ଖବର ଆଜିର
May 13, 2025 at 12:48 AM
*ଖବର ଆଜିର* ତାରିଖ:୧୩/୦୫/୨୫, ମଙ୍ଗଳବାର ୧-ଆଜି CBSE ରେଜଲ୍ଟ, ପୂର୍ବାହ୍ନରେ ଦଶମ ଶ୍ରେଣୀ ଓ ଅପରାହ୍ନରେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ। ୨-ଭାରତ ଏବଂ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରୀୟ ବୈଠକ ଅନୁଷ୍ଠିତ,ସୀମାନ୍ତରେ ସୈନ୍ୟ ସଂଖ୍ୟା ହ୍ରାସ କରିବେ ଭାରତ-ପାକିସ୍ତାନ, ଫୁଟିବନି ଗୋଟିଏ ବି ଗୁଳି ୩-କଟକ:ଇନସର୍ଭିସ୍ ଶିକ୍ଷକଙ୍କ ପାଇଁ ହେବ ସ୍ବତନ୍ତ୍ର OTET।୨୨ ତାରିଖ ଯାଏଁ ବୋର୍ଡ ଓ୍ବେବ ସାଇଟ୍ ରେ ଆବେଦନ। ୪-ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ। ୫-ଯାଜପୁର ଟାଉନ:ବିଦ୍ୟାଧରପୁର ଗାଁର ଧୀରେନ୍ଦ୍ର କୁମାର ନାୟକ,ଅନଲାଇନ୍ ଗେମ୍ ଖେଳି ହେଲେ ସର୍ବସ୍ବାନ୍ତ,ଚାଲିଗଲା ୯୧ ଲକ୍ଷ ଟଙ୍କା। ୬-ଖୋଲିଲା ୯ ରାଜ୍ୟର ୩୨ ବିମାନ ବନ୍ଦର,୩ ଦିନ ବନ୍ଦ ରହିବା ପରେ ଏବେ ବୁକିଂ ଆରମ୍ଭ। ୭-ଭୁବନେଶ୍ୱର:ରିସେସପସନ୍‌ରେ କଣ୍ଟା ସାଜିଲା ବାହାଘର ପୂର୍ବର ରୋମାନ୍ସ,ମଣ୍ଡପରେ ପଶି ମାଡ଼ ମାରିଲେ ପ୍ରେମିକା। ୮-ଚିତ୍ରକୋଣ୍ଡା:ସିଲେରୁ ଗାଁରେ ଟ୍ରିପଲ ମର୍ଡର, ୩ ଶାଳକଙ୍କୁ ହତ୍ୟା କଲା ଭିଣୋଇ। ୯-ଭୁବନେଶ୍ଵର:୧୯ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ଅସହ୍ୟ ଗରମ, ୧୩ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି। ୧୦-ରାଜଧାନୀର ଶିଶୁ ଭବନ ଟ୍ରାଫିକ ଛକରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ,ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି। ୧୧-କିମସ୍ ପକ୍ଷରୁ ଅନ୍ତର୍ଜାତୀୟ ସେବିକା ଦିବସ ପାଳିତ,ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନର୍ସ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ଡ. ସାମନ୍ତ ୧୨-ଚାନ୍ଦବାଲି : ଶିବ ବିବାହ ପାଇଁ ସରିଲା ଲଗ୍ନ ଧରା କାର୍ଯ୍ୟ। ଆସନ୍ତା ୩୧ ତାରିଖରେ ଆରଡ଼ି ଆଖଣ୍ଡଳମଣି ପୀଠରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଶିବ ବିବାହ ଉତ୍ସବ । ୧୩-ପୁରୀ: ରଥଯାତ୍ରାରେ କଡାକଡି ହେବ ସୁରକ୍ଷା ବ୍ୟବସ୍ଥା, ମୁତୟନ ହେବେ ଆତଙ୍କବାଦୀ ନିରୋଧ ବାହିନୀ। ୧୪-ନୂଆ ଦିଲ୍ଲୀ: ଏଣିକି ହ୍ବାଟ୍ସ ଆପରେ ଦେଇ ହେବ LIC ପ୍ରିମିୟମ। ୧୫-ପିଲା ଅଧିକ ସମୟ ମୋବାଇଲ୍ ଦେଖିଲେ, ମସ୍ତିଷ୍କର ବିକାଶରେ ବାଧା ସୃଷ୍ଟି କରିଥାଏ। ୧୬-କରଞ୍ଜିଆ: କରଞ୍ଜିଆ ଥାନା ଚଢ଼େଇଭୋଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା,ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ, ୨୦ ଆହତ। ୧୭-ନୁଆ ଦିଲ୍ଲୀ: ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ବିରାଟ କୋହଲି। ୧୮-ଇଣ୍ଡିଆନ୍ ଓଭର୍‌ସିଜ୍ ବ୍ୟାଙ୍କ୍‌ରେ ପୂରଣ ହେବ ଅଫିସର ପଦବୀ; ଏହି ନିଯୁକ୍ତି ମାଧ୍ୟମରେ ମୋଟ ୪୦୦ ପଦବୀ ପୂରଣ ହେବ। ୧୯-ଆଜିଠୁ ବିଜେପିର ଦେଶବ୍ୟାପି ତ୍ରୀରଙ୍ଗା ଯାତ୍ରା ଅଭିଯାନ ଆରମ୍ଭ,୨୩ ମଇ ପର୍ଯ୍ୟନ୍ତ ଚାଲିବ। ୨୦-ମେ’ ୧୭ରୁ ପୁଣି ଆଇପିଏଲ୍‌‌ ମ୍ୟାଚ, ଆରସିବି ଓ କଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ। ୨୧-ଷ୍ଟକ୍ ବଜାରରେ ବୃଦ୍ଧି, ପାଞ୍ଚ ମାସ ମଧ୍ୟରେ ସେନସେକ୍ସ ସର୍ବୋଚ୍ଚ ସ୍ତରରେ। ୨୨-ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ, କହିଲେ ପରମାଣୁ ଧମକ ସହିବନି ଭାରତ।ଭାରତ ସଠିକ ଓ ନିର୍ଣ୍ଣାୟକ ପ୍ରହାର କରିବ। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍 ❤️ 🙏 🐟 👏 😊 😢 😮 43

Comments