ଖବର ଆଜିର
May 21, 2025 at 12:25 AM
*ଖବର ଆଜିର* ତାରିଖ:୨୧/୦୫/୨୫, ବୁଧବାର ୧-BSE ପକ୍ଷରୁ ଜୁଲାଇ ୧ରୁ ମାଟ୍ରିକ ସପ୍ଲିମେଣ୍ଟାରୀ, ଜୁନ ୩୦ରୁ ଓପନ ସ୍କୁଲ ପରୀକ୍ଷା। ୨-ଆଜି ଅପରାହ୍ଣ ୪ଟା ବେଳେ ପ୍ରକାଶ ପାଇବ +୨ ଓ ଧନ୍ଦାମୂଳକ ପରୀକ୍ଷା ଫଳ, ୱେବ୍‌ସାଇଟ୍‌ରେ ଦେଖିପାରିବେ। ୩-ବଢ଼ିଲା +୩ ନାମଲେଖା ଆବେଦନ ଅବଧି; ଜୁନ୍ ୧ ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ। ୪-ଉଚ୍ଚ ଶିକ୍ଷାରେ SEBCଙ୍କୁ ୧୧.୨୫% ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ,ସ୍ନାତକ ନାମଲେଖାରେ ତତ୍କାଳ ଲାଗୁ। ୫-ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ପୁଲିସର ଛାନଭିନ ଜାରି। ୬-ମେ ୨୩ରେ ରାଜଧାନୀର ଜନତା ମଇଦାନରେ ହେବାକୁ ଯାଉଛି ଅନ୍ତର୍ଜାତୀୟ ବାଣିଜ୍ୟ ମେଳା, ସାମିଲ ହେବେ ୧୦ ଦେଶର ବ୍ୟବସାୟୀ, ଲାଗିବ ୪୫୦ ଷ୍ଟଲ ୭-ସଚିବଙ୍କ କ୍ଷମତାରେ ଚୋଟ, ରାଜ୍ୟ କ୍ୟାବିନେଟ୍‌ ଢାଞ୍ଚାରେ ପରିବର୍ତ୍ତନ।ଆବଶ୍ୟକ ନଥିଲେ କ୍ୟାବିନେଟ୍ ବୈଠକରେ ବସି ପାରିବେନି ଅଧିକାରୀ। ୮-ସୁନ୍ଦରଗଡ଼:ଲାଞ୍ଚ ନେଇ ଧରାପଡ଼ିଲେ ବିଶ୍ରା ଡେପୁଟି ରେଞ୍ଜରଅସିତ ପଟ୍ଟନାୟକ। ୯-କେରଳ ଛୁଇଁବ ମୌସୁମୀ, ପାଗ ହେଉଛି ଅନୁକୂଳ, ଆସନ୍ତା ୭ ଦିନ ଯାଏଁ କାଳବୈଶାଖୀ ଵର୍ଷା ସମ୍ଭାବନା। ୧୦-ଏଣିକି ଲ' ଗ୍ରାଜୁଏଟ ସିଧା ଦେଇପାରିବେନି ସିଭିଲ ଜର୍ଜ ପରୀକ୍ଷା; ବିଚାରପତି ହେବା ପାଇଁ ୩ ବର୍ଷର ଓକିଲାତି କରିବା ବାଧ୍ୟ। ୧୧-ସମ୍ବଲପୁର:ବିଲ୍ଡରଙ୍କଠାରୁ ୩୦ଲକ୍ଷ ଟଙ୍କା ନେବା ଅଭିଯୋଗରେ ସମ୍ବଲପୁର ଟାଉନ ଥାନାର ପୂର୍ବତନ ଆଇଆଇସି ସମେତ ୨ଜଣ ପୁଲିସ ଅଧିକାରୀ ନିଲମ୍ବିତ। ୧୨-ଭୁବନେଶ୍ବରରେ ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ, ଆଇଏନ୍‌ଏଇ ପକ୍ଷରୁ ଆୟୋଜିତ ବକ୍ତୃତାମାଳା କାର୍ଯ୍ୟକ୍ରମରେ ଦେବେ ଉଦବୋଧନ। ୧୩-IIM ସମ୍ୱଲପୁରର ଛାତ୍ରଛାତ୍ରୀ କରିବେ ସୁଭଦ୍ରା ଯୋଜନା ସର୍ଭେ, ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ୩ଟି କିସ୍ତି। ୧୪-୫୧ ଟାପୁରୁ ହଟିବେ ବାଂଲାଦେଶୀ ଅନୁପ୍ରବେଶକାରୀ, ତୀକ୍ଷ୍ଣ ନଜର ରଖିଛି ଉଚ୍ଚ କ୍ଷମତା ସମ୍ପନ୍ନ ଡ୍ରୋନ୍। ୧୫-ବିଜୟ ସହ IPL 2025ରେ ଅଭିଯାନ ଶେଷ କଲା ରାଜସ୍ଥାନ, ଚେନ୍ନାଇର ୧୦ମ ପରାଜୟ। ୧୬-ମୁମ୍ବାଇ:IPL-ଆଜି ପ୍ଲେ ଅଫ୍ ଲକ୍ଷ୍ୟରେ ମୁମ୍ବାଇ,କର ବା ମର ସ୍ଥିତିରେ ଦିଲ୍ଲୀ। ୧୭-ଭୁବନେଶ୍ୱର:ଚିନ୍ତା ବଢ଼ାଇଲା କରୋନା, କିଡ୍‌ନୀ ଭଳି ଗୁରୁତର ରୋଗୀ ହୋଇଥିଲେ ମାକ୍ସ ପିନ୍ଧନ୍ତୁ- ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ୧୮-ଉତ୍ତରାଖଣ୍ଡ ସରକାରଙ୍କ ବଡ଼ ନିଷ୍ପତ୍ତି, ମଦ୍ରାସା ପାଠ୍ୟକ୍ରମରେ ସାମିଲ ହେବ ଅପରେସନ ‘ସିନ୍ଦୂର’। ୧୯-ଭାରତରେ କାୟା ବିସ୍ତାର କଲାଣି କୋଭିଡ-୧୯,ମୁମ୍ବଇରେ ଆଜି ୫୩ କରୋନା ଆକ୍ରାନ୍ତ ଚିହ୍ନଟ। ୨୦-ମଦ ଓ ଔଷଧ ଉପରେ ଅଧିକ ଖର୍ଚ୍ଚ କରନ୍ତି ଭାରତୀୟ, ଆର୍ଥିକ ବର୍ଷ ୨୦୨୪ରେ ୧୨ ବର୍ଷରେ ସର୍ବାଧିକ। ୨୧-ମହାରାଷ୍ଟ୍ର କଲ୍ୟାଣରେ କୋଠାରୁ ଖସିଲା ସ୍ଲାବ, ମହିଳା ଓ ଶିଶୁଙ୍କ ସମେତ ୬ ମୃତ , ୬ ଆହତ। ୨୨-ବାଂଲାଦେଶରେ ଏମର୍ଜେନ୍ସି ସ୍ଥିତି ? ୟୁନୁସଙ୍କ ସହ ମୁହାଁମୁହିଁ ମଧ୍ୟରେ ସେନା ମୁଖ୍ୟ ଡାକିଲେ ଜରୁରୀ ବୈଠକ। ୨୩-ସୁଖୋଇ ଫାଇଟର ଜେଟ୍‌ର ନୂଆ ଭର୍ସନ ପରୀକ୍ଷଣ କଲା ରୁଷ୍‌ । ଏଥିରେ ରହିଛି AI ଟେକ୍ନୋଲୋଜି। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍 🙏 ❤️ 🇮🇳 🐟 👏 😮 37

Comments