
NEWS UPDATE
May 21, 2025 at 04:42 AM
*╔━━━━🔅━━━━━━━━🔅━━╗*
*║ *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୨୧/୦୫/୨୦୨୫,ବୁଧବାର🌼* ║
*╚━━━━🔅━━━━━━━━ 🔅━━╝*
*୧- 👉 ଆଜି ବାହାରିବ ଯୁକ୍ତ ପରୀକ୍ଷା ଫଳ।ଆଜି ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ । ଅପରାହ୍ନ ୪ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ CHSE ପକ୍ଷରୁ ସୂଚନା ଦିଆଯାଇଛି । ଏକସଙ୍ଗେ କଳା, ବାଣିଜ୍ୟ, ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ରେଜଲ୍ଟ ଘୋଷଣାର ଏକ ଘଣ୍ଟା ପରେ ୱେବସାଇଟ୍ results.odisha.gov.in ଏବଂ results.digilocker.gov.inରେ ପରୀକ୍ଷା ଫଳ ଦେଖିପାରିବେ । ଏନେଇ ସୂଚନା ଦେଇଛନ୍ତି ସିଏସଏସଇର ଅଧ୍ୟକ୍ଷ ମୃଣାଳ କାନ୍ତି ଦାସ। ସେ କହିଛନ୍ତି, ଏକାସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ , ଧନ୍ଦାମୂଳକ ଶିକ୍ଷାର ଫଳ ଆଜି ଅପରାହ୍ନ ୪ଟାରେ ଭୁବନେଶ୍ବର ସ୍ଥିତ ସିଏସଏସିଇ କାର୍ଯ୍ୟାଳୟରେ ପ୍ରକାଶ ପାଇବ।*
*୨- 👉 ବଢିଲା ଯୁକ୍ତ ୩ ନାମଲେଖା ଅବଧି।ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ବଢ଼ିବା ପରେ ନାମଲେଖା ଆବେଦନ ତାରିଖକୁ ବୃଦ୍ଧି କରିଛି ଉଚ୍ଚଶିକ୍ଷା ବିଭାଗ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ, ଜୁନ ୧ ପର୍ଯ୍ୟନ୍ତ ଆବେଦନ ଅବଧିକୁ ବଢ଼ାଇ ଦେଇଛନ୍ତି ସରକାର । ତେବେ ଆଜି ଥିଲା +୩ରେ ନାମ ଲେଖାଇବା ପାଇଁ ଆବେଦନର ଶେଷ ତାରିଖ । କିନ୍ତୁ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇନଥିବାରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଆବେଦନ କରିନାହାନ୍ତି । ତେବେ ସରକାରଙ୍କ ଏହି ବିଚିତ୍ର ବ୍ୟବସ୍ଥାକୁ ନେଇ ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ୍ ।*
*୩- 👉 ଆଜି ଛତିଶା ନିଯୋଗ ବୈଠକ।ଆଜି ଅପରାହ୍ନ ରେ ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ବସିବ।ଏଥିରେ ଆଗାମୀ ରାଜେନ୍ଦ୍ରଭିଷେକ ଠାରୁ ନୀଳିଦ୍ରିବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତିକୁ ନେଇ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯିବ। ତେବେ କୌଣସି ଭି ଦିନରେ ନୀତିରେ ଯେପରି ବିଳମ୍ବ ନହେବ ସେଥିପ୍ରତି ମଧ୍ୟ ବୈଠକରେ କରାଯିବ ଆଲୋଚନା।ଛତିଶାନିଯୋଗ ବୈଠକରେ ସ୍ନାନ ପୂର୍ଣ୍ଣିମାରେ ଜଳଲାଗି ସହ ହାତୀ ବେଶକୁ କିପରି ଶୃଙ୍ଖଳିତ କରାଯିବ ସେନେଇ ନିଆଯିବ ନିଷ୍ପତ୍ତି । ସେହିପରି ଅନବସର ନୀତି, ଶ୍ରୀଗୁଣ୍ତିଚା ଯାତ୍ରା ଶୃଙ୍ଖଳିତ ଭାବେ ଶେଷ ନେଇ ମଧ୍ୟ ହେବ ଆଲୋଚନା। ତେବେ ଏହି ବୈଠକରେ ଛତିଶାନିଯୋଗ ର ମହାନାୟକ ଙ୍କ ସମେତ ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ନିଯୋଗ ର କର୍ମକର୍ତା ମାନେ ଯୋଗଦାନ କରିବେ।*
