ଖବର ଆଜିର
June 6, 2025 at 12:36 AM
*ଖବର ଆଜିର* ତାରିଖ:୦୬/୦୬/୨୫, ଶୁକ୍ରବାର ୧-ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା : ଜୁନରେ ସରିବ Ekyc ପ୍ରକ୍ରିୟା, ବାଦ ପଡିପାରନ୍ତି ୨୦ ଲକ୍ଷ ହିତାଧିକାରୀ। ୨-ପୁରୀ:ଜୁନ ୧୧ରେ ପବିତ୍ର ସ୍ନାନପୂର୍ଣ୍ଣିମା, ସୁରକ୍ଷା ଦାୟିତ୍ଵରେ ରହିବେ ୪ ଏସପି ଓ ୭୦ ପ୍ଲାଟୁନ ପୋଲିସ ଫୋର୍ସ। ୩-ଭୁବନେଶ୍ୱର:ଜୁନ୍ ୧୦ ସୁଦ୍ଧା ବାହାରିବ OJEE ପରୀକ୍ଷା ଫଳ। ୪-ଭୁବନେଶ୍ୱର:ଆଜି ସରିବ+୨ ଇନଷ୍ଟାଣ୍ଟ ପରୀକ୍ଷା ଫର୍ମ ପୂରଣ। ୫-ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଅଧୀନରେ ଆସନ୍ତା ୧୨ ତାରିଖରେ ୫୦୦ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ ହେବ। ୬-ନୂଆ ନିୟମ କରି ଅଡୁଆ ବଢ଼ାଇ ଦେଲେ କି ସରକାର ? ଶିକ୍ଷକଙ୍କ ବଦଳି ଅନୁରୋଧ ଚାପରେ ଅତିଷ୍ଠ ବିଧାୟକ,କାହାର କାଟିବେ, କାହାର ରଖିବେ, ତାହା ଏବେ ମୁଣ୍ଡବିନ୍ଧାର କାରଣ ହୋଇଛି । ୭-ପାରା କ୍ରୀଡ଼ାବିତ୍ ସୁଚିତ୍ରା ପରିଡ଼ାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ, ଜିତିଲେ ଉଭୟ ରୌପ୍ୟ ଓ କାଂସ୍ୟ ପଦକ। ୮-ପୁରୀ : ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର୍ ମନୋଜ ମହାନ୍ତି, ୬ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ । ୯-ମାଲକାନଗିରି:ଟପ ମାଓ ନେତା ଗୌତମ ଓରଫ ସୁଧାକର ନିହତ, ମୁଣ୍ଡ ଉପରେ ଥିଲା ଏକ କୋଟି ଟଙ୍କାର ଇନାମ। ୧୦-ଏଣିକି ରେଳଯାତ୍ରୀଙ୍କ ଯାଞ୍ଚ ହେବ ପରିଚୟ, ଏମ୍ ଆଧାର ଆପ୍ ମାଧ୍ୟମରେ ଯାଞ୍ଚ କରିବେ ଟିକେଟ ଯାଞ୍ଚ କର୍ମଚାରୀ। ୧୧-ଆଜି ବସିବ ରାଜ୍ୟ କ୍ୟାବିନେଟ,ବହୁ ଗୁରୁତ୍ୱପୁର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର। ୧୨-୧୨ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି, ରାଜ୍ୟ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେବେ। ୧୩-ଆଜି ଘୋଷଣା ହେବ ନୂଆ ମୁଦ୍ରାନୀତି, ସାଧାରଣ ଲୋକଙ୍କ ମିଳିବ ବଡ଼ ଆଶ୍ୱସ୍ତିି; ଗୃହ ଋଣ, କାର୍ ଋଣର ଇଏମଆଇ କମିବା ନେଇ ସମ୍ଭାବନା। ୧୪-ବକ୍ସାଇଟ ଉତ୍ତୋଳନକୁ ବିରୋଧ – ପରିବେଶ ଦିବସରେ ମେଧା ପାଟକରଙ୍କୁ ଅଟକ ରଖିଲା ପୁଲିସ। ୧୫-ବେଙ୍ଗାଳୁରୁ:ମୃତକଙ୍କ ପରିବାରକୁ ୧୦ ଲକ୍ଷର ସହାୟତା ଘୋଷଣା କଲା ଆରସିବି। ୧୬-ଅପରାଧିକ ଅବହେଳା: RCB ଓ ଆୟୋଜକଙ୍କ ବିରୋଧରେ ଏତଲା ରୁଜୁ, ସରକାରଙ୍କୁ ରିପୋର୍ଟ ମାଗିଲେ ହାଇକୋର୍ଟ। ୧୭-ନୂଆ ଦିଲ୍ଲୀ:ବଜାରରେ ଚମକିଲା ରୂପା, କେଜି ପିଛା ଦର ୧ଲକ୍ଷ ଟଙ୍କା ପାର। ୧୮-ବେଙ୍ଗାଲୁରୁ ଦଳାଚକଟା: ପୁଲିସ କମିଶନରଙ୍କ ସମେତ ୬ ଅଧିକାରୀ ନିଲମ୍ବିତ, ସିଆଇଡି ତଦନ୍ତ ନିର୍ଦେଶ। ୧୯-ଆରବିଆଇ ଦେଲା ମଞ୍ଜୁରୀ,ଫ୍ଲିପକାର୍ଟ ନିଜ ଇ-କମର୍ସ ପ୍ଲାଟଫର୍ମରେ ସିଧାସିଳଖ ଋଣ ଦେଇପାରିବ। ୨୦-ପ୍ରଥମ ଥର ହାଇଟେକ୍‌ ସୁରକ୍ଷାରେ ୩୮ ଦିନିଆ ହେବ ଅମରନାଥ ଯାତ୍ରା : ୫୮,୦୦୦ ଯବାନ , ଜାମର ଓ ଡ୍ରୋନ୍‌ ହେବେ ମୁତୟନ। ୨୧-ଭାରତରେ ତିଆରି ହେବ ରାଫେଲ ଯନ୍ତ୍ରାଂଶ,ଫ୍ରାନ୍ସର ଡାସଲ୍ଟ କମ୍ପାନୀ ଭାରତର ଟାଟା କମ୍ପାନୀ ସହିତ ମିଶି ଭାରତରେ ଏହାକୁ ନିର୍ମାଣ କରିବ। ୨୨-ଟ୍ରମ୍ପ ପ୍ରଶାସନର ବଡ଼ ନିଷ୍ପତ୍ତି, ୧୨ଟି ଦେଶର ନାଗରିକଙ୍କୁ ଆମେରିକାରେ ପ୍ରବେଶ ମନା *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍 ❤️ 🙏 😮 29

Comments