ଖବର ଆଜିର
May 16, 2025 at 12:46 AM
*ଖବର ଆଜିର* ତାରିଖ:୧୬/୦୫/୨୫, ଶୁକ୍ରବାର ୧-କଟକ: ଆସନ୍ତା ୨୬ ଯାଏଁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରାଯିବ। ୨-ଭୁବନେଶ୍ୱର:ଖୁବଶୀଘ୍ର ରାଜ୍ୟରେ ଗଡିବ ହାଇଡ୍ରୋଜେନ ବସ୍,୮ଟି ସହରରେ ଚାଲିବ 'ମୋ ବସ୍' ସେବା। ୩-ଭିଜନ୍‌ ୨୦୩୬ର ଚାଲିଛି ମାନସମନ୍ଥନ; ପ୍ରସ୍ତାବ, ପରାମର୍ଶ ନେଉଛନ୍ତି ସରକାର। ୪-ଜଳୁଛି ଓଡ଼ିଶା, ଝାରସୁଗୁଡାରେ ତାପମାତ୍ରା ସର୍ବାଧିକ ୪୨.୨ ଡିଗ୍ରୀ। ୫-ରାଜଧାନୀର ଜାଗମରାରେ ଚାଞ୍ଚଲ୍ୟ, ହୋଟେଲ ତଳକୁ ଡେଇଁ ପଡ଼ି ଯୁବତୀଙ୍କ ମୃତ୍ୟୁ, ପୁରୁଷ ବନ୍ଧୁ ଅଟକ। ୬-ସିଡ଼ିଓ ଓ ବିଡ଼ିଓ କର୍ମଶାଳା: ଦାୟିତ୍ୱରେ ଅବହେଳା କଲେ ଦୃଢ଼ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀଙ୍କ ତାଗିଦ ୭-ଓଡ଼ିଶାର ଯୁକ୍ତ ତିନି ପିଲାଙ୍କୁ ଇଣ୍ଟନସିପ୍ ଟ୍ରେନିଂ ଦେବ NSE । ଏଥିପାଇଁ ଉଚ୍ଚ ଶିକ୍ଷା ବିଭାଗ ଓ NSE ମଧ୍ୟରେ ଏମଓୟୁ ସ୍ବାକ୍ଷରିତ। ୮-ପୁରୀ: ତିନି ରଥର ୧୨ ଚକ ପ୍ରସ୍ତୁତ,ଅଖ ନିର୍ମାଣ କାର୍ଯ୍ୟ ଆରମ୍ଭ। ୯-କୃଷି ଓଭର୍‍ସିଅରମାନଙ୍କ ମାସିକ ଗସ୍ତଭତ୍ତା ୪୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି, ଉପକୃତ ହେବେ ୧୨୫୭ କୃଷି ଓଭର୍‍ସିଅର। ୧୦-ମିଶିଗଲା ମମତା ଓ ମାତୃବନ୍ଦନା ଯୋଜନା, ଝିଅ ଜନ୍ମ ହେଲେ ମିଳିବ ୧୨ ହଜାର, ପୁଅ ଜନ୍ମ ହେଲେ ମିଳିବ ୧୦ ହଜାର ଟଙ୍କା। ୧୧-ପୋଲସରା: ବୁଗୁଡ଼ା ଥାନା ପାଙ୍ଗିଡ଼ି ଗାଁରେ ଫୁଟିଲା ଗୁଳି, ଟିୟୁସନ ଶିକ୍ଷକ ଆହତ। ୧୨-ଦିଗପହଣ୍ଡି ଜରଡ଼ା ଥାନା ଅଣ୍ଡଅଣ୍ଡା ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୧୫ ଆହତ, ୪ ଗୁରୁତର। ୧୩-ଅଦିନିଆ ବର୍ଷା ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗୃହିତ, ସମୁଦାୟ ୯ଟି ବିପର୍ଯ୍ୟୟ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷିତ । ୧୪-ମୋହନା:ବାଘୁଆ ମହୁମାଛି ଆକ୍ରମଣରେ ୪ ଗୁରୁତର, ଆହତ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ୧୫-ମାଓବାଦୀଙ୍କ ମେରୁଦଣ୍ଡ ଭାଙ୍ଗିଲା ଅପରେସନ କେଜିଏଚ୍ : କୋରାପୁଟର ଘଞ୍ଚ ଜଙ୍ଗଲରେ ୨୧ ଦିନରେ ନିପାତ ୩୧ ମାଓବାଦୀ। ୧୬-ଗଜପତି:ନିଶ୍ଚିହ୍ନ ହୋଇଗଲା ପୂରା ପରିବାର ,ପୁଅ ଓ ଝିଅକୁ ବିଷ ଦେଇ ନିଜେ ବିଷ ପିଇ ଦେଲା ବାପା। ୧୭-ଖୋର୍ଦ୍ଧା,କୁମ୍ଭିଲେ ଛକ ନିକଟରେ ଦୁର୍ଘଟଣା :ବାଇକ୍‌କୁ ଧକ୍କା ଦେଲା ଲକ୍ଷ୍ମୀ ବସ୍,ଶିଶୁ ପୁତ୍ର ମୃତ, ମା’-ବାପା ଗୁରୁତର। ୧୮-ଯାଜପୁର:ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳୀନ ୭ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌। ୧୯-IPL ପ୍ରସ୍ତୁତି: ଅଭ୍ୟାସ ଆରମ୍ଭ କଲେ କୋହଲି,ଆୟର ଓ ପନ୍ତ। ବଟଲରଙ୍କ ସ୍ଥାନ ନେବେ ମେଣ୍ଡିସ୍। ୨୦-ସୀମାପାର ଆତଙ୍କବାଦ ବନ୍ଦ ନ ହେବା ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ:ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ୨୧-ତୁର୍କୀ ବିମାନ କମ୍ପାନୀର ସୁରକ୍ଷା ମଞ୍ଜୁରୀ ପ୍ରତ୍ୟାହାର କଲା ଭାରତ। ୨୨-‘ମୁଁ କହୁନାହିଁ ଯେ, ମୁଁ ଯୁଦ୍ଧ ବନ୍ଦ କରି ଦେଲି...’, ଭାରତ-ପାକ୍ ଅସ୍ତ୍ରବିରତି ଉପରେ ବଦଳିଲା ଟ୍ରମ୍ପଙ୍କ ସ୍ଵର। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍 🙏 ❤️ 🐟 😮 33

Comments