SS Publication
SS Publication
February 23, 2025 at 05:30 PM
ଆଇଡିଆ ବକ୍ସ ଥିମ୍ _ ଆମ ସାଇ ସୁପର ଷ୍ଠାର ଗଳ୍ପ ଶୀର୍ଷକ _ସତିଆ ର ସ୍ବପ୍ନ... ଅଳସୁଆ କହିଲେ ଆପଣମାନେ କାହାକୁ କହିବେ ,ମୁଁ ଜାଣିନି କିନ୍ତୁ ମୋ ମତରେ ଅଳସୁଆ ସେଇ ଯିଏ କର୍ମ କରିବାକୁ ପଛାଇଥାଏ ଏବଂ ମାଗଣା ଖାଇବା ଅଭ୍ୟାସ ଯାହାର। ଅଳସୁଆର ଭିନ୍ନ ମତ୍ତ ମଧ୍ୟ ଭିନ୍ନ ଭିନ୍ନ ଲୋକଙ୍କ ଠାରୁ ଶୁଣିବାକୁ ମିଳେ କିନ୍ତୁ ଗଗନ ପୁଅ ସତିଆ ଗୋଟେ ବୁଢ଼ା ଅଳସୁଆ । ଦିନ ତମାମ ପଥର ଖଣିରେ ପଥର କାଟି ଫେରିବା ସମୟରେ ଗଗନ ପିଲାଙ୍କ ପାଇଁ କିଛି ବରା, ପିଆଜି , ପକୁଡ଼ି ନେଇ ଘରକୁ ଫେରେ । ହଁ ପିଲାଏ ଖାଇବେ । ଗରିବ ବୋଲି ମନଦୁଃଖ କରିବେ ନାହିଁ କିନ୍ତୁ ତାର ଘରେ ସେ ସବୁ କିଛି ଓଲଟା ଘଟେ।ଏମିତି କରିବା ଦ୍ୱାରା ଗଗନ ର ମାଇପ ବସୁଧା କୁହେ , ବୁଝିଲ ତୁମେ ଯେମିତି ମୁର୍ଖ ପିଲାଙ୍କୁ ସେମିତି ମୁର୍ଖ କରିବ। ନିଇତି ତୁମେ ଏସବୁ କରି ଲାଭ କଣ ? ପିଲାଟା ଖାଇ ପିଇ ଅଳସୁଆ ହେଇଗଲାଣି। କାମଦାମ କଥା କହିଲେ କହୁଛି ପିଲାଙ୍କୁ ଖାଇବାକୁ ଦେବା ତୁମ କର୍ତ୍ତବ୍ୟ। ମୁଁ ବଡ଼ ହେଲେ ତୁମକୁ ଖାଇବାକୁ ଦେବି ବ୍ୟସ୍ତ କଣ ପାଇଁ ହେଉଛ ? କିନ୍ତୁ ତୁମେ ପିଲାମାନଙ୍କୁ ଏମିତି ଗେଲବସର କରି ବିଗାଡି ଦେଲଣି। ଏଇ ଦେଖୁନ ସେ ଟିମଳ ବାପା ଅଗାଧୁ କିପରି କହୁଛି ? ତା ପୁଅ କୁଆଡେ ବିଜିନେସ କରିବ । ପାଠ ପଢି ବଡ଼ ମଣିଷ ହେବ। ତାର ଦୁଃଖ ଗଲା। ସେଥିପାଇଁ ସେ ସଦାବେଳେ କହୁଛି ପିଲା ହେବତ ଏମିତି ମୋ ଟିମଳ ଭଳି । କହିବାକୁ ଗଲେ ମୋ " ଆମ ସାଇ ସୁପର ଷ୍ଟାର" ! ବସୁଧା ର ନିଇତି,ଏମିତି କଥା ଶୁଣି ଗଗନ ବିରକ୍ତ ହେଇ କୁହେ ବୁଝିଲ ବସୁଧା"ମନେରଖ, ଯେ ପର୍ଯ୍ୟନ୍ତ ଶିକ୍ଷାର ମାନେ କେବଳ ଚାକିରୀକୁ ବୁଝାଉଥିବ ସେ ପର୍ଯ୍ୟନ୍ତ ଏ ସମାଜ ରେ ଭିକାରୀ ବଢ଼ୁଥ‌ିବେ ମାଲିକ ନୁହେଁ ! ତାପରେ ସବୁଦିନ ଏମିତି ଗାରୁ ଗାରୁ କାହିଁ ହେଉଛୁ । ମୁଁ କଣ ପାଠ ପଢ଼ିନି। ମେଟୋଲୋଜୀ ରେ ଇଞ୍ଜିନିୟରିଂ କରିବା ପରେ ପାଇଛି କଣ ? ଚାକିରୀ ପଛରେ ଗୋଡ଼େଇ ଗୋଡ଼େଇ ଅଧାଜୀବନ ଚାଲିଗଲା ।ବୟସ ବଢିବା ସହିତ ଚାକିରୀ ଖଣ୍ଡେ ପାଇଁ ଦୁଆର ଦୁଆର ବୁଲିଲି କିନ୍ତୁ ଶେଷରେ ପଥର କାଟି ପେଟ ପୋଷିବାକୁ ପଡ଼ୁଚି। "ସେତେବେଳେ ହିଁ ଜଣେ ମଣିଷ ହାରିବା ବାଜିକୁ ମଧ୍ୟ ନିର୍ଦ୍ଦନ୍ଦରେ ଜିତିଯାଇ ଥାଏ ଯେତେବେଳେ ତାର ଭାଗ୍ୟ ଆଉ ଭଗବାନ ଦୁହେଁ ତା'ରି ସାଥିରେ ଥାଆନ୍ତି ! ମୋ ଭାଗ୍ୟ ସହିତ ଭଗବାନ ନାହାଁନ୍ତି କିନ୍ତୁ ତାର ଅର୍ଥ ନୁହେଁ ଯେ ମୋ ପୁଅ ସତିଆ ଦିନମଜୁରିଆ ହେବ। ତାର ଦିନେ ଭାଗ୍ୟ ପରିବର୍ତ୍ତନ ହେବ ଏବଂ ତାକୁ ଦେଖି ସଭିଏଁ କହିବେ ଦେଖ ଦେଖ " ଆମ ସାଇ ସୁପର ଷ୍ଟାର"। କେବଳ ସମୟକୁ ଅପେକ୍ଷା କର। ଏହି ସମୟ ରହିବ ନାହିଁ । ଜୀବନରେ ଶାନ୍ତି ଓ ସହନଶୀଳତା ଶୀତତାପ ନିୟନ୍ତ୍ରିତ ମେସିନ୍ ଭଳି ହୋଇଥାଏ .ଯାହା ଧୀରେ ଧୀରେ ମଣିଷର କାର୍ଯ୍ୟ କରିବାର କ୍ଷମତାକୁ ମଧ୍ୟ ବଢ଼ାଇ ଥାଏ ! କିନ୍ତୁ ବୟସ ବଢିବା ସହିତ ଅଳସୁଆ ସତିଆ ର ପରିବର୍ତ୍ତନ ହେଉନାହିଁ । ଗୋଟେ ରାତିରେ ରାଜା ହେବାର ସ୍ବପ୍ନ ତାର କାଳ ହେଇଛି । ଏବେ ସତିଆ ବଡ଼ ହେଲାଣି । ବାପା ଗଗନ କହିବା ଅନୁସାରେ ସେ କୃଷି ବିଜ୍ଞାନ ପଢ଼ି ଭଲ ନମ୍ବର ରଖି ପାସ କରିଛି।ବିଭିନ୍ନ ପରୀକ୍ଷା ଦେଉଛି ଚାକିରୀ ଖଣ୍ଡେ ପାଇଁ କିନ୍ତୁ ଗଗନ ର ଇଚ୍ଛା ସେ କୃଷି କାର୍ଯ୍ୟ କରି ନିଜର ପେଟ ପୋଷିବା ସହିତ ସମଗ୍ର ଦେଶବାସୀଙ୍କୁ କୃଷି ଭିତ୍ତିକ ସମସ୍ୟାର ସହଯୋଗ କରୁ। ଏହିପରି ଦିନ ଗୁଡାକ ଗଡିଗଲା। ସେ ଦିନେ ରାତିରେ ସ୍ବପ୍ନ ଦେଖିଲା ଯେ ଜଣେ ସୁନ୍ଦରୀ ତରୁଣୀ କୃଷି କାର୍ଯ୍ୟ ନିପୂଣ ରୂପରେ ସମ୍ପାଦନା କରୁଛି । ଦେଖିବାକୁ ଲକ୍ଷ୍ମୀ ପ୍ରତିମାଭଳି। ଆଣ୍ଠୁ ତଳ ପର୍ଯ୍ୟନ୍ତ ଚୁଟି। ରୂପରେ ଯେମିତି ଗୁଣରେ ମଧ୍ୟ ସାକ୍ଷାତ ଲକ୍ଷ୍ମୀଙ୍କ ଠାକୁରାଣୀଙ୍କ ଭଳି । ଝିଅଟି ଆଗ୍ରହର ସହିତ ସତିଆ ପାଖକୁ ଆସି ହସି ଦେଇ ଚାଲିଗଲା । ଠିକ୍ ଏହି ସମୟରେ ଗୋଟିଏ ପରୀ ସେଇ ବାଟରେ ଉଡ଼ି ଉଡ଼ି ସାରାଦେଶ ଭ୍ରମଣ କରୁଥିଲା। ସତିଆ ର ମନୋଦଶା ବୁଝି ତଳକୁ ଆସିଲା । ତାକୁ ଦେଖି ସତିଆ କହିଲା ତୁମେ କିଏ ? _ ମୁଁ କିଏ ଜାଣି କଣ କରିବୁ। ତଥାପି କହୁଛି ମୋର ପରିଚୟ ।ମୁଁ ହେଲି ପରୀ ରାଇଜର ରାଜକୁମାରୀ ଲକ୍ଷ୍ମୀପ୍ରିୟା। ତୁ ଯାହାକୁ ସ୍ବପ୍ନ ଦେଖୁଛୁ ତାକୁ ପାଇବାକୁ ହେଲେ ତୋତେ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିବ । _ ହଁ ମୁଁ କରିବି । କୁହ କଣ କରିବାକୁ ପଡ଼ିବ ! _ ସେ ଯେଉଁ ଝିଅ ଦେଖୁଛୁ ,ସେ ଝିଅ ନୁହେଁ ଗୁଆଘିଆ। ପାଠରେ ଯେମିତି ସlଠରେ ସେମିତି। କିନ୍ତୁ ତାର ଜୀବନରେ ସେ ଗୋଟେ ସର୍ତ୍ତ ରଖିଛି, ତୁ କଣ ତାକୁ ପୁରା କରିପାରିବୁ ଯେ କହିବି ତୋତେ ? ପରୀ ଲକ୍ଷ୍ମୀପ୍ରିୟା ଙ୍କ କଥା ଶୁଣି ସତିଆ କହିଲା ସବୁ କରିବି ତା ପାଇଁ । ମୋ ଦେହରୁ ଏଇ ଅଳସୁଆ ର ଦାଗ ହଟାଇବି। ସମସ୍ତେ ସେ ଟିମଲ କୁ କହୁଛନ୍ତି "ଆମ ସାଇ ସୁପର ଷ୍ଟାର " କିନ୍ତୁ ଏଇ ଝିଅ ଯଦି ମୋ ଜୀବନରେ ପତ୍ନୀ ହେଇ ଆସିବ ତାରି ପାଇଁ ମୁଁ ସବୁ କରିବି । ପରୀ ଲକ୍ଷ୍ମୀପ୍ରିୟା କହିଲେ ଆଛା ଶୁଣ ସତିଆ। ସେ ଝିଅର ସ୍ବପ୍ନ ଯେ ସାରା ଦେଶକୁ ଶସ୍ୟ ଶ୍ୟାମଳ କରି ସମାଜର ତଥା ଦେଶର ଉନ୍ନତି କରିବା। ତୁ କୃଷି ବିଜ୍ଞାନ ପଢ଼ିଛୁ। ତେଣୁ ତୁ ଜଣେ ସଫଳ କୃଷକ ଭାବେ ଆଳୁ , ପିଆଜ , ଅନ୍ୟାନ ପନିପରିବା ସହିତ ଫଳ ଓ ପୁଷ୍ପର କୃଷି କରି ଯଦି ଭଲ ଅମଳ କରି ଦେଖାଇ ପାରିବୁ ତେବେ ସେ ତୋର ସ୍ତ୍ରୀ ହେବ । "ସତିଆ ର ସ୍ବପ୍ନ..." ସରି ନାହିଁ କିନ୍ତୁ ତାର ନିଦ ଭାଙ୍ଗିଗଲା। ସତିଆ ସକାଳୁ ଉଠିବା ଆରମ୍ଭ କରିଲା। ସବୁଦିନ କସରତ କରିବା ସମୟରେ ସେ ତାର ଘର ବାଡ଼ି ପଛରେ ଥିବା ଜମିକୁ ଖୋଲିବାକୁ ଲାଗିଲା । ଅକ୍ଲାନ୍ତ ପରିଶ୍ରମ କରିବା ଦେଖି ଗଗନ ଓ ବସୁଧା ତାକୁ ସାହାର୍ଯ୍ୟ କରିଲେ । ବାଡ଼ିରେ ଅନେକ ଫଳମୂଳ ସହିତ , ସୂର୍ଯ୍ୟମୁଖୀ ଓ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ସତିଆ ଲୋକ ଲୋଚନକୁ ଆସିଲା । ଦୂରଦର୍ଶନରେ ମଧ୍ୟ ତାର ପ୍ରଚାର ହେଲା । ତାକୁ ସରକାରଙ୍କ ତରଫରୁ ପ୍ରୋତ୍ସାହନ ମିଳିବା ସହିତ ଜଣେ କୃଷକ ବନ୍ଧୁ ଉପାଧି ପ୍ରଦାନ କରି ନିଯୁକ୍ତି ଦେଲେ । "ସତିଆ ର ସ୍ବପ୍ନ..." ସ୍ବପ୍ନ ସତ ହେବା ସହିତ ପରୀ ରାଇଜର ପରୀ ଲକ୍ଷ୍ମୀପ୍ରିୟା ତାର ଧର୍ମପତ୍ନୀ ହେଇ ସହଯୋଗ କରିଲେ । ଏଥର ଆଉ ବସୁଧାକୁ କିଛି କହିବାକୁ ସୁଯୋଗ ନଦେଇ ଗଗନ କହିଲେ ଦେଖିଲ ବସୁଧା ଆମ ସତିଆ କୁ ଏବେ ଲୋକେ କହୁଛନ୍ତି " ଆମ ସାଇ ସୁପର ଷ୍ଟାର" । ଖାଲି ସେତିକି ନୁହେଁ ଏବେ ଆମ ବୋହୂ ମଧ୍ୟ ହେବ ସୁପର ଷ୍ଟାର । କିନ୍ତୁ ସତିଆ ମନ୍ ରେ ଭାବୁଥାଏ ସେହି ଦିନର ସେ ସ୍ବପ୍ନ କୁ ...!! ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି , ଖୋର୍ଦ୍ଧା ଓଡ଼ିଶା।।

Comments