ଖବର ଆଜିର
May 18, 2025 at 12:41 AM
*ଖବର ଆଜିର* ତାରିଖ:୧୮/୦୫/୨୫, ରବିବାର ୧-ବାତ୍ୟା ଅପେକ୍ଷା ବିଜୁଳି ଘଡ଼ଘଡ଼ିରେ ଯାଉଛି ଅଧିକ ଜୀବନ, ଗତ ୫ ବର୍ଷରେ ଘଟିଛି ୧୭୦୦ ମୃତ୍ୟୁ। ୨-ଭୁବନେଶ୍ୱର: ପଞ୍ଚାୟତ ସ୍ତରରେ ଖୋଲିବ ଆଧାର ଶିବିର। ବଡ଼ଚଣାରେ ପରୀକ୍ଷା ମୂଳକ ଭାବେ ଆଧାର ଶିବିର ଆୟୋଜନ ହେବ। ୩-କଟକ: ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ପତ୍ନୀ ହୋଇ ପାରିବେ ସ୍ବାମୀଙ୍କ ଆଇନଗତ ଅଭିଭାବକ। ୪-ପୁଣି ଇସ୍କନର ମନମୁଖୀ କାର୍ଯ୍ୟକଳାପ , ଆଜି ଲଣ୍ଡନ ଚେମ୍ସଫୋର୍ଡରେ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା। ୫-ମୋହନା:ବସ୍ -ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ,ଦୁଇ ଆହତ। ୬-ଜଙ୍ଗଲ ଓ ପରିବେଶ ବିଭାଗ ନିଷ୍ପତ୍ତି, ବଜ୍ରପାତ ମୃତ୍ୟୁକୁ ରୋକିବା ପାଇଁ ଅଧିକ ତାଳଗଛ ଲଗାଯିବ। ୭-ଭୁବନେଶ୍ୱର:କମାଣ୍ଡୋ ତାଲିମ ନେବା ପାଇଁ ଯାଇନଥିବାରୁ, ୧୦ଜଣ ଆରପିଏଫ ଯବାନ ଚାକିରିରୁ ନିଲମ୍ୱିତ। ୮-ଭୁବନେଶ୍ୱର:ଶିଳ୍ପ ପାଇଁ ଜମି ନେଇ କାମ କରୁନଥିବା ଶିଳ୍ପାନୁଷ୍ଠାନକୁ ଦ୍ୱିତୀୟ ସୁଯୋଗ ଦେଲେ ରାଜ୍ୟ ସରକାର ୯-ଭୂମିରେ ବସି ଦିବ୍ୟ ମହାପ୍ରସାଦ ଖାଇବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ। ୧୦-ପୁରୀ ଆସିଥିଲା ପାକିସ୍ତାନୀ ସ୍ପାଏ ୟୁଟ୍ୟୁବର, ଜଗନ୍ନାଥ ମନ୍ଦିର ସହ ସହର ବୁଲି ଭିଡିଓ ବନାଇଥିଲା। ୧୧-ରାଜ୍ୟ କଂଗ୍ରେସର କୋଷାଧ୍ୟକ୍ଷ ହେଲେ ସିଦ୍ଧାର୍ଥ ସ୍ୱରୂପ ଦାଶ, ଉପ ସଭାପତି ତାଲିକାରେ ୭ ନେତା। ୧୨-ଜୁନ ୨୨ରେ ଯାଜପୁରରେ ଟାଟା ପ୍ରକଳ୍ପର ଶୁଭାରମ୍ଭ, ମିଳିବ ୩୪ ହଜାର ନିଯୁକ୍ତି। ୧୩-ବାସୁଦେବପୁର:୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ କନିଷ୍ଠ ଯନ୍ତ୍ରୀ। ୧୪-IPL: ବାତିଲ ମ୍ୟାଚରୁ RCBକୁ ୧ ପଏଣ୍ଟ,KKR ବିଦା। ୧୫-IPLରେ ଆଜି ଯୁଗଳ ମୁକାବିଲା : ରାଜସ୍ଥାନ -ପଞ୍ଜାବ,ଦୀଲ୍ଲି -ଗୁଜୁରାଟ। ୧୬-ପ୍ରକାଶ ପାଇଲା ପ୍ରଥମ ମାସିକିଆ ନିଯୁକ୍ତି ସର୍ଭେ ରିପୋର୍ଟ: ଭାରତରେ, ଏପ୍ରିଲ୍‌ରେ ବେରୋଜଗାରୀ ହାର ୫.୧ %। ୧୭-ଜାତିସଂଘ ରିପୋର୍ଟ: ୬.୩ ପ୍ରତିଶତ ଜିଡିପି ହାର ସହ ଭାରତକୁ ମିଳିଲା ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥାର ମାନ୍ୟତା। ୧୮-୨୨ରେ ସାଇକ୍ଲୋନିକ୍ ସର୍କୁଲେସନ ! ଆରବ ସାଗରରେ ସୃଷ୍ଟି ହେଉଛି ଏକ ଲଘୁଚାପ କ୍ଷେତ୍ର। ୧୯-ଭାରତର ଗୁପ୍ତ ସାମରିକ ସୂଚନା ପାକିସ୍ତାନକୁ ପଠାଇବା ଅଭିଯୋଗରେ ସୁରକ୍ଷା ଏଜେନ୍ସି ଦ୍ବାରା, ହରିୟାଣାର ହିସାରରୁ ମହିଳା ୟୁଟ୍ୟୁବର ଜ୍ୟୋତି ରାଣୀ ଗିରଫ। ୨୦-ଭାରତରେ ରହି ପାକିସ୍ତାନକୁ ସମର୍ଥନ କରୁଥିବା ୬୫ଜଣ ଦେଶଦ୍ରୋହୀଙ୍କୁ ଗିରଫ କରିଛି ଆସାମ ପୁଲିସ। ୨୧-ତୁର୍କୀ, ଆଜରବାଇଜାନ ସହିତ ସମସ୍ତ ଏମଓୟୁ ରଦ୍ଦ କଲା ଚଣ୍ଡୀଗଡ଼ ବିଶ୍ଵବିଦ୍ୟାଳୟ। ୨୨-ପାକିସ୍ତାନର ୧୦୦ କିମି ଭିତରେ ପଶି ଆକ୍ସନ, ଦେଶ ସ୍ଵାଧୀନତାରେ ପ୍ରଥମ: ଅମିତ୍ ଶାହ। 🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
👍 🙏 ❤️ 😮 🌹 🎉 🐟 😢 37

Comments