
SS Publication
February 24, 2025 at 05:59 PM
ଶୀର୍ଷକ_କିଛି ସ୍ବପ୍ନ ଅଧା ରହିଯାଏ_ ଭାଗ ୮
(ଧାରାବାହିକ, ପ୍ରେମ ,ବିରହ, ପାରିବାରିକ)
ସତରେ ଏଇ ପ୍ରେମ ବଡ଼ ଅଜବ ..!!
କ୍ଷଣିକ ମଧ୍ୟରେ ମନର ଆକାଶରେ ଅlଙ୍କିଦିଏ ସପ୍ତ ରଙ୍ଗ ଇନ୍ଦ୍ରଧନୁର ଆବରଣ । କ୍ଷତାକ୍ତ ଶରୀର ର ରକ୍ତାକ୍ତ ଘାଆ କୁ ପ୍ରେମ ତାର ଏଇ ବିଶଲ୍ୟକରଣୀ ର ଲେପନରେ ଉଜ୍ଜୀବିତ କରି ମନରେ ସୃଷ୍ଟି କରେ ନୂତନ ଅଭିଳାଷା । ନୂଆ ସ୍ପନ୍ଦନ । ପ୍ରେମ ଜୀବନର ଏକ ମୋହ ଟିଏ , ପ୍ରେମ ଅପ୍ରାପ୍ତିର କୋଟିଏ ଆଶା।ପ୍ରେମ ବଞ୍ଚିବାର ରାହା ଏବଂ ବିଭୋର ବେଳାର ଆହା। ସେ ସ୍ବପ୍ନ ,ସେ ପୂର୍ଣ୍ଣତା । ସେ ଆଦର୍ଶ,ସେ ସୃଷ୍ଟି ର କେନ୍ଦ୍ରବିନ୍ଦୁ । ସତରେ ଏଇ ପ୍ରେମ ନିଆରା ... ଆନ୍ଦୋଳିତ ମନର ଆବେଗ ।
ପ୍ରଥମ ଦିନର ସେଇ ମିଠା ମିଠା ଯନ୍ତ୍ରଣାରେ ବଞ୍ଚିବାକୁ ଚେଷ୍ଟା କରିଛନ୍ତି ପ୍ରିତମ ଏବଂ ପୁଷ୍ପମିତ୍ରା । ଖୁବ୍ ଛୋଟ ଯୁଦ୍ଧ ମଧ୍ୟ ଆରମ୍ଭ ହେଇଛି।ଏହି ଯୁଦ୍ଧ ଯଦି ଶାରୀରିକ ନୁହେଁ କିମ୍ବା ଏହି ଯୁଦ୍ଧ ଯଦି ଦୃଶ୍ୟମାନ ନୁହେଁ ତଥାପି ମନ ସହିତ ମନର ଏକ ଶୀତଳ ଯୁଦ୍ଧ ।
କ୍ରମଶଃ ଇତି ମଧ୍ୟରେ ଶଙ୍କର କକାଙ୍କ ଶଗଡ଼ ଗାଡ଼ି ପହଞ୍ଚିଗଲା। ସେତେବେଳକୁ ସଂପୂର୍ଣ୍ଣ ସଞ୍ଜ ହେଇଯାଇଛି ତେଣୁ ଶଙ୍କର କାକା କହିଲେ ମାଆ ମୁଁ ଘର ପର୍ଯ୍ୟନ୍ତ ଛାଡ଼ିବାକୁ ଯିବି କି ? କିନ୍ତୁ ଶଙ୍କର କାକା ଙ୍କୁ ଉତ୍ତର ଦେବା ପୂର୍ବରୁ ସମ୍ବିତ ବାବୁ କହିଲେ ଆରେ ପ୍ରୀତୁ ତୁ ଯାଇ ଝିଅକୁ ତାଙ୍କ ଘରେ ଛାଡ଼ି ଆସେ । ନୂଆ ପରିବେଶ। ନୂଆ ଜାଗା, ପିଲାଟା ଭୟ କରିବ ନଚେତ ।
କଙ୍କଡ଼ା କୁ ଗୋଳି ପାଣି ସୁହାଇଲା ଭଳି କଥାଟି ହେଲା। ବିଲେଇ ଚିନ୍ତା କରିବାପୂର୍ବରୁ ବିଲେଇ ମୁଣ୍ଡ ରେ ଶିକା ଖସିଲା । ପୁଷ୍ପା ଟିକେ ଅସହଜ ହେଇ କହିଲେ ଆସ ପ୍ରୀତୁ। ତୁମ ବାବାଙ୍କ ଆଦେଶ।ନଚେତ ବାବାଙ୍କ ହାତରୁ ମାଡ ଖାଇବା ବେଳକୁ ବଞ୍ଚାଇବ କିଏ ?
