
SS Publication
February 25, 2025 at 06:16 PM
ଆଇଡିଆ ବକ୍ସ ଥିମ୍ _ ଦୁଇ ପାହାଡ଼ ମଝିରେ ସହର
ଗଳ୍ପ ଶୀର୍ଷକ _ ପାହାଡି କନ୍ୟା ସୁର୍ଯ୍ୟମୁଖୀ
"ଅଗନା ଅଗନି ବନସ୍ତ ମଧ୍ୟରେ ତା'ର ଛାତି କୁ ଚିରି କଳା ମଚ ମଚ ପିଚୁ ରାସ୍ତାଟି କଲିକତା ଠାରୁ କନ୍ୟାକୁମାରୀ କୁ ସଂଯୋଗ କରୁଛି।ପୂର୍ବରେ ଚିଲିକା ର ଚାରୁ ଚିତ୍ରପଟ ଜନମାନସକୁ ବିମୋହିତ କରୁଛି । ବନସ୍ତର ଗରିମା ବଢ଼ାଉଛି ଦୁଇଟି ପାହାଡ଼। ଗୋଟିଏ ଚନ୍ଦ୍ରମୁଖୀ ଏବଂ ଅନ୍ୟଟି ସୂର୍ଯ୍ୟମୁଖୀ। ହୁଇ ପାହାଡ଼ର ମଧ୍ୟ ଭାଗରେ ଅବସ୍ଥିତ ବଉଳଯୋଡ଼ି ଗ୍ରାମ। ଗ୍ରାମ "ନୁହେଁ ତ' ଛୋଟ ମୋଟ ସହର କହିଲେ ତ୍ରୁଟି ହେବନାହିଁ। କାରଣ ଏହି ଗ୍ରାମ ସଦା ସର୍ବଦା ଚଳଚଞ୍ଚଳ ଅଟେ ।
ନିଶା ଗରଜୁଥାଏ। ତୁହାକୁ ତୁହା ଶୀତଳ ପବନ ସହିତ ମୃଦ୍ୟୁ ମୃଦ୍ୟୁ ବର୍ଷା।ଘନ ଅନ୍ଧକାର ମଧ୍ୟରେ ବନସ୍ତରେ ଥିବା ଶ୍ୱାନ ,ଶୃଗାଳଙ୍କ ଭୟଙ୍କର ରଡ଼ି ସହିତ ଜଂଗଲୀ ହାତୀ ମାନଙ୍କ ଉପଦ୍ରବ କିଛି କାମ ନୁହେଁ । ତା' ସହିତ ମଦ୍ୟପମାନଙ୍କ ଅଟ୍ଟହାସ୍ୟ। ଘନ ଘନ ଘଡ଼ ଘଡି ସହିତ ବିଜୁଳି ଚମକରେ ଦିଶୁଥାଏ ସେଇ ରାକ୍ଷସମାନଙ୍କ ବିଦ୍ରୁପ ଚେହେରା।ହଠାତ ଚମକି ପଡିଲେ ସୂର୍ଯ୍ୟମୁଖୀ। ଠିକ୍ ସେହି ସମୟରେ ସେ ମନେ ମନେ ମାତାରାଣୀ ଉଗ୍ରତାରାଙ୍କୁ ସ୍ମରଣ କରି କହିଲେ ମାଆ 'ଲୋ ରକ୍ଷା କର ଏହି ବିପଦରୁ ।
ସୂର୍ଯ୍ୟମୁଖୀ ମନେ ମନେ ଅତ୍ୟନ୍ତ ଭୟଭୀତ ଓ ଦୁଃଖି ହେଇଗଲା । ଆଖିରୁ ବହି ଯାଉଛି ଗଙ୍ଗା ଯମୁନାର ଧାର । ରାତି ପ୍ରାୟ ୯ କିମ୍ବା ୧୦ ହେବ । ମୋବାଇଲ ସ୍ୱିଚ ଅଫ ହେବାପରେ କାହା ସହିତ ଯୋଗାଯୋଗ କରିବା ସମ୍ଭବ ନୁହେଁ । ସାଥିରେ ଅଛନ୍ତି ଦୁଇ ବାନ୍ଧବୀ ଟୀନା ଓ ମୋନା । ଟୀନା କହୁଥାଏ ବୁଝିଲ ମିତ ତୁମ କଥାରେ ପଡ଼ି ଭଲ ଆସିଲୁ ଯେ ଆଜି ହଇରାଣ । କେଜାଣି ଆଉ କେତେ ବାଟ ଅଛି ? କିନ୍ତୁ ଟୀନା ର କଥାକୁ ଖଣ୍ଡନ କରି ମୋନl କହିଲେ ତୁମେ ଚୁପ୍ କର । କିଛି ଗୋଟେ ବ୍ୟବସ୍ତା କରିବା।
