ଖବର ଆଜିର
June 2, 2025 at 12:55 AM
*ଖବର ଆଜିର*
ତାରିଖ:୦୨/୦୬/୨୫, ସୋମବାର
୧-ଭୁବନେଶ୍ୱର:ଲକ୍ଷେ ୨୧ ହଜାର ପିଲା ଦେଲେ ବିଏଡ୍ ପରୀକ୍ଷା,୪ ରେ ଏମ୍ ଏଡ୍ ପରୀକ୍ଷା।
୨-୧୪ ବର୍ଷ ପରେ ହେବାକୁ ଯାଉଛି ଜନଗଣନା, କେଉଁଠି ଆପତ୍ତି ତ’ କେଉଁଠି ସମର୍ଥନ।
୩-ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଭିଡିଓ ଭାଇରାଲ୍ ଘଟଣା, ସିଂହ ଦ୍ବାର ଥାନାରେ ହେଲା ଏତଲା।
୪-ଓମ୍ଫେଡ଼ କ୍ଷୀର ଦର ୨ ଟଙ୍କା ବଢିବ, ଲିଟର ପିଛା ୩ ଟଙ୍କା ଅଧିକ ଦାମ୍ ପାଇବେ ଉତ୍ପାଦକ,ଓମଫେଡ ଚାଷୀଙ୍କୁ ମିଳିବ ୧ ଲକ୍ଷ ଟଙ୍କା ଦୁର୍ଘଟଣାଜନିତ ମୃତ୍ୟୁ ସହାୟତା ରାଶି।
୫-ରାଜ୍ୟରେ ୩ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୧୧କୁ ବୃଦ୍ଧି।
୬-ଆଇନ ମନ୍ତ୍ରୀଙ୍କ ଘରେ ପହଞ୍ଚିଲାଣି ଯାତ୍ରା କଳି, ମନ୍ତ୍ରୀଙ୍କୁ ଭେଟିଲେ ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ।
୭-ପୁରୀ:ବାପାଙ୍କ ଅସ୍ଥି ବିସର୍ଜନ ସହ ଶ୍ରାଦ୍ଧ ଦେବା ପରେ ଚୁଟି ପକାଇଲେ ପୁଅ ବାବୁସାନ।
୮-ଫୁଲତୋଡା ନୁହେଁ, ପଡ଼ିଲା ହାତକଡି, ଅବସର ଦିନ ରେଡ୍ ପରେ ଗିରଫ ହେଲେ AEE ଏନ୍. ଦିଲ୍ଲୀପ କୁମାର ଚୌଧୁରୀ।
୯-ଭବାନୀପାଟଣା ଜୁନାଗଡ଼ ଜାତୀୟ ରାଜପଥ ୨୬ ଉପରେ ପଡିଛି ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ, କିଏ ଓ କଣ ପାଇଁ ଏପରି ଘଟଇଲା ଜଣାପଡିନି।
୧୦-ଭଦ୍ରକ:ମଦ ଦୋକାନ ସାମ୍ନାରେ ପିଉଥିଲେ, ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ।
୧୧-ରେଢ଼ାଖୋଲ:ଜାମୁକୋଳି ଖାଇବାକୁ ଯାଇ ଅଘଟଣ, ଗଛରୁ ତଳକୁ ଖସି ନାବାଳକ ମୃତ।
୧୨-ଖୁବ ଶୀଘ୍ର ଖୋଲାହେବ କଳିଙ୍ଗ ଷ୍ଟୁଡିଓ, ପୂର୍ଣ୍ଣାଙ୍ଗ ହୋଇ ଖୋଲିବ ଫିଲ୍ମ ସିଟି : ମୁଖ୍ୟମନ୍ତ୍ରୀ
୧୩-ରାଉରକେଲା : ଚାଲିଥିଲା ଲୁଟ୍ ବିସ୍ଫୋରକର ସନ୍ଧାନ । ଧରାପଡ଼ିଲା ୨ଟି ବିସ୍ଫୋରକ ବୋଝେଇ ଗାଡ଼ି । ବିସ୍ଫୋରକ ବୋଝେଇ ଗାଡ଼ି ଜବତ, ଗୋଦାମ ମାଲିକ ଓ ଭ୍ୟାନ ଡ୍ରାଇଭର ଅଟକ।
୧୪-ବିଦେଶରେ ଢେଙ୍କାନାଳ ହିନ୍ଦୋଳ ଆମ୍ବର ଚାହିଦା, ଲଣ୍ଡନ ଗଲା ୩୦ କ୍ବିଣ୍ଟାଲ ସୁଆଦିଆ ଆମ୍ରପଲି ଆମ୍ବ।
୧୫-IPL:ଶ୍ରେୟସଙ୍କ ବିସ୍ଫୋରକ ବ୍ୟାଟିଂରେ ମୁମ୍ବାଇ ଧରାଶାୟୀ, ଫାଇନାଲରେ ପଞ୍ଜାବ କିଙ୍ଗ୍ସ।
୧୬-ଗୁଆହାଟୀ: ଉତ୍ତର-ପୂର୍ବ ଭାରତରେ ବର୍ଷା ବିତ୍ପାତ, ୩୨ ମୃତ ,୧୨ ହଜାରରୁ ଅଧିକ ଲୋକ ପ୍ରଭାବିତ।
୧୭-ହିମାଚଳ ପ୍ରଦେଶର ମଣ୍ଡିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ଜଣକ ଅକାଳ ବିୟୋଗ।
୧୮-ଡେରାଡୁନ:ମାସକରେ କେଦାରନାଥ ଦର୍ଶନ କଲେ ୭ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ, ୨୦୦ କୋଟି ଟଙ୍କାର ହୋଇଛି କାରବାର।
୧୯-ଋଷ:ରେଳଧାରଣା ଉପରେ ଭୁଶୁଡ଼ି ପଡ଼ିଲା ପୋଲ, ଟ୍ରେନ ଲାଇନଚ୍ୟୁତ ହୋଇ ୭ ମୃତ।ଟ୍ରେନଟି ୟୁକ୍ରେନ ସୀମାନ୍ତ କ୍ଲିମୋଭୋ ସହରରୁ ରାଜଧାନୀ ମସ୍କୋକୁ ଯାଉଥିଲା।
୨୦-ଅପରେସନ 'ସିନ୍ଦୂର' -୨ ପାଇଁ ପ୍ରସ୍ତୁତି!ପୁଣି ନିପାତ ହେବେ ପାକ୍ ଆତଙ୍କି, ଧ୍ବଂସ ହେବ ଠିକଣା, ସୀମାରେ ସୈନ୍ୟ ସଂଖ୍ଯା ବୃଦ୍ଧି, ହାଇ ଆଲର୍ଟରେ ବାୟୁ ସେନା।
୨୧-୩ବର୍ଷ ମଧ୍ୟରେ ରୁଷ୍ର ସବୁଠୁ ବଡ଼ ଡ୍ରୋନ୍ ଆକ୍ରମଣ: ୧୨ ୟୁକ୍ରେନ ସୈନିକ ମୃତ, ୬୦ରୁ ଊର୍ଦ୍ଧ୍ବ ଆହତ
*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍
🙏
❤️
😢
❤
🎉
😭
31