_ଏଇ ଦେଖ ସେମିତି କୁହନି ପୁଷ୍ପା। ମୋତେ କଣ ପାଇଁ ମାଡ଼ ହେବ । ଏମିତି ତୁମେ ଦେଖିଲା ବେଳରୁ ମୋ ସହିତ ଝଗଡ଼ା କଣ କରୁଛ?
_ ଆଛା ବାବା , ମୁଁ ଶପଥ କରୁଚି ଆଉ ଝଗଡ଼ା କରିବି ନାହିଁ । କିନ୍ତୁ ...
_ କିନ୍ତୁ କଣ ? ଆରେ କହିବ ନା ଏମିତି ମୌନାବତୀ ଙ୍କ ଭଳି ଚାଲିବ। ବଡ଼ ସ୍ୱାର୍ଥପର ତୁମେ , ଦେଖିଚି ମୁଁ। ଏଇ ଜମାନା ଖରାପ । ଭଲ କରିଲେ ଭେଲ । ବାଇ ଦ ୱେୟେ ଗୋଟେ କଥା ପଚାରିବି ତୁମକୁ ..!
_ କଣ ପଚାରିବ ତୁମେ ?
_ ନାହିଁ , କଣ ପଚାରିବି ???
କଣ ପଚାରିବି ..? ହୁଁ ମନ ପଡିଲା । ତୁମେ ଆଜି ସ୍କୁଲରେ ମୋର ଏତେ ପ୍ରଶଂସା କଣ ପାଇଁ କରିଲ ?
କଣ ସତରେ ମୁଁ ଉପସ୍ଥାପନା ଭଲ କରିଛି ?
_ ତମେ ନା ... ଗୋଟେ ବୁଧୁ। ଏତିକି ଜାଣି ପାରୁନ ଜଣେ ଝିଅ ...!
_ କଣ ଜଣେ ଝିଅ ? ଆଗକୁ କୁହନା ପୁଷ୍ପା । ଗୋଟିଏ ଦିନର ସାକ୍ଷାତ ଏବଂ ଅଳ୍ପ ସମୟର ପରିଚୟ ରେ କଣ ତୁମେ ମୋ ବିଷୟରେ ଏତେ ଜ୍ଞାନ ଧାରଣ କରିପାରିଛ?
_ ମୋର , ଆବଶ୍ୟକ ନାହିଁ । ତୁମେ କିଏ କି ? କାହିଁକି ମୁଁ ତୁମ ବିସୟରେ ଚିନ୍ତା କରିବି।କଣ ପାଇଁ ମୁଁ ତୁମର ପ୍ରଶଂସା କରିବି ? କିନ୍ତୁ କେଜାଣି କାହିଁକି ତୁମ ପାଇଁ ମୋ ମନରେ ଗୋଟେ ସପ୍ଟ କର୍ଣ୍ଣର ଜାଗୃତ ହେଲା ଏବଂ ମୁଁ ଡିବେଟ୍ ସମୟରେ ନିଜକୁ ସଞ୍ଜତ କରିପାରିଲି ନାହିଁ ।
ହଉ ଛାଡ଼ .. । ଏଇ ଦେଖ ମୋ ଘର ପାଇଲାଣି। ଦାଦା ଓ ବାବା ମୋର ଅପେକ୍ଷା କରିଛନ୍ତି।ମୁଁ ଆସୁଛି।
ବାଇ ...
