ଖବର ଆଜିର
May 20, 2025 at 12:10 AM
*ଖବର ଆଜିର* ତାରିଖ:୨୦/୦୫/୨୫, ମଙ୍ଗଳବାର ୧-ଭୁବନେଶ୍ୱର:ଆଜି ସରିବ +୩ ଆବେଦନ ଅବଧି, ଆବେଦନ କଲେଣି ୧.୧୦ଲକ୍ଷ। ୨-ଡ୍ରପ୍ ଆଉଟ୍ ହାର ରୋକିବା ପାଇଁ ଓଡ଼ିଶାର ଘରକୁ ଘର ବୁଲି ସର୍ବେକ୍ଷଣ ଦେଶ ପାଇଁ ଉଦାହରଣ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ୩-ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ୧୪ ଜଣଙ୍କୁ ମିଳିଲା ୧୩ ଲକ୍ଷ ୫୦ ହଜାର ଟଙ୍କା ସହାୟତା। ୪-ପୁରୀ: ନରେନ୍ଦ୍ରରେ ୨୧ ଘେରା ଚାପ ଖେଳିଲେ ମହାପ୍ରଭୁ। ୫-ପୁରୀ:ଚକ-ଅଖ ଡେରା ବିଧି ସମ୍ପନ୍ନ, ମହାପ୍ରଭୁଙ୍କ ଆଜ୍ଞାମାଳ ଲାଗି, ପଡ଼ିଲା ପ୍ରଥମ ହରିବୋଲ। ୬-ଭୁବନେଶ୍ୱର:ରାଜ୍ୟରେ ହେବ ପଟ୍ଟା କରେକ୍ସନ, ୪ ଡିସିମିଲ୍‌ରୁ କମ୍ ଥିବା ମାଲିକଙ୍କୁ ସରକାର ଦେବେ ଜାଗା। ୭-ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ଏକତରଫା ପ୍ରେମକୁ ନେଇ ଯୁବତୀଙ୍କ ଉପରକୁ ଏସିଡ୍‌ ଫିଙ୍ଗିଲା ଯୁବକ। ଅଭିଯୁକ୍ତ ଯୁବକଙ୍କୁ କାବୁ କରି ପୋଲିସର ଜିମା ଦେଲେ ଲୋକେ। ୮-ବନ୍ତଳା:ସାତକୋଶିଆରୁ ଖୁସି ଖବର,ଅଣ୍ଡାରୁ ଫୁଟିଲେ ୨୯ ଘଡିଆଳ କୁମ୍ଭୀର। ୯-ଭରତପୁର ପୋଲିସ- ସେନା ଅଧିକାରୀ ବିବାଦ ମାମଲା, ୪ ପୋଲିସ କର୍ମଚାରୀଙ୍କ ଉପରୁ ଉଠିଲା ନିଲମ୍ବନ ଆଦେଶ। ୧୦-ହାଇକୋର୍ଟର ସମସ୍ତ ବିଚାରପତିଙ୍କୁ ମିଳିବ ପୂର୍ଣ୍ଣ ପେନସନ, ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ୧୧-ଓଡ଼ିଶାରୁ ବିଦାହେବେ ବେଆଇନ ବାଂଲାଦେଶୀ; ଆକ୍ସନରେ ସ୍ପୋଶାଲ ଟାସ୍କ ଫୋର୍ସ। ୧୨-କଟକଣା ସତ୍ବେ ଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। ୧୩-ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା, ୨୩ ତାରିଖ ଯାଏଁ ରାଜ୍ୟର ଅନେକ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା। ୧୪-ନୁଆ ଦିଲ୍ଲୀ:ହକି ଇଣ୍ଡିଆ ଲିଗ୍ ଲାଗି ଖେଳାଳୀ ପଞ୍ଜିକରଣ ଆରମ୍ଭ। ୧୫-ନୂଆ ଦିଲ୍ଲୀ:IPL- ସମ୍ମାନ ପାଇଁ ଆଜି ଖେଳିବେ ଚେନ୍ନାଇ ଓ ରାଜସ୍ଥାନ। ୧୬-ଆରବସାଗରରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ କ୍ଷେତ୍ର, ୨୨ ତାରିଖ ବେଳକୁ ହୋଇପାରେ ଲଘୁଚାପରେ ପରିଣତ। ୧୭-ପ୍ଲେ ଅଫ୍‌ରୁ ବାଦ୍ ପଡ଼ିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ, ୬ ଓ୍ଵିକେଟ୍‌ରେ ଜିତିଲା ହାଇଦ୍ରାବାଦ। ୧୮-ପହଲଗାଓଁ ଆକ୍ରମଣ ପରେ ପାକ୍ ଦୂତାବାସକୁ କେକ୍ ନେଇ ଯାଉଥିବା ବ୍ୟକ୍ତିଙ୍କ ସହ ଜ୍ୟୋତିଙ୍କର ରହିଛି ସମ୍ପର୍କ, ସାମ୍ନାକୁ ଆସିଲା ଉଭୟଙ୍କ ଫଟୋ। ୧୯-ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ବୁଲେଟ ଟ୍ରେନ ସ୍ପିଡରେ ବଢିଲା ରେଳଷ୍ଟକର ମାକେର୍ଟ; ୨୦ ଦିନରେ ନିବେଶକଙ୍କୁ କରିଦେଲା ମାଲେମାଲ୍‌। ୨୦-ଷ୍ଟକ ବଜାରରେ ହାହାକାର: ଉପର ମୁହାଁ ହେଲା ସୁନା ଦର।ଷ୍ଟକ ମାର୍କେଟରୁ ନିବେଶକମାନେ ଏବେ ମୁହଁ ଫେରାଉଥିବା ଚର୍ଚ୍ଚା। ୨୧-ଭାରତରେ ମାଳ ମାଳ ପାକିସ୍ତାନ ଗୁପ୍ତଚର : ଧରା ପଡିଲେଣି ୧୦ ରୁ ଅଧିକ ଗୁପ୍ତଚର। ୨୨-ଭୟ ବଢ଼ାଇଲାଣି କରୋନାର ନୂଆ ପ୍ରଜାତି : ଭାରତରେ ୫୮ ଜଣ ରୋଗୀ ଚିହ୍ନଟ , ଅଭିନେତ୍ରୀ ଶିଳ୍ପା ଶିରୋଦକର ସଂକ୍ରମିତ। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍 🙏 ❤️ 😮 🇮🇳 🎉 😂 😊 32

Comments