SS Publication
SS Publication
February 23, 2025 at 06:29 PM
ବିକ୍ରମ ବେତାଳ_ ଭାଗ ୫୮ ( ଐତିହାସିକ, ପଞ୍ଚତନ୍ତ୍ର କାହାଣୀ, ଧାରାବାହିକ) ପ୍ରେତ ଘାଟି ରୁ ଫେରିବା ସମୟରେ ବେତାଳ କ୍ରୋଧିତ ହେଇ ଉଜ୍ଜୟିନୀ ନରେଶ ଚକ୍ରବର୍ତ୍ତୀ ସମ୍ରାଟ ମହାରାଜ ବିକ୍ରମାଦିତ୍ୟଙ୍କୁ କହୁଛନ୍ତି ଯେ କଣ ପାଇଁ ମୁଁ ତୁମକୁ କହୁଛି ଏଇ ପ୍ରେମର କବିତା ଯାହାର ହୃଦୟରେ ପ୍ରେମର ଅଂଶ ମାତ୍ର ନାହିଁ । ମୁଁ ଜାଣିଛି ତୁମ ପତ୍ନୀ ପଦ୍ମିନୀଙ୍କ ମନୋସ୍ଥିତି । କେତେ ପ୍ରେମ କରୁଛନ୍ତି ତୁମକୁ କିନ୍ତୁ ତୁମେ ..! ପ୍ରେମକୁ ଛାଡ଼ି ଏଇ ପ୍ରେତ ଘାଟିର ବେତାଳ ପଛରେ ହାତ ଧୋଇ ପଡିଛ। ମୁଁ ଜାଣିଚି ବିକ୍ରମ ତୁ ଏବେ କ୍ରୋଧିତ କିନ୍ତୁ ମୁଁ କେତେବେଳେ କହିଲି ଯେ ତୁ ପଦ୍ମିନୀଙ୍କୁ ପ୍ରେମ କରୁନୁ ବୋଲି। କିନ୍ତୁ ଯାହା ଦର୍ଶାଇ ଦିଆଯାଇଛି ତାହା ପ୍ରେମ ନୁହେଁ ।  ପ୍ରେମ ଏମିତି ଏକ ସଂଶlଧlନ ବା ଅଭିବ୍ୟକ୍ତି ଯେ ଯାହା ପାଇପାରିବା ନାହିଁ ଜାଣି ମଧ୍ୟ ପୂଲ୍ଲକିତ ଓ ପୁଷ୍ପିତ ହୋଇଉଠେ । ଯେମିତି କି ଚନ୍ଦ୍ରଭାନୁ ଓ ଇରାବତୀ ଙ୍କ ପ୍ରେମ କାହାଣୀ । ଶୁଣ ବିକ୍ରମ । ଚନ୍ଦ୍ରଭାନୁ ଓ ଇରାବତୀ ଦୁହେଁ ଦୁହିଁଙ୍କୁ ମନେ ମନେ ପ୍ରେମ କରନ୍ତି କିନ୍ତୁ ଯିଏ ନିଜର ପ୍ରେମ ଅଭିବ୍ୟକ୍ତି କରିବାରେ ପଛାଇ ଯାଆନ୍ତି ସେମାନେ ସେମାନଙ୍କ ପ୍ରେମକୁ ପାଇ ପାରନ୍ତି ନାହିଁ ତେଣୁ ସୂର୍ଯ୍ୟଭାନୁ ଏଭଳି ଭାବନା ମନରେ ଆଣି ତୁରନ୍ତ ଯାଇ ପହଞ୍ଚିଲେ ଇରାବତ ଙ୍କ ମାତା ପିତାଙ୍କ ପାଖରେ ଏବଂ କହିଲେ  ..! ଜୟ ମହାକାଳୀ ..! ବୈଦ୍ୟରାଜ ମହାଶୟ । ବୋଧହୁଏ ଆପଣଙ୍କ ଇଚ୍ଛା ପୂରଣ କରିଛନ୍ତି ମାତା ମହାକାଳୀ । ଇରlବତୀଙ୍କ ପାଇଁ ସୁଯୋଗ୍ୟ ବର ମିଳିଗଲା । ଏପଟେ ଇରାବତୀ ଓ ଚନ୍ଦ୍ରଭାନୁ ଦୁହେଁ ଅରଣ୍ୟ ରେ ଏକାନ୍ତରେ ବସି ପ୍ରେମର ମଧୁର ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । କିନ୍ତୁ ଚନ୍ଦ୍ରଭାନୁ ଙ୍କ ମୁହଁରେ ବିଷାଦର ଛାୟା କିପରି ବ୍ୟକ୍ତ କରିବେ ନିଜର ପ୍ରେମକୁ । ଠିକ୍ ଏହି ସମୟରେ ଇରାବତୀ କହିଲେ କଣ ହେଲା ଚନ୍ଦ୍ରଭାନୁ ବାବୁ । ଆପଣ ଚିନ୍ତିତ । କିନ୍ତୁ ତାଙ୍କର କଥା କାଟି ଚନ୍ଦ୍ରଭାନୁ କହିଲେ ଦେବୀ ଇରାବତୀ  ମୁଁ କିଭଳି ତୁମକୁ ଧନ୍ୟବାଦ ଦେବି ଜାଣି ପାରୁନି । ତୁମେ ନଥିଲେ ହୁଏତ ମୁଁ ଆଜି ଜୀବିତ ନଥାନ୍ତି । ଠିକ୍ ଏହି ସମୟରେ ଇରାବତୀ ତାଙ୍କ ମୁହଁରେ ହାତ ଦେଇ କହିଲେ ଶ୍ରୀମାନ ଚନ୍ଦ୍ରଭାନୁ , କିଛି କଥା ମନରେ କହିବାକୁ ସଙ୍କୋଚ ଲାଗେ କିନ୍ତୁ ତୁମ ମନରେ ଯାହା ଉତ୍ତଳ ତରଙ୍ଗ ସୃଷ୍ଟି କରୁଛି ଠିକ୍ ତାହା ମଧ୍ୟ ମୋ ମନ ଏବଂ ହୃଦୟରେ ହେଉଛି । ମୁଁ ତୁମକୁ ଅତ୍ୟନ୍ତ ପ୍ରେମ କରୁଚି ଚନ୍ଦ୍ରଭାନୁ । ତେଣୁ ମୁଁ ମାତା ମହକଳୀଙ୍କ ସାମ୍ନାରେ ତୁମକୁ ବର ରୂପରେ ପାଇବା ପାଇଁ ବିନତୀ କରିଛି । କିନ୍ତୁ ଆପଣ କେବଳ ମୋ ମାତା ପିତାଙ୍କ ସହିତ ଆମର ବିବାହ ପାଇଁ ପ୍ରସ୍ତାବ ରଖନ୍ତୁ । ଇରାବତୀଙ୍କ କଥନ ଶୁଣି ଚନ୍ଦ୍ରଭାନୁ କହିଲେ ବ୍ୟସ୍ତ ହୁଅନି ଦେବୀ । ଏହି ପ୍ରସ୍ତାବ ବିଷୟରେ ଏବେ ମୋ ମିତ୍ର ସୂର୍ଯ୍ୟଭାନୁ ଅବଶ୍ୟ କଥାବାର୍ତ୍ତା କରିସାରିଥିବେ । କାହିଁକି ଜାଣିଛ ? ସେଦିନ ଆମେ ମନ୍ଦିର ଆସିବା ସମୟରେ ସେ କଣ କହୁଥିଲେ , ଆପଣଙ୍କ କନ୍ୟା ଇରାବତୀପାଇଁ ସୁଯୋଗ୍ୟ ବର ମିଲି ସାରିଛି। ସେ ମୋର ପରମ ବନ୍ଧୁ। ଏହି ବିଷୟରେ ଆମର ଚିନ୍ତା କରିବା ଆବଶ୍ୟକ ନାହିଁ । ଇରlବତୀ ଏବଂ ଚନ୍ଦ୍ରଭାନୁ ନିଜର ପ୍ରେମ ଅଭିବ୍ୟକ୍ତି କରିବା ପୂର୍ବରୁ ,ସେପଟେ ସୂର୍ଯ୍ୟଭାନୁ ଇରାବତି ଙ୍କ ମାତା ପିତାଙ୍କ ସାମ୍ନାରେ ନିଜର ବିବାହ ପ୍ରସ୍ତାବ ଉପସ୍ଥାପନା କରିଛନ୍ତି ଏବଂ ଏହା ଶୁଣି ବୈଦ୍ୟରlଜ ଏବଂ ତାଙ୍କ ପତ୍ନୀ ଅତ୍ୟନ୍ତ ଖୁସି ହେଇ କହିଲେ... ପୁତ୍ର ସୂର୍ଯ୍ୟଭାନୁ ତୁମ ଠାରୁ ସୁଯୋଗ୍ୟ ବର ଆମକୁ ଆଉ କେଉଁଠୁ ମିଳିବ । ଆମେ ଏହି ପ୍ରସ୍ତାବରେ ରାଜି । ଏହା ଶୁଣି ସୂର୍ଯ୍ୟ ଭାନୁ ଖୁସି ହେଲେ ଏବଂ ବୈଦ୍ୟରାଜ କହିଲେ ଆମର ଭାଗ୍ୟ ଉଜ୍ଜ୍ୱଳ ଯେ ତୁମ ଭଳି ଜାମାତା ପାଇ ଆମେ ଖୁସି । ଠିକ୍ ଏହି ସମୟରେ ଇରାବତୀ ଓ ଚନ୍ଦ୍ରଭାନୁ ଆସି ଗୃହ ମଧ୍ୟରେ ପ୍ରବେଶ କରିଲେ । ଇରାବତୀଙ୍କୁ ଦେଖି ବୈଦ୍ୟରାଜ କହିଲେ ପୁତ୍ରୀ ତୁମର ବିବାହ ପ୍ରସ୍ତାବନେଇ ସୂର୍ଯ୍ୟଭାନୁ ଆସିଛନ୍ତି । କଣ କହୁଛ ତୁମେ ? ତାପରେ ଇରାବତୀଙ୍କ ମାତା କହିଲେ ଆମେ ଏହି ବିବାହ ପ୍ରସ୍ତାବରେ ରାଜି । କେବଳ ତୁମର ମାତ୍ତମତ ନେବା ଆବଶ୍ୟକ । ପିତାମାତାଙ୍କ ଏଭଳି ଖୁସି ଦେଖି ଇରାବତୀ କହିଲେ ଯାହା ଆପଣମାନଙ୍କ ଇଚ୍ଛା । ମୁଁ କଣ କହିବି।କିନ୍ତୁ ସେହି ସମୟରେ ଇରାବତୀଙ୍କ ମାଆ କହିଲେ ତୁମେ ଏହି ପ୍ରସ୍ତାବରେ ଯଦି ରାଜି ତେବେ ଆସନ୍ତା ଦୁଇଦିନ ମଧ୍ୟରେ ତୁମର ଏବଂ ସୂର୍ଯ୍ୟଭାନୁଙ୍କ ବିବାହ ସୁରୁଖୁରୁ ରେ ଆମେ ସମ୍ପର୍ନ୍ନ କରିବୁ। ମାତାଙ୍କ ଏଭଳି କଥନ ଶୁଣି ଚନ୍ଦ୍ରଭାନୁ ଏବଂ ଇରାବତୀ ଚିନ୍ତିତ ହେବା ସମୟରେ ବେତାଳ କହିଲା , ଶୁଣ ବିକ୍ରମ ଭାଗ୍ୟ ସହିତ ଲଢ଼ିବା ସମ୍ଭବ ନୁହେଁ । ଯାହା ଭାଗ୍ୟରେ ନାହିଁ ତାକୁ ପାଇବା ଅସମ୍ଭବ ...! କ୍ରମଶଃ.... ✍️ପ୍ରଶାନ୍ତ କୁମାର ବିଦ୍ୟାଧର ମୋ_୯୦୨୩୭୭୫୨୩୮ ଉଦୟଗିରି , ଖୋର୍ଦ୍ଧା, ଓଡ଼ିଶା।।

Comments