*୪- 👉 ହ୍ରାସ ପାଇଲା ସଚିବଙ୍କ କ୍ଷମତା।କମିଲା ସଚିବଙ୍କ କ୍ଷମତା । ଏଣିକି କ୍ୟାବିନେଟ୍ ବୈଠକରେ ରହିବେନି ସଚିବ । ନିଜ ବିଭାଗର ପ୍ରସ୍ତାବ ନିଜେ ଉପସ୍ଥାପନ କରିବେ ମନ୍ତ୍ରୀ । କ୍ୟାବିନେଟର ଢାଞ୍ଚା ପରିବର୍ତ୍ତନ ସହ ରାଜ୍ୟ ସରକାର ନେଇଛନ୍ତି କିଛି ଏଭଳି ନିଷ୍ପତ୍ତି । ୩ ଦିନ ପୂର୍ବରୁ କ୍ୟାବିନେଟ୍ ଏଜେଣ୍ଡା ଫାଇନାଲ୍ ସହ ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖରେ ପହଞ୍ଚିବ ଫାଇଲ୍ । ପୂର୍ବ ବିଜେଡି ସରକାର ଅମଳରେ କିନ୍ତୁ ମନ୍ତ୍ରୀ ଜାଣି ପାରୁନଥିଲେ କ୍ୟାବିନେଟ୍ ଏଜେଣ୍ଡା ଆଉ ପ୍ରସ୍ତାବ । ସବୁ କରୁଥିଲେ ସଚିବ।*
*୫- 👉 ଦୁଇ ପୋଲିସ ଅଧିକାରୀ ନିଲମ୍ବିତ।ଜଣେ ବିଲଡରଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ଆଜି ଓଡ଼ିଶା ଡିଜିପି ୱାଇବି ଖୁରାନିଆ ଦୁଇ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଦୁଇ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ପାଇବା ପରେ ଡିଜିପି ଇନ୍ସପେକ୍ଟର ରଞ୍ଜନ ବିଶ୍ୱାଳ ଏବଂ ସବ-ଇନ୍ସପେକ୍ଟର ଅଭିଷେକ ପ୍ରଧାନଙ୍କ ବିରୁଦ୍ଧରେ ନିଲମ୍ବନ ଆଦେଶ ଜାରି କରିଛନ୍ତି।*
*୬- 👉 ନ୍ୟାୟିକ ସେବା ପରୀକ୍ଷା ଦେଇପାରିବେନି ସଦ୍ୟ ଉତ୍ତୀର୍ଣ୍ଣ ଆଇନ ସ୍ନାତକ: ସୁପ୍ରିମ୍କୋର୍ଟ।ନୂଆ ଆଇନ ସ୍ନାତକମାନେ ନ୍ୟାୟିକ ସେବା ପରୀକ୍ଷା ଦେଇପାରିବେ ନାହିଁ ବୋଲି ସୁପ୍ରିମ୍କୋର୍ଟ ମଙ୍ଗଳବାର କହିଛନ୍ତି। ପ୍ରବେଶସ୍ତରୀୟ ପଦବି ଲାଗି ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଏଣିକି ସର୍ବନିମ୍ନ ତିନିବର୍ଷର ଆଇନଗତ ଅଭ୍ୟାସକୁ ବାଧ୍ୟତାମୂଳକ କରାଯାଇଛି। ସୁପ୍ରିମକୋର୍ଟଙ୍କ ଏହି ରାୟ ନ୍ୟାୟିକ ସେବା ଆଶାୟୀଙ୍କ ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ। ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗୱାଇ ଓ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ଭାବ୍ୟ ବିଚାରପତିମାନଙ୍କ ପାଇଁ କୋର୍ଟ ରୁମ୍ ଅଭିଜ୍ଞତାର ଗୁରୁତ୍ୱକୁ ଦୋହରାଇଛନ୍ତି।*
*୭- 👉 ବାଙ୍ଗାଲୋର-ହାଇଦ୍ରାବାଦ ମ୍ୟାଚ ସ୍ଥାନାନ୍ତର।ଖରାପ ପାଗ ଯୋଗୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ IPL 2025 ର ୬୫ତମ ମ୍ୟାଚ୍ ବେଙ୍ଗାଲୁରୁରୁ ଲକ୍ଷ୍ନୌକୁ ସ୍ଥାନାନ୍ତରିତ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଥିବାରୁ ମଙ୍ଗଳବାର ଦିନ ବିସିସିଆଇ ଏବଂ ଆଇପିଏଲ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।*