_ ଶୁଣ , ପୁଷ୍ପା। ଏମିତି ବାଇ କହି ଯାଆନ୍ତି ନାହିଁ । ଆମେ ଓଡ଼ିଆ ଘରର ଛୁଆ । ବାଇ ର ଅର୍ଥ ସବୁଦିନ ପାଇଁ ବିଦାୟ ନେଇ ଯିବା । ତୁମେ କଣ ଚାହୁଁନ ମୋ ସହିତ ତୁମର ଭେଟ ଆଉଥରେ ହେଉ ବୋଲି ।
ପୁଷ୍ପା ,ଟିକେ ପଛକୁ ଫେରି ଚାହିଁବା ପରେ ନିଜ କାନ ଧରି କହିଲେ କ୍ଷମା କରିବ ମୋତେ । ବାହାର ପରିବେଶରେ ଏତେଗୁଡ଼ା ବର୍ଷ ରହିବା ପରେ ମୁଁ ଏସବୁ ଜାଣି ନଥିଲି । ଏବେ ଆସୁଛି ।
ଝିଅ ପୁଷ୍ପା ଏବଂ ବନ୍ଧୁ ପୁତ୍ର ପ୍ରିତମଙ୍କ ସମସ୍ତ କାର୍ଯ୍ୟ କଳାପ ଦେଖି ଡାକ୍ତର ରାଜକିଶୋର ବାବୁ ଚକ୍କିତ ହେଇ ଅନେଇ ଥିଲେ। ମନେ ମନେ ଭାବୁଥିଲେ ତାଙ୍କର ଏଇ ପିଲା ଦିନର ସୁନେଲି ସୁନେଲି ବିଗତ ସମୟକୁ ଠିକ୍ ସେହି ସମୟରେ ପ୍ରିତମ ନିଜ ଘରକୁ ଫେରିବାକୁ ବୁଲି ପଡିଲେ। ତାଙ୍କୁ ଦେଖି ରାଜକିଶୋର ବାବୁ କହିଲେ ଆରେ ବେଟା,ଘରପlଖକୁ ଆସି ଏମିତି କିପରି ଫେରିଯିବା ଠିକ ନୁହେଁ ? ମୁଁ ଜାଣିଚି ତୁମେ ବାବୁ ଘର ଛୁଆ ଅଭାବ ଅନlଟନ ଜାଣିନ କିନ୍ତୁ ଏଇ ଗରିବ ଅଙ୍କଲଙ୍କ ଘରେ ପାଣି ମୁନ୍ଦିଏ ପିଇ ଯିବ ଯଦି ନିଜକୁ ମୁଁ ଧନ୍ୟମଣିବି।
ପ୍ରିତୁ ଟିକେ ମୁରୁକି ହସିଲେ। କହିଲେ ନାହିଁ ଅଙ୍କଲ ଏମିତି କଣ ପାଇଁ କହୁଛନ୍ତି। ମୁଁ ସାଧାରଣ ପିଲା। ଏଇ ଜମିଦାରୀ ପ୍ରଥା ଠାରୁ ଅନେକ ଦୂରରେ । ଆପଣ ମୋତେ ଡାକୁଛନ୍ତି ଯେତେବେଳେ ନିଶ୍ଚିନ୍ତ ଯିବି।
ପ୍ରିତୁ ,ମନରେ ଦୁଇ ଦୁଇଟା ଲଡୁ। ସେ ରାଜକିଶୋର ବାବୁଙ୍କ ସହିତ ଘର ମଧ୍ୟକୁ ପ୍ରବେଶ କରିଲା। ତାକୁ ଦେଖି ପୁଷ୍ପା ଇଗ୍ନୋର କରି ଚାଲିଗଲେ। ତାପରେ ଡାକ୍ତର ବାବୁ ସୁମିତ୍ରା ଦେବୀଙ୍କୁ ଡାକିବା ପୂର୍ବରୁ ଶଙ୍କର କାକା ଆସି ପ୍ରିତମଙ୍କୁ ଘରକୁ ନେଇ ଚାଲିଗଲେ ।
କ୍ରମଶଃ...
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।