ଖବର ଆଜିର
May 25, 2025 at 12:47 AM
*ଖବର ଆଜିର* ତାରିଖ:୨୫/୦୫/୨୫, ରବିବାର ୧-କଟକ: ସଡ଼କ ଦୁର୍ଘଟଣାକୁ ବଳିଗଲାଣି ଜଳ ବୁଡ଼ି,ଦିନକୁ ହାରାହାରି ଯାଉଛି ୪ ଜୀବନ,କଟକରେ ସର୍ବାଧିକ,ବୈ।ଦ୍ଧରେ ସର୍ବନିମ୍ନ। ୨-ନୀତି ଆୟୋଗ ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାରଙ୍କ ୧୮ଟି ଉପଲବ୍ଧି ସଂପର୍କରେ ବଖାଣିଲେ। ୩-ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ, ତିନି ରଥର ୪୨ଟି ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ। ୪-୧୨ ଲକ୍ଷ ଟଙ୍କା ଠକେଇ କରି ବନ୍ଧା ହେଲା ସାଇବର ଠକ ପ୍ରମୋଦ କୁମାର ମହାନ୍ତି , ଅଧିକ ଲାଭ ଦେବାକୁ କହି ଠକିଥିଲା। ୫-ସଅଳ ଆସିଲା ମୌସୁମୀ, କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ୬-ଓଡ଼ିଶା ବିକାଶର ଭିଜନ ୨୦୪୭, ଓଡିଶାକୁ ୫୦୦ ବିଲିୟନ ଡଲାର ଅର୍ଥନୀତି କରିବାକୁ ଲକ୍ଷ୍ୟ।ନିତି ଆୟୋଗ ବୈଠକରେ ଓଡ଼ିଶାର ଭିଜନ ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୭-ଭୁବନେଶ୍ୱର:ନୂଆ ରୂପ ପାଇଲା ପ୍ରଗତି ସ୍ପୋର୍ଟିଂ,ଆତ୍ୟାଧୁନିକ ବୋଲିଂ ମେସିନ, ୭ ଟି ପିଚ୍, ଇଣ୍ଡୋର୍ ହଲ୍ ସାଇଡ ସ୍କ୍ରିନ୍ ପାଇଲା ପ୍ରଗତି। ୮-ରେଢ଼ାଖୋଲ:ଜମି ବିବାଦକୁ ନେଇ ଗୋଡ଼େଇ ଗୋଡ଼ଇ ହାଣିଲେ, ହତ୍ୟାକାଣ୍ଡ ପରେ ୩ ଫେରାର। ୯-ଭୁବନେଶ୍ୱର:ଶିକାରୀ ଗୁଳିରେ ଇନଚାର୍ଜ ଫରେଷ୍ଟରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ ଘଟଣା, ୩୦ଲକ୍ଷ ଅନୁକମ୍ପା ରାଶି ପ୍ରଦାନ। ୧୦-କୋଟିପତି କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ ଗିରଫ: ସ୍ୱାମୀଙ୍କ କଳାଧନକୁ ଲୁଚାଇଥିଲେ ସ୍ତ୍ରୀ, ଧରାଇ ଦେଲା ଭଡ଼ାଟିଆ। ୧୧-ଗୁଜରାଟ ସୀମାରେ ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଗୁଳି କଲେ ସୁରକ୍ଷାବାହିନୀ। ୧୨-ନୂଆଦିଲ୍ଲୀ : ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍‌, ଶୁବମନ୍‌ ଗିଲ୍‌ ନୂଆ ଟେଷ୍ଟ ଟିମ୍‌ ଅଧିନାୟକ। ୧୩-ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଋଷଭ ପନ୍ତ ହେଲେ ଟିମ୍‌ ଇଣ୍ଡିଆର ଟେଷ୍ଟ ଉପଅଧିନାୟକ। ୧୪-IPL:ବିଜୟ ସହ ଦିଲ୍ଲୀର ଅଭିଯାନ ଶେଷ, ପଞ୍ଜାବର ଟପ୍-୨ ପ୍ରବେଶ କଷ୍ଟକର ! ୧୫-କଟକରେ ପାକିସ୍ତାନ ସପକ୍ଷରେ ସ୍ଲୋଗାନ: ଭିଡିଓ ଭାଇରାଲ, ୨ ଗିରଫ। ୧୬-ଦୁନିଆର ଚତୁର୍ଥ ସର୍ବବୃହତ ଅର୍ଥବ୍ୟବସ୍ଥା ହେଲା ଭାରତ, ଜାପାନକୁ ପକାଇଲା ପଛରେ: ନୀତି ଆୟୋଗ ସିଇଓ ୧୭-ଇପିଏଫ୍‌ ହିତାଧିକାରୀଙ୍କ ପାଇଁ ଆସିଲା ବଡ଼ ଖବର, ୮.୨୫% ସୁଧହାରକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର। ୧୮-ଆରପାରିରେ ଅଭିନେତା ମୁକୁଲ ଦେବ : ୫୪ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଲେ ଅଭିନେତା। ୧୯-ଆସନ୍ତା ୨୮ ତାରିଖରେ କୋଭିଡ୍‌ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିବ। ୨୦-ପାକିସ୍ତାନକୁ ଗୃହମନ୍ତ୍ରୀ ଅମିତ ଶାହଙ୍କ କଡ଼ା ଚେତାବନୀ : ଭାରତକୁ ଆଡ ଆଖିରେ ଚାହିଁଲେ ଭୟଙ୍କର ଜବାବ ମିଳିବ। ୨୧-ଜମ୍ମୁ-କାଶ୍ମୀର ଗସ୍ତରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ, ପୁଞ୍ଚରେ ପହଞ୍ଚି କ୍ଷତିଗ୍ରସ୍ତଙ୍କୁ ଭେଟିବା ସହ ଦେଲେ ସହାୟତାର ପ୍ରତିଶ୍ରୁତି। ୨୨-ବାଂଲାଦେଶରେ ରାଜନୈତିକ ସଙ୍କଟର ଅବସାନ ! ଇସ୍ତଫା ଦେବାକୁ ଧମକ ଦେଉଥିବା ୟୁନୁସ୍‌ ଏବେ ପଦରେ ରହିବାକୁ ହେଲେ ରାଜି। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍 🙏 ❤️ 😮 👌 34

Comments