"କିନ୍ତୁ ଏଇ ଜଂଗଲୀ ରାସ୍ତାରେ କିଏ କାହାର ସାଥୀ । ତାପରେ ଏହି ରାସ୍ତାରେ ଏତେ ରାତିରେ କିଏ ସାହାର୍ଯ୍ୟ କରିବ ? ଯାହା ବି ହେଉ ଆମକୁ ଗାଁ ପାଖାପାଖି ହେବାକୁ ପଡ଼ିବ । ଆପେ ବଞ୍ଚିଲେ ବାପାର ନା। ଏଇ ଗଡିକି ଏଇଠି ଛାଡ଼ି ଯିବାକୁ ପଡିବ ।
" ଆରେ ତୁମେ ଦୁଇଜଣ ଚୁପ୍ କର । ମୋର ମୋ ମା'ଙ୍କ ଉପରେ ସଂପୂର୍ଣ୍ଣ ବିଶ୍ୱାସ ଅଛି। ଦେଖିବ କିଛି ଗୋଟେ ଚମତ୍କାର ହେବ । ସେ ପର୍ଯ୍ୟନ୍ତ ଆମକୁ ଧୈର୍ଯ୍ୟଧରି ଆଗକୁ ବଢ଼ିବାକୁ ପଡ଼ିବ । କିଏ ଜାଣିଥିଲା ଏଇ ଗାଡ଼ି ଠିକ୍ ସମୟରେ ଧୋକ୍କା ଦେବବୋଲି ।
ତିନି ବାନ୍ଧବୀ ବର୍ଷlରେ ତିନ୍ତି ,ଅନ୍ଧାର ରାସ୍ତାରେ ଗାଡ଼ିକୁ ଗଡ଼ାଇ ଚାଲୁଥାନ୍ତି। ହଠାତ ଚନ୍ଦ୍ରମୁଖୀ ଏବଂ ସୂର୍ଯ୍ୟମୁଖୀ ର ଶିଖର ରେ କିଛି ଆଲୋକର ଚିହ୍ନ ଦେଖିବାକୁ ମିଳିଲା। ଧିରେ ଧିରେ ଆଲୋକ ଅତି ନିକଟତର ହେବା ସହିତ ଗୋଟିଏ କାର ଆସି ବ୍ରେକ କଷି ରହିଲା। ଗାଡ଼ିର ଦୁଆର ଖୋଲି ଜଣେ ୩୦ କି ୩୨ ବର୍ଷୀୟ ଯୁବକ ବାହାରକୁ ଆସିଲେ ଏବଂ ପଚାରିଲେ କଣ ହେଇଛି ?
ମୁଁ କିଛି ସାହାର୍ଯ୍ୟ କରିପାରିବି କି ?
"ପାଣି ପବନ'ରେ ଯୁବତୀ ତିନିଜଣ ସଂପୂର୍ଣ୍ଣ ଓଦା ହେଇଛନ୍ତି।ଦେହ ହାତ ଥରୁଛି। ପୋଷାକ ଗୁଡାକ ଦେହରେ ତୀବ୍ର ଭାବେ ଛନ୍ଦି ହୋଇରହିଛି। ତାରି ମଧ୍ୟରେ ମନ୍ଦ ମନ୍ଦ ।ବାସ୍ନା ସହିତ ସୂର୍ଯ୍ୟମୁଖୀଙ୍କ ଉତ୍ତପ୍ତ ଗୋରା ଦକ ଦକ୍ ଯୌବନ ଫୁଟି ପଡୁଛି।
ସୂର୍ଯ୍ୟମୁଖୀଙ୍କୁ ଦେଖି ଯୁବକ କହିଲେ। ଆହାଃ କେତେ ସୁନ୍ଦର ଏଇ ବନାନୀ। ତା ସାଙ୍ଗକୁ ସୂର୍ଯ୍ୟମୁଖୀଙ୍କ ଭୂରି ଭୂରି ବାସ୍ନାରେ ମନ ଓ ହୃଦୟ ମହକି ଯାଉଛି । କିନ୍ତୁ ଏଭଳି ଶୁନଶାନ୍ ଅନ୍ଧାର ରାସ୍ତାରେ ଆପଣମାନେ ଏକାକୀ ଯାଇଛନ୍ତି ଯେ ?
କେଉଁଠି ଆପଣମାନଙ୍କ ଘର ? କହିବେ ଯଦି ମୁଁ ଛାଡିଦେବି । ହଁ ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ଏଇ ପାଖ ଗାଁ ର।...।ମୋ ନାମ ଅରଣ୍ୟ କୁମାର ..!
ବାଇ ଦ ୱେ ... ଆପଣଙ୍କ ନାମ କଣ ଜାଣି ପାରିବି କି ?
କିନ୍ତୁ ,ସୂର୍ଯ୍ୟମୁଖୀ ଘୃଣା ସହିତ କହିଲେ । ଓଏ ମିଷ୍ଟର କିଛି ଜାଣିବା ଆବଶ୍ୟକ ନାହିଁ ସୂର୍ଯ୍ୟମୁଖୀ ବିଷୟରେ । ଆମ ଘର ଏଇ ବଉଳଯୋଡ଼ି କିନ୍ତୁ ଆମେ କଣ ପାଇଁ ଆପଣଙ୍କୁ କହିବୁ ଯେ ଆମ ଘର ବଉଳଯୋଡ଼ି ବୋଲି । ପାରିବେ ଯଦି ହେଲ୍ପ କରନ୍ତୁ ନଚେତ ଆମ ରାସ୍ତା ଛାଡ଼ି ଚାଲି ଯାଆନ୍ତୁ ।
ଅରଣ୍ୟ ,ଏସବୁ ଶୁଣି ସ୍ତବ୍ଧ ହେଇ କହିଲେ । ଆଛା ଆଛା ଆପଣ ମୋତେ ନକହିବେ ଯଦି କିଛି ଆବଶ୍ୟକ ନାହିଁ ଯେ ଆପଣଙ୍କ ନାମ ସୂର୍ଯ୍ୟମୁଖୀ ବୋଲି । ହଁ ବଉଳଯୋଡ଼ି ରେ ଏମିତି ସୁନ୍ଦରୀ ଝିଅ ଅଛନ୍ତି ଜାଣି ଖୁସି ଲାଗିଲା । କିନ୍ତୁ ମୁଁ କେବେ ଆପଣଙ୍କ ନାମ ସୂର୍ଯ୍ୟମୁଖୀ ଓ ଗ୍ରାମ ବଉଳଯୋଡ଼ି ବୋଲି ଜାଣିବାକୁ ଚାହୁନି।
ଅରଣ୍ୟଙ୍କ ଏଭଳି କଥା ଶୁଣି ତିନିଜଣ ମିଶି ଫେ..ଏଁ କରି ହସି କହିଲେ ବୁଝିଲ ମିଷ୍ଟର,ବଡ଼ ବlଜ୍ୟ ଲୋକ ତୁମେ.! ଏବଂ ବଡ଼ ମଜାଳିଆ ମଧ୍ୟ। କିନ୍ତୁ ଆପଣ କଷ୍ଟ ନକରି ଚାଲି ଯାଆନ୍ତୁ। ଆଉ ଅଳ୍ପ ଦୂର ରହିଲା।
"ଦୁଇ ପାହାଡ଼ ମଝିରେ ସହର" ଆମର ଯାହାର ନାମ ବଉଳଯୋଡ଼ି। ଏବଂ ଏଇ ସହରରେ ବାସ କରୁଚି ଏଇ " ପାହାଡି କନ୍ୟା ସୂର୍ଯ୍ୟମୁଖୀ"।
ଓହ , ତେବେ ସେଥିପାଇଁ ମୋତେ ବାସ୍ନା ହେଲା ସୂର୍ଯ୍ୟମୁଖୀର ସୁଗନ୍ଧ । କିନ୍ତୁ ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ଯଥାଶୀଘ୍ର ଆପଣଙ୍କୁ ଘରେ ଛାଡିଦେବି ବସନ୍ତୁ ଏଇ ଗାଡ଼ିରେ । ବାକି ରହିଲା ଏଇ ସ୍କୁଟି କଥା ତାକୁ ଉଠାଇ ଡିକି ରେ ରଖି ନେଇଯିବା । ଏମିତି ସମୟ ଅନେକ ହେଲାଣି। ବର୍ଷା ଛାଡିବାର ନାମ ନାହିଁ । ଅଧିକ ସମୟ ବର୍ଷାରେ ଭିଯିଲେ ଦେହ ଖରାପ ହେବ । କଣ ବୁଝିଲ କି ନାହିଁ "ପାହାଡି କନ୍ୟା ସୂର୍ଯ୍ୟମୁଖୀ"।
ଯୋଜନା ଅନୁସାରେ ,ସ୍କୁଟିକୁ ଡିକିମଧ୍ୟରେ ରଖିବା ପରେ ,ସୂର୍ଯ୍ୟମୁଖୀ, ଟିନା ,ମୋନା ଗାଡ଼ିରେ ବସିଲେ । ନାଲି ମାଟି ଗୋଡି କଚା ରାସ୍ତାରେ ଅରଣ୍ୟ ଙ୍କ ଗାଡ଼ି ଆଗକୁ ଆଗକୁ ବଢ଼ି ଚାଲିଲା। କିଛି ସମୟ ଅନ୍ତରାଳ ରେ ଚନ୍ଦ୍ରମୁଖୀ ଏବଂ ସୂର୍ଯ୍ୟମୁଖୀ ହୁଇ ପାହାଡ଼ର ମଧ୍ୟ ଭାଗର ପାଦଦେଶ ରେ ଅବସ୍ଥିତ ବଉଳଯୋଡ଼ି ଗ୍ରାମରେ ସଭିଏଁ ପହଁଚିଗଲେ। ଗାଁ ର ସୌନ୍ଦର୍ଯ୍ୟ ଦେଖି ଅରଣ୍ୟ କହିଲେ ସତରେ କିଏ କହିବ ଏଇଟା ଗୋଟେ ଗ୍ରାମ ବୋଲି । ଏଠାର ଚାଲି ଚଳଣି ଓ ପରିଷ୍କାର ପରିଚ୍ଛନ୍ନତା ସହର ଠାରୁ ମଧ୍ୟ ନିଆରା ।
ଘର ପାଇବାପରେ ସମସ୍ତେ ଗାଡିରୁ ଉତୁରି ଚାଲି ଗଲେ ନିଜ ଘରକୁ । ସେମାନଙ୍କୁ ଅନେଇ ଅରଣ୍ୟ ଭାବୁଛନ୍ତି,"ସତରେ କେତେ ସରଳ ,ନିରୀହ,ନିଷ୍କପଟ ଏଇ ପାହାଡି ଝିଅ ମାନେ ! ନା ମନରେ ଛନ୍ଦ ଅଛି ନା କପଟ କିନ୍ତୁ ଠିକ୍ ସେହି ସମୟରେ ସୂର୍ଯ୍ୟମୁଖୀ ଆସି କହିଲେ କଣ ବାବୁ ଆପଣ ଏଇ "ପାହାଡି କନ୍ୟା ସୂର୍ଯ୍ୟମୁଖୀ" ର ଅତିଥି ହେବେ ନାହିଁ ...!
ଆସନ୍ତୁ ବାବୁ ...!!
କିନ୍ତୁ , ଅରଣ୍ୟ କେବଳ ଚାହିଁ ରହିଥିଲେ ସେ "ପାହାଡି କନ୍ୟା ସୂର୍ଯ୍ୟମୁଖୀ"ଙ୍କ ଚେହେରା କୁ...!
✍️ପ୍ରଶାନ୍ତ କୁମାର ବିଦ୍ୟାଧର
ଉଦୟଗିରି, ଖୋର୍ଦ୍ଧା, ଓଡ଼ିଶା।।