SS Publication
SS Publication
February 26, 2025 at 06:37 PM
ଶ୍ରୀ କୃଷ୍ଣ _ ଭାଗ ୧୨୩ ( ଇନ୍ଦ୍ରଙ୍କ ଅହଙ୍କାର ଭଞ୍ଜନ) ( ଅନୁବାଦ,ଭାଗବତ ,ଗୀତା , ଶ୍ରୀ କୃଷ୍ଣ ,ବିଷ୍ଣୁ ପୁରାଣ ,ଇତ୍ୟାଦି ) "କୃଷ୍ଣ .... କୃଷ୍ଣ .... କୃଷ୍ଣ... କୃଷ୍ଣ ... ହରେ ହରେ " ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରେ ଶ୍ରୀ ରାଧେ ଗୋବିନ୍ଦ ବାସୁଦେବ ହରେ ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ ହରେ ରାଧେ କୃଷ୍ଣ ... ରାଧେ କୃଷ୍ଣ ରାଧେ କୃଷ୍ଣ କୃଷ୍ଣ ...କୃଷ୍ଣ ।। "ସଚ୍ଚିଦାନନ୍ଦ ରୂପାୟ ବିଶ୍ଵତ୍ପତ୍ୟାଦି ହେତବୋ ତାପତ୍ରୟ ବିନାଶାୟେ ଶ୍ରୀକୃଷ୍ଣlୟ ବୟ ନମଃ  ।। ଦେବରାଜ ଇନ୍ଦ୍ର , ଶ୍ରୀ କୃଷ୍ଣଙ୍କ ହାତରେ ଯୁଦ୍ଧରୁ ପରାସ୍ତ ହେବା ପରେ ଗୁରୁ ବୃହସ୍ପତି ଆସି ଯୁଦ୍ଧ ସ୍ଥଳରେ ଉପସ୍ଥିତି ହେଇ କହିଲେ ... ହେ ଦେବରାଜ ,ଏଥର ଆପଣଙ୍କ ଯୁଦ୍ଧ ସାକ୍ଷାତ ଈଶ୍ୱର ଶ୍ରୀ ବିଷ୍ଣୁଙ୍କ ଅବତାର ଶ୍ରୀ କୃଷ୍ଣଙ୍କ ସହିତ । ତେଣୁ ତୁମେ ତୁମର ଅହଙ୍କାର ତ୍ୟାଗକରି,ସଚ୍ଚିଦାନନ୍ଦ ଭଗବାନ ଶ୍ରୀ କୃଷ୍ଣଙ୍କ ଶରଣାପନ୍ନ ହୁଅ ଏବଂ ଯେତେବେଳେ ତୁମେ ତୁମ ପ୍ରାଣ ସଙ୍କଟରେ ପଡ଼ିବାର ଜାଣିବ ଠିକ୍ ସେହି ସମୟରେ ଗୁରୁ ଅଙ୍ଗିରାଙ୍କ ପ୍ରଦତ୍ତ ଗୁପ୍ତ ଶ୍ଳୋକ ପାଠ କରିଲେ ପ୍ରଭୁ ଅବଶ୍ୟ ତୁମର ମନୋବlଞ୍ଛା ପୂର୍ଣ୍ଣ କରିବେ । ଏବେ ତୁମେ ମୋ ସହିତ ସେହି ଗୁପତ ଶ୍ଳୋକ ପାଠ କର .. ଅକ୍ଷରମ୍ ପରମ° ବ୍ରହ୍ମା ଜ୍ୟୋତି ରୂପ° ସନାତନ° ।। ଗୁଣାତିତ° ନିରାକାର° ସ୍ୱେଚ୍ଛl ମୟମ ମନନ୍ତକମ୍ ।। ଦେବରାଜ ଇନ୍ଦ୍ର ଶ୍ଳୋକ ପାଠ କରିବାପରେ ତୁରନ୍ତ ପ୍ରଭୁ ତାଙ୍କର ସବୁ ରିଷ୍ଟ ଖଣ୍ଡନକରି କ୍ଷମା ପ୍ରଦାନ କରିଲେ । ଠିକ୍ ସେହି ସମୟରେ ଆକାଶରୁ ବାଦଲ, ବିଜୁଳି ଚାଲିଯାଇ ଆଦିତ୍ୟ ନାରାୟଣଙ୍କ ସୁନେଲି ସୁନେଲି ରଶ୍ମି ଧରାପୃଷ୍ଟକୁ ଉଜ୍ଜଳିତ କରିଲା । ଏହା ଦେଖି ଭଗବାନ ଶ୍ରୀ କୃଷ୍ଣ ପିତାଶ୍ରୀ ନନ୍ଦରାୟଙ୍କୁ କହିଲେ ବାବା ଏବେ ସମସ୍ତ ଡର ଭୟ ଦୂରୀଭୂତ ହେଲା । ଆଉ ଭୟକରିବlର ଆବଶ୍ୟକ ନାହିଁ । ଆପଣ ସଭିଙ୍କୁ ନେଇ ଗୋକୁଳ ପ୍ରସ୍ଥାନ କରନ୍ତୁ । ଏହା ଶୁଣି ସମସ୍ତ ଗୋକୁଳ ବାସୀ ପ୍ରଭୁଙ୍କ ଜୟଗାନ କରିଲେ । ଜୟ ଜୟ ଗୋବର୍ଦ୍ଧନ ଗିରିଧାରୀ ଜୟ ଜୟ ଗୋବର୍ଦ୍ଧନ ଗିରିଧାରୀ ତୁମ ଲୀଳା ବଳୀହାରୀ ଜୟ ଜୟ ଚକ୍ର ସୁଦର୍ଶନଧାରୀ ଜୟ ଜୟ ଚକ୍ର ସୁଦର୍ଶନଧାରୀ ଜୟ ଜୟ ଗୋବର୍ଦ୍ଧନ ଗିରିଧାରୀ ଜୟ ଜୟ ଗୋବର୍ଦ୍ଧନ ଗିରିଧାରୀ ଗୋପୀକା ଚେତନା ହାର° ରାଧା ପ୍ରାଣlଧିକମ୍ପଦ° ବିନୋଦ ମୁରଲୀଶବ୍ଦ° ଘୃଣଦି ମୁରଲୀଶବ୍ଦ° କୂଳବନ୍ତ° କୌସ୍ତୁଭ° କୂଳବନ୍ତ° କୌତୁକେ ନ ଚ ।। ହେ ପ୍ରଭୁ ତ୍ରାହୀ ମାଂମ ତ୍ରାହୀ ମାମ... ତ୍ରାହୀ ମାଂମ । ହେ ଦିନଦୟାଲ , କୋଟି ଜନ ମୌଉଡ଼ମଣୀ ,ହେ ଗୋପନାୟକ ମୋତେ କ୍ଷମା କରନ୍ତୁ ମହାପ୍ରଭୁ ଶ୍ରୀ କୃଷ୍ଣ । କ୍ଷମା କରନ୍ତୁ ପ୍ରଭୁ । ମୋ ଦ୍ଵାରା ବହୁତ ବଡ଼ ଭୁଲ ହେଇଛି ପ୍ରଭୁ , ଯାହା କ୍ଷମଣୀୟ ନୁହେଁ ତଥାପି ହେ ତ୍ରିଗୁଣlତିତ ଭଗବାନ ବିଷ୍ଣୁ ସ୍ୱରୂପ ମୋତେ କ୍ଷମା କରନ୍ତୁ । ହେ ପ୍ରଭୁ , ଆପଣଙ୍କ ଭଳି ଅବିନାଶୀ ବ୍ରହ୍ମକୁ ସାଧାରଣ ମାନବୀୟ ବାଳକ ଭାବି ଏହି ଧୃଷ୍ଟତା କରିଛି ଆପଣ ମୋତେ କ୍ଷମା କରନ୍ତୁ ଭଗବାନ । ମୋର ଏହି ଅପରାଧ କ୍ଷମା ଯୋଗ୍ୟ ନୁହେଁ କିନ୍ତୁ ଶlସ୍ତ୍ର ଆପଣଙ୍କୁ ଅକାରଣ ଦୟାଳୁ କହୁଛନ୍ତି । ହେ ଦୟନିଧାନ, ଦୟାସାଗର ଶ୍ରୀ ହରି ବିଷ୍ଣୁ ,ଏହି ଦେବରାଜ ଇନ୍ଦ୍ରଙ୍କ ସବୁ ଅହଙ୍କାରକୁ ବିନାଶ କରି ଶ୍ରୀ ଚରଣରେ ସ୍ଥାନ ଦିଅନ୍ତୁ । ହେ ମହେନ୍ଦ୍ର ତୁମେ ମୋତେ ଚିହ୍ନିବାରେ ଭୁଲ କରିଛ ଏହା ତୁମର ଦୋଷ ନୁହେଁ କାରଣ ଏହି ସବୁ ମୋ ଦ୍ଵାରା ରଚିତ ମାୟାର ପ୍ରଭାବ । ଏମିତିରେ ଜଗତର ସମସ୍ତ ଛୋଟ ବଡ଼ ପ୍ରାଣୀଙ୍କ ଅନ୍ତରେ ମୋର ବାସ। ତଥାପି ଦେବୀ ଯୋଗମାୟା ସଭିଙ୍କ ବୁଦ୍ଧିରେ ଏମିତି ପରଦା ଘୋଡାଇ ରଖିଛନ୍ତି ଯେ ସମସ୍ତେ ଭ୍ରମିତ ହେଇ ସାଂସାରିକ ମାୟାର ବନ୍ଧନରେ ପଡ଼ି ତ୍ରୁଟି କରୁଛନ୍ତି । ସେଥିପାଇଁ ତୁମର ସେହି ଭୁଲ କୁ ମୁଁ ଦୋଷ ଦେଉନାହିଁ କିନ୍ତୁ ତୁମର ଦ୍ଵିତୀୟ ଅପରାଧ ପାଇଁ ଅବଶ୍ୟ ତୁମକୁ ଅପରାଧୀ ମାନୁଛି । _ତାହା କଣ ପ୍ରଭୁ ? _ ଦେଖ ମହେନ୍ଦ୍ର ..!! ରାଜା ହେବା ଦ୍ବାରା ସମସ୍ତ ପ୍ରଜା ତୁମର ସନ୍ତାନ । ସନ୍ତାନର ଭୁଲକୁ ଭୁଲ ପ୍ରମାଣିତ ନକରି , କ୍ରୋଧ ନକରି ତାକୁ ଉଚିତ ମାର୍ଗରେ ପରିଚାଳନା କରିବା ରାଜାଙ୍କ ଧର୍ମ । କ୍ରମଶଃ... "କୃଷ୍ଣ .... କୃଷ୍ଣ .... କୃଷ୍ଣ... କୃଷ୍ଣ ... ହରେ ହରେ " ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରେ ଶ୍ରୀ ରାଧେ ଗୋବିନ୍ଦ ବାସୁଦେବ ହରେ ଶ୍ରୀ କୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ ହରେ ରାଧେ କୃଷ୍ଣ ... ରାଧେ କୃଷ୍ଣ ରାଧେ କୃଷ୍ଣ କୃଷ୍ଣ ...କୃଷ୍ଣ ।। "ସଚ୍ଚିଦାନନ୍ଦ ରୂପାୟ ବିଶ୍ଵତ୍ପତ୍ୟାଦି ହେତବୋ ତାପତ୍ରୟ ବିନାଶାୟେ ଶ୍ରୀକୃଷ୍ଣlୟ ବୟ ନମଃ  ।। ✍️ପ୍ରଶାନ୍ତ କୁମାର ବିଦ୍ୟାଧର ଉଦୟଗିରି , ଖୋର୍ଦ୍ଧା, ଓଡ଼ିଶା ।।

Comments