ଖବର ଆଜିର
May 24, 2025 at 12:15 AM
*ଖବର ଆଜିର* ତାରିଖ:୨୪/୦୫/୨୫, ଶନିବାର ୧-ଭୁବନେଶ୍ୱର:ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨) ଶ୍ରେଣୀରେ ନାମଲେଖା ନିମନ୍ତେ ଆବେଦନ ଲାଗି ବିଜ୍ଞପ୍ତି ପ୍ରକାଶ।ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ ଆରମ୍ଭ, ଜୁନ ୩୦ ଶେଷ ତାରିଖ। ୨-ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ମେ’ ୨୬ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ୩-ଯୁକ୍ତ ଦୁଇ ରିଚେକିଂ ଓ ରି-ଆଡିସନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ଜୁନ୍ ୧୩ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ୪-ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ମିଳିଲା ନିଯୁକ୍ତି। ୫-ଭୁବନେଶ୍ୱର:ଖାରବେଳ ନଗରରେ ସିରିଜ ଦୁର୍ଘଟଣା ଘଟି ପଛକୁ ପଛ ୪ଟି କାର ପିଟି ହୋଇଥିବା ସୂଚନା। ୬-ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ନୀତି ନିର୍ଘଣ୍ଟ, ୩୦ ତାରିଖ ରାତି ୧୨.୫୦ରୁ ୩ଟା ମଧ୍ୟରେ ପଡ଼ିବ ହସ୍ତଗଣ୍ଠି। ୭-ଖଣି ଦୁର୍ନୀତି ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ, ସୁନ୍ଦରଗଡ଼ ଖଣି ଦୁର୍ନୀତିର ତଦନ୍ତଭାର ଗଲା ଭିଜିଲାନ୍‍ସ ହାତକୁ। ୮-ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା : ୮ ଜିଲ୍ଲାକୁ ୟେଲୋ ୱର୍ଣିଂ ଜାରି। ୯-ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଇଁ ମିଳିବ ସରକାରୀ ସହାୟତା : ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ୧୦-ମେ’ ୨୭ ନୁହେଁ ବରଂ ମେ’ ୨୬ରେ ମିଳିବ ସାବିତ୍ରୀ ଅମାବାସ୍ୟା ଛୁଟି: ମୁଖ୍ୟମନ୍ତ୍ରୀ। ୧୧-କେନ୍ଦୁଝର ପାଟଣା ଥାନା ସିଲିପଦା ଗାଁରେ ଅଘଟଣ,ଏକାସାଙ୍ଗେ ଚାଲିଗଲା ଜେଜେ-ନାତିଙ୍କ ଜୀବନ, ନାତି ଜନ୍ମ ଦିନରେ ନଦୀକୁ ଯାଇଥିଲେ ଗାଧୋଇ। ୧୨-୭ ବର୍ଷର ଛକାପଞ୍ଝା ଶେଷ, ଚାକିରୀ ନାଁରେ ଠକି ଥିବା ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କୁ ଧରିଲା କ୍ରାଇମବ୍ରାଞ୍ଚ। ୧୩-ମେ’ ୩୧ରୁ ଜୁନ ୨୬ ମାସେ ବ୍ୟାପୀ ରାଜ୍ୟରେ ପାଳନ ହେବ ନିଶା ନିବାରଣ କାର୍ଯ୍ୟକ୍ରମ। ୧୪-ଭୁବନେଶ୍ୱର:ଆକ୍ସନ ମୋଡରେ କମିଶନରେଟ ପୋଲିସ୍, କେଦାରପଲ୍ଲୀ ବସ୍ତିରେ ଅପରାଧୀ ଘର ଉପରେ ବୁଲିଲା ବୁଲଡୋଜର। ୧୫-ବାରିପଦା: ମ୍ୟୁନିସିପାଲଟି କିରାଣି ଗୋପାଳ ପ୍ରଧାନ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ଭିଜିଲାନ୍ସ ହାତରେ। ୧୬-ଧରାପଡିଲା କଟକ ବୟାଳିଶ ମୌଜା ବନ୍ଧୁକ ରାକେଟ ମାଷ୍ଟରମାଇଣ୍ଡ, ମୁଙ୍ଗେରରେ ମାଡିବସିଲା କ୍ରାଇମବ୍ରାଞ୍ଚ। ୧୭-ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଯୁବକଙ୍କୁ ଦିଆଯିବ ନିଯୁକ୍ତି ଭିତ୍ତିକ ତାଲିମ୍‌, ମିଳିବ ମାସିକ ୧ ହଜାର ଟଙ୍କା ଷ୍ଟାଇପେଣ୍ଡ,ଆବେଦନର ଶେଷ ତାରିଖ ଜୁନ୍‌ ୧୬। ୧୮-୧୭୩/୩ରୁ ଭୁଶୁଡିଗଲା ବେଙ୍ଗାଲୁରୁ ଇନିଂସ, ୪୨ ରନରେ ଜିତିଲା ହାଇଦ୍ରାବାଦ। ୧୯-ଆଇପିଏଲ ଫାଇନାଲ ଏବଂ ପ୍ଲେ ଅଫ୍ ପାଇଁ ଭେନ୍ୟୁ ଘୋଷଣା, ଅହମଦାବାଦରେ ଖେଳାଯିବ ଫାଇନାଲ ମ୍ୟାଚ୍। ୨୦-IPL:ଜୟପୁରରେ ଆଜି ପଞ୍ଜାବ-ଦିଲ୍ଲୀ ମୁକାବିଲା। ୨୧-ଇସ୍ରାଏଲର କମ୍ପାନୀ ଓ ଭାରତୀୟ ଡିଫେନ୍ସ ଫାର୍ମ ମିଳିତ ନିର୍ମାଣ କରିବେ ଡ୍ରୋନ, ହେଲା ବଡ଼ ଘୋଷଣା। ୨୨-' ଭାରତକୁ ଦୃଢ ସମର୍ଥନ କରେ ଜର୍ମାନୀ' , ବିଦେଶ ମନ୍ତ୍ରୀ କହିଲେ –ଆତଙ୍କବାଦ ବିରୋଧରେ ନିଜକୁ ସୁରକ୍ଷା ଦେବାର ଅଧିକାର ଭାରତର ଅଛି। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍 🙏 ❤️ 🏏 😮 😢 39

Comments