବା ଶୁଭଙ୍କର ମିଶ୍ର ର ଶେଷ ସମୟ ଆସି ଗ....!! ସକାଳ ପାଇଲା । ସରିତା ଉଠିବା ପୂର୍ବରୁ ପୁଅ ଓ ଝିଅ ବାବା ଶୁଭଙ୍କର କୁ ଖୋଜି ଆସି ଦେଖିଲେ ଯେ ଦାଣ୍ଡ ଘରେ ପଡ଼ିଥିବା ସେହି ପ୍ଲାଷ୍ଟିକ ଚଉକି ଉପରେ ହାତ ଯୋଡ଼ି ଚିର ନିଦ୍ରାରେ ଶୋଇଛନ୍ତି ଶୁଭଙ୍କର ମିଶ୍ର ।ଚନ୍ଦନ କର୍ପୁର ଓ ଧୂପର ମହକରେ ଏକ "ଅଦୃଶ୍ୟ ଡାକରା" ରେ "ଆରପାରି ଦୁନିଆକୁ ରାସ୍ତା" କୁ ଚାଲିଯାଇଛନ୍ତି ଶୁଭଙ୍କର ମିଶ୍ର । ପତ୍ନୀ ସରିତା ଓ ଛୁଆମାନେ ଶୁଭଙ୍କର ମିଶ୍ରଙ୍କ ପାର୍ଥିବ ଶରୀରକୁ ଦେଖି ଆଖିଛଳ ଛଳ କରି ଚାହିଁ ରହିଛନ୍ତି....! ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।

Comments