ଖବର ଆଜିର
May 14, 2025 at 12:58 AM
*ଖବର ଆଜିର* ତାରିଖ:୧୪/୦୫/୨୫, ବୁଧବାର ୧-ଭୁବନେଶ୍ୱର:ମେ’ ୧୫ରୁ ଜୁନ ୧୫ ମଧ୍ୟରେ ଶିକ୍ଷକଙ୍କ ବଦଳି, ସୁପାରିସ କରିବେ ସାଂସଦ ଓ ବିଧାୟକ। ୨-ତାତିରେ ଲାଗିବ ବ୍ରେକ୍, ଆଜି ଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା। ୩-ସିବିଏସଇରେ ବି କମାଲ ଦେଖାଇଲେ ଝିଅ : ସାରାଦେଶରେ ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ। ୪-ଓଡ଼ିଶାରେ ୧୦ମ ୯୨.୪୦%, ଦ୍ବାଦଶରେ ୭୮.୭୪% ପାସ୍,ଦଶମରେ କାବ୍ୟ ରଞ୍ଜନ ରାଜ୍ୟ ଟପ୍ପର। ୫-ଭୁବନେଶ୍ୱର:OPSC, OSSCର ନୂଆ ସଦସ୍ୟ ଭାବେ ୪ ଜଣଙ୍କୁ ମିଳିଲା ନିଯୁକ୍ତି। ୬-କଟକ:ଦଶମ ଓ ଦ୍ଵାଦଶରେ କଲରାବାଙ୍କ କଳିଙ୍ଗ ଇଙ୍ଗଲିସ ମିଡିୟମ ସ୍କୁଲର ଶତ ପ୍ରତିଶତ ପାସ ହାର। ୭-କଳାହାଣ୍ଡି:ବନୀକରଣ ଯୋଜନାର ହେରଫେର, ଡେପୁଟି ରେଞ୍ଜରଙ୍କ ସହ ୫ ଅଧିକାରୀ ଗିରଫ। ୮-ଅର୍ଚ୍ଚନା ନାଗଙ୍କୁ କାରଣ ଦର୍ଶାଅ ନୋଟିସ, ଅପରାଧିକ ମାମଲା ଲୁଚାଇ ଆବେଦନ କରିଥିଲେ ଆଡଭୋକେଟ ଲାଇସେନ୍ସ। ୯-ରାଜଧାନୀରେ ‘ଆମ ବସ୍‌’ ସେବା ଠପ୍‌,ସୁରକ୍ଷା ଦାବିରେ ଆନ୍ଦୋଳନରେ ବସିଲେ ଡ୍ରାଇଭର-କଣ୍ଡକ୍ଟର। ୧୦-ଯାଜପୁର:ଛତିଆ ନିକଟରେ ବାଇକରେ ବୋମା ନେଇ ଯାଉଥିବା ବେଳେ ଫୁଟିଲା ବୋମା,୨ ବାଇକ ଆରୋହୀ ମୃତ। ୧୧-ଭୁବନେଶ୍ୱର:ଆସନ୍ତା ୧୫ ତାରିଖ ପିଏମ୍ ଆବାସ ପାଇଁ ପଞ୍ଜୀକରଣ କରିବାର ଶେଷ ତାରିଖ ରହିଛି । ୧୨-ଗଞ୍ଜାମ କୁଲାଙ୍ଗି ଗାଁ ରାସ୍ତାରେ ଦୁର୍ଘଟଣା : ଦୁଇ ମୃତ, ୧୩ରୁ ଅଧିକ ଆହତ। ୧୩-ଅନୁଗୁଳ: ଅନୁଗୁଳ ଜିଲା କିଶୋର ନଗର ବ୍ଲକ ଟକବା ଗାଁରେ ବଜ୍ରାଘାତରେ ବାପପୁଅଙ୍କ ମୃତ୍ୟୁ। ୧୪-ସିଙ୍ଗାପୁର ଓଡ଼ିଆ ସମାଜ ଦ୍ୱାରା ଆୟୋଜିତ ‘ସିଙ୍ଗାପୁର ଫିଲ୍ମ ଆୱାର୍ଡ ୨୦୨୫’ ସିଜିନ୍-୬ରେ ସବ୍ୟସାଚୀଙ୍କୁ ଲାଇଫ୍ ଟାଇମ୍ ଆୱାର୍ଡ ପ୍ରଦାନ। ୧୫-କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ସଫଳତା, ସ୍କୁଲ୍‍ ଟପ୍ପର ହୋଇଛନ୍ତି ତ୍ରିଶା ରଥ। ୧୬-ମୟୂରଭଞ୍ଜର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଉର୍ଦ୍ଧ୍ୱ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ୧୭-ବାଲେଶ୍ବର: ଅଲଟ୍ରାସାଉଣ୍ଡରେ ଯାଆଁଳା, ଜନ୍ମ ହେଲା ଗୋଟିଏ। ବାଲେଶ୍ବର ଜିଲ୍ଳା ମୁଖ୍ୟ ଚିିକିତ୍ସାଳୟରେ ଉତ୍ତେଜନା। ୧୮-ତୁର୍କୀ ସହ ସମସ୍ତ ସମ୍ପର୍କ କାଟିବା ପାଇଁ ସାମାଜିକ ଗଣମାଧ୍ୟମରେ ଅପିଲ୍।ତୁର୍କୀରୁ ଆସୁଥିବା ସେଓକୁ ପୁଣେ ସହରବାସୀ ବୟକଟ୍ କରିଛନ୍ତି। ୧୯-ନୂଆ ଦିଲ୍ଲୀ: ବାକି ମ୍ୟାଚ୍ ୧୭ରୁ ଆରମ୍ଭ ,ସବୁ ବିଦେଶୀ ଖେଳାଳି IPL କୁ ଫେରିବା ଅନିଶ୍ଚିତ। ୨୦-କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ତତାକୁ ଗ୍ରହଣ କରିବ ନାହିଁ ଭାରତ, ପିଓକେ ଭାରତର, ତୁରନ୍ତ ଖାଲିକରୁ ପାକିସ୍ତାନ:ବୈଦେଶିକ ମନ୍ତ୍ରାଳୟ ୨୧-ଆଣ୍ଡାମାନ ଛୁଇଁଲା ମୌସୁମୀ, ଦୁଇ ସପ୍ତାହ ମଧ୍ୟରେ କେରଳ ଛୁଇଁବ। ୨୨-ନୁଆ ଦିଲ୍ଲୀ: ସାମରିକ କାର୍ଯ୍ୟାନୁଷ୍ଠାନରେ ସଫଳ ପ୍ରଦର୍ଶନ ପରେ ଋଷ୍ ରୁ ଅଧିକ S-400 କିଣିବ ଭାରତ । ୨୩-ପେଶାଓ୍ୱାର:ମସୁଦ୍ ଆଝାରକୁ ପାକ୍ ସରକାର ଦେବେ ୧୪ କୋଟି, ଜାତୀୟ ଗଣମାଧ୍ୟରେ ଚର୍ଚ୍ଚା। 🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
👍 🙏 ❤️ 🎉 😮 39

Comments