*୮- 👉 ଡରାଉଛି କୋରୋନା, ମୁମ୍ବାଇରେ ୨ ଜଣଙ୍କ ମୃତ୍ୟୁ।ପୁଣି କଡ଼ ଲେଉଟାଇଲାଣି କରୋନା । ମୁମ୍ବାଇର ଏକ ହସ୍ପିଟାଲରେ ୨ ଜଣ କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁ ପରେ ଚିନ୍ତା ବଢ଼ିଛି । ଯଦିଓ ଓଡ଼ିଶାରେ ଏପର୍ଯ୍ୟନ୍ତ ଜଣେ ବି କେହି ଆକ୍ରାନ୍ତ ହୋଇନାହାନ୍ତି, ତେବେ କେରଳ, ମହାରାଷ୍ଟ୍ର ଓ ତାମିଲନାଡ଼ୁରେ ଜଣେ ପରେ ଜଣେ କୋଭିଡରେ ଆକ୍ରାନ୍ତ ହେଉଛନ୍ତି । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଏହା କୋଭିଡ୍ର ନୂଆ ଭାରିଆଣ୍ଟ ନୁହେଁ । ତେଣୁ ନଡରି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।*
*୯- 👉 ଦକ୍ଷିଣ ଓଡ଼ିଶାରେ କାଳବୈଶାଖି।କାଳବୈଶାଖି ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡିଶାରେ ଅଧିକ ବର୍ଷା ହୋଇପାରେ। ଆଜି ଗଂଜାମ, ଗଜପତି, ରାୟଗଡା, କୋରାପୁଟ୍, ମାଲକାନଗିରି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଂଜରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ରାଜ୍ୟର ଆଉ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ୫୦ କିମି ବେଗରେ ପବନ ବହିବ। ତେବେ, ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡି଼ଶାରେ ଗରମ ଓ ଗୁଳୁଗୁଳି ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆଜି ସମ୍ବଲପୁରର ଦିନ ତାପମାତ୍ରା ସର୍ବାଧିକ ୪୧ ଡିଗ୍ରୀ ଛୁଇଁବ। ବଲାଙ୍ଗୀରରେ ୪୦ ଡିଗ୍ରୀ ତାପମାତ୍ରା ଛୁଇଁବ। ବୌଦ୍ଧ, ବରଗଡ ଓ ଟିଟିଲାଗଡରେ ୩୯ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତାକାଲି ସମ୍ବଲପୁର ଓ ବଲାଙ୍ଗୀରର ଅଧିକାଂଶ ସ୍ଥାନରେ ତାତି ୩୮ ରୁ ୪୦ ଡିଗ୍ରୀ ରହିପାରେ।*
*୧୦- 👉 ୪ରୁ ୫ ଦିନ ମଧ୍ୟରେ କେରଳ ଛୁଇଁବ ମୌସୂମୀ।ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୪-୫ ଦିନ ମଧ୍ୟରେ କେରଳ ଉପକୂଳରେ ପହଞ୍ଚିବ ବୋଲି ଆଶା କରାଯାଉଛି। ମୌସୂମୀ ଆଗମନ ପାଇଁ ପାଣିପାଗ ମଧ୍ୟ ଅନୁକୂଳ ରହିଛି। ପାଣିପାଗ ବିଜ୍ଞାନୀ ଉମା ଶଙ୍କର ଦାସଙ୍କ ଅନୁଯାୟୀ ମୌସୁମୀ ମେ' ୧୩ତାରିଖରେ ଆଣ୍ଡାମାନ ସାଗରରେ ପ୍ରବେଶ କରିସାରିଛି ଏବଂ ବଙ୍ଗୋପସାଗର ଓ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଆଡକୁ ଅଗ୍ରସର ହେଉଛି।*
* *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏*
*╚━━━━━🔅━━━━━━━━ 🔅━━━╝*
❤️
👍
🙏
11