ଖବର ଆଜିର
May 17, 2025 at 12:27 AM
*ଖବର ଆଜିର* ତାରିଖ:୧୭/୦୫/୨୫, ଶନିବାର ୧-ଭୁବନେଶ୍ୱର:କାଳବୈଶାଖୀର ମୃତ୍ୟୁ ତାଣ୍ଡବ, ବଜ୍ରପାତରେ ଗଲା ୧୩ ଜୀବନ,୧୫ ଗୁରୁତର,ଆଜି ୧୩ ଜିଲ୍ଲାକୁ ସତର୍କ ସୂଚନା ଜାରି। ୨-କଟକ:୧୯ରୁ ଜୁନ୍ ୧୬ ଯାଏଁ ହାଇକୋର୍ଟର ଗ୍ରୀଷ୍ମ ଅବକାଶ। ୩-୨୦ରେ ସରିବ ସ୍ନାତକ ନାମଲେଖା ଆବେଦନ,ଏ ଯାଏଁ ୨୫ ପ୍ରତିଶତ ଆବେଦନ ହୋଇନାହିଁ। ୪-ଜ୍ଞାନପୀଠ ପୁରସ୍କାରରେ ସଂସ୍କୃତ ପଣ୍ଡିତ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ସମ୍ମାନିତ। ୫-ବିଜେଡି ନେତା ରାଜା ଚକ୍ରର ଫାର୍ମ ହାଉସ ବାଜ୍ୟାପ୍ତି ହେବ, ୩ ଏକର ଲିଜରେ ନେଇ ୭ ଏକର ମାଡ଼ି ବସିଥିଲା। ୬-ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ।ଠିକାଦାରଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ। ୭-ଟ୍ରାନ୍ସଜେଣ୍ଡର ବୋର୍ଡ ଗଠନ କଲେ ରାଜ୍ୟ ସରକାର, ଟ୍ରାନ୍ସଜେଣ୍ଡରଙ୍କ ସ୍ବାର୍ଥ ଓ ଅଧିକାର ପାଇଁ କାମ କରିବ ବୋର୍ଡ। ୮-ଶିକ୍ଷକ ବଦଳି ପାଇଁ ଜୋରଦାର ଲବି, ନେତାମାନଙ୍କ ପାଖରେ ପଡ଼ିଛି ଡେରା। ୯-ପୁରୀ:ମଶାଣିଚଣ୍ଡୀ ସାହିରେ ବୀଭତ୍ସ ହତ୍ୟାକାଣ୍ଡ , ପଇଡ ତୋଳା ବିବାଦକୁ ନେଇ ଯୁବକଙ୍କୁ ହାଣି ହତ୍ୟା। ୧୦-ନେବରଗୁଡ୍ ବା ପଡୋଶୀଙ୍କ ସହ ସୁସମ୍ପର୍କ...ଏହି ବିଷୟବସ୍ତୁକୁ ନେଇ ଆଜି ଓଡ଼ିଶା, ଭାରତର ଅନ୍ୟାନ୍ୟ ରାଜ୍ୟ ଓ ୧୨୦ଟି ଦେଶରେ ପାଳିତ ହେଉଛି ଆର୍ଟ ଅଫ ଗିଭିଂର ଦ୍ବାଦଶତମ ପ୍ରତିଷ୍ଠା ଦିବସ। ୧୧-କେନ୍ଦ୍ରାପଡା:ଓଷ୍ଟା, ଡେରାବିଶ ଶାଖା ତରଫରୁ KPS ପ୍ରାଙ୍ଗଣରେ A1 ଛାତ୍ରଛାତ୍ରୀମାନଙ୍କ ସମ୍ବର୍ଧନା ସଭା ଅନୁଷ୍ଠିତ, ସଭାପତିତ୍ବ କରିଥିଲେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ପୀତବାସ ପଣ୍ଡା। ୧୨-ଚାକିରି ଦେବାକୁ କହି ଠକି ନେଲେ ୬୦ ଲକ୍ଷ ; କମିସନରେଟ୍ ପୁଲିସର ତନାଘନା,ଶୋଭନ ଦାସ ଗିରଫ। ୧୩-କଟକ ନେତାଜୀ ସେତୁ ଉପରେ ସିରିଜ୍ ଦୁର୍ଘଟଣା ; ପଛକୁ ପଛ ପିଟିହେଲା ୫ଟି କାର୍। ୧୪-ବ୍ରହ୍ମପୁର:ବହୁ ଚର୍ଚ୍ଚିତ ୨୦୧୩ ମସିହା ଶାନ୍ତି ମିଶ୍ର ହତ୍ୟାକାଣ୍ଡ, ଅନ୍ୟତମ ଶେଷ ଅଭିଯୁକ୍ତ ମାଧବ ପାଣିଗ୍ରାହୀ ଗିରଫ। ୧୫-କଟକ:ଅତିରିକ୍ତ ବିଡିଓ ଅସିତ କୁମାର ପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ, ଆୟ ଠାରୁ ୨ ଶହ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ସୂଚନା ୧୬-ପୁରୀ: ୨୮ଜୁନରୁ ୬ ଜୁଲାଇ ମଧ୍ୟରେ ଗର୍ଭଗୃହ ଓ ବାହାର ରତ୍ନଭଣ୍ଡାର ମରାମତି କରାଯିବ। ୧୭-ନୂଆ ଦିଲ୍ଲୀ:IPL ଅବଶିଷ୍ଟ ମ୍ୟାଚ୍ ଆଜିଠାରୁ, ପ୍ରତିଶୋଧ ଲକ୍ଷ୍ୟରେ କୋଲକାତା। ୧୮-ଦୋହା:ଇତିହାସ ରଚିଲେ ନୀରଜ ଚୋପ୍ରା, ୯୦.୨୩ ମିଟର ଦୂରକୁ ଜାଭେଲିନ ଫିଙ୍ଗି କଲେ ନୂଆ ରେକର୍ଡ। ୧୯-ଆସନ୍ତା ମାସରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ; ରାଜ୍ୟ ବିଜେପିର ସରକାରଙ୍କ ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେଇ ପାରନ୍ତି ନରେନ୍ଦ୍ର ମୋଦୀ ଓ ଅମିତ ଶାହା। ୨୦-୨୦୦ ଅଙ୍କ ଖସିଲା ସେନ୍‌ସେକ୍ସ, ତଥାପି ନିବେଶକଙ୍କ ଲାଭ ୨.୫ ଲକ୍ଷ କୋଟି ଟଙ୍କା। ୨୧-ପାକ୍ ହାତରୁ ଖସୁଛି ବେଲୁଚିସ୍ଥାନ,ଭାରତର ସମର୍ଥନ ଲୋଡିଲେ ବେଲୁଚି ନେତା। ୨୨-ଚାଲିଛି ରୁଷ-ୟୁକ୍ରେନ ଆଲୋଚନା, ହୋଇପାରେ ୩୦ ଦିନିଆ ଅସ୍ତ୍ରବିରତି। ୨୩-ହଂକଂ ଏବଂ ସିଙ୍ଗାପୁରରେ ପୁଣି ଥରେ କରୋନା ଭାଇରସ୍ ମାମଲା ବୃଦ୍ଧି, ଭାରତକୁ ସତର୍କ କଲେ ବିଶେଷଜ୍ଞ। 🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
👍 🙏 ❤️ 😢 😮 😍 30

Comments